ପୃଥିବୀ ମୁହାଁ ଚାଇନା ରକେଟ ଭଗ୍ନାବଶେଷ, କେଉଁଠି ପଡ଼ିବ ସେନେଇ ଆତଙ୍କ…

ବେଜିଂ, ୨୬।୭ : ମହାକାଶରେ ନିଜର ସ୍ପେସ ଷ୍ଟେସନ ନିର୍ମାଣ କରିବାକୁ ଚେଷ୍ଟା କରୁଥିବା ଚାଇନା ନିକଟରେ ଲ୍ୟାବ ମଡ୍ୟୁଲ ଓ୍ବେଣ୍ଟିଆନ ଲଞ୍ଚ କରିଛି। ଲଙ୍ଗ ମାର୍ଚ୍ଚ ୫ ବି ରକେଟ ମାଧ୍ୟମରେ ଏହାକୁ ଚାଇନା ଏହାକୁ ଲଞ୍ଚ କରିଥିଲା। ତେବେ ଏହାର ଏକ ଅଂଶ ଅଲଗା ହୋଇ ପୃଥିବୀ ମୁହାଁ ହୋଇ ତୀବ୍ର ବେଗରେ ଗତି କରୁଛି । ଖବର ଅନୁଯାୟୀ ଚାଇନା ରକେଟର ଏହି ଭଗ୍ନାବଶେଷ ଉପରେ ନିୟନ୍ତ୍ରଣ ହରାଇଛି। ଏପରିକି ପୃଥିବୀର କେଉଁଠାରେ ଏହା ପଡ଼ିବ ତାହା ଚାଇନା ମଧ୍ୟ ଜାଣି ନାହିଁ। ଫଳରେ ଆତଙ୍କ ସୃଷ୍ଟି ହୋଇଛି। ଚାଇନା ମହାକାଶରେ ନିଜର ସ୍ପେସ ଷ୍ଟେସନ ନିର୍ମାଣ ପାଇଁ ତିନୋଟି ମଡ୍ୟୁଲ ଲଞ୍ଚ କରିବାକୁ କାର୍ଯ୍ୟ କରୁଛି।

ଏହାର କୋର୍‌ ମଡ୍ୟୁଲ ଆରମ୍ଭ ହୋଇସାରିଛି। ଯେତେବେଳେ ପ୍ରଥମ ଲ୍ୟାବ ମଡ୍ୟୁଲ ବର୍ତ୍ତମାନ ଲଞ୍ଚ କରାଯାଇଛି । ଏହା ପରେ ଦ୍ୱିତୀୟ ଲ୍ୟାବ ମଡ୍ୟୁଲ ଲଞ୍ଚ ହେବ । ପ୍ରଥମ ମଡ୍ୟୁଲ ଲଞ୍ଚ ହେବା ପରେ ଏବଂ ମଡ୍ୟୁଲ ଠାରୁ ଅଲଗା ହେବା ପରେ ୨୧ ଟନ ରକେଟ ପୃଥିବୀ ଆଡକୁ ଖସି ପଡୁଛି। ଏହା ପୃଥିବୀରେ ପଡ଼ିବାର ଆଶଙ୍କା ରହିଛି। ଏହାର ଏକ ରିପୋର୍ଟରେ ସ୍ପେସ ଡଟ କମ କହିଛି ଯେ ଯଦିଓ ପୃଥିବୀ ଉପରେ ପଡ଼ିଥିବା ସ୍ପେସ ବର୍ଜ୍ୟବସ୍ତୁରୁ ଅଧିକ କ୍ଷୟକ୍ଷତିର ଆଶଙ୍କା ନାହିଁ, କିନ୍ତୁ ଚାଇନରେ ଲଙ୍ଗ ମାର୍ଚ୍ଚ ୫ ବି ରକେଟର ଆକାର ବଡ। ଯାହା ସମସ୍ୟା ସୃଷ୍ଟି କରିପାରେ।

ଏହା କେବେ ଓ କେଉଁଠାରେ ପଡ଼ିବ ତାହା ବର୍ତ୍ତମାନ ସୁଦ୍ଧା ଜଣା ପଡିନାହିଁ। ଯଦି ଏହା ପୃଥିବୀ ଉପରେ ପଡେ, ତେବେ ଯେଉଁଠାରେ ପଡିବ ସେଠାରେ ଅନେକ କ୍ଷତି ହେବାର ଆଶଙ୍କା ଅଛି ।
ଏହା ପୂର୍ବରୁ ୨୦୨୦ ଏବଂ ୨୦୨୧ରେ, ଚାଇନାର ରକେଟର କିଛି ଅଂଶ ପୃଥିବୀ ମୁହାଁ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଇସ୍ରାଏଲ କେମିତି କଲା ଆକ୍ରମଣ, ଇରାନର କେତେ ହେଲା କ୍ଷତି ଜାଣନ୍ତୁ ସେ ସମ୍ପର୍କରେ…

ତେହରାନ,୧୯ା୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ବିଶ୍ୱଯୁଦ୍ଧର ଆଶଙ୍କା ଆହୁରି ଗଭୀର ହେବାକୁ ଲାଗିଲାଣି। ଇସ୍ରାଏଲ ଦ୍ୱାରା ଇରାନ ଉପରେ କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍‌ ଆକ୍ରମଣ...

ଦିନେଶ ତ୍ରିପାଠୀ କିଏ? ଯାହାଙ୍କ ଯୁଦ୍ଧ ଦକ୍ଷତା ବେଶ୍‌ ପ୍ରସିଦ୍ଧ, ଜାଣନ୍ତୁ ତାଙ୍କ ବିଷୟରେ…

ନୂଆଦିଲ୍ଲୀ,୧୯ା୪: ଦିନେଶ ତ୍ରିପାଠୀଙ୍କୁ କେନ୍ଦ୍ର ସରକାର ପରବର୍ତ୍ତୀ ନୌସେନା ମୁଖ୍ୟ ଭାବରେ ନିଯୁକ୍ତ କରିଛନ୍ତି। ଦିନେଶ ଏପ୍ରିଲ ୩୦ରେ ତାଙ୍କର ନୂତନ ଦାୟିତ୍ୱ ଗ୍ରହଣ କରିବେ...

ଇସ୍ରାଏଲ ଜାହାଜରେ ଥିବା ୧୬ ଭାରତୀୟ ଘରକୁ ଫେରିବେ

ଜେରୁଜେଲମ୍‌,୧୯ା୪: ଭାରତରେ ଇରାନର ରାଷ୍ଟ୍ରଦୂତ ଇରାଜ ଇଲାହୀ କହିଛନ୍ତି, ତାଙ୍କ ଦେଶ ଦ୍ୱାରା ଧରାଯାଇଥିବା ମାଲ୍‌ବାହୀ ଜାହାଜର ଅବଶିଷ୍ଟ ୧୬ ଜଣ ଭାରତୀୟ କ୍ରୁ ସଦସ୍ୟଙ୍କୁ...

ତେହେରାନ ଯାଉଥିବା ସମସ୍ତ ବିମାନ ବାତିଲ, ଇରାନ କହିଲା ପାଓ୍ବାର ଓ ନ୍ୟୁକ୍ଲିୟର ପ୍ଲାଣ୍ଟ ସମ୍ପୂର୍ଣ୍ଣ ଭାବେ ସୁରକ୍ଷିତ

ତେହେରାନ,୧୯।୪: ସିରିଆର ରାଜଧାନୀ ଦମିଶ୍କରେ ଇରାନ ଦୂତାବାସ ଉପରେ ଏୟାର ଷ୍ଟ୍ରାଇକ ପରେ ପଶ୍ଚିମ ଏସିଆର ଅବସ୍ଥା କ୍ରମାଗତ ଭାବେ ଖରାପ ହେବାରେ ଲାଗିଛି। ସମଗ୍ର...

ମାନିଲେନି ନେତାନ୍ୟାହୁ: ଇରାନ ଉପରେ ଗୋଟିଏ ପରେ ଗୋଟିଏ ମିଶାଇଲ ମାଡ଼

ଜେରୁଜେଲମ୍‌,୧୯।୪: ଶେଷରେ ଇସ୍ରାଏଲ ଇରାନ ଉପରେ ଆକ୍ରମଣ କରିଛି। ଇରାନର ଅନେକ ସହର ଉପରେ ଇସ୍ରାଏଲ ମିଶାଏଲ ମାଡ କରିଛି। ଇରାନ ଶୁକ୍ରବାର ଏନେଇ ସୂଚନା...

ମିଡଲ ଇଷ୍ଟରେ ହେବ ମହାଯୁଦ୍ଧ! ଇସ୍ରାଏଲ ଆକ୍ରମଣର ଜବାବ ଦେଲା ଇରାନ

ଦୁବଇ,୧୯।୪: ମଧ୍ୟ ପୂର୍ବରେ ଯୁଦ୍ଧର ନିଆଁ ପୁଣି ଜଳିଛି। ଇରାନ ଉପରେ ଆକ୍ରମଣ କରି ଇସ୍ରାଏଲ ଯୁଦ୍ଧ ଘୋଷଣା କରିଛି। ତେବେ ଇରାନ ମଧ୍ୟ ଇସ୍ରାଏଲର...

ହେଲିକପ୍ଟର ଦୁର୍ଘଟଣାରେ କେନିଆର ପ୍ରତିରକ୍ଷା ମୁଖ୍ୟଙ୍କ ସମେତ ୯ ମୃତ୍ୟୁ

ନୈରୋବି,୧୯।୪: ଏକ ହେଲିକପ୍ଟର ଦୁର୍ଘଟଣାରେ ଗୁରୁବାର କେନିଆର ପ୍ରତିରକ୍ଷା ମୁଖ୍ୟ ଫ୍ରାନସିସ ଓମୋଣ୍ଡି ଓଗୋଲାଙ୍କ ମତ୍ୟୁ ଘଟିଛି। ତାଙ୍କ ସହ ହେଲିକପ୍ଟରରେ ଥିବା ୯ଜଣ ଲୋକ...

ଇରାନ୍‌ ଉପରେ ବଦ୍‌ଲା ନେଲା ଇସ୍ରାଏଲ୍‌

ଜେରୁଜେଲମ୍‌,୧୯।୪: ଇସ୍ରାଏଲ ଶୁକ୍ରବାର ଇରାନ ଉପରେ ବଦ୍‌ଲା ନେଇଛି। ଇରାନର ଅନେକ ସହର ଉପରେ ମିଶାଇଲ ମାଡ କରିଛି ଇସ୍ରାଏଲ। ଇରାନର ନ୍ୟୁକ୍ଲିୟର୍‌ ପ୍ଲାଣ୍ଟ ଉପରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri