ସଙ୍କଟରେ ଚାଇନାର ଏକଚ୍ଛତ୍ରବାଦ

ନିକଟ ଅତୀତ ଯାଏ ଚାଇନା ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ୍‌ ତାଙ୍କ କୋଭିଡ୍‌ ନିୟନ୍ତ୍ରଣ ନୀତିକୁ ପ୍ରଶଂସା କରିବା ସହ ତାହାକୁ ମହତ୍ତ୍ୱପୂର୍ଣ୍ଣ ବୋଲି କହିଆସିଥିଲେ। ଚାଇନା ଭଳି ଏକଚ୍ଛତ୍ରବାଦୀ ତଥା ଏକ ଦଳୀୟ ଶାସିତ ଦେଶ ସ୍ବାର୍ଥବାଦୀ ରାଜନେତା ଏବଂ ଅସ୍ଥିର ମତଦାତାଙ୍କ ଅବ୍ୟବସ୍ଥିତ ଗଣତନ୍ତ୍ରଗୁଡ଼ିକ ତୁଳନାରେ କୋଭିଡ ମାହାମାରୀ ମୁକାବିଲା କରିବାରେ ସମ୍ପୂର୍ଣ୍ଣ ସକ୍ଷମ ବୋଲି ସେ ପ୍ରତିପାଦିତ କରିଥିଲେ। ୨୦୨୦ରେ ଅନେକ ହଜାର ଆମେରିକୀୟଙ୍କର କୋଭିଡ୍‌ରେ ମୃତ୍ୟୁ ଘଟୁଥିଲାବେଳେ ଜିନ୍‌ପିଙ୍ଗ୍‌ଙ୍କ କଥା ସେତେବେଳେ ଅନେକଙ୍କୁ ବିଶ୍ୱସନୀୟ ମନେହୋଇଥିଲା। ଏହି ସମୟରେ ଜିନ୍‌ପିଙ୍ଗ୍‌ କଠୋର ମହାମାରୀ କଟକଣା ଜାରି କରି ପ୍ରାୟତଃ ସାରା ଦେଶରେ ଲକ୍‌ଡାଉନ ଲାଗୁ କରିଥିଲେ। ଲୋକମାନଙ୍କୁ ସଙ୍ଗରୋଧ ଶିବିରରେ ରହିବାକୁ ବାଧ୍ୟ କରିଥିଲେ।
କିଛି ସମୟ ପାଇଁ ଏହି କଠିନ ଶାସନ ଅନ୍ୟ ଦେଶଗୁଡ଼ିକ ତୁଳନାରେ କୋଭିଡ୍‌ ମୃତ୍ୟୁକୁ କମାଇବା (ଯଦିଓ ମୃତ୍ୟୁକୁ ନେଇ ଚାଇନା ସରକାରଙ୍କ ତଥ୍ୟ ପୂରା ଅବିଶ୍ୱସନୀୟ ରହିଥିଲା) ଦେଖାଯାଇଥିଲା। କିନ୍ତୁ କୋଭିଡ୍‌ ନିୟନ୍ତ୍ରଣ ରଣନୀତି ଚାଇନାର ଅତ୍ୟଧିକ ଆର୍ଥିକ କ୍ଷତି ଲୋକମାନଙ୍କୁ ଏଭଳି ଦୁର୍ଦ୍ଦଶାକୁ ଠେଲି ଦେଇଥିଲା ଯେ, ଅନେକେ ଶେଷରେ ରାସ୍ତାକୁ ଓହ୍ଲାଇଥିଲେ। ତଥାପି ଲୋକଙ୍କ ଜୀବନ ରକ୍ଷା କରିବା ଲାଗି ଯାହା ଦରକାର ତାହା କରୁଛନ୍ତି ବୋଲି ଶି ଦାବି କରିଥିଲେ। ପରେ ଗତ ବର୍ଷ ଶେଷାର୍ଦ୍ଧରେ, ଚାଇନାର ସବୁଆଡେ ସହରଗୁଡ଼ିକରେ ଯେତେବେଳେ ପ୍ରତିବାଦ ଦେଖାଦେଲା ସେତେବେଳେ କୋଭିଡ୍‌ ଯୁଦ୍ଧ ହଠାତ୍‌ ବନ୍ଦ କରାଗଲା ବୋଲି ଘୋଷଣା କରାଗଲା। ତା’ପରେ ଲକ୍‌ଡାଉନ୍‌ ଏପରିକି ନିୟମିତ ପିସିଆର୍‌ ଟେଷ୍ଟ ବନ୍ଦ ହୋଇଗଲା। ଗତବର୍ଷର ଅଭୂତପୂର୍ବ ପ୍ରତିବାଦ ପରେ କୋଭିଡ୍‌-୧୯ କ୍ଷତିକାରକ ନୁହେଁ ବୋଲି ଚାଇନା ବିଚାର କରୁଥିଲା। କିନ୍ତୁ ପରିଣାମ ଏବେ ଭୟଙ୍କର ହେଲା। ଶି’ଙ୍କ ନୀତିରେ ହଠାତ୍‌ ପରିବର୍ତ୍ତନ ଏବଂ ଚାଇନା ନିର୍ମିତ ଦୁର୍ବଳ ଟିକା ନେବା ହାର କମ୍‌ ରହିବା କାରଣରୁ ଏବେ ପ୍ରତିଦିନ ପାଖାପାଖି ୯,୦୦୦ ଲୋକଙ୍କର ମୃତ୍ୟୁ ଘଟୁଛି। ଡିସେମ୍ବର ପ୍ରାରମ୍ଭରେ କୋଭିଡ୍‌ କଟକଣା ଉଠିଯିବା ପରେ ୧୮.୬ ମିଲିୟନ ଲୋକ ଏଥିରେ ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ଏହି ସ୍ଥିତି ଆହୁରି ଖରାପ ହୋଇପାରେ।
ଏହିସବୁ ଘଟଣାଗୁଡ଼ିକୁ ଲକ୍ଷ୍ୟ କଲେ ଭାରତୀୟ ଅର୍ଥନୀତିଜ୍ଞ ଅମର୍ତ୍ତ୍ୟ ସେନ୍‌ଙ୍କ କଥା ଉଚିତ ମନେହୁଏ। ୧୯୮୩ରେ ସେ ଯୁକ୍ତି ଉପସ୍ଥାପନ କରିଥିଲେ ଯେ, ଖାଦ୍ୟାଭାବରୁ ଦୁର୍ଭିକ୍ଷ ହୁଏ ନାହିଁ ବରଂ ତଥ୍ୟ ଓ ରାଜନୈତିକ ଦାୟିତ୍ୱବୋଧ ଅଭାବରୁ ଏହା ଘଟିଥାଏ। ଉଦାହରଣସ୍ବରୂପ,ରାଜନୈତିକ ଦାୟିତ୍ୱବୋଧ ଅଭାବରୁ ବ୍ରିଟିଶ ଶାସନ ଅମଳରେ ୧୯୪୩ ବଙ୍ଗ ଦୁର୍ଭିକ୍ଷ ଥିଲା ଭାରତର ସବୁଠାରୁ ଦୁଃଖଦାୟକ। ହେଲେ ଭାରତ ସ୍ବାଧୀନତା ପାଇବା ପରେ ଦେଶରେ ସ୍ବାଧୀନ ଗଣମାଧ୍ୟମ ଓ ଗଣତାନ୍ତ୍ରିକ ସରକାର ତ୍ରୁଟିପୂର୍ଣ୍ଣ ଥିଲେ ମଧ୍ୟ ସମାନ ପ୍ରକାର ବିପର୍ଯ୍ୟକୁ ଦୂର କରିପାରିଲେ। ତେବେ ସେନ୍‌ଙ୍କ ମନ୍ତବ୍ୟ ସେବେଠାରୁ ଗଣତନ୍ତ୍ରରେ ସ୍ବୀକୃତ ମତ ଭାବେ ରହିଆସିଛି। ସେନ୍‌ ସୂଚିତ କରିଥିଲେ ଯେ,ଏକ କାର୍ଯ୍ୟରତ ଗଣତନ୍ତ୍ରରେ କେବେ ବି ଦୁର୍ଭିକ୍ଷ ଦେଖାଯାଇନାହିଁ। ଏବେ ଗଣତନ୍ତ୍ରରେ ନୁହେଁ ବରଂ ଗଣତନ୍ତ୍ରର ଆଢୁଆଳରେ ଏକଚ୍ଛତ୍ରବାଦରେ କ୍ଷତି ହେବା ସ୍ପଷ୍ଟ ହେଉଛି। ଚାଇନାର ଏକ ଦଳୀୟ ବ୍ୟବସ୍ଥା ଏବଂ ବିଶେଷକରି ଜଣେ ବ୍ୟକ୍ତିଙ୍କ ଶାସନ ଏକଚ୍ଛତ୍ର ରାଷ୍ଟ୍ରବାଦକୁ ସାବ୍ୟସ୍ତ କରେ ଯାହା ଫାଶୀବାଦ ସିଦ୍ଧାନ୍ତ ଉପରେ ଆଧାରିତ। ଯେଉଁଠି ହିଟଲରଙ୍କ ଭଳି ଜଣେ ନେତା ଶେଷ ନିଷ୍ପତ୍ତି ନେଇଥାନ୍ତି ଓଏହା ଏବେ କ୍ଷତିର କାରଣ ହୋଇଛି।
ସମ୍ଭବତଃ, ଜଣଙ୍କ ଦ୍ୱାରା ବ୍ୟବସ୍ଥାରେ ସମସ୍ତ ନିଷ୍ପତ୍ତି ନିଆଯାଉଥିବା ଏକଚ୍ଛତ୍ରବାଦର କିଛି ଲାଭ ଥାଇପାରେ। ଉପରୁ ତଳ ଯାଏ ନିଆଯାଉଥିବା ନିଷ୍ପତ୍ତିଗୁଡ଼ିକ ବହୁ ସମୟରେ ଯୋଗ୍ୟ ଟେକ୍‌ନୋକ୍ରାଟଙ୍କ ଦ୍ୱାରା ଲାଗୁ କରାଯାଇଥାଏ। ଏଭଳି ପ୍ରକ୍ରିୟାରେ ମାତ୍ର କେଇଟା ବର୍ଷ ମଧ୍ୟରେ ଚାଇନା ରେଲଓ୍ବେରେ ଦ୍ରୁତ ଅଗ୍ରଗତି, ଆକର୍ଷଣୀୟ ତଥା ବ୍ୟୟବହୁଳ ରାଜପଥ, ଉକତ୍ୃଷ୍ଟ ବିମାନବନ୍ଦର ଗଢିବାରେ ସକ୍ଷମ ହୋଇପାରିଛି। କମ୍ୟୁନିଷ୍ଟ ପାର୍ଟି ଶାସନରେ ଥିବାରୁ ସାର୍ବଜନୀନ ମତ କିମ୍ବା ସଂସଦୀୟ ବିତର୍କ ଭଳି ବାଧା ଏହାର ବାଟରେ ବାଧା ସୃଷ୍ଟି କରିପାରିନାହିଁ। କିନ୍ତୁ ବାସ୍ତବରେ ଯେତେବେଳେ ଭୂମିକମ୍ପ, ମହାମାରୀ ଭଳି ଏକ ସଙ୍କଟ ଆସେ ସେତେବେଳେ ଏକଚ୍ଛତ୍ରବାଦ ନିଷ୍ପତ୍ତିଭିତ୍ତିକ ଶାସନର ଦୁର୍ବଳତା ପ୍ରକାଶ ପାଏ। ସେଥିପାଇଁ ଏକଚ୍ଛତ୍ରବାଦୀ ଶାସକମାନଙ୍କୁ ଲୁଚିବାକୁ କିମ୍ବା ପରିସଂଖ୍ୟାନକୁ ଅତିରଞ୍ଜିତ କରି କହିବା ଦରକାର ପଡ଼େ ଏବଂ ଉହାନର ଡାକ୍ତର ଲି ଓ୍ବେନଲିଆଙ୍ଗ ଭଳି ସମାଲୋଚକଙ୍କ ମୁହଁ ବନ୍ଦ କରିବାକୁ ପଡ଼େ। ଲି ପ୍ରଥମେ କୋଭିଡ୍‌-୧୯ ବିପଦ ସମ୍ପର୍କରେ ୨୦୧୯ରେ ସୂଚିତ କରିଥିଲେ। ତେବେ ୨୦୨୦ ପ୍ରାରମ୍ଭରେ ତାଙ୍କର ମୃତ୍ୟୁ ହେବା ପୂର୍ବରୁ ଭୁଲ୍‌ ତଥ୍ୟ ପ୍ରଚାର କରିଥିବା ଅଭିଯୋଗ କରାଯାଇ ତାଙ୍କୁ ସାଧାରଣରେ ନିନ୍ଦିିତ କରାଯାଇଥିଲା।
ଅନ୍ୟପକ୍ଷରେ ଗଣତନ୍ତ୍ର ରାଷ୍ଟ୍ର ଆମେରିକାରେ ୨୦୨୦ ରାଷ୍ଟ୍ରପତି ନିର୍ବାଚନ ହାରିଯିବାର ଭୟ ଟ୍ରମ୍ପ୍‌ଙ୍କୁ ଅଧିକ ଅର୍ଥ ଟିକା ଗବେଷଣା ଓ ବିକାଶରେ ନିବେଶ କରିବାକୁ ବାଧ୍ୟ କରିଥିଲା। ବିପର୍ଯ୍ୟୟ ମୁକାବିଲାରେ କିମ୍ବା ମହାମାରୀ ପ୍ରତି ଗଣତାନ୍ତ୍ରିକ ପ୍ରତିକ୍ରିୟା ଯାହା ରହିବା କଥା ତାହା ହୋଇଛି। ଗଣମାଧ୍ୟମ ଓ ଜନସାଧାରଣ ସତର୍କତାର ସହ ସରକାରୀ ତଥ୍ୟକୁ ନିରୀକ୍ଷଣ କରିଥିଲେ, ଅଧିକ ଲୋକ ଟିକା ନେଇଥିଲେ ଏବଂ ଆମେରିକା ଭଳି ଅନ୍ୟ ପାଶ୍ଚାତ୍ୟ ଗଣତାନ୍ତ୍ରିକ ଦେଶଗୁଡ଼ିକ ଧୀରେ ଧୀରେ କଟକଣା ମୁକ୍ତ କରି ସାଧାରଣ ସୁରକ୍ଷାରେ ସେମାନଙ୍କ ବିଜ୍‌ନେସକୁ ଯିବାକୁ ଲାଗି ସକ୍ଷମ କରିଥିଲେ। କିନ୍ତୁ ସମ୍ପୂର୍ଣ୍ଣ ରାଜନୈତିକ ଓ ସାର୍ବଭୌମତ୍ୱ କ୍ଷମତାରେ ଶି’ଙ୍କ ଆକାଂକ୍ଷା ଥିବାରୁ ଚାଇନାର ଅତ୍ୟଧିକ କ୍ଷତି ଘଟିଲା। କ୍ଷମତାରେ କମ୍ୟୁନିଷ୍ଟ ପାର୍ଟି ତାହାର ଏକଚାଟିଆ ମନୋଭାବ ସିଦ୍ଧ କରିବାକୁ ତ୍ରୁଟି କରୁ ନ ଥିବା ବାହାନା କରିଆସିଛି, ଯେଉଁଥିପାଇଁ ଏହାର ତ୍ରୁଟିକୁ ଦାୟୀ କରିବା ସମ୍ଭବ ହେଉନାହିଁ। ଏବେ ବି ୧୯୫୦ ଦଶନ୍ଧିର ଦେଶବ୍ୟାପୀ ଦୁର୍ଭିକ୍ଷ ପାଇଁ ମାଓ ଜେଡଙ୍ଗଙ୍କ ଆର୍ଥିକ ଓ ସାମାଜିକ ଅଭିଯାନ(ଗ୍ରେଟ ଲିପ୍‌ ଫରଓ୍ବାଡ)କୁ ଦାୟୀ କରାଯିବା ପରିବର୍ତ୍ତେ ବହୁ ସମୟରେ ଖରାପ ପାଗକୁ ଦାୟୀ କରାଯାଇଆସୁଛି। ଏହି ଦୁର୍ଭିକ୍ଷରେ ଚାଇନାର ୩୦ ମିଲିୟନ ଲୋକ ପ୍ରାଣ ହରାଇଥିଲେ ବି ସରକାର ଏ ସମ୍ପର୍କରେ କୌଣସି ତଥ୍ୟ ଦେଇ ନ ଥିଲେ। ଖରାପ ନ୍ୟୁଜ ନେଇ ମାଓ ଜେଡଙ୍ଗଙ୍କୁ କ୍ରେଧିତ କଲେ ସେମାନଙ୍କ ଜୀବନ ଚାଳଇଯିବାର ଭୟ କରି ସେମାନେ ତଥ୍ୟ ପ୍ରକାଶ କରି ନ ଥିଲେ।
ଚାଇନା ୧୯୫୦ ଦଶନ୍ଧିର ଯେମିତି ଥିଲା ଏବେ ତା’ଠାରୁ ଅଲଗା ନୁହେଁ। ଶି’ ମଧ୍ୟ ମାଓ ନୁହନ୍ତି ଏବଂ ତାଙ୍କ ଅସ୍ଥିର ନୀତରେ ୩୦ ମିଲିୟନ ଜୀବନ ଯିବାର ଦାବି କରାଯିବାରେ ସମ୍ଭାବନା ନାହିଁ। କିନ୍ତୁ ପ୍ରତିଦିନ ୯,୦୦୦ ବ୍ୟକ୍ତିଙ୍କ ମୃତ୍ୟୁ ଦେଶ ପାଇଁ ଅତ୍ୟଧିକ କ୍ଷତି ହେବ। ଏହା ସୁସ୍ପଷ୍ଟ ଯେ ଚାଇନା ଏବେ ବିଶ୍ୱରୁ ଆଉ ଅଲଗା ହୋଇ ରହିନାହିଁ , ସେ ଯାହା କରୁଛି ତାହାର ପ୍ରଭାବ ଚାଇନା ବାହାରକୁ ଯିବ। ଭୂତାଣୁ ବାହାରକୁ ବ୍ୟାପିବ ଓ ପୂର୍ବଭଳି ଆର୍ଥିକ କ୍ଷେତ୍ରରେ ବାଧା ଉପୁଜାଇବ। ଏକଚ୍ଛତ୍ରବାଦ ଶାସନ ଯୋଗୁ ଚାଇନାର ଯାହା କ୍ଷତି ହୋଇଛି ତାହା ଆମ ସମସ୍ତଙ୍କର କ୍ଷତି କରିବା ପରେ ହିଁ ଶେଷ ହେବ।

  • ଇଆନ୍‌ ବୁରୁମା
    ପ୍ରତିଷ୍ଠିତ ଲେଖକ, ଦି ଚର୍ଚ୍ଚିଲ କମ୍ପ୍ଲେକ୍ସ

Enter your email to get our daily news in your inbox.

All Right Reserved By Dharitri.Com

ଆତ୍ମସ୍ଥ ସୁଖ ସନ୍ଧାନେ

ଜଣେ ବ୍ୟକ୍ତି ଥରେ ଜଣେ ସାଧୁବାବାଙ୍କ ନିକଟରେ ପହଞ୍ଚିଲେ ଏକ ଗମ୍ଭୀର ସମସ୍ୟା ନେଇ। ବାବା ଜଣକ ତାଙ୍କୁ ଆଗମନର କାରଣ ପୁଚ୍ଛା କରନ୍ତେ ସେ...

ଜମି ମାଲିକାନା କୃଷକ ହାତକୁ ଯାଉ

କୃଷି ବିଭାଗ ପକ୍ଷରୁ କୁହାଯାଇଛି ଯେ, କୃଷି ଉପତ୍ାଦନ ଦୁଇଗୁଣ ବୃଦ୍ଧି ହୋଇଛି ଏବଂ ଓଡ଼ିଶା ଏ ଦିଗରେ ପ୍ରଥମ। ଜଳସେଚନ ସୁବିଧା ମଧ୍ୟ ଗତ...

ଜିଆ ଖାଉଛି ମାଛକୁ

ଗାଡ଼ିଆରେ ବନିଶିରେ ମାଛ ଧରାଯାଉଥିବାର ଏକ ଦୃଶ୍ୟକୁ ଅବତାରଣା କରାଯାଉ। ଜଣେ ବ୍ୟକ୍ତି ବାଉଁଶ ଛଡ଼ିରେ ସୂତା ଲଗାଇ ସେଥିରେ କଣ୍ଟା ଓହଳାଇ ଥାଏ। ସୂତାକୁ...

ଦୁର୍ଘଟଣାର କାରଣ ପଥ ସମ୍ମୋହନ

ବର୍ତ୍ତମାନ ସହଜ ଗମନାଗମନ ବ୍ୟବସ୍ଥା ପାଇଁ ମଣିଷ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବା ନିମନ୍ତେ ସମୟ କମ୍‌ ହୋଇଯାଇଛି। ବିଶ୍ୱର ଗୋଟିଏ କୋଣରୁ ଅନ୍ୟ...

ସରକାର ଚାହୁଁଛନ୍ତି

ଲୋକଙ୍କର ଉପକାରରେ ଆସୁ ବା ନ ଆସୁ ରାଜ୍ୟର ଲାଭ ହେଉ ବା କ୍ଷତି, ବ୍ୟବସ୍ଥାରେ କିଛି ପରିବର୍ତ୍ତନ ହେଉ ବା ନ ହେଉ ସରକାର...

ଜଗନ୍ନାଥ ଗ୍ରହଣୀୟ

‘ନାମରେ କ’ଣ ଅଛି ? ଯାହାକୁ ଆମେ ଗୋଲାପ କହୁଛୁ, ଅନ୍ୟ କୌଣସି ନାମରେ ଡାକିଲେ ମଧ୍ୟ ତା’ର ସୁଗନ୍ଧ ସେହିପରି ମିଠା ରହିବ।’ ନାମକୁ...

ଏଇ ଭାରତରେ

ଦୃଢ଼ ଇଚ୍ଛାଶକ୍ତି ଥିବା ମଣିଷ ଲକ୍ଷ୍ୟ ହାସଲ ନ ହେବା ଯାଏ ଥକିଯାଏ ନାହିଁ। ସବୁ ବାଧା ଏପରିକି ସୁଯୋଗକୁ ମଧ୍ୟ ପଛକରି ସେଠାରେ ପହଞ୍ଚିଯାଆନ୍ତି...

ଡଙ୍ଗରୁଣୀର ବାଟରେ ପ୍ରାଥମିକ ଶିକ୍ଷା

ଆମ୍ବଗଛ ଭିତରୁ ଧୀରେ ଧୀରେ ଶୀତୁଆ ଖରା ପିଲାଙ୍କ ଉପରେ ଅଣେଇହୋଇ ଆସୁଥାଏ। ରାୟଗଡ଼ା ଜିଲା ବିଷମକଟକ ବ୍ଲକ୍‌ର ନିର୍ଗୁଣ୍ଡି ଗାଆଁ। ଗାଆଁ ଭିତରୁ ପବନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri