ଚାଇନା ନିଜକୁ ବଞ୍ଚାଉ

ଗର୍ନଟ ୱାଗନର, କନୋର ଓ୍ବାଲ୍ସ

ଅର୍ଥନୈତିକ ଅଭିବୃଦ୍ଧିରେ ଚାଇନା ମଡେଲର ଏକ ଚମତ୍କାର ସଫଳତା ରହିଆସିଛି। ରପ୍ତାନି ପ୍ରୋତ୍ସାହନ, ପୁଞ୍ଜି ନିବେଶ ଏବଂ ବୈଷୟିକ ଜ୍ଞାନକୌଶଳ ଉପରେ ଗୁରୁତ୍ୱ ଦେଇ ଏହା ଗତ ୪୦ ବର୍ଷ ମଧ୍ୟରେ ପ୍ରାୟ ୮୦୦ ନିୟୁତ ଲୋକଙ୍କୁ ଦାରିଦ୍ର୍ୟରୁ ମୁକ୍ତ କରିଛି। ସମ୍ପ୍ରତି ଏହା ନିଜ ଦେଶରେ ସ୍ବଚ୍ଛ ସବୁଜ ଶକ୍ତି ବ୍ୟବହାର କ୍ଷେତ୍ରରେ ବିକାଶ କରିବା ସହିତ ବିଶ୍ୱବ୍ୟାପୀ ଅକ୍ଷୟଶକ୍ତି ଏବଂ ବ୍ୟାଟେରିଗୁଡ଼ିକର ମୂଲ୍ୟ ହ୍ରାସ କରିବା ପାଇଁ କାର୍ଯ୍ୟ କରିଛି। କେବଳ ୨୦୨୩ରେ ଚାଇନା ୧୫୦ ଗିଗାୱାଟ୍‌ରୁ ଅଧିକ ସୌର କ୍ଷମତା ବିଶିଷ୍ଟ ୟୁନିଟ୍‌ ସ୍ଥାପନ କରିବ, ଯାହା ବିଶ୍ୱର ବାର୍ଷିକ ଶକ୍ତିର ଅଧା। ଏହି ସବୁ ତଥ୍ୟ ଦର୍ଶାଯାଉଥାଇପାରେ, କିନ୍ତୁ ଚାଇନାର ଦୃଷ୍ଟିକୋଣ ସେତିକି ଅନୁକୂଳ ନୁହେଁ। ଏହାର ଅଭିବୃଦ୍ଧି ଗତି ଏପାଖସେପାଖ ହେବା ଆରମ୍ଭ ହୋଇଯାଇଛି। ନିକଟରେ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍‌ଏଫ୍‌) ଚଳିତବର୍ଷ ଜିଡିପି ଅଭିବୃଦ୍ଧି କେବଳ ୫% ରହିବ ବୋଲି ଆକଳନ କରିଛି। ଅଧିକ ଦାବି କରାଯାଉଥିବା ଦୁଇଅଙ୍କ ବିଶିଷ୍ଟ ଅଭିବୃଦ୍ଧିଠାରୁ ଏହା ବହୁ ଦୂରରେ। ଚିନ୍ତାର ବିଷୟ, ଏହାର ଅଭିବୃଦ୍ଧି ହାର ଲଗାତର ବିକଶିତ ଅର୍ଥ ବ୍ୟବସ୍ଥାଗୁଡ଼ିକର ସ୍ତର ଆଡ଼କୁ ଖସିବ। ଏଣୁ ଜିଡିପି ଦୃଷ୍ଟିରୁ ବିଚାର କଲେ ଚାଇନା ତା’ ଜନସଂଖ୍ୟାର ୪ ଭାଗରୁ ଭାଗେ ଥିବା ଆମେରିକାକୁ ଛୁଇଁପାରିବ କି ନାହିଁ ତାକୁ ନେଇ ଅନେକ ପ୍ରଶ୍ନ ଉଠିଛି। ଚାଇନାର କାର୍ବନ ଡାଇଅକ୍ସାଇଡ ନିର୍ଗମନ ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି, ଯାହା ବର୍ତ୍ତମାନ ବିଶ୍ୱର ମୋଟ ନିର୍ଗମନର ଏକ ତୃତୀୟାଂଶ। ଅକ୍ଷୟଶକ୍ତିକୁ ବ୍ୟାପକ ମାତ୍ରାରେ ଉତ୍ସାହିତ କରାଯାଉଥିଲେ ମଧ୍ୟ ଚାଇନାର ବିଦ୍ୟୁତ୍‌ ବ୍ୟବହାର ଏତେ ଦ୍ରୁତ ଗତିରେ ବୃଦ୍ଧି ପାଇଛି ଯେ ଏହାର ଆବଶ୍ୟକତା ପୂରଣ ଲାଗି ଯେଉଁ ରଣନୀତି ଆପଣାଇଛି ସେଥିରେ ଅତ୍ୟଧିକ କୋଇଲାଚାଳିତ ଶକ୍ତି ଅନ୍ତର୍ଭୁକ୍ତ। ଆର୍ଥିକ ପ୍ରତିକୂଳ ସ୍ଥିତି ସତ୍ତ୍ୱେ ସେ ଏହା କରିଚାଲିଛି।
ଚାଇନାର ଅଭିବୃଦ୍ଧି ଓ ନିର୍ଗମନ ସମସ୍ୟାଗୁଡ଼ିକର ଏକ ଉତ୍ସ ହେଉଛି ଅଣ-ଉପତ୍ାଦକ ନିବେଶ। ଅତ୍ୟଧିକ ଲାଭଦାୟକ ପ୍ରୋଜେକ୍ଟ ସତ୍ତ୍ୱେ ଚାଇନା ଏକ ମଧ୍ୟମ ଆୟବର୍ଗର ଦେଶ। ଗତ ଦଶନ୍ଧିରେ ପ୍ରପର୍ଟି ସେକ୍ଟରରେ ବ୍ୟାପକ ନିବେଶକୁ ଗୁରୁତ୍ୱ ଦେଇଆସିଛି। ୨୦୧୦ ଦଶନ୍ଧିରେ ଏହା ଜିଡିପିର ୨୫% ଥିଲା। ଚାଇନାର ସହରାଞ୍ଚଳରେ ରହୁଥିବା ମଧ୍ୟବିତ୍ତ ବର୍ଗଙ୍କ ପାଇଁ ଗୃହ ନିର୍ମାଣ କ୍ଷେତ୍ରରେ ଯାହା ନିବେଶ ଅବଶ୍ୟକ, ତା’ଠାରୁ ବହୁ ଅଧିକ ରହିଥିଲା। ଗୃହ ନିର୍ମାଣକାରୀ ସଂସ୍ଥାଗୁଡ଼ିକୁ ସ୍ଥାନୀୟ ସରକାର ପ୍ରୋତ୍ସାହନ ଯୋଗାଇ ଦେବା ସହିତ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକରୁ କମ୍‌ ସୁଧରେ ଋଣ ହିଁ ପ୍ରପର୍ଟି ସେକ୍ଟରକୁ ବିରାଟକାୟ କରିଦେଲା। ଏଥିରେ ବ୍ୟାପକ ସମ୍ପଦର ବ୍ୟବହାର ହେଲା। ବାସ୍ତବରେ ଏହାକୁ ଅନ୍ୟ ଆର୍ଥିକ କ୍ଷେତ୍ରରେ ବ୍ୟବହାର କରାଯାଇଥିଲେ ଭଲ ହୋଇଥାଆନ୍ତା। ଏହି ବିରାଟକାୟ ପ୍ରପର୍ଟି ସେକ୍ଟର ଏବେ ତ୍ରୁଟିଯୁକ୍ତ ବୋଲି ଜଣାପଡ଼ିଛି। ଏହା ଉପଭୋକ୍ତାଙ୍କ ଆମତ୍ବିଶ୍ୱାସ ହ୍ରାସ କରିଛି, ଯାହା କିଛି ବର୍ଷ ହେଲା ଅର୍ଥ ବ୍ୟବସ୍ଥାର ଜିଡିପି ଏବଂ ସେବା ଓ ସାମଗ୍ରୀର ଉପଯୋଗ ପ୍ରତି ବିପଦ ସୃଷ୍ଟି କରିଛି। ଯେଭଳି ୨୦୦୮ରେ ଅନେକ ପାଶ୍ଚାତ୍ୟ ରାଷ୍ଟ୍ର ଆର୍ଥିକ ସଙ୍କଟର ସମ୍ମୁଖୀନ ହୋଇଥିଲେ ଠିକ୍‌ ସେହିଭଳି ସ୍ଥିତି ଉପୁଜିବାକୁ ଯାଉଛି। ଚାଇନା ଏଥିରୁ ନିଜକୁ ବଞ୍ଚାଇବା ଦରକାର।
ଏହି ସ୍ଥିତିର ସମାଧାନ ସରଳ। ଅଭିବୃଦ୍ଧିର ଲାଭକୁ ବିଭିନ୍ନ କ୍ଷେତ୍ରରେ ବ୍ୟାପକ ଭାବେ ଶେୟାର କଲେ ଏହା ଘଟିବ। ଚାଇନାର ସେବା ଓ ସାମଗ୍ରୀର ଉପଯୋଗ ଜିଡିପିର ମାତ୍ର ୪୦%, ଯାହା ବୈଶ୍ୱିକ ହାର ତୁଳନାରେ ସବୁଠୁ କମ୍‌। ଏହା ଆମେରିକାଠାରୁ ମଧ୍ୟ ନିମ୍ନରେ ଅଛି। ଚାଇନାର ସାମାଜିକ ସୁରକ୍ଷା ନେଟ୍‌ଓ୍ବର୍କ ମଧ୍ୟ ଚାଇନିଜ୍‌ମାନଙ୍କୁ ସେମାନଙ୍କ ପାରିବାରିକ ଆୟର ସିଂହଭାଗ ଜମା ରଖିବାକୁ ବାଧ୍ୟକରୁଛି। ଏହା ଜାତୀୟ ବିତ୍ତୀୟ ବ୍ୟବସ୍ଥା ଦ୍ୱାରା ସିଧାସଳଖ ଘରୋଇ ନିବେଶକୁ ଚାଲିଯାଉଛି। ଏହି ସମୟ ମଧ୍ୟରେ ଚାଇନା ତ୍ରୁଟିପୂର୍ଣ୍ଣ ଭାବେ ବ୍ୟାଙ୍କ ସୁଧ ହାର କମ୍‌ କରିବା, ସାର୍ବଜନୀନ କ୍ଷେତ୍ରର ବ୍ୟବହାର ବୃଦ୍ଧି ଏବଂ ଅନ୍ୟାନ୍ୟ ନୀତି ଗ୍ରହଣ ପୂର୍ବକ ସୁଚିନ୍ତିତ ଭାବେ ଘରୋଇ ଉପଯୋଗକୁ ହ୍ରାସ କରି ନିବେଶକୁ ବୃଦ୍ଧି କରିଛି। ଉତ୍ପାଦକତା ଏବଂ ସୁଧହାରକୁ ନେଇ ରହିଥିବା ଏହିସବୁ ଭୁଲ୍‌ ଦୃଷ୍ଟିକୋଣକୁ ଦୂର କରାଯାଇପାରିଲେ ତାହା ଚାଇନିଜ୍‌ ପରିବାରଗୁଡ଼ିକୁ ଲାଭ ଦେବା ସହ ବିଶ୍ୱ ପାଇଁ ମଙ୍ଗଳଦାୟକ ହେବ। ଚାଇନାର ନିବେଶ ଜଳବାୟୁ ପାଇଁ ସବୁଠୁ କ୍ଷତିକାରକ। ଚାଇନା ବିଶ୍ୱର ଅଧା ଷ୍ଟିଲ ଓ କୋଇଲା ଏବଂ ୬୦% ସିମେଣ୍ଟ ବ୍ୟବହାର କରେ। ଏସବୁ ବ୍ୟବହାର କରି ଯେଉଁସବୁ ଘର, ରାସ୍ତା ଏବଂ ପୋଲ ନିର୍ମାଣ କରାଯାଉଛି, ସେଗୁଡ଼ିକ ଅତ୍ୟଧିକ ଶକ୍ତି ଓ କାର୍ବନ ନିର୍ଗମନକାରୀ ଦ୍ରବ୍ୟ ଆବଶ୍ୟକ ହେଉଛି।
ଉପତ୍ାଦ ପାଇଁ କଞ୍ଚାମାଲ କିଣିବା ଓ ତାହାକୁ ବ୍ୟବହାର କରିବାରେ ନିବେଶ ହାର କମ୍‌ କଲେ ଜଳବାୟୁ କ୍ଷେତ୍ରରେ ହେଉଥିବା ଏହି ବ୍ୟାପକ କ୍ଷତିକୁ ଅଟକାଇ ହେବ। ଅଧିକନ୍ତୁ, ଆୟ ବଢ଼ୁଥିବାରୁ ଚାଇନାର ଉପଭୋକ୍ତାକମାନେ ସେମାନଙ୍କର ଖର୍ଚ୍ଚକୁ ଆନୁପାତିକ ଭାବେ ସେବା କ୍ଷେତ୍ରକୁ ପରିବର୍ତ୍ତନ କରିବେ। ସମଗ୍ର ବିଶ୍ୱରେ, ପରିବାରଗୁଡ଼ିକ ଧନୀ ହେଲେ ସେମାନେ ସ୍ବାସ୍ଥ୍ୟସେବା, ଶିକ୍ଷା ଏବଂ ଆତିଥ୍ୟ ପାଇଁ ଅଧିକ ଖର୍ଚ୍ଚ କରନ୍ତି ଏବଂ କାର୍ବନ ନିର୍ଗମନକାରୀ ଦ୍ରବ୍ୟ ଉପରେ କମ୍‌ ଖର୍ଚ୍ଚ କରନ୍ତି। ବିକାଶର ଏହି ନିର୍ବିବାଦ ନିୟମ ଚାଇନାର ନିର୍ଗମନ ବୃଦ୍ଧିକୁ ରୋକିବ ଏବଂ କାର୍ବନ ନିର୍ଗମନ ହ୍ରାସ କରିବାର ବଳିଷ୍ଠ ପଦକ୍ଷେପଗୁଡ଼ିକ ଦ୍ୱାରା ଏହାକୁ କମାଇବାକୁ ଅନୁମତି ଦେବ। ନିର୍ଗମନ ହ୍ରାସ କରିବା ଲାଗି ବିଦ୍ୟୁତ୍‌ ଯାନ (ଇଭିଏସ୍‌)କୁ ପ୍ରୋତ୍ସାହିତ କରିବାକୁ ଚାଇନା ପ୍ରସ୍ତୁତ ହୋଇସାରିଲାଣି। ଅନ୍ୟ ବୃହତ୍‌ ଅର୍ଥ ବ୍ୟବସ୍ଥା ତୁଳନାରେ ଇଭିଏସ୍‌ କ୍ଷେତ୍ରରେ ତାହାର ଉତ୍ଥାନ ଅତୁଳନୀୟ। ଅଗଷ୍ଟ ସୁଦ୍ଧା ଇଭିଏସ୍‌ ଏବଂ ଉଭୟ ଜୀବାଶ୍ମ ଓ ବିଦ୍ୟୁତ୍‌ଚାଳିତ ଯାନର ଆକାର ଚାଇନା କାର୍‌ ବଜାରର ୪୦%ରେ ପହଞ୍ଚତ୍ଛି। ଏହା କୋଭିଡ୍‌ ମହାମାରୀ ପୂର୍ବରୁ ପ୍ରାୟତଃ ଶୂନ ସ୍ତରରେ ଥିଲା।
ଏବେ ଚାଇନାର ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀ ଆକଳନ କରିଛି ଯେ, ଚଳିତବର୍ଷ ଚାଇନିଜ୍‌ ତୈଳ ଚାହିଦା ବୃଦ୍ଧି ପାଇବ। ବିଶ୍ୱସ୍ତରରେ ୨୦୨୮ ସୁଦ୍ଧା ତୈଳ ଚାହିଦା ବୃଦ୍ଧି ପାଇବ ବୋଲି ଅନ୍ତଃରାଷ୍ଟ୍ରୀୟ ଶକ୍ତି ଏଜେନ୍ସ (ଆଇଇଏ) ମଧ୍ୟ ଆକଳନ କରିଛି। ଏହା ସତ ଯେ, ଇଭିଏସ୍‌କୁ ପ୍ରୋତ୍ସାହିତ କରିବା ଓ ଜୀବାଶ୍ମ ଇନ୍ଧନ ମଧ୍ୟରେ ସମନ୍ବୟ ରକ୍ଷା କଲେ ତାହା ବିଦ୍ୟୁତ୍‌ ଚାହିଦା ଉପରେ ଅଧିକ ଚାପ ପକାଇବ। କିନ୍ତୁ ଇଭିଏସ୍‌ ଅକ୍ଷୟ-ଶକ୍ତି ଉତ୍ସ ଦ୍ୱାରା ଚାଳିତ ବିଦ୍ୟୁତ୍‌ ଗ୍ରୀଡ୍‌ର ସ୍ଥିରତା ଆଣିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିବ। ଯେହେତୁ ଅଧିକାଂଶ କାର୍‌ ଦିନକୁ ପ୍ରାୟ ୨୩ ଘଣ୍ଟା ପାଇଁ ଗତିହୀନ ଅବସ୍ଥାରେ ରହେ, ସେ କ୍ଷେତ୍ରରେ ଇଭିଏସ୍‌ ବ୍ୟାଟେରି ବ୍ୟାକ୍‌ଅପ୍‌ ଭାବରେ କାର୍ଯ୍ୟ କରିପାରିବ। ତଥାପି, କୋଇଲାକୁ ବନ୍ଦ କରିବା ଏବଂ କାର୍ବନ ଡାଇଅକ୍ସାଇଡ ନିର୍ଗମନ ହ୍ରାସ କରିବା ପାଇଁ ଚାଇନା ସାମଗ୍ରିକ ବିଦ୍ୟୁତ୍‌ ଚାହିଦା ଅଭିବୃଦ୍ଧିକୁ ମନ୍ଥର କରିବାକୁ ପଡ଼ିବ। ଗୋଟିଏ ସର୍ତ୍ତ ହେଉଛି, ଚାଇନା କୋଇଲାଚାଳିତ ଗ୍ରୀଡ୍‌କୁ ବାଦ ଦେବା ଉପରେ ଜୋର ଦେବା ଆରମ୍ଭ କରିବା ଦରକାର। ଅନ୍ୟଟି ହେଉଛି ଚାଇନା ନିବେଶଭିତ୍ତିକ ଅଭିବୃଦ୍ଧିରୁ ଦୂରେଇ ରହି ଘରୋଇ ସେବାର ବିକାଶକୁ ଉତ୍ସାହିତ କରିବା ଉପରେ ଧ୍ୟାନ ଦେବ। ଫଳରେ ଶକ୍ତି ଚାହିଦା ବୃଦ୍ଧି ଓ କାର୍ବନ ନିର୍ଗମନରୁ ଘଟୁଥିବା ଆର୍ଥିକ ଅଭିବୃଦ୍ଧିରୁ ସମ୍ପୂର୍ଣ୍ଣ ଦୂରେଇ ରହିହେବ। କିନ୍ତୁ ଜଳବାୟୁ ଦୃଷ୍ଟିକୋଣରୁ ଚାଇନା ପରବର୍ତ୍ତୀ ଅର୍ଥନୈତିକ ଅଧ୍ୟାୟ ଖୁବ୍‌ଶୀଘ୍ର ଆସିପାରିବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

ବିକଳ୍ପ ଶେଷ

ବର୍ଷ ବର୍ଷ ଧରି ସିଭିଲ ସର୍ଭିସ ପରୀକ୍ଷାରେ ବ୍ୟବସ୍ଥାଗତ ତ୍ରୁଟି ରହିଥିଲା। ପରୀକ୍ଷାରେ ପାସ୍‌ କରି ଆଇଏଏସ୍‌ କିମ୍ବା ଆଇଏଫ୍‌ଏସ୍‌ରେ ପ୍ରବେଶ କଲେ ମଧ୍ୟ ସେମାନେ ଭଲ…

ଏଇ ଭାରତରେ

ସୁନ୍ଦରବନର ଏକ ଗାଁର ଲୋକେ ଜୀବନ-ଜୀବିକା ସଂଘର୍ଷରେ ବିଜୟୀ ହୋଇଛନ୍ତି। ପଶ୍ଚିମବଙ୍ଗ ସନ୍ଦେଶ୍‌ଖାଲି ବ୍ଲକ ଜେଲିଆଖଲି ଗାଁକୁ ଅନେକ ଛୋଟ ନଦୀ ଘେରିରହିଛି। କୋଲ୍‌କାତାଠାରୁ ୭୨ କି.ମି.…

ରେଡିଓ: ମନର କଥା କହେ

ରେଡିଓ ଆମ ଜୀବନରେ ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇରହିଛି। ସେ ସୂଚନା ପ୍ରସାରଣ ହେଉ କି ଆନନ୍ଦ ପ୍ରଦାନ, ରେଡିଓ ସବୁବେଳେ ଆମ ସାଥିରେ ରହିଛି। ମନେପଡୁଛି…

ଆସ୍ଥାର ବଜାରୀକରଣ

ଭାରତୀୟ ସଂସ୍କୃତିର ପ୍ରାଣକେନ୍ଦ୍ର ହେଉଛି ଆଧ୍ୟାତ୍ମିକତା। ଏଠାରେ ଦେବଦେବୀମାନେ କେବଳ ପୂଜାପାଠର ମାଧ୍ୟମ ନୁହନ୍ତି, ବରଂ ସେମାନେ ଆମ ଜୀବନଶୈଳୀ, ସଂସ୍କାର ଏବଂ ନୈତିକତାର ପ୍ରତୀକ। ହିନ୍ଦୁ…

ଏକତରଫା ମୂଲଚାଲ

ଦୁଇଦଶନ୍ଧିରୁ ଅଧିକ ସମୟ ଧରି ଭାରତକୁ ଏକ ନିରପେକ୍ଷ ଭାଗୀଦାରି ଭାବେ ଆମେରିକା ବିବେଚନା କରିଆସିଛି। ଭାରତର ବିକାଶଶୀଳ ଶକ୍ତି, ଦକ୍ଷତାସମ୍ପନ୍ନ ମିଲିଟାରି ଏବଂ ଗଣତାନ୍ତ୍ରିକ ପରିଚୟ…

ଚଉପାଢ଼ିର ନୀରବତା

ଧୁନିକତା, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାର ସୁବର୍ଣ୍ଣ ଯୁଗ ଭାବରେ ଅଭିହିତ ଏକବିଂଶ ଶତାବ୍ଦୀରେ ମୋବାଇଲ, ଇଣ୍ଟରନେଟ, ସାମାଜିକ ଗଣମାଧ୍ୟମ, କୃତ୍ରିମ ବୁଦ୍ଧିମତ୍ତା ଆଦି ମାଧ୍ୟମରେ ସମଗ୍ର ବିଶ୍ୱ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri