ଟାର୍ଗେଟରେ ଚାଇନା

ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲେଡିମର ଜେଲେନ୍‌ସ୍କି ହ୍ବାଇଟ ହାଉସରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ଭେଟିଛନ୍ତି। ଜେଲେନ୍‌ସ୍କି ସମ୍ଭାବ୍ୟ ବିଶ୍ୱଯୁଦ୍ଧ ବିପଦକୁ ଆହ୍ବାନ କରୁଛନ୍ତି ବୋଲି ଟମ୍ପ୍‌ କ୍ରୋଧରେ ତାଙ୍କୁ ଦାୟୀ କରିବାର ଦିନକ ପରେ ସେ ବିଷୟରେ କ’ଣ ବା ଲେଖାଯାଇପାରେ? ୩ ମାସ ପୂର୍ବରୁ ଅର୍ଥାତ୍‌ ୨୦୨୪ ନଭେମ୍ବରରେ ଖବର ପ୍ରକାଶ ପାଇଥିଲା ଯେ, ଯୁଦ୍ଧକୁ ବଢ଼ାଇବା ଲାଗି ବାଇଡେନ୍‌ ପ୍ରଶାସନ ରୁଷିଆର ଆଭ୍ୟନ୍ତରୀଣ ଅଞ୍ଚଳରେ ଆମେରିକା ନିର୍ମିତ ମିଜାଇଲ ଆକ୍ରମଣ କରିବାକୁ ଅନୁମତି ଦେଇଥିଲା। ଏହା ପରେ ‘ବାଇଡେନ୍‌ଙ୍କ ମିଶାଇଲ ନିଷ୍ପତ୍ତି ନେଇ ତୃତୀୟ ବିଶ୍ୱଯୁଦ୍ଧ ବିପଦ ସୃଷ୍ଟି କରିବାକୁ ଯାଉଛନ୍ତି’ ବୋଲି ରୁଷିଆର ଲ’ମେକର କହିଥିଲେ ଏବଂ ଏ ସଂକ୍ରାନ୍ତରେ ଖବର ରଏଟରରେ ପ୍ରକାଶ ପାଇଥିଲା। ଅକ୍ଟୋବର୨୦୨୪ରେ ପ୍ରକାଶିତ ଖବରରେ ଆମେରିକାର ବୃହତ୍ତମ ବ୍ୟାଙ୍କ ଜେପି ମୋର୍ଗାନର ସିଇଓ ଜାମି ଡିମନ କହିଥିଲେ, ପାଶ୍ଚାତ୍ୟ ଶକ୍ତି ବିପଦରେ ରହିଛି ଏବଂ ଏକ ତୃତୀୟ ବିଶ୍ୱଯୁଦ୍ଧ ହୋଇପାରେ। ଏଣୁ ଶୁକ୍ରବାର ହ୍ବାଇଟ ହାଉସର ଓଭାଲ ଅଫିସରେ ଯେଉଁ ଘଟଣା ସାମ୍ନାକୁ ଆସିଲା ସେ ସମ୍ପର୍କରେ ଜାଣିବାକୁ ଚେଷ୍ଟା କରିବା। ପ୍ରଥମେ ଡୋନାଲ୍ଡ ଟ୍ରମ୍ପ କ’ଣ ଚାହାନ୍ତି ତାହା କହିବା କଷ୍ଟକର, କାରଣ ସେ ଅନେକ ବିଷୟରେ ବହୁତ କିଛି ଅନୌପଚାରିକ ଭାବେ କହୁଛନ୍ତି। ଏହା ଘଟିବାର କାରଣ ହେଉଛି ସେ ଅଜ୍ଞ ଓ ଅପ୍ରତ୍ୟାଶିତ ଭାବେ ପ୍ରତିକ୍ରିୟା ପ୍ରକାଶ କରନ୍ତି ବୋଲି ତାଙ୍କ ସମାଲୋଚକମାନେ କହନ୍ତି। କିନ୍ତୁ ଦୁଇଥର ଆମେରିକା ରାଷ୍ଟ୍ରପତି ନିର୍ବାଚନ ଜିତିଥିବା ଏଭଳି ବ୍ୟକ୍ତିଙ୍କୁ ଏମିତି ବର୍ଗରେ ସ୍ଥାନିତ କରିବା କଷ୍ଟକର। ଆସନ୍ତୁ, ଧରିନେବା ଯେ, ସେ ଯାହା କରୁଛନ୍ତି ତାହା ସେ ଜାଣନ୍ତି। ଯେଉଁ ଦୃଷ୍ଟିକୋଣ ଅଧିକ ସୁସଙ୍ଗତ ସେଥିରୁ ଜଣାପଡ଼ୁଛି ଆମେରିକା ରାଷ୍ଟ୍ରପତିଙ୍କ ଟାର୍ଗେଟ ହେଉଛି ଚାଇନା। ସେ ଚାଇନାର ଅଗ୍ରଗତିକୁ ରୋକିବାକୁ ଚାହାନ୍ତି, ଯେମିତିକି ତାହା କ୍ଷମତାରେ ଆମେରିକା ସହ ସମାନ ହୋଇପାରିବ ନାହିଁ। ଡଲାର କେବଳ ଏକମାତ୍ର ବୈଶ୍ୱିକ ମୁଦ୍ରା ହୋଇ ରହୁ ତାହା ମଧ୍ୟ ସେ ଚାହାନ୍ତି।
ଆମେରିକା ସହ ସମାନ ହେବା ଲାଗି ଚାଇନା ଯୋଜନା କରିଛି। ଯଦି ଅତୀତର ଅଭିବୃଦ୍ଧି ହାର ଜାରି ରହେ ତେବେ ଆଗାମୀ ୨ ଦଶନ୍ଧି ମଧ୍ୟରେ ଆମେରିକାର ଅର୍ଥ ବ୍ୟବସ୍ଥାକୁ ଟପିଯିବା ସମ୍ଭାବନା ଅଛି। ଟ୍ରମ୍ପ୍‌ ତାହା ଘଟୁ ବୋଲି ଚାହାନ୍ତି ନାହିଁ। ତାଙ୍କ ପ୍ରଥମ ପାଳିରେ ଲଗାଯାଇଥିବା ଆମଦାନୀ ଶୁଳ୍କ ଓ ଅନ୍ୟ କଟକଣା ବାଇଡେନ୍‌ଙ୍କ ସମୟରେ ଜାରି ରହିଥିଲା। ଚଳିତ ପାଳିରେ ମଧ୍ୟ ଟ୍ରମ୍ପ୍‌ ଚାଇନାର ସବୁ ସାମ୍ରଗୀ ଉପରେ ଅଧିକ ୧୦ ପ୍ରତିଶତ ଆମଦାନୀ ଶୁଳ୍କ ଲଗାଇଲେ ଏବଂ ଆଉ ଅଧିକ ୧୦ ପ୍ରତିଶତ ଚଳିତ ସପ୍ତାହରେ କାର୍ଯ୍ୟକାରୀ କରାଯିବାକୁ ସ୍ଥିର ହୋଇଛି। ସେ କହିଛନ୍ତି ଯେ, ଏହାକୁ ୬୦ ପ୍ରତିଶତରୁ ଅଧିକ ବୃଦ୍ଧି କରିପାରନ୍ତି। ଦେଖିବାକୁ ଗଲେ ଚାଇନାରେ ଏହା ଅଧିକ ଅନିଶ୍ଚିତତା ଏବଂ ଅଶାନ୍ତ ସ୍ଥିତି ସୃଷ୍ଟିକରିବ ଏବଂ ଆମେରିକାରେ ମଧ୍ୟ ଏଭଳି ଘଟିବ। କାରଣ ଅଧିକାଂଶ ଶିଳ୍ପ ପରସ୍ପର ସହ ଜଡ଼ିତ। ଅନେକ ଲୋକ ଟ୍ରମ୍ପ୍‌ଙ୍କୁ ଆକ୍ଷେପକରି କହିଛନ୍ତି, ଏଭଳି ନୀତି ଚାଇନା କମ୍ପାନୀଗୁଡ଼ିକର ଯେତିକି କ୍ଷତି ନ କରିବ ତା’ଠାରୁ ଅଧିକ ଆମେରିକୀୟ ଉପଭୋକ୍ତାଙ୍କୁ ପ୍ରଭାବିତ କରିବ। କିନ୍ତୁ ସେ ଏହା ଉପରେ ଚିନ୍ତା କରୁନାହାନ୍ତି କି ଗୁରୁତ୍ୱ ଦେଉନାହାନ୍ତି। ଡଲାର ବଦଳରେ ସ୍ବତନ୍ତ୍ର ମୁଦ୍ରା ପ୍ରଚଳନକୁ ନେଇ ବ୍ରିକ୍ସକୁ ସେ ସିଧାସଳଖ ଧମକ ଦେବା ମଧ୍ୟ ଚାଇନାକୁ ନିୟନ୍ତ୍ରଣ କରିବାର ଅନ୍ୟ ଏକ ଯୋଜନା। ସେ ୟୁକ୍ରେନ୍‌ ଓ ମଧ୍ୟପ୍ରାଚ୍ୟରେ ଲାଗିଥିବା ସଂଘର୍ଷକୁ ଶୀଘ୍ର ସମାଧନ କରିବାକୁ ଚାହଁୁଛନ୍ତି, ଯାହା ଫଳରେ ଚାଇନା ଉପରେ ଅଧିକ ଧ୍ୟାନ ଦିଆଯାଇପାରିବ। ଚାଇନା ହେଉଛି ଆମେରିକାର ଏକମାତ୍ର ପ୍ରତିଦ୍ୱନ୍ଦ୍ୱୀ, ରୁଷିଆ କି ଅନ୍ୟ କେହି ନୁହନ୍ତି। ଜାନୁଆରୀରେ ଟ୍ରମ୍ପ୍‌ ଇସ୍ରାଏଲ ଉପରେ ଚାପ ପକାଇବା ଯୋଗୁ ଏକ ଶାନ୍ତି ବୁଝାମଣା ମାଧ୍ୟମରେ ଗାଜାରେ ୨ ବର୍ଷ ଧରି ଲାଗି ରହିଥିବା ବମିଂ ବନ୍ଦ ହୋଇଥିଲା। ଏବେ ଆମେରିକା ସମର୍ଥନ ବନ୍ଦ କରିବା ପରେ ରୁଷିଆ ଆଗରେ ୟୁକ୍ରେନ୍‌ ମୁଣ୍ଡ ନୁଆଁଇବ ବୋଲି ଜଣାପଡ଼ୁଛି। ଯଦି ଏହି ଦୃଷ୍ଟିକୋଣ ସତ ହୁଏ, ଅର୍ଥାତ୍‌ ୟୁକ୍ରେନ୍‌ ଉପରେ ରୁଷିଆର ବିଜୟ ପରେ ଚାଇନା ଉପରେ ଆମେରିକା ଅଧିକ ଧ୍ୟାନ ଦେବ। ଟ୍ରମ୍ପ୍‌ ସବୁବେଳେ ଚାଇନାଠାରୁ ଆମେରିକାକୁ ଆଗକୁ ନେବାକୁ ଚାହଁୁଛନ୍ତି। ଆମଦାନୀ ଶୁଳ୍କଗୁଡ଼ିକ ବୈଶ୍ୱିକ ମାର୍କେଟରେ ଏକ ପ୍ରକାର ଅବ୍ୟବସ୍ଥା ଓ ଅନିଶ୍ଚିତତା ସୃଷ୍ଟି କରିଛି ଏବଂ ଆମେ ଦେଖୁଛୁ ଯେ, ତାହା ସବୁବେଳେ ଡଲାରକୁ ମଜଭୁତ କରୁଛି। ଏକ ମଜଭୁତ ଡଲାର ହିଁ ଏହାକୁ ମୁକାବିଲା କରିବାର ଏକ ମାତ୍ର ପଦକ୍ଷେପ ହେବ, ଫଳରେ ଆମେରିକା ତା’ର ସାମଗ୍ରୀକୁ ରପ୍ତାନି କରିବା କଷ୍ଟକର ହୋଇପଡ଼ିବ ଏବଂ ଟ୍ରମ୍ପ୍‌ଙ୍କ ଟ୍ରେଡ୍‌ ଡେଫିସିଟି ହ୍ରାସ ସ୍ବପ୍ନ ବି ଅଟକିଯିବ। ସମ୍ଭବତଃ ଟ୍ରମ୍ପ୍‌ ମଧ୍ୟ ଏ ବିଷୟରେ ଚିନ୍ତା କରିଛନ୍ତି କି କରିନାହାନ୍ତି ତାହା ଆମେ ୪ବର୍ଷର ଲମ୍ବା ସମୟରେ ଦେଖିପାରିବା।
ଚାଇନା ଏହା ଉପରେ କିଭଳି ପ୍ରତିକ୍ରିୟା ପ୍ରକାଶ କରିବ ତାହା ହେଉଛି ବଡ଼ ପ୍ରଶ୍ନ। ଚାଇନାରେ ଅଧିକ ବିଜ୍ଞ ଓ କୁଶଳୀ ଲୋକ ଅଛନ୍ତି। ସେମାନେ ଅନ୍ୟ ଦେଶ ତୁଳନାରେ ଐତିହାସିକ ଭାବେ ମାତ୍ର ୪୦ ବର୍ଷ ଭିତରେ ଚାଇନାର ଅର୍ଥ ବ୍ୟବସ୍ଥା ଓ ଶିଳ୍ପକୁ ବହୁ ଆଗକୁ ନେଇପାରିଛନ୍ତି। ଚାଇନା ତାହା ସ୍ଥିତିକୁ ରକ୍ଷା କରିବ ଏବଂ ଏହା ପ୍ରଥମେ ଆମେରିକା ସହିତ ସମାନ ହେବା ପରେ ତାହାକୁ ଟପିଯିବା ପାଇଁ କାମ କରିବ। ଚାଇନାର ମହତ୍ତ୍ୱାକାଂକ୍ଷାଗୁଡ଼ିକୁ ଆମେରିକା ଅଟକାଇପାରିବ ନାହିଁ। ଚାଇନାର ନେତାଙ୍କୁ ହ୍ବାଇଟ୍‌ ହାଉସକୁ ଡକାଯାଇପାରିବ ନାହିଁ କି ତାଙ୍କୁ ଧମକାଇ ଅନ୍ୟ ସମ୍ମୁଖରେ ମୁଣ୍ଡ ନୁଅଁାଇବା ପାଇଁ ବାଧ୍ୟ କରାଯାଇପାରିବ ନାହିଁ, ଯାହା ଅନ୍ୟ ମିତ୍ରଦେଶ କ୍ଷେତ୍ରରେ କରାଯାଇଛି। ନିକଟରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ କ୍ଷେତ୍ରରେ ଚାଇନାର ବିକାଶ ଓ ୨୦୨୪ରେ ବିଶ୍ୱର ଅନ୍ୟ ଦେଶଗୁଡ଼ିକୁ ଏହାର ରପ୍ତାନି ଅଭିବୃଦ୍ଧି ଦର୍ଶାଇଛି ଯେ, ଆମଦାନୀ ଶୁଳ୍କ ବୃଦ୍ଧି ହୁଏତ ତା’ ଅଭିବୃଦ୍ଧିକୁ ଧିମା କରିପାରେ, କିନ୍ତୁ ଚାଇନାକୁ ଅଟକାଇ ପାରିବ ନାହିଁ। ଆମେରିକା ତା’ର ବୈଶ୍ୱିକ ପ୍ରଭୁତ୍ୱ ଜାରି ରଖିବାରେ ଟ୍ରମ୍ପ୍‌ଙ୍କ ପ୍ରୟାସ ଯଦି ସତ, ତେବେ ୟୁକ୍ରେନ୍‌ ଯୁଦ୍ଧ ଶେଷ ହେବା ହିଁ ସ୍ପଷ୍ଟ କରିବ ଯେ, ତାଙ୍କ ଓଭାଲ ଅଫିସ ଡେସ୍କ ଗୁରୁତ୍ୱର ସହ କାମ କରୁଛି। ଏହା ପରେ କ’ଣ ଘଟିବ, ବିଶ୍ୱଯୁଦ୍ଧ କିମ୍ବା ଆଉ କିଛି, ତାହା ସମ୍ପୂର୍ଣ୍ଣ ଭାବେ କେହି ଜାଣନ୍ତି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ହାତରୁ ଖସୁଛି ସୁରକ୍ଷା

ଭାରତରେ ହାତଟଣା ରିକ୍ସା ଓ ସାଇକେଲ-ରିକ୍ସା ସ୍ବଳ୍ପ ବାଟ ଯିବା ଆସିବାରେ ବହୁଳ ବ୍ୟବହୃତ ହେଉଥତ୍ଲା। ରିକ୍ସା ଚାଳକ ଉପରେ ଶାରୀରିକ କଷ୍ଟ, ଧତ୍ମା ଗତି ଓ…

ଏଇ ଭାରତରେ

ଅବସର ଜୀବନ ଶେଷ ନୁହେଁ। ଏହାପରେ ନିଜେ ଭଲ ପାଉଥିବା ଯେକୌଣସି ବୃତ୍ତିକୁ ଆପଣାଇ ପୁନର୍ବାର ରୋଜଗାର କରିବା ସହ ଏକ ସୁସ୍ଥ ଓ ଚଳଚଞ୍ଚଳ ଜୀବନ…

ମଣିଷକୃତ ବିପର୍ଯ୍ୟୟ

ପର୍ଯ୍ୟାୟକ୍ରମେ ଘଟୁନଥିବା ବିପଦକୁ ବିପର୍ଯ୍ୟୟ କୁହାଯାଏ। ଆଗକାଳରେ ଆଗରୁ ତାହା ଜାଣିହେଉନଥିଲା ବୋଲି ପର୍ଯ୍ୟାୟ-ହୀନ ବା ବିପର୍ଯ୍ୟୟ କୁହାଯାଉଛି। ତାହା ଯଦି ଭୌଗୋଳିକ କାରଣରୁ ଘଟିଥାଏ, ତାକୁ…

ଚାକିରିଆ ମାନସିକତା

ମୁଁ ପାଠ ପଢ଼ିବି। ବଡ଼ ମଣିଷ ହେବି। ବଡ଼ ଚାକିରି କରିବି। ବେସରକାରୀ ଚାକିରି ନୁହେଁ, କେବଳ ସରକାରୀ ଚାକିରି। ସମସ୍ତଙ୍କ ମୁହଁରେ ଏଇ ଗୋଟିଏ କଥା।…

ଏଇ ଭାରତରେ

ରକ୍ତଦାନ ମହାପୁଣ୍ୟ, ଏହି ଉକ୍ତିର ଯଥାର୍ଥତା ପ୍ରତିପାଦନ କରିଛନ୍ତି ତେଲଙ୍ଗାନାର ଭି. ରାମକୃଷ୍ଣ ରେଡ୍ଡୀ। ସେ ୩୦ ବର୍ଷ ଧରି ରକ୍ତଦାନ କାର୍ଯ୍ୟକ୍ରମକୁ ସଫଳତାର ସହ ସଞ୍ଚାଳନ…

ଐତିହାସିକ ବିସ୍ମୃତିର ନବପର୍ବ

ଗୋଟିଏ ମୂର୍ତ୍ତି। ଅତୀତର ଗର୍ଭରେ ବିଲୀନ ହୋଇଯାଇଥିବା ମହେଞ୍ଜୋଦାରୋ ସଭ୍ୟତାର ସାମାଜିକ ଓ ସାଂସ୍କୃତିକ ଜୀବନଧାରା ସମ୍ପର୍କରେ ଯେଉଁ ଯତ୍‌କିଞ୍ଚତ୍ତ୍‌ ଧାରଣା ଏବେ ଆମେ ପାଇଛେ, ସେଥିରେ…

ଭାରତର ଏକତା ଓ ପ୍ରଗତି ପାଇଁ ସମର୍ପିତ ଏକ ଜୀବନ

ରାଷ୍ଟ୍ରବାଦ ଓ ନିଃସ୍ବାର୍ଥ ସେବାର ଆଦର୍ଶରେ ବିଶ୍ୱାସ କରୁଥିବା ଅଗଣିତ ଲୋକଙ୍କ ପାଇଁ ଆଜିର ଦିନ, ୬ ଜୁଲାଇର ବିଶେଷ ମହତ୍ତ୍ୱ ରହିଛି। ଆମେ ଡକ୍ଟର ଶ୍ୟାମା…

ସବୁଆଡ଼ୁ ଘେରିଗଲାଣି ଚାଇନା

ଭାରତର ପଶ୍ଚିମରେ ଥିବା ଆରବ ସାଗରକୁ ଚାଇନା ପ୍ରବେଶ କରିବା ପାଇଁ ଚାଇନା-ପାକିସ୍ତାନ ଅର୍ଥନୈତିକ କରିଡର (ସିପିଇସି) ସୃଷ୍ଟି କରାଯାଇଛି। ସେଥିରେ ରାସ୍ତା ନିର୍ମାଣଠାରୁ ଆରମ୍ଭ କରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri