ନାଇଜେରିଆ ଉପରେ ଏୟାରଷ୍ଟ୍ରାଇକ ଧମକ ଦେଲେ ଟ୍ରମ୍ପ, କଡ଼ା ଜବାବ ଦେଲା ଚାଇନା

ନୂଆଦିଲ୍ଲୀ,୪।୧୧: ଖ୍ରୀଷ୍ଟିଆନମାନଙ୍କ ଉପରେ ହେଉଥିବା କଥିତ ଅତ୍ୟାଚାରକୁ ନେଇ ନାଇଜେରିଆ ବିରୋଧରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦେଇଥିବା ସାମରିକ କାର୍ଯ୍ୟାନୁଷ୍ଠାନ ଧମକକୁ ଚାଇନା ଏହାକୁ ଦୃଢ଼ ବିରୋଧ କରିଛି। ଚାଇନା ନାଇଜେରିଆ ସରକାରଙ୍କୁ ସେମାନଙ୍କର ରାଷ୍ଟ୍ରୀୟ ପରିସ୍ଥିତି ଅନୁରୂପ ବିକାଶ ପଥରେ ଆଗକୁ ବଢ଼ିବାକୁ ସମର୍ଥନ କରିଛି।

ଟ୍ରମ୍ପ ଶନିବାର କହିଥିଲେ ଯେ ଯଦି ନାଇଜେରିଆ ସରକାର ଖ୍ରୀଷ୍ଟିଆନମାନଙ୍କୁ ହତ୍ୟା କରିବାକୁ ଅନୁମତି ଦେବେ, ତେବେ ଆମେରିକା ଉକ୍ତ ପଶ୍ଚିମ ଆଫ୍ରିକୀୟ ଦେଶକୁ ଦିଆଯାଉଥିବା ସମସ୍ତ ସହାୟତା ତୁରନ୍ତ ବନ୍ଦ କରିଦେବ ଏବଂ ଇସଲାମିକ୍ ଆତଙ୍କବାଦୀଙ୍କୁ ସଫା କରିବା ପାଇଁ ସାମରିକ କାର୍ଯ୍ୟାନୁଷ୍ଠାନ ମଧ୍ୟ କରିପାରେ।

ଏହି ଧମକ ସମ୍ପର୍କରେ ପଚରାଯିବାରୁ ଚାଇନା ବିଦେଶ ମନ୍ତ୍ରଣାଳୟର ମୁଖପାତ୍ର ମାଓ ନିଙ୍ଗ୍ କହିଛନ୍ତି, “ଏକ ବ୍ୟାପକ ରଣନୀତିକ ଭାଗିଦାରୀ ଭାବରେ ଚାଇନା ନାଇଜେରିଆ ସରକାରଙ୍କୁ ତାଙ୍କ ଲୋକଙ୍କୁ ଜାତୀୟ ପରିସ୍ଥିତି ଅନୁଯାୟୀ ବିକାଶ ପଥରେ ଆଗେଇ ନେବା ପାଇଁ ଦୃଢ଼ ସମର୍ଥନ କରୁଛି।”

“ଧର୍ମ କିମ୍ବା ମାନବିକ ଅଧିକାରର ବାହାନା ଦେଖାଇ ଅନ୍ୟ ଦେଶର ଆଭ୍ୟନ୍ତରୀଣ ମାମଲାରେ ଯେକୌଣସି ଦେଶର ହସ୍ତକ୍ଷେପକୁ ଚାଇନା ବିରୋଧ କରୁଛି। ଏହା ସହ କଟକଣା ଏବଂ ବଳ ପ୍ରୟୋଗର ଧମକର ମନମୁଖୀ ବ୍ୟବହାରକୁ ମଧ୍ୟ ଚାଇନା ବିରୋଧ କରୁଛି।”

ମାଓ ନିଙ୍ଗ୍ କହିଛନ୍ତି ଯେ ଚାଇନା ନିଶା ବେପାରୀଙ୍କ ବିରୋଧରେ ଲଢ଼ିବା ନାମରେ ବଳ ପ୍ରୟୋଗକୁ ବିରୋଧ କରେ ଏବଂ ଆଶା କରେ ଯେ ଆମେରିକା ଦ୍ୱିପାକ୍ଷିକ ତଥା ବହୁପାକ୍ଷିକ ଆଇନଗତ ଢାଞ୍ଚା ମଧ୍ୟରେ ସାଧାରଣ ଆଇନ ପ୍ରଣୟନ ଓ ନ୍ୟାୟିକ କାର୍ଯ୍ୟକଳାପ କରିବ। ତେବେ, ଚାଇନା ଭେନେଜୁଏଲାକୁ ସାମରିକ ସରଞ୍ଜାମରେ ସାହାଯ୍ୟ କରିବ କି ନାହିଁ, ସେ ନେଇ ସେ କୌଣସି ସୂଚନା ଦେଇ ନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡେଙ୍ଗୁ ରୋଗୀଙ୍କ ପାଇଁ ହସ୍ପିଟାଲରେ ମିଳୁନି ସ୍ଥାନ, ଚଟାଣରେ ଚାଲିଛି ଚିକିତ୍ସା; ୧୮ ଦିନରେ ୭୯ ମୃତ୍ୟୁ

ଢାକା,୧୯।୯: ବର୍ତ୍ତମାନ ବାଂଲାଦେଶ ଏକ ଭୟଙ୍କର ଡେଙ୍ଗୁ ପ୍ରକୋପର ସାମ୍ନା କରୁଛି। ରାଜଧାନୀ ଢାକା ଏବଂ ଏହାର ଆଖପାଖ ଅଞ୍ଚଳରେ ଏହି ରୋଗ ଦ୍ରୁତ ଗତିରେ ବ୍ୟାପୁଥିବାରୁ…

ମଧ୍ୟପ୍ରଦେଶରେ ୭ ଓଡ଼ିଆଙ୍କ ମୃତ୍ୟୁ, ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୯ା୯: ମଧ୍ୟପ୍ରଦେଶରେ ୭ ଓଡ଼ିଆ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଛି। ଏନେଇ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇ…

ଦିଲ୍ଲୀ ଗଣବଳାତ୍କାରକୁ ନେଇ ବର୍ଷିଲେ ରାହୁଲ-ପ୍ରିୟଙ୍କା, ପୋଲିସକୁ ଟାର୍ଗେଟ୍‌ କରି କହିଲେ ପ୍ରତିଦିନ…

ନୂଆଦିଲ୍ଲୀ,୧୯ା୯: ଦିଲ୍ଲୀର ସ୍ବରୂପ ନଗରରେ ଜଣେ ନାବାଳିକାଙ୍କୁ ପ୍ରଥମେ ବଳାତ୍କାର ଏବଂ ପରେ ନିର୍ମମ ଭାବରେ ହତ୍ୟା କରାଯାଇଛି। ଏହି ମାମଲାରେ ପୋଲିସ ୧୯ ବର୍ଷୀୟ ଯୁବକ…

AIର ଅଗ୍ରଗତି ଯୋଗୁ ୨୦୩୦ ସୁଦ୍ଧା ବିଶ୍ୱର ଅନ୍ତ ଘଟିବ? ଏକ ବହୁରାଷ୍ଟ୍ରୀୟ କମ୍ପାନୀର ସିଇଓ ଜେନସେନ ହୁଆଙ୍ଗଙ୍କ ବଡ଼ ଦାବି

ଓ୍ବାଶିଂଟନ,୧୯।୯: ଆଜିର ବିଶ୍ୱରେ AI ଉନ୍ନତିର ଦ୍ରୁତ ଗତିକୁ ନେଇ ଲୋକମାନେ ବିଭକ୍ତ; କେତେକ ଏହାକୁ ଧୀର କରିବାକୁ ଚାହୁଁଥିବା ବେଳେ, ଅନ୍ୟ ବିଶେଷଜ୍ଞମାନେ ଯୁକ୍ତି ବାଢ଼ନ୍ତି…

ଆମେରିକୀୟ ଗଣମାଧ୍ୟମ ବିରୋଧରେ ଟ୍ରମ୍ପଙ୍କ କଡ଼ା କାର୍ଯ୍ୟାନୁଷ୍ଠାନ; ଲଗାଇଲେ କଟକଣା

ଓ୍ବାଶିଂଟନ,୧୯।୯: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ହ୍ବାଇଟ ହାଉସରେ CNN, Politico ଏବଂ MSNBC ଉପରେ କଟକଣା ଲଗାଇବାକୁ ଘୋଷଣା କରିଛନ୍ତି। ‘ଟ୍ରୁଥ ସୋସିଆଲ’ (Truth Social)…

ନୂଆ ଆଇନରେ ସ୍ବାକ୍ଷର କଲେ ଟ୍ରମ୍ପ: ଭାରତ ଉପରେ କ’ଣ ପଡ଼ିବ ପ୍ରଭାବ

ନୂଆଦିଲ୍ଲୀ,୧୯।୯: ରୁଷିଆ ଓ ଇରାନ ବିରୋଧରେ ଆମେରିକାର ନୂଆ ପଦକ୍ଷେପକୁ ନେଇ ଅନ୍ତର୍ଜାତୀୟ ସ୍ତରରେ ଚର୍ଚ୍ଚା ଜୋର ଧରିଛି। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଲିଣ୍ଡସେ ଓ.…

ଇଣ୍ଡୋନେସିଆକୁ ମିଳିଲା ପ୍ରଥମ ଏୟାରକ୍ରାଫ୍ଟ କ୍ୟାରିୟର

ଜାକର୍ତ୍ତା, ୧୯।୯: ଇଣ୍ଡୋନେସିଆକୁ ଶୁକ୍ରବାର ଏହାର ପ୍ରଥମ ଏୟାରକ୍ରାଫ୍ଟ କ୍ୟାରିୟର ମିଳିଛି । ରାଷ୍ଟ୍ରପତି ପ୍ରଭୋବୋ ସୁବିଆଣ୍ଟୋଙ୍କ ସରକାର ଦେଶର ପୁରୁଣା ସେନାକୁ ଆଧୁନିକୀକରଣ କରିବା ଏବଂ…

୧୮୬ ବର୍ଷ ପରେ ନିଜ ଦେଶକୁ ଫେରିଲା ଆଜ୍‌ଟେକ୍‌ ସାମ୍ରାଜ୍ୟର ଦୁର୍ଲଭ ପାଣ୍ଡୁଲିପି

ମେକ୍ସିକୋ ସିଟି,୧୯ା୯: ଦୀର୍ଘ ୧୮୬ ବର୍ଷ ପରେ ପୁଣିଥରେ ମେକ୍ସିକୋକୁ ଫେରିଛି ତା’ର ଐତିହାସିକ ଗୌରବ। ୧୬ଶ ଶତାବ୍ଦୀର ଦୁର୍ଲଭ ପାଣ୍ଡୁଲିପି ‘ଆଜାକ୍‌ଟିଟ୍ଲାନ କୋଡେକ୍ସ’ ପ୍ରଥମ ଥର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?