Posted inଜାତୀୟ

ଭାରତର ଲକ୍ଷେ ୨୧ ହଜାର ୧୮୦ ବର୍ଗ କିମି ଜମି ମାଡ଼ି ବସିଛନ୍ତି ଚାଇନା-ପାକିସ୍ତାନ

ନୂଆଦିଲ୍ଲୀ,୬।୭: ଭାରତର ୭ ପଡ଼ୋଶୀଙ୍କ ମଧ୍ୟରୁ ୩ ଦେଶ ସହିତ ସୀମା ବିବାଦ ଲାଗି ରହିଛି। ଭାରତର ୧୫ ହଜାର୧୦୬ କିମି ଦୀର୍ଘ ସୀମା ପାକିସ୍ତାନ, ଚାଇନା, ନେପାଳ, ବାଂଲାଦେଶ, ମ୍ୟାନ୍‌ମାର, ଭୁଟାନ ଏବଂ ଆଫଗାନୀସ୍ତାନ ସହିତ ରହିଛି। ସେଥିମଧ୍ୟରେ ପାକିସ୍ତାନ ସହିତ ୩,୩୨୩ କିମି, ଆଫଗାନୀସ୍ତାନ ସହିତ ୧୦୬ କିମି, ଚାଇନା ସହିତ ୩,୪୮୮ କିମି, ନେପାଳ ସହିତ ୧,୭୫୧ କିମି, ବାଂଲାଦେଶ ସହିତ ୪,୦୯୬.୭ କିମି, ଭୁଟାନ ସହିତ ୬୯୯ କିମି ଏବଂ ମ୍ୟାନ୍‌ମାର୍‌ ସହିତ ୧,୬୪୩ କିମି ଲମ୍ବ ସୀମା ରହିଛି। ଭାରତର ସାମୁଦ୍ରିକ ସୀମା ୭,୫୧୬.୬ କିମି ରହିଛି। ନେପାଳ ସହିତ ଭାରତର ୯୮ ପ୍ରତିଶତ ସୀମା ବିବାଦର ସମାଧାନ ହୋଇସାରିଛି। ଅପରପକ୍ଷରେ ଚାଇନା ଏବଂ ପାକିସ୍ତାନ ଭାରତର ଲକ୍ଷେ ୨୧ ହଜାର ୧୮୦ ବର୍ଗ କିମି ଜମି ମାଡ଼ି ବସିଛନ୍ତି। ସେଥିମଧ୍ୟରୁ ପାକିସ୍ତାନ ୭୮ ହଜାର ବର୍ଗ କିମି ମାଡ଼ି ବସିଛି। ଅପରପକ୍ଷରେ ଚାଇନା ୪୩ ହଜାର ୧୮୦ ବର୍ଗ କିମି ଜମି ଉପରେ ନିଜର ଅଧିକାର ବୋଲି ଦାବି କରୁଛି। ଏସବୁ ଜମିର ପରିମାଣ ୩ଟି ସ୍ବିଜରଲାଣ୍ଡ ସହିତ ପ୍ରାୟ ସମାନ ହେବ। ସ୍ବିଜରଲାଣ୍ଡର କ୍ଷେତ୍ରଫଳ ୪୧ ହଜାର ୨୮୫ ବର୍ଗ କିମି। ଚାଇନା ଅରୁଣାଚଳ ପ୍ରଦେଶର ୯୦ ହଜାର ବର୍ଗ କିମି ଉପରେ ନିଜର ଦାବି ଜାରି ରଖିଛି। ଲଦାଖର ୩୮ ହଜାର ବର୍ଗ କିମିକୁ ଚାଇନା ନିଜର ଅଧିକାରରେ ରଖିଛି। ଚାଇନା ଏବଂ ନେପାଳ ସହିତ ସୀମା ବିବାଦ ଆଲୋଚନା ଦ୍ୱାରା ଶାନ୍ତିପୂର୍ଣ୍ଣ ଭାବେ କରିବା ଲାଗି ଭାରତ ଯୋଜନା କରୁଛି। ତେବେ ଆତଙ୍କବାଦୀ ସମସ୍ୟା ଯୋଗୁ ପାକିସ୍ତାନ ସହିତ ସୀମା ବିବାଦ ସମାଧାନ ଆଗେଇ ପାରୁ ନାହିଁ। ପୂର୍ବରୁ ବାଂଲାଦେଶ ସହିତ ଥିବା ୬.୧ କିମିର ସୀମା ବିବାଦ ୨୦୧୧ରେ ଆଲୋଚନା ମାଧ୍ୟମରେ ଶେଷ ହୋଇଛି। ୨୦୧୪ରେ ସାମୁଦ୍ରିକ ସୀମା ବିବାଦର ମଧ୍ୟ ସମାଧାନ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

୩ ରାଜ୍ୟର ବିଧାନସଭା ଆସନ ପାଇଁ ମତଦାନ ଆରମ୍ଭ

ନୂଆଦିଲ୍ଲୀ,୯।୪: କେରଳମ୍‌, ଆସାମ ଓ ପୁଡୁଚେରୀର ମୋଟ ୨୯୬ ଆସନରେ ଗୁରୁବାର ଗୋଟିଏ ପର୍ଯ୍ୟାୟରେ ବିଧାନସଭା ନିର୍ବାଚନ ପାଇଁ ମତଦାନ ଆରମ୍ଭ ହୋଇଛି। ସକାଳୁ ସକାଳୁ ଲାଇନରେ…

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri