ରୁଷିଆ-ୟୁକ୍ରେନକୁ ନେଇ ବଡ଼ ଯୋଜନା କରୁଛନ୍ତି ଚାଇନା ରାଷ୍ଟ୍ରପତି

ବେଜିଂ,୧୪।୩: ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ରୁଷିଆ ଗସ୍ତରେ ଯିବାକୁ ପ୍ରସ୍ତୁତ ହେଉଛନ୍ତି। ମସ୍କୋରେ ସେ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଭେଟିବେ। ସି ଜିନପିଙ୍ଗଙ୍କ ଏହି ଗସ୍ତ ରୁଷିଆ-ୟୁକ୍ରେନରେ ଚାଲିଥିବା ଯୁଦ୍ଧ ମଧ୍ୟରେ ହେଉଛି, ତେଣୁ ବିଶ୍ୱର ନଜର ଦୁଇ ନେତାଙ୍କ ସାକ୍ଷାତ ଉପରେ ରହିଛି। ସି ଜିନପିଙ୍ଗ ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କ ସହ ମଧ୍ୟ କଥା ହେବେ ବୋଲି ଜଣାପଡିଛି। ରୁଷିଆ ଏବଂ ୟୁକ୍ରେନ ମଧ୍ୟ ଯୁଦ୍ଧ ଶେଷ କରିବାକୁ ଚାଇନା ଚାହୁଁଛି।
ଚାଇନା ନିକଟରେ ଦୁଇ ବଡ ଇସଲାମ ଦେଶ ମଧ୍ୟରେ ଶତ୍ରୁତାକୁ ଦୂର କରିବା ପାଇଁ ପଦକ୍ଷେପ ନେଇଥିଲା। ଚାଇନା ସାଉଦି ଆରବ ଏବଂ ଇରାନ ମଧ୍ୟରେ ମଧ୍ୟସ୍ଥତା କରିଥିଲା, ଯାହାକି ସେମାନଙ୍କ ଦୀର୍ଘ ବର୍ଷର ଶତ୍ରୁତା ହ୍ରାସ କରିଥିଲା। ଚାଇନାରେ ଏହି ଦୁଇ ଇସଲାମ ଦେଶର ପ୍ରତିନିଧୀଙ୍କ ମଧ୍ୟରେ ହୋଇଥିବା ବୈଠକରେ ଆମେରିକା ଏବଂ ଅନ୍ୟ ପାଶ୍ଚାତ୍ୟ ଦେଶଗୁଡ଼ିକର କୌଣସି ସୂଚନା ନ ଥିଲା। ଉଭୟଙ୍କ ମଧ୍ୟରେ ସମନ୍ବୟ ରକ୍ଷା କରି ଚାଇନା ସ୍ଥିତିକୁ ଜାହିର କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଇସ୍ରାଏଲ ଜାହାଜରେ ଥିବା ୧୬ ଭାରତୀୟ ଘରକୁ ଫେରିବେ

ଜେରୁଜେଲମ୍‌,୧୯ା୪: ଭାରତରେ ଇରାନର ରାଷ୍ଟ୍ରଦୂତ ଇରାଜ ଇଲାହୀ କହିଛନ୍ତି, ତାଙ୍କ ଦେଶ ଦ୍ୱାରା ଧରାଯାଇଥିବା ମାଲ୍‌ବାହୀ ଜାହାଜର ଅବଶିଷ୍ଟ ୧୬ ଜଣ ଭାରତୀୟ କ୍ରୁ ସଦସ୍ୟଙ୍କୁ...

ତେହେରାନ ଯାଉଥିବା ସମସ୍ତ ବିମାନ ବାତିଲ, ଇରାନ କହିଲା ପାଓ୍ବାର ଓ ନ୍ୟୁକ୍ଲିୟର ପ୍ଲାଣ୍ଟ ସମ୍ପୂର୍ଣ୍ଣ ଭାବେ ସୁରକ୍ଷିତ

ତେହେରାନ,୧୯।୪: ସିରିଆର ରାଜଧାନୀ ଦମିଶ୍କରେ ଇରାନ ଦୂତାବାସ ଉପରେ ଏୟାର ଷ୍ଟ୍ରାଇକ ପରେ ପଶ୍ଚିମ ଏସିଆର ଅବସ୍ଥା କ୍ରମାଗତ ଭାବେ ଖରାପ ହେବାରେ ଲାଗିଛି। ସମଗ୍ର...

ମାନିଲେନି ନେତାନ୍ୟାହୁ: ଇରାନ ଉପରେ ଗୋଟିଏ ପରେ ଗୋଟିଏ ମିଶାଇଲ ମାଡ଼

ଜେରୁଜେଲମ୍‌,୧୯।୪: ଶେଷରେ ଇସ୍ରାଏଲ ଇରାନ ଉପରେ ଆକ୍ରମଣ କରିଛି। ଇରାନର ଅନେକ ସହର ଉପରେ ଇସ୍ରାଏଲ ମିଶାଏଲ ମାଡ କରିଛି। ଇରାନ ଶୁକ୍ରବାର ଏନେଇ ସୂଚନା...

ମିଡଲ ଇଷ୍ଟରେ ହେବ ମହାଯୁଦ୍ଧ! ଇସ୍ରାଏଲ ଆକ୍ରମଣର ଜବାବ ଦେଲା ଇରାନ

ଦୁବଇ,୧୯।୪: ମଧ୍ୟ ପୂର୍ବରେ ଯୁଦ୍ଧର ନିଆଁ ପୁଣି ଜଳିଛି। ଇରାନ ଉପରେ ଆକ୍ରମଣ କରି ଇସ୍ରାଏଲ ଯୁଦ୍ଧ ଘୋଷଣା କରିଛି। ତେବେ ଇରାନ ମଧ୍ୟ ଇସ୍ରାଏଲର...

ହେଲିକପ୍ଟର ଦୁର୍ଘଟଣାରେ କେନିଆର ପ୍ରତିରକ୍ଷା ମୁଖ୍ୟଙ୍କ ସମେତ ୯ ମୃତ୍ୟୁ

ନୈରୋବି,୧୯।୪: ଏକ ହେଲିକପ୍ଟର ଦୁର୍ଘଟଣାରେ ଗୁରୁବାର କେନିଆର ପ୍ରତିରକ୍ଷା ମୁଖ୍ୟ ଫ୍ରାନସିସ ଓମୋଣ୍ଡି ଓଗୋଲାଙ୍କ ମତ୍ୟୁ ଘଟିଛି। ତାଙ୍କ ସହ ହେଲିକପ୍ଟରରେ ଥିବା ୯ଜଣ ଲୋକ...

ଇରାନ୍‌ ଉପରେ ବଦ୍‌ଲା ନେଲା ଇସ୍ରାଏଲ୍‌

ଜେରୁଜେଲମ୍‌,୧୯।୪: ଇସ୍ରାଏଲ ଶୁକ୍ରବାର ଇରାନ ଉପରେ ବଦ୍‌ଲା ନେଇଛି। ଇରାନର ଅନେକ ସହର ଉପରେ ମିଶାଇଲ ମାଡ କରିଛି ଇସ୍ରାଏଲ। ଇରାନର ନ୍ୟୁକ୍ଲିୟର୍‌ ପ୍ଲାଣ୍ଟ ଉପରେ...

ଜାତିସଂଘରେ ସଂସ୍କାର ପ୍ରସ୍ତାବକୁ ଆମେରିକାର ସମର୍ଥନ

ଓ୍ବାଶିଂଟନ,୧୮ା୪: ଏକବିଂଶ ଶତାବ୍ଦୀର ବିଶ୍ୱର ପ୍ରତିଫଳନ ପାଇଁ ସୁରକ୍ଷା ପରିଷଦ ସମେତ ଜାତିସଂଘରେ ସଂସ୍କାର ପ୍ରସ୍ତାବକୁ ଆମେରିକା ସମର୍ଥନ ଜଣାଇଛି। ଜାତିସଂଘ ସୁରକ୍ଷା ପରିଷଦ (ୟୁଏନ୍‌ଏସ୍‌ସି)ରେ...

ଦୁବଇରେ ଦେଖିବାକୁ ମିଳିଲା ଅଦ୍ଭୁତ ଦୃଶ୍ୟ, ଦେଖୁ ଦେଖୁ ଆକାଶ ହୋଇଗଲା ସବୁଜ, ଦେଖନ୍ତୁ ଭିଡିଓ

ଦୁବଇ,୧୮।୪: ଗତ କିଛି ଦିନ ହେବ ଦୁବଇର ପାଗରେ ଅନେକ ପରିବର୍ତ୍ତନ ଦେଖାଯାଉଛି । ଯେଉଁଠାରେ ୭୫ ବର୍ଷ ମଧ୍ୟରେ ପ୍ରବଳ ବର୍ଷା ସହରକୁ ବୁଡ଼ାଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri