Posted inଜାତୀୟ

ଚାଇନାର ଷଡ଼ଯନ୍ତ୍ର: ଉତ୍ତର-ପୂର୍ବରେ ଉଗ୍ରବାଦୀ ସଂଗଠନକୁ ସହାୟତା

ନୂଆଦିଲ୍ଲୀ,୮।୧୧: ଭାରତ ଉତ୍ତର-ପୂର୍ବ ଅଞ୍ଚଳରେ ଉଗ୍ରବାଦ ବୃଦ୍ଧି ପାଇଁ ଚାଇନା ଷଡ଼ଯନ୍ତ୍ର ରଚିଛି। ଏନେଇ ଭାରତୀୟ ଗୋଇନ୍ଦା ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଲଦାଖରେ ଉତ୍ତେଜନା ସୃଷ୍ଟି ପରେ ଏବେ ଚାଇନା ଭାରତରେ ଅଶାନ୍ତି ବଢ଼ାଇବା ପାଇଁ ଉଗ୍ରବାଦୀ ସଂଗଠନଙ୍କୁ ସହାୟତା କରୁଛି। ୟୁନାଇଟେଡ୍‌ ଲିବରେଶନ୍‌ ଫ୍ରଣ୍ଟ୍‌ ଅଫ୍‌ ଅସୋମ ଇଣ୍ଡିପେଣ୍ଡେଣ୍ଟ୍‌ର ମୁଖ୍ୟ ପରେଶ ବରୁଆ ଚାଇନାର ଦକ୍ଷିଣ ଅଞ୍ଚଳର ରୁଇଲ୍‌ଠାରେ ନିଜ ଶିବିର ସ୍ଥାପନ କରିଥିବା ସୂଚନା କିଛିଦିନ ତଳେ ମିଳିଥିଲା। ସେହିପରି ଏହି ସଂଗଠନର ଟ୍ରେନିଂ ଶିବିର ମ୍ୟାନମାର୍‌ର ସାଙ୍ଗୈଗ୍‌ଠାରେ ରହିଛି। ମ୍ୟାନମାର୍‌ରେ ଆଶାନ୍ତି ବୃଦ୍ଧି ପାଇଁ ଚାଇନା ଉଗ୍ରବାଦୀ ସଂଗଠନକୁ ସହାୟତା କରୁଥିବା ଅଭିଯୋଗ ହୋଇଥିଲା। ଭାରତର ୁତ୍ତର-ପୂର୍ବ ଅଞ୍ଚଳରେ ୨୦ରୁ ଅଧିକ ଉଗ୍ରବାଦୀ ସଂଗଠନ ସକ୍ରିୟ ରହିଛନ୍ତିି। ୧୯୮୦ଠାରୁ ଚାଇନା ଉଗ୍ରବାଦୀ ସଂଗଠନକୁ ସହଯୋଗ କରୁଥିବା ଅଭିଯୋଗ ହୋଇଆସୁଛି। ଏବେ ଉଗ୍ରବାଦୀ ସଂଗଠନଗୁଡ଼ିକୁ ଚାଇନା ଆର୍ଥିକ ସହାୟତା ସହିତ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଯୋଗାଇ ଦେଉଥିବା ଗୋଇନ୍ଦା ବିଭାଗ ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଉଲ୍ଲେଖ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଯେ କୌଣସି ମୁହୂର୍ତ୍ତରେ ଆସିପାରେ ଖୁସି ଖବର! ଇରାନ ସହ ଡିଲ୍‌କୁ ନେଇ ୟୁ-ଟର୍ନ ନେଲେ ରୁବିଓ

ନୂଆଦିଲ୍ଲୀ,୨୬।୫: ଇରାନ ସହିତ ସମ୍ଭାବ୍ୟ ଚୁକ୍ତି ସମ୍ପର୍କରେ, ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ତାଙ୍କର ପୂର୍ବ ବକ୍ତବ୍ୟରୁ ଏକ ୟୁ-ଟର୍ନ ନେଇଛନ୍ତି। ପୂର୍ବରୁ, ସେ କହିଥିଲେ…

ମୁଁ କେମିତି ବଞ୍ଚିବି…. କୋରାପୁଟ ଜିଲାପାଳଙ୍କ ଅଭିଯୋଗ ଶୁଣାଣିରେ ରୋଚକ ଦୃଶ୍ୟ, ଭୋ ଭୋ ହୋଇ କାନ୍ଦିଲେ ଯୁବତୀ

କୋରାପୁଟ,୨୬।୫(ଅମିତାଭ ବେହେରା ): କୋରାପୁଟ ଜିଲାପାଳଙ୍କ ମିଳିତ ଅଭିଯୋଗ ଓ ଜନ ଶୁଣାଣି ଶିବିରରେ ଜଣେ ମହିଳା କାନ୍ଦି କାନ୍ଦି ନିଜ ଅଭିଯୋଗ ଜଣାଇଛନ୍ତି । କୋରାପୁଟ…

ପାଇଖାନା ଟାଙ୍କିରେ ଶ୍ବାସରୁଦ୍ଧ ଘଟଣା: ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭବାନୀପାଟଣା,୨୬।୫(ଉତ୍ତମ କୁମାର ଦାଶ): କଳାହାଣ୍ଡିରେ ମଙ୍ଗଳବାର ଏକ ଅଭାବନୀୟ ଘଟଣା ଘଟିଛି। ନିର୍ମାଣାଧୀନ ପାଇଖାନା ଟାଙ୍କିରେ ଶ୍ବାସରୁଦ୍ଧ ହୋଇ ୬ ଜଣଙ୍କ ମୃତ୍ୟୁ ଘଟିଛି। ମଦନପୁର ରାମପୁର…

ରାସ୍ତାରେ ବୋହୁଛି ଡ୍ରେନ ପାଣି, ଦୁର୍ଗନ୍ଧରେ ଫାଟି ପଡୁଛି ପାଡୁଆ ବଜାର

ନନ୍ଦପୁର/ ପାଡୁଆ,୨୬।୫(ତୁଷାର କାନ୍ତ ମହାନ୍ତି/ଶଙ୍କର ପୂଜାରୀ):  କୋରାପୁଟ ଜିଲା ନନ୍ଦପୁର ବ୍ଲକର ବ୍ୟବସାୟିକ କେନ୍ଦ୍ରସ୍ଥଳୀ ଭାବେ ପରିଚିତ ପାଡୁଆ ବଜାର ଦୁର୍ଗନ୍ଧରେ ଫାଟି ପଡୁଛି । ରାସ୍ତାର…

କଳାହାଣ୍ଡିରୁ ଆସିଲା ଦୁଃଖଦ ଘଟଣା: ପାଇଖାନା ଟାଙ୍କିରେ ଶ୍ବାସରୁଦ୍ଧ ହୋଇ ୬ ଜଣଙ୍କ ଜୀବନ ଗଲା

ଭବାନୀପାଟଣା,୨୬।୫(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଏମ.ରାମପୁର ଥାନା ଅନ୍ତର୍ଗତ ଗୌଡ଼ କର୍ଲାଖୁଣ୍ଟା ଗ୍ରାମରୁ ମଙ୍ଗଳବାର ପୂର୍ବାହ୍ନରେ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ପାଇଖାନା ଟାଙ୍କିର…

ଝିଅଙ୍କ ବିବାହକୁ ନେଇ ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୬।୫: ସୋମବାର, ସୁପ୍ରିମକୋର୍ଟ ଯୌତୁକ ପାଇଁ ସ୍ତ୍ରୀଙ୍କୁ ହତ୍ୟା କରିବା ଅଭିଯୋଗରେ ଜଣେ ବ୍ୟକ୍ତିଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। କୋର୍ଟ ଗୁରୁତ୍ୱାରୋପ କରିଛନ୍ତି ଯେ ଝିଅର…

ଗଙ୍ଗା ଦଶହରାରେ କମିଲା ସୁନା-ରୂପା ଦର, ଏକାଥରେ ୪ହଜାର…..

ନୂଆଦିଲ୍ଲୀ,୨୬।୫: ସୁନା ଏବଂ ରୂପା ମୂଲ୍ୟରେ ଏକ ବଡ଼ ହ୍ରାସ ପରିଲକ୍ଷିତ ହୋଇଥିଲା। ରୂପା ମୂଲ୍ୟ ୪,୩୦୦ଟଙ୍କାରୁ ଅଧିକ ହ୍ରାସ ପାଇଛି । ସୁନା ମଧ୍ୟ ପ୍ରାୟ ୯୦୦…

ନୀଳଚକ୍ର ବାନାରେ ବସିଲା ଚିଲ: ଅଶୁଭ ସଂକେତ, ଘଟିପାରେ…

ପୁରୀ,୨୬ା୩(ଅଜିତ୍‌ କୁମାର ମହାନ୍ତି):ଶ୍ରୀମନ୍ଦିର ନୀଳଚକ୍ର ଉପରେ ସୋମବାର ପୂର୍ବାହ୍ନରେ କିଛି ସମୟ ଧରି ଏକ ଚିଲ ବସିଥିବା ଦେଖିବାକୁ ମିଳିଥିଲା। କିଛି ମାସ ବ୍ୟବଧାନ ପରେ ଏହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri