ନେପାଳ ଜମି ଦଖଲ କରୁଛି ଚାଇନା…

ବେଜିଂ/କାଠମାଣ୍ଡୁ,୨୦।୭ : ଚାଇନା କେବଳ ଲଦାଖ ଏବଂ ଭୁଟାନ ଡୋକଲାମ ତଥା ଭାରତର ଅନ୍ୟ ସୀମାବର୍ତ୍ତୀ ଅଞ୍ଚଳରେ ଜବର ଦଖଲ କରିବାରେ ବ୍ୟସ୍ତ ନୁହେଁ, ବରଂ ଏହା ନେପାଳ ସୀମାବର୍ତ୍ତୀ ଅଞ୍ଚଳରେ ମଧ୍ୟ ପ୍ରବେଶ କରୁଛି। ନେପାଳ ସୀମାରେ ଚାଇନା ଦ୍ୱାରା ବ୍ୟାପକ ଜବର ଦଖଲ ହେବାର ଖବର ମିଳିଛି। ନେପାଳର ଏକ ନାଗରିକ ସଂଗଠନ ଦେଶର ଜମି ପରିଚାଳନା ମନ୍ତ୍ରୀ ଶଶି ଶ୍ରେଷ୍ଠଙ୍କୁ ଏନେଇ ଏକ ସ୍ମାରକପତ୍ର ପ୍ରଦାନ କରିଛି। ସଂଗଠନ ଚାଇନା ନେପାଳ ଜମି ଦଖଲ କରିଥିବା ଅଭିଯୋଗ କରିଛି।

ନେପାଳର ’ଜାତୀୟ ଏକୀକରଣ ଅଭିଯାନ’ ମୁଖ୍ୟ ବିନୟ ଯାଦବ ମଙ୍ଗଳବାର କାଠମାଣ୍ଡୁରେ ମନ୍ତ୍ରୀ ଶଶି ଶ୍ରେଷ୍ଠଙ୍କୁ ଏହି ସ୍ମାରକପତ୍ର ପ୍ରଦାନ କରିଛନ୍ତି। ଏହି ସ୍ମାରକପତ୍ରରେ ଦର୍ଶାଯାଇଛି ଯେ ଚାଇନା ଗୋରଖାରେ ଥିବା ଚୁମାନୁବାରୀ ଗ୍ରାମୀଣ ପୌରପାଳିକା -୧ ର ରୁଏଲା ସୀମାକୁ ବାଡ଼ ଦେଇ ଦଖଲ କରିଛି। ଏହି ସ୍ମାରକପତ୍ରରେ ବିନୟ ଯାଦବ କହିଛନ୍ତି ଯେ ରୁଏଲା ସମେତ ନେପାଳ-ଚାଇନା ସୀମାର ବିଭିନ୍ନ ଅଞ୍ଚଳରେ ଅନ୍ତର୍ଜାତୀୟ ନିୟମର ଉଲ୍ଲଂଘନ କରିବା କାର୍ଯ୍ୟ କେବଳ ଦୁଇ ଦେଶର ବନ୍ଧୁତା ପ୍ରତି ଅପମାନ ନୁହେଁ, ବରଂ ନେପାଳର ସାର୍ବଭୌମତ୍ୱ ପାଇଁ ମଧ୍ୟ ପ୍ରତ୍ୟକ୍ଷ ଆହ୍ବାନ। ଯାଦବ ଏହା ମଧ୍ୟ କହିଛନ୍ତି ଯେ ନେପାଳର ଆଞ୍ଚଳିକ ଅଖଣ୍ଡତା ଉପରେ ହୋଇଥିବା ଆକ୍ରମଣକୁ ବାରମ୍ବାର ନିନ୍ଦା କରିବା ପରେ ମଧ୍ୟ ଚାଇନା ଏହାର ଜବର ଦଖଲ ବନ୍ଦ କରୁନାହିଁ। ଏହା ସହିତ ସେ ବର୍ତ୍ତମାନର ସରକାର କ୍ଷମତାକୁ ଆସିବା ପରେ ନେପାଳ-ଚାଇନା ସୀମାରେ ହୋଇଥିବା ଜବର ଦଖଲ ବିରୋଧରେ ନିଆଯାଇଥିବା ଦୃଢ଼ ପଦକ୍ଷେପକୁ ସେ ପ୍ରଶଂସା କରିଛନ୍ତି।

ଯାଦବ କହିଛନ୍ତି ଯେ ସରକାରଙ୍କ ଦ୍ୱାରା କୂଟନୈତିକ ଉଦ୍ୟମ ସତ୍ତ୍ୱେ ସୀମାରେ ଜବର ଦଖଲ ଜାରି ରହିଛି। ଚାଇନାର ଏହି ମନୋଭାବ ବିରୋଧରେ ଆମେ ନିର୍ଣ୍ଣାୟକ ଏବଂ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରୁଛୁ। ଏକତା ଅଭିଯାନ ଏଥିପାଇଁ ସରକାରଙ୍କୁ ସମ୍ପୂର୍ଣ୍ଣ ସହାୟତା କରିବେ। ଉତ୍ତର ଗୋରଖାରେ ନୋ-ମ୍ୟାନ୍‌-ଲାଣ୍ଡ ନିକଟରେ ଏକ ବାଡ଼ ନିର୍ମାଣ କରି ଚାଇନା ପୂର୍ବରୁ ଜୁନ ମାସରେ ନେପାଳର ଜମି ଜବର ଦଖଲ କରିଥିଲା। ନେପାଳ ଗଣମାଧ୍ୟମରେ ଏ ବିଷୟରେ ଏକ ଖବର ଆସିଥିଲା। ବର୍ତ୍ତମାନ କୁହାଯାଉଛି ଯେ ରୁଏଲା ସୀମାରେ ଚାଇନା ବେଆଇନ ଦଖଲ ବିଷୟରେ ନେପାଳର ବୈଦେଶିକ ମନ୍ତ୍ରଣାଳୟ କିମ୍ବା ଗୋରଖା ଜିଲା ପ୍ରଶାସନ ଜାଣି ନାହାଁନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାଘଛାଲ କାରବାର ଘଟଣାର ୪ ଅଭିଯୁକ୍ତ ଗିରଫ, କେତେଦୂର ଲମ୍ବିଛି ଚେର, ଜାରି ରହିଛି ଖୋଳତାଡ଼

ମୋହନା,୧୧ା୧୦(ମନ୍ମଥ ମିଶ୍ର): କଲରାପତରିଆ ବାଘଛାଲ କାରବାର ଘଟଣାରେ ବନ ବିଭାଗ ୪ ଅଭିଯୁକ୍ତଙ୍କୁ ଗିରଫ କରି ରବିବାର କୋର୍ଟ ଚାଲାଣ କରିଛି। ଗଜପତି ଜିଲା ମୋହନା ବନାଞ୍ଚଳ…

Amitabh Bachchan Networth: କେତେ ଧନୀ ବିଗ ବି, ଗୋଟିଏ ବର୍ଷରେ ଆୟର ପରିମାଣ ଜାଣିଲେ…

ମୁମ୍ବାଇ: ବଲିଉଡର ମେଗାଷ୍ଟାର୍‌ ଅମିତାଭ ବଚ୍ଚନ ଅକ୍ଟୋବର ୧୧ ରେ ନିଜର ୮୪ତମ ଜନ୍ମଦିନ ପାଳନ କରୁଛନ୍ତି। ପାଞ୍ଚ ଦଶନ୍ଧିରୁ ଅଧିକ ସମୟ ଧରି ଚଳଚ୍ଚିତ୍ର ଜଗତରେ…

ମୋଦିଙ୍କୁ ସ୍ବାଗତ କଲେ ମୁଖ୍ୟମନ୍ତ୍ରୀ ବିଜୟ

ଚେନ୍ନାଇ,୧୧।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର (ଅକ୍ଟୋବର ୧୧) ଚେନ୍ନାଇରେ ପହଞ୍ଚିଛନ୍ତି। ସେଠାରେ ସେ ୧୩,୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ…

CJP ବର୍ତ୍ତମାନ ବିକ୍ଷୋଭ ପ୍ରଦର୍ଶନ କରିବ କି ନାହିଁ? ଅପଡେଟ ଦେଲେ ସୌରଭ ଦାସ

ନୂଆଦିଲ୍ଲୀ,୧୧।୧୦: ସିଜେପି (CJP) ମୁଖପାତ୍ର ସୌରଭ ଦାସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କୁ ଟାର୍ଗେଟ କରିଛନ୍ତି। ‘ଏକ୍ସ’ (X) ରେ ଲେଖି ସେ…

‘କମବ୍ୟାକ କିଙ୍ଗ’ ହାର୍ଦ୍ଦିକ ପାଣ୍ଡ୍ୟା; ଯେତେବେଳେ ବି ସେ ପ୍ରତିକୂଳ ପରିସ୍ଥିତିର ସାମ୍ନା କରିଛନ୍ତି, ସେତେବେଳେ ଅବିସ୍ମରଣୀୟ ପ୍ରତ୍ୟାବର୍ତ୍ତନ କରିଛନ୍ତି

ନୂଆଦିଲ୍ଲୀ,୧୧।୧୦: ହାର୍ଦ୍ଦିକ ପାଣ୍ଡ୍ୟା ବର୍ତ୍ତମାନ ବିଶ୍ୱର ଶ୍ରେଷ୍ଠ ଅଲ-ରାଉଣ୍ଡରମାନଙ୍କ ମଧ୍ୟରେ ଗଣାଯାଆନ୍ତି। ତାଙ୍କ କ୍ରିକେଟ କ୍ୟାରିୟରରେ ଅନେକ ଉତ୍ଥାନ-ପତନ ଦେଖିବାକୁ ମିଳିଛି; ସେ ନିଜର ବୃତ୍ତିଗତ ଏବଂ…

Chanakya Niti: କୌଣସି କଥାକୁ ନେଇ ଚିନ୍ତା କରୁଛନ୍ତି କି? ମାନନ୍ତୁ ଏହି ୪ କଥା, ସୁଖରେ କଟିବ ଜୀବନ

ଆଜିର ଦ୍ରୁତ ଗତିଶୀଳ ଜୀବନରେ ଛୋଟ ଛୋଟ ଜିନିଷ ମଧ୍ୟ ପ୍ରାୟତଃ ମାନସିକ ଚାପ ସୃଷ୍ଟି କରୁଛି। କେତେବେଳେ ଅତୀତର ଭୁଲ ଆମକୁ ହଇରାଣ କରେ, ତ…

ନାନା ପାଟେକରଙ୍କ ବିୟୋଗରେ କାହିଁକି ଭାଙ୍ଗି ପଡ଼ିଲେ ଶେଖର ସୁମନ? କ୍ୟାନସେଲ କଲେ ଶୋ’, କହିଲେ, ‘ତାଙ୍କ ସ୍ଥାନ କେହି…’

ମୁମ୍ବାଇ: ଶେଖର ସୁମନଙ୍କ ଶୋ’ ‘ଶେଖର ଟୁନାଇଟ’ (Shekhar Tonight) ଆରମ୍ଭ ହେବା ଦିନଠାରୁ ହିଁ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଶୋ’ରେ ସଞ୍ଜୟ ଦତ୍ତଙ୍କ ଉପସ୍ଥିତି…

କର୍ଲାମୁଣ୍ଡା ଉତ୍ସବମୁଖର: ଆରମ୍ଭ ହେଲା ମା’ ଦୁର୍ଗାଙ୍କ ଶାରଦୀୟ ନବରାତ୍ର ପୂଜା, ୨୨ରେ ଭସାଣି

କର୍ଲାମୁଣ୍ଡା,୧୧ା୧୦(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସଦର ମହକୁମାସ୍ଥିତ ଦୁର୍ଗା ମଣ୍ଡପଠାରେ ଡୁକେରମାଲ ଦୁର୍ଗାପୂଜା କମିଟି ପକ୍ଷରୁ ରବିବାରଠାରୁ ସାର୍ବଜନୀନ ଶାରଦୀୟ ନବରାତ୍ର ପୂଜା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?