ଚିନ୍ତାବ୍ୟକ୍ତ କଲା ଚାଇନା

ନୂଆଦିଲ୍ଲୀ/ବେଜିଂ,୧।୭: କେନ୍ଦ୍ର ସରକାର ଦେଶରେ ଚାଇନା ଭିଡିଓ ଆପ୍‌ ଟିକ୍‌ଟକ୍‌ ସମେତ ୫୯ଟି ଆପ୍ଲିକେଶନ ଉପରେ ସୋମବାର କଟକଣା ଜାରି କରିଛନ୍ତି। ଟିକ୍‌ଟକ୍‌କୁ ଗୁଗଲ ପ୍ଲେ ଷ୍ଟୋର ଓ ଆପ୍‌ ଷ୍ଟୋରରୁ ହଟାଇ ଦିଆଯାଇଛି। ଫଳରେ ଏହା କାମ କରିବା ବନ୍ଦ କରିଦେଇଛି। ଏହା ସତ୍ତ୍ୱେ ଯେଉଁମାନଙ୍କ ମୋବାଇଲରେ ଏହି ଆପ୍‌ ଡାଉନ୍‌ଲୋଡ୍‌ ହୋଇ ରହିଛି, ସେମାନେ କିଛି ସମୟ ପାଇଁ ଏହାକୁ ବ୍ୟବହାର କରିପାରିବେ। ଅନ୍ୟପକ୍ଷରେ ସରକାରଙ୍କ ନିଷ୍ପତ୍ତିକୁ ନେଇ ଚାଇନା ଚିନ୍ତାବ୍ୟକ୍ତ କରିଛି।
ଜାତୀୟ ସୁରକ୍ଷା ଦୃଷ୍ଟିରୁ ଟିକ୍‌ଟକ୍‌ ଓ ଅନ୍ୟ ୫୮ ଚାଇନା ଆପ୍‌କୁ ଭାରତ ସରକାରଙ୍କ ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ବ୍ୟାନ୍‌ କରିଛି। ଏନେଇ ମଙ୍ଗଳବାର ଟିକ୍‌ଟକ୍‌ ଇଣ୍ଡିଆର ମୁଖ୍ୟ ନିଖିଲ ଗାନ୍ଧୀ କହିଛନ୍ତି, ସରକାରଙ୍କ ପକ୍ଷରୁ ଆମକୁ ସ୍ପଷ୍ଟୀକରଣ ମଗାଯାଇଛି। ଭାରତରେ ଏହି ଆପ୍‌କୁ ସୁରକ୍ଷିତ ଭାବେ ଚଳାଇବା ପାଇଁ ଆମେ ସମସ୍ତ ଦିଗ ଉପରେ ଧ୍ୟାନ ଦେଉଛୁ। ଚାଇନା ବହିର୍ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ଝାଓ ଲିଜିଆନ୍‌ କହିଛନ୍ତି, ଭାରତ ସରକାରଙ୍କ ନୋଟିସ ମିଳିଛି। ଆମେ ସ୍ଥିତି ଯାଞ୍ଚ କରୁଛୁ। ଚାଇନା ସରକାର ସବୁବେଳେ ନିଜ ଦେଶର କମ୍ପାନୀଗୁଡ଼ିକୁ ଅନ୍ତର୍ଜାତୀୟ ଓ ସ୍ଥାନୀୟ ଆଇନ ତଥା ଅନ୍ୟ ନିୟମଗୁଡ଼ିକୁ ବିଦେଶରେ ମାନିବାକୁ ପରାମର୍ଶ ଦେଇଥାଏ। ଚାଇନା ସମେତ ବିଦେଶୀ ପୁଞ୍ଜିନିବେଶକାରୀଙ୍କ ବୈଧ ଓ ଆଇନଗତ ଅଧିକାର ବଜାୟ ରଖିବା ଭାରତ ସରକାରଙ୍କ ଉତ୍ତରଦାୟିତ୍ୱ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପିତୃ ଶବ୍ଦର ମହାନତା

ପିତୃ’ ବା ତତ୍ସମ ଶବ୍ଦ ଯଥା ପିତା, ତାତ, ଜନକ, ବାପା, ବାପୁ, ବାବୁ, ପାପା, ନନା, ବାବା, ଡାଡି, ଡାଡ୍‌, ଡେ’ ଏହିପରି ଏକାର୍ଥବୋଧକ ଯେତେ…

ମଣିମା ଶୁଣିମା ହେଉ

ବାଲ୍ୟକାଳରେ ଶୁଣିଥିବା କାହାଣୀ ବେଳେବେଳେ ବିସ୍ମୃତିରୁ ବାହୁଡ଼ିଆସେ। ସେତେବେଳେ ଶିଶୁମନକୁ ଖୁବ୍‌ ପ୍ରଭାବିତ କରିଥିବା କାହାଣୀର ବିଲୋଳ ଚରିତ୍ର ଆଖି ଆଗରେ ଉଭାହୁଏ। ସାମ୍ପ୍ରତିକ ସମୟର ଲାଞ୍ଚମିଛ,…

ଇରାନ ପରେ ଇସ୍ତ୍ରାଏଲ ଉପରେ ଆକ୍ରମଣ କଲେ ହୁଥି ବିଦ୍ରୋହୀ, ସାମରିକ ଘାଟି ଉପରେ କ୍ଲଷ୍ଟର….

ତେହେରାନ,୫।୪: ଇରାନ ବ୍ୟତୀତ, ୟେମେନର ହୁତି ବିଦ୍ରୋହୀମାନେ ଏବେ ଇସ୍ରାଏଲ ଉପରେ ଏକ ବଡ଼ ଆକ୍ରମଣ ଆରମ୍ଭ କରିଛନ୍ତି । ଏକ ରିପୋର୍ଟ ଅନୁଯାୟୀ, ହୁଥି ବିଦ୍ରୋହୀମାନେ…

କେବଳ ଦର୍ଶକ

ମଧ୍ୟପ୍ରାଚ୍ୟ ଯୁଦ୍ଧ ଏବେ ଦ୍ୱିତୀୟ ମାସରେ ପ୍ରବେଶ କରିଛି। ଏହା ଏକ ଲମ୍ବା ଯୁଦ୍ଧ ହେବାକୁ ଯାଉଛି ଏବଂ ଏ ସମ୍ପର୍କରେ ମୁଁ କିଛି ଟିପ୍ପଣୀ ଦେବା…

ଆରମ୍ଭ ହେବ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା, ଅଧିକ ୫ କେଜି ଚାଉଳ ପାଇବେ ହିତାଧିକାରୀ

ଭୁବନେଶ୍ୱର,୫।୪(ସୁନିତ୍‌ ମିଶ୍ର): ଜାତୀୟ ଖାଦ୍ୟ ସୁରକ୍ଷା ଆଇନ (ଏନ୍‌ଏଫ୍‌ଏସ୍‌ଏ) ଏବଂ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା (ଏସ୍‌ଏଫଏସ୍‌ଏସ୍‌)ର ହିତାଧିକାରୀ ଏଣିକି ଅଧିକ ୫ କେଜି ଲେଖାଏ ଚାଉଳ…

ଜିରାନଦୀରେ ମିଶୁଛି ସହରର ନର୍ଦ୍ଦମା ପାଣି, ରୋଗରେ ହନ୍ତସନ୍ତ ଲୋକେ

ବରଗଡ଼,୫।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ର ଜୀବନ ରେଖା କୁହାଯାଉଥିବା ଜୀରାନଦୀ ଜଳ ପ୍ରଦୂଷିତ ହେଉଛି । କେବଳ ସେତିକି ନୁହେଁ, ଜବରଦଖଲ ଯୋଗୁ ଦିନକୁ ଦିନ ନଦୀ ସଙ୍କୁଚିତ…

ଧାନ କିଣି ନେଲେ ହେଲେ ଦେଲେନି ଟଙ୍କା: ମାଗିବାରୁ ଦେଉଥିଲେ ହତ୍ୟା ଧମକ, ଏବେ…

ରିଆମାଳ,୫।୪(ବଦ୍ରୀ ନାରାୟଣ ଅଗ୍ରୱାଲ): ରିଆମାଳ ଥାନାଞ୍ଚଳର ବିଭିନ୍ନ ଗ୍ରାମର ଗରିବ ଚାଷୀଙ୍କ ନିକଟରୁ ପ୍ରାୟ ଲକ୍ଷ ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି। ଏ ନେଇ…

ବିଶ୍ୱ ତୀରନ୍ଦାଜୀ ପାରା ସିରିଜ୍‌ ୨୦୨୬: ପାୟଲ ନୂଆ ବିଶ୍ୱବିଜେତା

ବଲାଙ୍ଗୀର,୫।୪(ବୀରେନ୍ଦ୍ର କୁମାର ଝାଙ୍କର): ବିଶ୍ୱ ତୀରନ୍ଦାଜୀ ପାରା ସିରିଜ୍‌ ୨୦୨୬ର ନୂଆ ବିଶ୍ୱ ବିଜେତା ସାଜିଛନ୍ତି ଓଡ଼ିଶା (ବଲାଙ୍ଗୀର)ର ବିସ୍ମୟ ପ୍ରତିଭା ପାୟଲ ନାଗ। ଥାଇଲାଣ୍ଡର ବ୍ୟାଙ୍କକ୍‌ଠାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri