ଶ୍ରୀଲଙ୍କାରେ ଚାଇନା ଯୁଦ୍ଧପୋତ: ଭାରତର ବଢ଼ିଲା ଚିନ୍ତା…

କଲମ୍ବୋ,୧୨।୮ : ଚାଇନାର ପିପୁଲ୍ସ ଲିବରେଶନ ଆର୍ମିର ଯୁଦ୍ଧ ଜାହାଜ  ଶ୍ରୀଲଙ୍କାରେ ପହଞ୍ଚିଛି। ଶ୍ରୀଲଙ୍କା ନୌସେନା ସୂଚନା ଦେଇଛି ଚାଇନା ଯୁଦ୍ଧପୋତ କଲମ୍ବୋ ବନ୍ଦରରେ ଶନିବାର ପର୍ଯ୍ୟନ୍ତ ରହିବ। ଗତ ବର୍ଷ ମଧ୍ୟ ଶ୍ରୀଲଙ୍କା ବନ୍ଦରରେ ଚାଇନାର ଏକ ଗୁପ୍ତଚର ଜାହାଜ ଅଟକି ରହିଥିଲା। ହୈୟ ହାଙ୍ଗ ୨୪ ହାଓ ନାମକ ଯୁଦ୍ଧ ଜାହାଜ ଉନ୍ନତ ଜ୍ଞାନକୌଶଳରେ ନିର୍ମିତ।

ରିପୋର୍ଟ ଅନୁଯାୟୀ, ଚାଇନା ଯୁଦ୍ଧ ଜାହାଜରେ ସମୁଦାୟ ୧୩୮ଜଣ କ୍ରୁ ସଦସ୍ୟ ଅଛନ୍ତି। ଏହାର ଲମ୍ବ ୧୨୯ ମିଟର। ଏହି ଜାହାଜର କ୍ୟାପଟେନ ହେଉଛନ୍ତି ଜିନ ଶିନ। ଭାରତର ବିରୋଧ ଯୋଗୁଁ ଶ୍ରୀଲଙ୍କା ଜାହାଜ ଆସିବାକୁ ମନା କରିଦେଇଥିଲା। ତେବେ ଗୋଟିଏ ବର୍ଷ ପରେ ପୁଣି ଚାଇନାର ଏକ ଜାହାଜକୁ ଶ୍ରୀଲଙ୍କା ବନ୍ଦରକୁ ଅଣାଯାଇଛି। ଏନେଇ ଭାରତର ଚିନ୍ତା ବଢ଼ିବାରେ ଲାଗିଛି।

ଚାଇନା ଯୁଦ୍ଧପୋତ ଶ୍ରୀଲଙ୍କାରେ ଥିବାରୁ ଉଦବେଗ ପ୍ରକାଶ କରି ଭାରତ କହିଛି ସୁରକ୍ଷା ସ୍ବାର୍ଥକୁ ପ୍ରଭାବିତ କରୁଥିବା ଯେକୌଣସି କାର୍ଯ୍ୟକଳାପ ଉପରେ କଡ଼ା ନଜର ରଖାଯାଇଛି। ଦେଶର ସୁରକ୍ଷା ପାଇଁ ସେ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯିବ।

ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗଚି ଗଣମାଧ୍ୟମ ସହିତ କଥାବାର୍ତ୍ତା ସମୟରେ ଏହି ପ୍ରସଙ୍ଗରେ ଏକ ପ୍ରଶ୍ନର ଉତ୍ତର ଦେଇ ଏସମ୍ପର୍କରେ ସୂଚନା ପ୍ରଦାନ କରିଛନ୍ତି।

ଚାଇନା ଯୁଦ୍ଧପୋତରେ ସିସିଟିଭି ବ୍ୟବସ୍ଥା ରହିଛି। ଚାଇନା ଯୁଦ୍ଧପୋତ ଭାରତୀୟ ସୁରକ୍ଷା ସୂଚନାକୁ ଟ୍ରାକ କରିବା ଆଶଙ୍କ ନେଇ ଭାରତ ଚିନ୍ତିତ ରହିଛି।

 


Enter your email to get our daily news in your inbox.

All Right Reserved By Dharitri.Com

ପହିଲି ରଜରେ ସ୍ତ୍ରୀ ହେଉଥିଲେ ସଜବାଜ; କଟୁରୀରେ ହାଣିଲେ ସ୍ୱାମୀ, କାରଣ ଜାଣିଲେ ତାଜୁବ ହୋଇଯିବେ…

ଭୁବନେଶ୍ୱର୧୪।୬: ରାଜଧାନୀ ଭୁବନେଶ୍ୱରରେ ଏକ ଅଭାବନୀୟ ତଥା ସଂଘାତିକ ଘଟଣା ସାମ୍ନାକୁ ଆସିଛି। ପହିଲି ରଜର ଆନନ୍ଦ ଉଲ୍ଲାସ ମଧ୍ୟରେ ମଞ୍ଚେଶ୍ୱର ଅଞ୍ଚଳରେ ଘଟିଯାଇଛି ଏକ ରକ୍ତାକ୍ତ…

ଜେଲ ଗଲେ ସରପଞ୍ଚ ଚାମେଲି ଓଝା

କେନ୍ଦ୍ରାପଡ଼ା/ମହାକାଳପଡା, ୧୪ା୬ (ଜଗନ୍ନାଥ ଧଳ/ପ୍ରତାପ ଚନ୍ଦ୍ର ସ୍ୱାଇଁ): ଗତ ୧୦ ତାରିଖଠାରୁ ଗଣମାଧ୍ୟମ ଚର୍ଚ୍ଚାରେ ଥିବା କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ଥାନା ତିଖିରୀ ପଞ୍ଚାୟତ ସରପଞ୍ଚ ଚାମେଲି…

ଡିଜି ପାହ୍ୟା: ବରିଷ୍ଠତା ଦେଖିପାରନ୍ତି

ଭୁବନେଶ୍ୱର,୧୪।୬(ସୁନିତ୍‌ ମିଶ୍ର): କେନ୍ଦ୍ର ସରକାରଙ୍କ ଅଧୀନରେ ଆସୁଥିବା ବିଭିନ୍ନ ଡିଜି ପାହ୍ୟାର ପଦବୀରେ ନିଯୁକ୍ତି ପାଇବା ପାଇଁ ଦେଶର ୩୩ ଜଣ ଆଇପିଏସ୍‌ ଅଫିସରଙ୍କ ତାଲିକା ୧୨…

ବିକ୍ରି ନ ହୋଇ ମଣ୍ଡିରେ ପଡ଼ିଛି ଧାନ, ଏପଟେ ବରଗଡ଼ରୁ ଆନ୍ଧ୍ରକୁ ହେଉଛି ଚାଲାଣ

ବରଗଡ଼,୧୩ା୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ରବି ଧାନ ସଂଗ୍ରହ ପ୍ରକ୍ରିୟାକୁ ମାସେ ବିତି ଯାଇଛି। ତେବେ ଜିଲାରେ ଏବେ ମଧ୍ୟ ଧାନ ଉଠାଣ ପ୍ରକ୍ରିୟା ଶୀଥିଳ ଗତିରେ…

ଆଫଗାନିସ୍ତାନକୁ ହରାଇଲା ଭାରତ, ୧୩ ବଲ୍‌ରେ…

ଧର୍ମଶାଳା,୧୩ା୬: ଧର୍ମଶାଳାରେ ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ଖେଳାଯାଇଥିବା ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ୍‌ ସିରିଜରେ ଭାରତ ବିଜୟ ଲାଭ କରିଛି। ବର୍ଷା ପ୍ରଭାବିତ ପ୍ରଥମ ଦିନିକିଆରେ ଟିମ୍‌…

୨୪ ଘଣ୍ଟାରେ ହୋଇପାରେ ଆମେରିକା-ଇରାନ ଶାନ୍ତି ଚୁକ୍ତି: ଶେହବାଜ

ଇସ୍‌ଲାମାବାଦ,୧୩ା୬: ମଧ୍ୟପ୍ରାଚ୍ୟରେ ଯୁଦ୍ଧ ବନ୍ଦ ପାଇଁ ଆଗାମୀ ୨୪ ଘଣ୍ଟା ମଧ୍ୟରେ ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଚୁକ୍ତିନାମା ଚୂଡ଼ାନ୍ତ ହୋଇପାରେ ବୋଲି ମୁଖ୍ୟ ମଧ୍ୟସ୍ଥ…

ସରକାରଙ୍କ ବଡ଼ ନିଷ୍ପତ୍ତି: ୧୮ ବର୍ଷ ପରେ ନୂଆ ଆଧାର ମନା, ମୁଖ୍ୟମନ୍ତ୍ରୀ କହିଲେ…

ଗୁଆହାଟୀ,୧୩ା୬(ପି.ଟି.): ବେଆଇନ ଆପ୍ରବାସୀମାନେ ଯେପରି ଆଧାର କାର୍ଡ ହାସଲ ନ କରନ୍ତି, ସେଥିପାଇଁ ଆସାମରେ ୧୮ ବର୍ଷ ବୟସରୁ ଊର୍ଦ୍ଧ୍ୱଙ୍କୁ ଆଉ ନୂଆ ଆଧାର କାର୍ଡ ଜାରି…

ଛତ୍ରପୁର ପୌରପରିଷଦର ଅଧ୍ୟକ୍ଷାଙ୍କ ବିୟୋଗ: ବାସଭବନରେ ପହଞ୍ଚି ପରିବାରବର୍ଗଙ୍କୁ ଭେଟିଲେ ମନ୍ତ୍ରୀ-ବିଧାୟକ

ଛତ୍ରପୁର,୧୩ା୬(ଦିଲ୍ଲୀପ ସାମଲ): ଛତ୍ରପୁର ପୌରପରିଷଦର ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନଙ୍କ ଗତ ବୁଧବାର ଅକାଳରେ ବିୟୋଗ ଘଟିଥିଲା। ଏ ନେଇ ଛତ୍ରପୁର ଓ ଆଖପାଖ ଅଞ୍ଚଳରେ ଶୋକ ଛାୟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri