ଆସନ୍ତା ୫ ବର୍ଷ ପାଇଁ ବିକାଶଶୀଳ ଦେଶର ସୈନ୍ୟଙ୍କୁ ତାଲିମ ଦେବ ଚାଇନା…

ବେଜିଂ,୨୭।୨ : ଆଗାମୀ ୫ ବର୍ଷ ପାଇଁ ଚାଇନା ବିକାଶଶୀଳ ଦେଶର ସୈନିକମାନଙ୍କୁ ତାଲିମ ଦେବ । ପ୍ରାୟ ୫ ହଜାର ସୁରକ୍ଷା କର୍ମୀଙ୍କୁ ତାଲିମ ଦେବ ବୋଲି ଚାଇନା ଯୋଜନା ପ୍ରକାଶ କରିଛି। ଏହି ପଦକ୍ଷେପ ଏପରି ଏକ ସମୟରେ ଆସିଛି ଯେତେବେଳେ ଦେଶ ସୁରକ୍ଷା ଚ୍ୟାଲେଞ୍ଜର ମୁକାବିଲା ପାଇଁ ଜ୍ଞାନକୌଶଳ ଆଦାନ ପ୍ରଦାନ ଏବଂ ସହଯୋଗ ପାଇଁ ଅଧିକ ଅନ୍ତର୍ଜାତୀୟ ପ୍ଲାଟଫର୍ମ ସୃଷ୍ଟି କରିବାକୁ ଯୋଜନା କରୁଛି।

ଆତଙ୍କବାଦ, ସାଇବର ସୁରକ୍ଷା, ଜୈବ ନିରାପତ୍ତା ଏବଂ ଉଦୀୟମାନ ପ୍ରଯୁକ୍ତିବିଦ୍ୟା ଭଳି କ୍ଷେତ୍ରରେ ସୁରକ୍ଷା ଚ୍ୟାଲେଞ୍ଜର ସମାଧାନ ପାଇଁ ବେଜିଂ ଅଧିକ ଆନ୍ତର୍ଜାତୀୟ ପ୍ଲାଟଫର୍ମ ସୃଷ୍ଟି କରିବାକୁ ଚେଷ୍ଟା କରୁଛି।

ଦେଶ ବିଶ୍ୱବିଦ୍ୟାଳୟ ସ୍ତରର ସାମରିକ ଏବଂ ପୋଲିସ ଏକାଡେମୀ ମଧ୍ୟରେ ଅଧିକ ବିନିମୟ ଏବଂ ସହଯୋଗକୁ ମଧ୍ୟ ଉତ୍ସାହିତ କରିବ । ଗ୍ଲୋବାଲ ସିକ୍ୟୁରିଟି ଇନିସିଏଟିଭ (ଜିଏସଆଇ) ର ଏକ ତଥ୍ୟ ଅନୁଯାୟୀ ଏହି ପଦକ୍ଷେପ ଚାଇନାକୁ ବିଶ୍ୱ ସୁରକ୍ଷା ସମସ୍ୟାର ସମାଧାନ କରିବାରେ ସାହାଯ୍ୟ କରିବ।

ଚାଇନା ଇନଷ୍ଟିଚ୍ୟୁଟ ଅଫ କଣ୍ଟେମ୍ପାର୍ଟାରୀ ଅନ୍ତର୍ଜାତୀୟ ସମ୍ପର୍କର ଆତଙ୍କବାଦ ବିରୋଧୀ ବିଶେଷଜ୍ଞ ଲି ୱେଇ କହିଛନ୍ତି ଯେ ଆଫଗାନିସ୍ତାନ ଏବଂ ପାକିସ୍ଥାନ ପରି ଦେଶରେ ଚାଇନା ଆତଙ୍କବାଦ ବିରୋଧୀ ପୋଲିସ ଅଧିକାରୀଙ୍କୁ ତାଲିମ ଦେଉଥିଲା ଏବଂ ବର୍ତ୍ତମାନ ଏହାର ପରିସର ବିସ୍ତାର କରିବ। ଆତଙ୍କବାଦ ବିରୋଧୀ କ୍ଷେତ୍ରରେ ଦ୍ୱିପାକ୍ଷିକ ଏବଂ ବହୁପକ୍ଷୀୟ ସହଯୋଗରେ ଦକ୍ଷତାକୁ ମଜବୁତ କରିବା ପାଇଁ ଏହି ତାଲିମ ଏବଂ ଆଦାନ ପ୍ରଦାନ ଲକ୍ଷ୍ୟ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମିଡଲ ଇଷ୍ଟରେ ହେବ ମହାଯୁଦ୍ଧ! ଇସ୍ରାଏଲ ଆକ୍ରମଣର ଜବାବ ଦେଲା ଇରାନ

ଦୁବଇ,୧୯।୪: ମଧ୍ୟ ପୂର୍ବରେ ଯୁଦ୍ଧର ନିଆଁ ପୁଣି ଜଳିଛି। ଇରାନ ଉପରେ ଆକ୍ରମଣ କରି ଇସ୍ରାଏଲ ଯୁଦ୍ଧ ଘୋଷଣା କରିଛି। ତେବେ ଇରାନ ମଧ୍ୟ ଇସ୍ରାଏଲର...

ହେଲିକପ୍ଟର ଦୁର୍ଘଟଣାରେ କେନିଆର ପ୍ରତିରକ୍ଷା ମୁଖ୍ୟଙ୍କ ସମେତ ୯ ମୃତ୍ୟୁ

ନୈରୋବି,୧୯।୪: ଏକ ହେଲିକପ୍ଟର ଦୁର୍ଘଟଣାରେ ଗୁରୁବାର କେନିଆର ପ୍ରତିରକ୍ଷା ମୁଖ୍ୟ ଫ୍ରାନସିସ ଓମୋଣ୍ଡି ଓଗୋଲାଙ୍କ ମତ୍ୟୁ ଘଟିଛି। ତାଙ୍କ ସହ ହେଲିକପ୍ଟରରେ ଥିବା ୯ଜଣ ଲୋକ...

ଇରାନ୍‌ ଉପରେ ବଦ୍‌ଲା ନେଲା ଇସ୍ରାଏଲ୍‌

ଜେରୁଜେଲମ୍‌,୧୯।୪: ଇସ୍ରାଏଲ ଶୁକ୍ରବାର ଇରାନ ଉପରେ ବଦ୍‌ଲା ନେଇଛି। ଇରାନର ଅନେକ ସହର ଉପରେ ମିଶାଇଲ ମାଡ କରିଛି ଇସ୍ରାଏଲ। ଇରାନର ନ୍ୟୁକ୍ଲିୟର୍‌ ପ୍ଲାଣ୍ଟ ଉପରେ...

ଜାତିସଂଘରେ ସଂସ୍କାର ପ୍ରସ୍ତାବକୁ ଆମେରିକାର ସମର୍ଥନ

ଓ୍ବାଶିଂଟନ,୧୮ା୪: ଏକବିଂଶ ଶତାବ୍ଦୀର ବିଶ୍ୱର ପ୍ରତିଫଳନ ପାଇଁ ସୁରକ୍ଷା ପରିଷଦ ସମେତ ଜାତିସଂଘରେ ସଂସ୍କାର ପ୍ରସ୍ତାବକୁ ଆମେରିକା ସମର୍ଥନ ଜଣାଇଛି। ଜାତିସଂଘ ସୁରକ୍ଷା ପରିଷଦ (ୟୁଏନ୍‌ଏସ୍‌ସି)ରେ...

ଦୁବଇରେ ଦେଖିବାକୁ ମିଳିଲା ଅଦ୍ଭୁତ ଦୃଶ୍ୟ, ଦେଖୁ ଦେଖୁ ଆକାଶ ହୋଇଗଲା ସବୁଜ, ଦେଖନ୍ତୁ ଭିଡିଓ

ଦୁବଇ,୧୮।୪: ଗତ କିଛି ଦିନ ହେବ ଦୁବଇର ପାଗରେ ଅନେକ ପରିବର୍ତ୍ତନ ଦେଖାଯାଉଛି । ଯେଉଁଠାରେ ୭୫ ବର୍ଷ ମଧ୍ୟରେ ପ୍ରବଳ ବର୍ଷା ସହରକୁ ବୁଡ଼ାଇ...

ପ୍ରତିଦିନ ଚୋରି ହେଉଛି ୬ ଲକ୍ଷ ଲିଟର ପାଣି

ମେକ୍ସିକୋ ସିଟି,୧୮।୪: ଚୋରମାନଙ୍କ ଦ୍ୱାରା ଜଳର କଳାବଜାରି ଯୋଗୁଁ ମେକ୍ସିକୋରେ ହ୍ରଦ ଶୁଖିଯାଉଛି। ଚୋରମାନେ ସମଗ୍ର ହ୍ରଦକୁ ନିଷ୍କାସନ କରି ଦିନକୁ ପ୍ରାୟ ୬ଲକ୍ଷ ଲିଟର...

ଭୂକମ୍ପର ଜୋରଦାର ଝଟ୍‌କାରେ ଥରିଲା ଜାପାନ, ୯ ଆହତ, ନାହିଁ ସୁନାମି ଚେତାବନୀ

ଟୋକିଓ,୧୮।୪: ବୁଧବାର ବିଳମ୍ବିତ ରାତିରେ ଦକ୍ଷିଣ-ପଶ୍ଚିମ ଜାପାନରେ ହୋଇଥିବା ଏକ ଶକ୍ତିଶାଳୀ ଭୂକମ୍ପରେ ୯ଜଣ ଆହତ ହୋଇଛନ୍ତି। ଗତକାଲି ଅର୍ଥାତ୍‌ ବୁଧବାର ରାତିରେ ୬.୬ ମ୍ୟାଗ୍ନିଚ୍ୟୁଡର...

‘ପ୍ରଧାନମନ୍ତ୍ରୀ ମୋଦିଙ୍କୁ ରୋକିବା କଷ୍ଟକର’

ଇସଲାମାବାଦ,୧୮।୪: କେବଳ ଭାରତରେ ନୁହେଁ ସମଗ୍ର ବିଶ୍ୱରେ ଭାରତର ଲୋକ ସଭା ନିର୍ବାଚନ ବିଷୟରେ ଆଲୋଚନା ହେଉଛି। ଦେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତୃତୀୟ ଥର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri