ଲଞ୍ଚ୍‌ର ୮୫ ସେକେଣ୍ଡ ପରେ ଜୋରଦାର ବିସ୍ଫୋରଣ: ନିଆଁ ପିଣ୍ଡୁଳା ପାଲଟିଲା ବାହୁବଳୀ ରକେଟ୍

ବେଜିଂ,୧୧।୮: ଆକାଶରେ ଉଡ଼ାଣ ଭରିବାର କିଛି ସମୟ ପରେ ଚାଇନାର ଏକ ରକେଟ୍ ଅଗ୍ନି ପୁଣ୍ଡୁଳାରେ ପରିଣତ ହୋଇଛି । ଗତ ସୋମବାର (ଅଗଷ୍ଟ ୧୦) ଦିନ ଲଞ୍ଚ ହେବା ପରେ ଏକ ବଡ଼ ଧରଣର ବିସ୍ଫୋରଣ ହୋଇ ଚାଇନାର ‘ଲଙ୍ଗ ମାର୍ଚ୍ଚ-୭ଏ’ (Long March-7A) ରକେଟ୍ ଖଣ୍ଡଖଣ୍ଡ ହୋଇଯାଇଛି । ଏହି ରକେଟ୍ ଭିତରେ ଏକ ଯୋଗାଯୋଗ ଉପଗ୍ରହ (Communication Satellite) ଥିଲା, ଯାହାକୁ ମହାକାଶକୁ ପଠାଯାଉଥିଲା। କିନ୍ତୁ ଉଡ଼ାଣ ସମୟରେ ତ୍ରୁଟି ଦେଖାଦେବାରୁ ମିଶନ୍ ସମ୍ପୂର୍ଣ୍ଣ ବିଫଳ ହୋଇଛି।

ସୋମବାର ଦିନ ଚାଇନାର ଦକ୍ଷିଣ ପ୍ରଦେଶ ହୈନାନ୍‌ସ୍ଥିତ ‘ୱେଞ୍ଚାଙ୍ଗ୍ ସ୍ପେସ୍ ଲଞ୍ଚ ସେଣ୍ଟର୍’ରୁ ରାତି ୮ଟା ୨ ମିନିଟ୍‌ରେ ଏହି ରକେଟ୍‌କୁ ଉତକ୍ଷେପଣ କରାଯାଇଥିଲା। ଚାଇନାର ସରକାରୀ ସମାଚାର ଏଜେନ୍ସିର ସୂଚନା ଅନୁଯାୟୀ, ରକେଟ୍ ଭିତରେ ‘ଝୋଙ୍ଗସିଂ-୪ବି’ (Zhongxing-4B) କମ୍ୟୁନିକେସନ୍ ସାଟେଲାଇଟ୍ ଥିଲା। ଉଡ଼ାଣ ସମୟରେ ରକେଟ୍‌ରେ କୌଣସି ଯାନ୍ତ୍ରିକ ତ୍ରୁଟି ଘଟିଥିବା ବେଳେ ଏହା କେଉଁ କାରଣରୁ ହେଲା, ସେନେଇ ବର୍ତ୍ତମାନ ଯାଞ୍ଚ ଚାଲିଛି। ସାମ୍ନାକୁ ଆସିଥିବା ଭିଡିଓରେ ରକେଟ୍ ଉଡ଼ାଣ ଭରିବାର ପ୍ରାୟ ୮୫ ସେକେଣ୍ଡ ପରେ ହଠାତ୍ ନିଆଁ ପିଣ୍ଡୁଳା ପାଲଟିଯାଉଥିବା ଏବଂ ଆକାଶରୁ ରକେଟ୍‌ର ଅଂଶବିଶେଷ ତଳକୁ ଖସୁଥିବାର ନଜର ଆସିଛି।

ଚାଇନା ଗତ କିଛି ବର୍ଷ ହେବ ନିଜର ମହାକାଶ କାର୍ଯ୍ୟକ୍ରମ ପାଇଁ ଅନେକ ଡଲାର ଖର୍ଚ୍ଚ କରୁଛି । ଆମେରିକାକୁ ପଛରେ ପକାଇ ମହାକାଶ କ୍ଷେତ୍ରରେ ସବୁଠାରୁ ବଡ଼ ଶକ୍ତି ହେବା ହେଉଛି ଚାଇନାର ମୂଳ ଲକ୍ଷ୍ୟ। ଚାଇନାର ରାଷ୍ଟ୍ରପତି ସି ଜିନପିଙ୍ଗ୍ ଏହାକୁ ଚାଇନାର ମହାକାଶ ସ୍ୱପ୍ନ ବୋଲି କହିଥାନ୍ତି। ଚାଇନା ଲକ୍ଷ୍ୟ ରହିଛି ଯେ, ସେ ୨୦୩୦ ମସିହା ପୂର୍ବରୁ ନିଜର ମହାକାଶଚାରୀମାନଙ୍କୁ ଚନ୍ଦ୍ର ପୃଷ୍ଠରେ ଅବତରଣ କରାଇବ। ତେବେ ଏହି ବିଫଳତାକୁ ନେଇ ପ୍ରତିକ୍ରିୟା ରଖି ‘SpaceX’ ର CEO ଏଲନ୍ ମସ୍କ କହିଛନ୍ତି ଯେ, ରକେଟ୍ ତିଆରି କରିବା ଏକ ଅତ୍ୟନ୍ତ କଠିନ କାମ। ସେ ଆଶା ପ୍ରକାଶ କରିଛନ୍ତି ଯେ ଚାଇନା ଶୀଘ୍ର ଏହି ସ୍ଥିତିରୁ ବାହାରିବ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

କିଏ ସେହି ଯୁବତୀ, ଯାହାଙ୍କ ପ୍ରେମରେ ଉବୁଟୁବୁ ଗୋବିନ୍ଦା

ଅଭିନେତା ଗୋବିନ୍ଦା ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ଅଛନ୍ତି। ସ୍ତ୍ରୀ ସୁନିତା ଆହୁଜା ତାଙ୍କ ନାଁରେ ଅନୈତିକ ସମ୍ପର୍କ ରଖିଥିବାର ଅଭିଯୋଗ ଆଣିଛନ୍ତି। ନିକଟରେ ଗୋବିନ୍ଦା…

ଭାଜପାକୁ କଟାକ୍ଷ କଲେ ପ୍ରିୟଙ୍କା କହିଲେ, ‘ପ୍ରଥମ ଥର ପାଇଁ ଶାସକ ଦଳକୁ ସଂସଦରେ ପ୍ରତିବାଦ କରୁଥିବାର ଦେଖିଲି’

ନୂଆଦିଲ୍ଲୀ,୧୧।୮: ମଙ୍ଗଳବାର ସଂସଦର ମୌସୁମୀ ଅଧିବେଶନର ୧୭ତମ ଦିନ, ଯାହାକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଏ। ଅଧିବେଶନ ଆରମ୍ଭ ହେବା ପୂର୍ବରୁ, NDA ସମର୍ଥକମାନେ ଏକ ଶୋଭାଯାତ୍ରା…

ଧୋକା ଦେଇଛନ୍ତି ରାହୁଲ ଗାନ୍ଧୀ: କାହିଁକି ଏମିତି କହିଲେ କଙ୍ଗନା ରାଣାଓ୍ବତ

ନୂଆଦିଲ୍ଲୀ,୧୧।୮: ସଂସଦର ମକର ଦ୍ୱାରରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବିରୋଧରେ ବିତର୍କ ଏଡାଇବା ଅଭିଯୋଗରେ ଏନଡିଏ ଏମ୍‌ପିମାନେ ମଙ୍ଗଳବାର ପ୍ରତିବାଦ ପ୍ରଦର୍ଶନ କରିଥିଲେ। ପ୍ଲାକାର୍ଡ ଧରି…

‘୨୪ ବର୍ଷରେ ଯାହା ହୋଇନି, ୨ ବର୍ଷରେ ତାହା କରୁଛୁ’-୫ ବର୍ଷରେ ଯାହା …

ଭୁବନେଶ୍ୱର,୧୧।୮: ଖୁବଶୀଘ୍ର ଓଡ଼ିଶା ନୂଆ ଲୋକାୟୁକ୍ତ ଦେଖିବ ବୋଲି ସୂଚନା ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ। ଏ ନେଇ ପ୍ରକ୍ରିୟା ଚାଲିଥିବା ସେ କହିଛନ୍ତି। ମନ୍ତ୍ରୀ…

ବିଶ୍ୱର ଶ୍ରେଷ୍ଠ ୫ ଅର୍ଥନୀତିରେ ବେକାରି ସ୍ଥିତି କ’ଣ? କେତେ ନମ୍ବରରେ ଭାରତର ସ୍ଥାନ, ପଢନ୍ତୁ …

ନୂଆଦିଲ୍ଲୀ, ୧୧।୮: ଭାରତରେ ଡିଗ୍ରୀର ଭାର ବୋହି ଯେତେବେଳେ କୌଣସି ଯୁବକ ସକାଳୁ ସକାଳୁ ଚାକିରି ଖୋଜିବା ପାଇଁ ଘରୁ ବାହାରିଥାଏ, ସେତେବେଳେ ତାଙ୍କ ଆଖିରେ କେବଳ…

AI ଉପରେ କାର୍ଯ୍ୟାନୁଷ୍ଠାନ ପରେ ଭର୍ଚୁଆଲ ପ୍ରେମିକଙ୍କୁ ହରାଇ ଭାଙ୍ଗି ପଡ଼ିଲେଣି ଚାଇନାର ଅନେକ ଯୁବତୀ!

ବେଜିଂ,୧୧।୮: ଚାଇନା ସରକାର AI ବ୍ୟବହାର ସମ୍ପର୍କରେ କଠୋର ନିୟମ ଲାଗୁ କରିଛନ୍ତି, ଯାହା ଫଳରେ ପ୍ରଯୁକ୍ତିବିଦ୍ୟା କମ୍ପାନୀଗୁଡ଼ିକ ଏହି ନିୟମ ପାଳନ କରିବା ପାଇଁ ସେମାନଙ୍କର…

ବଢ଼ିବ ଡିଜେଲ ଦାମ! ସରକାରଙ୍କ ଏଭଳି ନିଷ୍ପତ୍ତି ପରେ ବଢିଲା…

ନୂଆଦିଲ୍ଲୀ, ୧୧।୮: ଦେଶରେ ପେଟ୍ରୋଲ ପରେ ଡିଜେଲରେ ମଧ୍ୟ ଏଥାନଲ ମିଶାଇବା ଯୋଜନା ଉପରେ ସରକାର ବର୍ତ୍ତମାନ ପାଇଁ ରୋକ ଲଗାଇ ଦେଇଛନ୍ତି। ତେଲ ବିପଣନ କମ୍ପାନୀଗୁଡ଼ିକ…

ରାଜଧାନୀରେ ହାଇଆଲର୍ଟ: ୧୯ ଆତଙ୍କବାଦୀଙ୍କ ପୋଷ୍ଟର

ନୂଆଦିଲ୍ଲୀ,୧୧।୮: ସ୍ବାଧୀନତା ଦିବସ ପୂର୍ବରୁ ଆତଙ୍କବାଦୀ ବିପଦକୁ ଦୃଷ୍ଟିରେ ରଖି ଦିଲ୍ଲୀ ପୋଲିସ ସାରା ରାଜଧାନୀରେ ହାଇଆଲର୍ଟ ଜାରି କରିଛି। ସ୍ପେଶାଲ ସେଲ, କ୍ରାଇମ ବ୍ରାଞ୍ଚ, ରେଳବାଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri