ବରଗଡ଼ରେ କ୍ୟାନସର ପୀଡ଼ିତାଙ୍କ ସମେତ ୫ ନୂଆ କରୋନା ପଜିଟିଭ୍‌

ବରଗଡ଼ ଅଫିସ,୨ା୮: ବରଗଡ଼ ଜିଲାରେ ରବିବାର ପୁଣି ୫ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଭୁବନେଶ୍ବରରେ ଏକ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ଜଣେ କ୍ୟାନସର ଆକ୍ରାନ୍ତ ମହିଳା ରହିଛନ୍ତି। ସେହିପରି ଅନ୍ୟ ୪ ଆକ୍ରାନ୍ତଙ୍କ ମଧ୍ୟରେ ବରଗଡ଼ ପୌରାଞ୍ଚଳ ଅଧୀନ ଭୁର୍ସୁନ୍ଧ ବନ୍ଧପଡ଼ା ଏବଂ ନଦୀପଡ଼ାର ୨ଜଣ ପୁରୁଷ ଥିବାବେଳେ ଅତାବିରା ବ୍ଲକ ଟୋପ ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ର (ଟିଏମ୍‌ସି)ର ୨ଜଣ ମହିଳା ଅଛନ୍ତି। ଟୋପ ଟିଏମ୍‌ସିର ଆକ୍ରାନ୍ତମାନେ ସେହି ଟିଏମ୍‌ସିରେ ଚିକିତ୍ସିତ ହେଉଥିବା ବେଳେ ଏମ୍ସରେ ଚିହ୍ନଟ ଆକ୍ରାନ୍ତଙ୍କ ସେଠାରେ ଚିକିତ୍ସା ଚାଲିଛି। ଅନ୍ୟପକ୍ଷରେ ବରଗଡ଼ ପୌରାଞ୍ଚଳରୁ ଚିହ୍ନଟ ଆକ୍ରାନ୍ତ ବରଗଡ଼ କୋଭିଡ୍‌ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ବୋଲି ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କଲ୍ୟାଣୀ ଦାଶ ସୂଚନା ଦେଇଛନ୍ତି। ଏହାପରେ ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୪୩୧ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ ୩୫୧ ଜଣ ସୁସ୍ଥ ହୋଇଛନ୍ତି। ଅନ୍ୟପକ୍ଷରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଆଉ ୭୯ ଜଣ ସକ୍ରିୟ ରହି ବିଭିନ୍ନ କୋଭିଡ୍‌ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଘରେ ଶୋଇଥିବା ବେଳେ ବ୍ୟକ୍ତିଙ୍କୁ ହତ୍ୟା, ପୋଲିସ କରୁଛି ଛାନଭିନ୍‌

ମୁନିଗୁଡ଼ା,୧୮।୩(ଡି.ଏନ୍‌.ଏ.): ରାୟଗଡ଼ା ଜିଲା ଅମ୍ବାଦଳା ଥାନା କାଞ୍ଚନଭଟା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ମଙ୍ଗଳବାର ରାତିରେ ସୁନ୍ଦରଫୁଲ ଗୌଡ଼(୪୬) ତାଙ୍କ ଘରେ ଶୋଇଥିବା ବେଳେ...

୩୦ ଗ୍ରାମ ବ୍ରାଉନସୁଗାର ଜବତ: ଯୁବକ ଗିରଫ

ପୁରୀ ଅଫିସ, ୨୨ା୧: ପୁରୀ ଅବକାରୀ ପୋଲିସ ସାକ୍ଷୀଗୋପାଳ ବସଷ୍ଟାଣ୍ଡ ନିକଟରୁ ଜଣେ ଯୁବକଙ୍କୁ ବ୍ରାଉନସୁଗାର ବିକ୍ରି ଅଭିଯୋଗରେ ଗିରଫ କରିଛି। ସେ ହେଲେ ଡେଲାଙ୍ଗ...

କାମରେ ଲାଗୁନି ଭାରୀଯାନ ପାର୍କିଂ କଟକଣା

ପାରାଦୀପ,୨୪ା୨(ସ୍ବ.ପ୍ର.): ପାରାଦୀପ ଶିଳ୍ପ ସହରର ଅଠରବାଙ୍କୀ ଗୋଲେଇଛକରୁ ଦୋଛକି ପର୍ଯ୍ୟନ୍ତ ରାସ୍ତା ସବୁଠାରୁ ବ୍ୟସ୍ତବହୁଳ। ଏହି ୪.୫ କିମି ରାସ୍ତାରେ ଅଧିକାଂଶ ସମୟ ଭିଡ଼ ହୋଇଥାଏ।...

ନିଶ୍ଚିନ୍ତକୋଇଲି ବ୍ଲକରେ ବଜ୍ରପାତ: ୨ମୃତ, ୩ ଆହତ

ନିଶ୍ଚିନ୍ତକୋଇଲି, ୬।୮(ସ୍ବ.ପ୍ର): କେନ୍ଦ୍ରାପଡ଼ା ଜିଲା ନିଶ୍ଚିନ୍ତକୋଇଲି ବ୍ଲକ ଅଞ୍ଚଳରେ ମଙ୍ଗଳବାର ବଜ୍ରପାତରେ ୨ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଆହତ ହୋଇଛନ୍ତି। ମୃତକ ହେଲେ...

ଖଣିରେ ଅଗ୍ନିକାଣ୍ଡ: ଅପରେଟର ଗୁରୁତର

କାଳିଆପାଣି,୨୬।୧୧: ଯାଜପୁର ଜିଲା ସୁକିନ୍ଦା ବ୍ଲକ କାଳିଆପାଣି ଥାନା ଅନ୍ତର୍ଗତ ଏକ ଖଣିରେ ଅଗ୍ନିକାଣ୍ଡ ଘଟିଛି। ଡିଜିରେ ନିଆଁ ଲାଗିଯିବାରୁ ଅପରେଟର ପୋଡି ହୋଇ ଗୁରୁତର...

‘ଅମ୍ଫନ’ ପାଇଁ ଜଳଭଣ୍ଡାରରୁ ପାଣି ଛଡାଗଲା

ଭଞ୍ଜନଗର,୧୭।୫(ଡି.ଏନ୍‌.ଏ.)- ସାମୁଦ୍ରିକ ଝଡ଼ ଅମ୍ଫନ୍‌ ପ୍ରଭାବ ଓଡ଼ିଶାର କେତେକ ଜିଲାରେ ପଡିବାକୁ ଥିବାରୁ ଜଳସମ୍ପଦ ବିଭାଗ ପକ୍ଷରୁ ସମ୍ପୃକ୍ତ ଜିଲାରେ ଥିବା ଜଳଭଣ୍ଡାରର ଜଳସ୍ତର କମାଇବାକୁ...

ପରିବେଶର ସୁରକ୍ଷା ଲାଗି ବୃକ୍ଷରୋପଣ ଜରୁରୀ

ଖପ୍ରାଖୋଲ,୫।୬(ଡି.ଏନ.ଏ.): ଖପ୍ରାଖୋଲ ବ୍ଲକ ବଡଗୁର୍ଜିଭଟାଠାରେ ବନ ବିଭାଗ ପକ୍ଷରୁ ବିଶ୍ୱ ପରିବେଶ ଦିବସ ବୁଧବାର ପାଳିତ ହୋଇଯାଇଛି । ଏହି ଅବସରରେ ସ୍ଥାନୀୟ ଉଚ୍ଚ ପ୍ରାଥମିକ...

ବର୍ଷା ନାହିଁ, ଅଟକିଯାଇଛି ଚାଷ କାର୍ଯ୍ୟ:ବୁଣା ସରିଲାଣି, ରୁଆ ମନ୍ଥର

ଅନୁଗୋଳ ଅଫିସ, ୧୬।୭ ଜୁନ ଯାଇ ଜୁଲାଇ ଅଧା ହେଲାଣି। ଏପରି ସମୟରେ ଚାଷ କାର୍ଯ୍ୟ ଜୋର ଧରିବା କଥା। ହେଲେ ଜୁନ ପରି ଜୁଲାଇରେ...

Coronavirus Update

UTI
Archives

Model This Week

Why Dharitri

Leave a comment

Your email address will not be published. Required fields are marked *