Posted inଜାତୀୟ

ଭାଇଜାଗ୍‌ ଫାର୍ମରେ ଗ୍ୟାସ୍‌ ଲିକ୍‌: ୨ ମୃତ

ବିଶାଖାପାଟଣା,୧।୭(ଆଇଏଏନ୍‌ଏସ୍‌): ବିଶାଖାପାଟଣାସ୍ଥିତ ଏକ ଫାର୍ମାସ୍ୟୁଟିକାଲ ୟୁନିଟ୍‌ରେ ଗ୍ୟାସ୍‌ ଲିକ୍‌ହୋଇ ୨ ଜଣ ପ୍ରାଣ ହରାଇଥିବା ବେଳେ ୪ ଗୁରୁତର ହୋଇପଡ଼ିଛନ୍ତି। ପର୍‌ଓ୍ବାଡ଼ାର ଜବାହରଲାଲ୍‌ ନେହେରୁ ଫାର୍ମା କମ୍ପାନୀର ସାଇନର ଲାଇଫ୍‌ ସାଇନ୍‌ସେସ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ରେ ସୋମବାର ରାତ ୧୧.୩୦ରେ ଘଟିଥିଲା। ମଙ୍ଗଳବାର ଘଟଣା ସମ୍ପର୍କରେ ଜଣାପଡ଼ିଥିଲା। ଗୋଟିଏ ରିଆକ୍ଟରରୁ ଆଉ ଏକ ରିଆକ୍ଟରକୁ ହାଇଡ୍ରୋଜେନ୍‌ ସଲ୍‌ଫାଏଡ୍‌ ପଠାଯାଉଥିବା ବେଳେ ଏହା ଲିକ୍‌ ହେବାରୁ ଦୁର୍ଘଟଣା ହୋଇଥିବା ରେଭେନ୍ୟୁ ଡିଭିଜନାଲ ଅଫିସର ପି. କିଶୋର ପ୍ରକାଶ କରିଛନ୍ତି। ମୃତକମାନେ ହେଲେ ଶିଫ୍ଟ ଇନ୍‌ଚାର୍ଜ ଆର୍‌. ନରେନ୍ଦ୍ର ଓ ଏମ୍‌. ଗୌରୀଶଙ୍କର। ପୋଲିସ ଘଟଣାସ୍ଥଳ ପରିଦର୍ଶନ କରି ତଦନ୍ତ ଆରମ୍ଭ କରିଛି। ଜିଲାପାଳ ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। କାରଖାନା ବନ୍ଦ କରାଯାଇଥିବା ପ୍ରକାଶ।


Enter your email to get our daily news in your inbox.

All Right Reserved By Dharitri.Com

ଗାମ୍ବିଆରେ ଶିଶୁ ମୃତ୍ୟୁ ପାଇଁ ଭାରତ କଫ ସିରପ ଦାୟୀ: ସିଡିସି ରିପୋର୍ଟି…

ନୂଆଦିଲ୍ଲୀ,୪।୩ : ଆମେରିକାର ରୋଗ ନିୟନ୍ତ୍ରଣ ଏବଂ ପ୍ରତିରୋଧ କେନ୍ଦ୍ର (ସିଡିସି) ଏବଂ ଗାମ୍ବିଆର ସ୍ବାସ୍ଥ୍ୟ କର୍ତ୍ତୃପକ୍ଷଙ୍କ ମିଳିତ ଅନୁସନ୍ଧାନରେ ଗାମ୍ବିଆରେ ଶିଶୁଙ୍କ ମୃତ୍ୟୁ ଏବଂ...

ପାର୍ଲାମେଣ୍ଟ ସରଗରମ: ବିରୋଧୀଙ୍କ କକ୍ଷତ୍ୟାଗ

ନୂଆଦିଲ୍ଲୀ,୧୧ା୭(ପି.ଟି.): କର୍ନାଟକର ରାଜନୈତିକ ଘଟଣାକ୍ରମକୁ ନେଇ କ୍ରମାଗତ ତୃତୀୟ ଦିନ ଧରି ପାର୍ଲାମେଣ୍ଟର ଉଭୟ ଗୃହ ସରଗରମ ହୋଇଛି। ଲୋକ ସଭାରେ କଂଗ୍ରେସ ନେତା ଅଧୀର...

ଗାନ୍ଧୀଙ୍କ ମୂର୍ତ୍ତି ସମ୍ମୁଖରେ ଭୋ ଭୋ କାନ୍ଦିଲେ ସମାଜବାଦୀ ପାର୍ଟି ନେତା: ଭିଡ଼ିଓ ଭାଇରାଲ

ଲକ୍ଷ୍ନୌ,୩।୧୦: ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀରେ ସମାଜବାଦୀ ପାର୍ଟି ନେତା ଫିରୋଜ ଖାଁ ଭୋ ଭୋ ହୋଇ କାନ୍ଦିଛନ୍ତି। ଭାଜପା ଦେଶରେ ନାଟକ କରୁଛି ବୋଲି...

ଭିଡ଼ ହିଂସାରେ ଜଳିଗଲା ନିରୀହ ଜୀବନ: ୪୩ ମୃତଦେହ ମଧ୍ୟରୁ ୩୦ ଚିହ୍ନଟ

ନୂଆଦିଲ୍ଲୀ,୨୯।୨: ଦିଲ୍ଲୀରେ ଘଟିଥିବା ଭିଡ ହିଂସାରେ ବହୁ ନିରୀହ ଜୀବନ  ଜଳି ଯାଇଛି। ସେମାନେ ସିଏଏର ସମର୍ଥକ ଅବା ବିରୋଧି ନ ଥିଲେ। କିମ୍ବା ଦଙ୍ଗାରେ...

ସହରୀ ମାଓବାଦ-ଜେହାଦ୍‌ ସମ୍ପର୍କର ପର୍ଦ୍ଦାଫାଶ୍‌: ଏନ୍‌ଆଇଏ ଚାର୍ଜଶିଟ୍‌ରେ ଉଲ୍ଲେଖ

ନୂଆଦିଲ୍ଲୀ, ୧୫।୧୦: ସହରୀ ମାଓବାଦ ଏବଂ ଜେହାଦ୍‌ ମଧ୍ୟରେ ଥିବା ସମ୍ପର୍କର ପର୍ଦ୍ଦାଫାଶ୍‌ ହୋଇଛି। ଏନେଇ ଏନ୍‌ଆଇଏ ଚାର୍ଜଶିଟ୍‌ରେ ଉଲ୍ଲେଖ କରାଯାଇଛି। ସହରୀ ମାଓବାଦକୁ ଜେହାଦୀ...

ମାୟାବତୀ ବଞ୍ଚିଛନ୍ତି କେବଳ ଭାଜପା ପାଇଁ: ସାକ୍ଷି ମହାରାଜ

ନୂଆଦିଲ୍ଲୀ,୩୦ ।୪: ଉତ୍ତର ପ୍ରଦେଶର ବହୁଜନ ସମାଜ ପାର୍ଟି(ବିଏସପି) ମୁଖ୍ୟ ମାୟାବତୀ ପ୍ରଧାନମନ୍ତ୍ରୀ ହେବାର ଇଚ୍ଛା ରଖିଥିବା ପ୍ରକାଶ କରିବା ପରେ ରାଜନୈତିକ ଚର୍ଚ୍ଚା ଜୋର...

ଗଣିବେ ହଜାରେ କୋଟି

ନୂଆଦିଲ୍ଲୀ,୩୧।୧୨: ଟିକସ ଫାଙ୍କି ଥିବାରୁ ମୋବାଇଲ ନିର୍ମାତା ସାଓମି ଏବଂ ଓପ୍ପୋକୁ ୧୦୦୦ କୋଟି ଟଙ୍କାର ଫାଇନ ଦେବାକୁ ପଡ଼ିପାରେ। ଏ ନେଇ ସୂଚନା ଦେଇଛନ୍ତି...

‘ଆଦିପୁରୁଷ’ ଟ୍ରେଲରକୁ ନେଇ ବିବାଦ: ଗୃହମନ୍ତ୍ରୀ ଦେଲେ ଚେତାବନୀ

ଭୋପାଳ,୪।୧୦: ବଲିଉଡ ଫିଲ୍ମ ‘ଆଦିପୁରୁଷ’ ଟ୍ରେଲରର ଏକ ଦୃଶ୍ୟକୁ ନେଇ ବିବାଦ ଦେଖାଦେଇଛି। ମଧ୍ୟପ୍ରଦେଶ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ର ମଙ୍ଗଳବାର କହିଛନ୍ତି, ସେ ‘ଆଦିପୁରୁଷ’ ଟ୍ରେଲର...

Advertisement
Archives

Model This Week