ନେପାଳ ଜମି ଦଖଲ କରୁଛି ଚାଇନା…

ବେଜିଂ/କାଠମାଣ୍ଡୁ,୨୦।୭ : ଚାଇନା କେବଳ ଲଦାଖ ଏବଂ ଭୁଟାନ ଡୋକଲାମ ତଥା ଭାରତର ଅନ୍ୟ ସୀମାବର୍ତ୍ତୀ ଅଞ୍ଚଳରେ ଜବର ଦଖଲ କରିବାରେ ବ୍ୟସ୍ତ ନୁହେଁ, ବରଂ ଏହା ନେପାଳ ସୀମାବର୍ତ୍ତୀ ଅଞ୍ଚଳରେ ମଧ୍ୟ ପ୍ରବେଶ କରୁଛି। ନେପାଳ ସୀମାରେ ଚାଇନା ଦ୍ୱାରା ବ୍ୟାପକ ଜବର ଦଖଲ ହେବାର ଖବର ମିଳିଛି। ନେପାଳର ଏକ ନାଗରିକ ସଂଗଠନ ଦେଶର ଜମି ପରିଚାଳନା ମନ୍ତ୍ରୀ ଶଶି ଶ୍ରେଷ୍ଠଙ୍କୁ ଏନେଇ ଏକ ସ୍ମାରକପତ୍ର ପ୍ରଦାନ କରିଛି। ସଂଗଠନ ଚାଇନା ନେପାଳ ଜମି ଦଖଲ କରିଥିବା ଅଭିଯୋଗ କରିଛି।

ନେପାଳର ’ଜାତୀୟ ଏକୀକରଣ ଅଭିଯାନ’ ମୁଖ୍ୟ ବିନୟ ଯାଦବ ମଙ୍ଗଳବାର କାଠମାଣ୍ଡୁରେ ମନ୍ତ୍ରୀ ଶଶି ଶ୍ରେଷ୍ଠଙ୍କୁ ଏହି ସ୍ମାରକପତ୍ର ପ୍ରଦାନ କରିଛନ୍ତି। ଏହି ସ୍ମାରକପତ୍ରରେ ଦର୍ଶାଯାଇଛି ଯେ ଚାଇନା ଗୋରଖାରେ ଥିବା ଚୁମାନୁବାରୀ ଗ୍ରାମୀଣ ପୌରପାଳିକା -୧ ର ରୁଏଲା ସୀମାକୁ ବାଡ଼ ଦେଇ ଦଖଲ କରିଛି। ଏହି ସ୍ମାରକପତ୍ରରେ ବିନୟ ଯାଦବ କହିଛନ୍ତି ଯେ ରୁଏଲା ସମେତ ନେପାଳ-ଚାଇନା ସୀମାର ବିଭିନ୍ନ ଅଞ୍ଚଳରେ ଅନ୍ତର୍ଜାତୀୟ ନିୟମର ଉଲ୍ଲଂଘନ କରିବା କାର୍ଯ୍ୟ କେବଳ ଦୁଇ ଦେଶର ବନ୍ଧୁତା ପ୍ରତି ଅପମାନ ନୁହେଁ, ବରଂ ନେପାଳର ସାର୍ବଭୌମତ୍ୱ ପାଇଁ ମଧ୍ୟ ପ୍ରତ୍ୟକ୍ଷ ଆହ୍ବାନ। ଯାଦବ ଏହା ମଧ୍ୟ କହିଛନ୍ତି ଯେ ନେପାଳର ଆଞ୍ଚଳିକ ଅଖଣ୍ଡତା ଉପରେ ହୋଇଥିବା ଆକ୍ରମଣକୁ ବାରମ୍ବାର ନିନ୍ଦା କରିବା ପରେ ମଧ୍ୟ ଚାଇନା ଏହାର ଜବର ଦଖଲ ବନ୍ଦ କରୁନାହିଁ। ଏହା ସହିତ ସେ ବର୍ତ୍ତମାନର ସରକାର କ୍ଷମତାକୁ ଆସିବା ପରେ ନେପାଳ-ଚାଇନା ସୀମାରେ ହୋଇଥିବା ଜବର ଦଖଲ ବିରୋଧରେ ନିଆଯାଇଥିବା ଦୃଢ଼ ପଦକ୍ଷେପକୁ ସେ ପ୍ରଶଂସା କରିଛନ୍ତି।

ଯାଦବ କହିଛନ୍ତି ଯେ ସରକାରଙ୍କ ଦ୍ୱାରା କୂଟନୈତିକ ଉଦ୍ୟମ ସତ୍ତ୍ୱେ ସୀମାରେ ଜବର ଦଖଲ ଜାରି ରହିଛି। ଚାଇନାର ଏହି ମନୋଭାବ ବିରୋଧରେ ଆମେ ନିର୍ଣ୍ଣାୟକ ଏବଂ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରୁଛୁ। ଏକତା ଅଭିଯାନ ଏଥିପାଇଁ ସରକାରଙ୍କୁ ସମ୍ପୂର୍ଣ୍ଣ ସହାୟତା କରିବେ। ଉତ୍ତର ଗୋରଖାରେ ନୋ-ମ୍ୟାନ୍‌-ଲାଣ୍ଡ ନିକଟରେ ଏକ ବାଡ଼ ନିର୍ମାଣ କରି ଚାଇନା ପୂର୍ବରୁ ଜୁନ ମାସରେ ନେପାଳର ଜମି ଜବର ଦଖଲ କରିଥିଲା। ନେପାଳ ଗଣମାଧ୍ୟମରେ ଏ ବିଷୟରେ ଏକ ଖବର ଆସିଥିଲା। ବର୍ତ୍ତମାନ କୁହାଯାଉଛି ଯେ ରୁଏଲା ସୀମାରେ ଚାଇନା ବେଆଇନ ଦଖଲ ବିଷୟରେ ନେପାଳର ବୈଦେଶିକ ମନ୍ତ୍ରଣାଳୟ କିମ୍ବା ଗୋରଖା ଜିଲା ପ୍ରଶାସନ ଜାଣି ନାହାଁନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏସିଆ ଦେଶରେ ଅଧିକ ପଡିଲା ଜଳବାୟୁ ପରିବର୍ତ୍ତନର ପ୍ରଭାବ, ୨ ମାସରେ ଭାରତରେ ୧୦୦ରୁ ଅଧିକ ମୃତ୍ୟୁ: ରିପୋର୍ଟ

ନୂଆଦିଲ୍ଲୀ/ଜେନେଭା,୨୩।୪: ସର୍ବାଧିକ ବିପର୍ଯ୍ୟୟ ପ୍ରଭାବିତ ଅଞ୍ଚଳ ସମ୍ପର୍କରେ ମିଳିତ ଜାତିସଂଘ (ଜାତିସଂଘ) ରିପୋର୍ଟ ପ୍ରକାଶ ପାଇଛି। ଏହି ଅନୁଯାୟୀ, ୨୦୨୩ରେ ପାଗ, ଜଳବାୟୁ ଏବଂ ଜଳ...

ମଝି ଆକାଶରେ ପରସ୍ପର ସହ ଧକ୍କା ହେଲା ଦୁଇ ବିମାନ: ଆଉ ତା’ପରେ ଘଟିଲା ଏମିତି, ଦେଖନ୍ତୁ ଭିଡିଓ

କ୍ୱାଲାଲାମ୍ପପୁର,୨୩।୪: ମାଲେସିଆରେ ଏକ ଦୁଃଖଦ ଘଟଣା ଘଟିଛି। ଏଠାରେ ଦୁଇଟି ନୌସେନା ହେଲିକପ୍ଟର ପରସ୍ପର ସହ ମୁହାଁମୁହିଁ ଧକ୍କା ହୋଇଯାଇଥିଲା। ଏହି ହେଲିକପ୍ଟରଗୁଡ଼ିକ ରୟାଲ ମାଲେସିଆ...

ଏଲନ ମସ୍କଙ୍କୁ ‘ଅହଂକାରୀ’ କହିଲେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ

ସିଡନୀ,୨୩।୪: ଅଷ୍ଟ୍ରେଲୀୟ ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲବାନି ମଙ୍ଗଳବାର ବିଲିୟନେୟାର ବ୍ୟବସାୟୀ ଏଲନ ମସ୍କଙ୍କୁ ‘ଅହଂକାରୀ’ ବୋଲି ବର୍ଣ୍ଣନା କରିଛନ୍ତି। ପ୍ରକାଶ ଯେ, ଅଷ୍ଟ୍ରେଲିଆର ସିଡନୀରେ ଜଣେ...

ତାଇଓ୍ବାନ୍‌ରେ ବଡ଼ ଧରଣର ଭୂକମ୍ପ: ଭୁଶୁଡ଼ିଲା କୋଠା

ତାଇୱାନ,୨୩।୪: ତାଇୱାନରେ ଭୂକମ୍ପ କମ୍ପନ ଅନୁଭୂତ ହୋଇଛି। ନ୍ୟାଶନାଲ ସେଣ୍ଟର ଫର ସେସମୋଲୋଜି (ଏନସିଏସ) ଅନୁଯାୟୀ ସୋମବାର ବିଳମ୍ବିତ ରାତିରେ ଘଟିଥିବା ଭୂକମ୍ପର ତୀବ୍ରତା ରିକ୍ଟର...

ଇସ୍ରାଏଲ ତିକ୍ତତା ମଧ୍ୟରେ ପାକିସ୍ତାନରେ ପହଞ୍ଚିଲେ ଇରାନ ରାଷ୍ଟ୍ରପତି

ଇସଲାମାବାଦ,୨୨ା୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ କଡ଼ା ସୁରକ୍ଷା ମଧ୍ୟରେ ଇରାନର ରାଷ୍ଟ୍ରପତି ଇବ୍ରାହିମ ରାଇସି ତିନି ଦିନିଆ ସରକାରୀ ଗସ୍ତରେ ସୋମବାର ପହଞ୍ଚିଛନ୍ତି। ଏନେଇ ବୈଦେଶିକ...

ମାଳଦ୍ୱୀପ ରାଷ୍ଟ୍ରପତି ମୁଇଜୁଙ୍କୁ ବଡ଼ ସଫଳତା

ମାଲେ,୨୨ା୪:ମାଳଦ୍ୱୀପ ରାଷ୍ଟ୍ରପତି ମୋହମ୍ମଦ ମୁଇଜୁଙ୍କ ପିପୁଲ୍ସ ନ୍ୟାଶନାଲ କଂଗ୍ରେସ (ପିଏନ୍‌ସି)କୁ ରବିବାର ଅନୁଷ୍ଠିତ ସଂସଦୀୟ ନିର୍ବାଚନରେ ବଡ଼ ସଫଳତା ମିଳିଛି। ୯୩ ସଦସ୍ୟ ବିଶିଷ୍ଟ ପାର୍ଲାମେଣ୍ଟ...

ଭାରତରେ ୫ ଲକ୍ଷ ଲୋକଙ୍କୁ ଚାକିରି ଦେବ ଆପଲ୍‌

କାଲିଫର୍ନିଆ,୨୨।୪:ବିଶ୍ୱର ଅଗ୍ରଣୀ ସ୍ମାର୍ଟଫୋନ ନିର୍ମାତା ଆପଲ ଭାରତ ପାଇଁ ଏକ ବଡ ଯୋଜନା ପ୍ରସ୍ତୁତ କରିଛି। ଆପଲର ଏହି ଯୋଜନା ଚାକିରି ଖୋଜୁଥିବା ଲୋକଙ୍କୁ ଆଶ୍ୱସ୍ତି...

ଚାଇନା ନାଁରେ ସାଂଘାତିକ ଅଭିଯୋଗ ଆଣିଲା ନାସା

ନ୍ୟୁୟର୍କ,୨୧।୪: ଚାଇନା ନାଁରେ ସାଂଘାତିକ ଅଭିଯୋଗ ଆଣିଛି ଆମେକାର ସ୍ପେସ୍‌ ଏଜେନ୍ସି ନାସା। ନାସା ମୁଖ୍ୟ ବିଲ ନେଲସନ, ଚାଇନା ବିଷୟରେ ଏକ ଆଶ୍ଚର୍ଯ୍ୟଜନକ ଦାବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri