ସହପାଠିନୀଙ୍କୁ ଗିଫ୍ଟ କଲେ ସୁନା ବିସ୍କୁଟ, କେଜିରେ ପଢୁଥିବା ଶିଶୁଙ୍କର ଅଜବ କାରନାମା

ବେଜିଂ,୪।୧: ଛୋଟପିଲା ଦୁଷ୍ଟାମୀ କରନ୍ତି। ଅଭିଭାବକଙ୍କ ଠାରୁ ଆରମ୍ଭ କରି ବିଦ୍ୟାଳୟ ଶିକ୍ଷକ ମଧ୍ୟ ପିଲାଙ୍କୁ ଏଥିପାଇଁ ଗାଳି ଦେଇ ବୁଝାନ୍ତି। ନିକଟରେ ଏପରି ଏକ ଘଟଣା ସାମ୍ନାକୁ ଆସିଛି ଯାହା ସମ୍ପର୍କରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଜଣେ ୪-୫ବର୍ଷର ପିଲା ସ୍କୁଲରେ ତାଙ୍କ ସହପାଠିନୀଙ୍କ ସହ କିଛି ଏପରି କାଣ୍ଡ ଘଟାଇଛନ୍ତି ଜାଣିଲେ ତାଜୁବ ହୋଇଯିବେ।

ପିଲାମାନେ ସେମାନଙ୍କ ସହପାଠୀଙ୍କୁ ତାଙ୍କ ଜନ୍ମଦିନ କିମ୍ବା ଫ୍ରେଣ୍ଡସିପ୍‌ ଡେ ଆସିଲେ ପରସ୍ପରକୁ ଉପହାର ଦିଅନ୍ତି। ବିସ୍କୁଟ ଠାରୁ ଆରମ୍ଭ କରି ଚକୋଲେଟ, ପେନ୍‌ ଇତ୍ୟାଦି ଉପହାର ଦେଇଥାନ୍ତି। କିନ୍ତୁ କେବେ ସୁନା ବିସ୍କୁଟ ଉପହାର ଦେଉଥିବାର ଶୁଣିଛନ୍ତି। ଆଶ୍ଚର୍ଯ୍ୟ ଲାଗୁଛି ନା। ଆପଣଙ୍କ ପରି ପିଲାଟିର ଅଭିଭାବକ ମଧ୍ୟ ଏ ସମ୍ପର୍କରେ ଶୁଣି ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

ଚାଇନାର ସିଚୁଆନ ପ୍ରଦେଶର ଏକ ସ୍କୁଲର ଘଟଣା ଏବେ ଚର୍ଚ୍ଚାରେ ରହିଛି। କେଜିରେ ପଢୁଥିବା ଜଣେ ଶିଶୁ ତାଙ୍କ ସହପାଠିନୀଙ୍କୁ ମନ ଦେଇ ବସିଥିଲେ। ସେ ତାଙ୍କୁ ତାଙ୍କର ଭାବୀ ସ୍ତ୍ରୀ ଭାବିବା ଆରମ୍ଭ କରି ଦେଇଥିଲେ। ଦିନେ ଘରେ କାହାକୁ ନ ପଚାରି ସ୍କୁଲକୁ ସୁନା ବିସ୍କୁଟ ଆଣି ତାଙ୍କ ଭାବୀ ସ୍ତ୍ରୀଙ୍କୁ ଉପହାର ଦେଇଥିଲେ। ପରେ ଏହି ଘଟଣା ଜାଣିବା ପରେ ଝିଅ-ପୁଅଙ୍କ ଅଭିଭାବକ ହୋସ ଉଡିଯାଇଥିଲା।

ସୂଚନା ଥାଉ କି, ଏହି ୪-୫ବର୍ଷର ଶିଶୁଟି ତାଙ୍କ ସହପାଠିନୀଙ୍କୁ ୨ଟି ସୁନା ବିସ୍କୁଟ ଉପହାର ଦେଇଥିଲେ। ଉଭୟ ବିସ୍କୁଟର ଓଜନ ୨୦୦ ଗ୍ରାମ। ଏହାର ମୂଲ୍ୟ ପ୍ରାୟ ୧୫ ହଜାର ଡଲାର ଅର୍ଥାତ ପ୍ରାୟ ୧୨.୫ ଲକ୍ଷ ଟଙ୍କା। ଯେତେବେଳେ ଝିଅର ପିତାମାତା ଏସମ୍ପର୍କରେ ପୁଅର ପିତାମାତାଙ୍କୁ ସୂଚନା ଦେଲେ ତାହା ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ସୂଚନାଯୋଗ୍ୟ, ପୂର୍ବରୁ ପୁଅର ପିତାମାତା ସେହି ଦୁଇଟି ସୁନା ବିସ୍କୁଟ ତାଙ୍କ ଭାବୀ ବୋହୂ ପାଇଁ ରଖିଛନ୍ତି ବୋଲି କୁନିପୁଅଙ୍କୁ କହିଥିଲେ। ତେବେ ଏହାକୁ ଚିନ୍ତା କରି ପୁଅଟି ତାଙ୍କ ସହପାଠିନୀଙ୍କୁ ଏହି ସୁନା ବିସ୍କୁଟ ଉପହାର ଦେଇଥିଲେ। ବର୍ତ୍ତମାନ ଘଟଣାଟି ସୋସିଆଲ ମିଡିଆରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ତ୍ରୀଙ୍କ ମୋବାଇଲରେ ଏମିତି ଚାଟ୍‌ ଦେଖି ସ୍ବାମୀଙ୍କ ପାଦ ତଳୁ ଖସିଗଲା ମାଟି, ସିଧା ପହଞ୍ଚିଲେ ଥାନାରେ…

ନୂଆଦିଲ୍ଲୀ,୧୩।୮: ତେଲଙ୍ଗାନାର ମହବୁବାବାଦ ଜିଲାରୁ ସାମ୍ନାକୁ ଆସିଥିବା ଏକ ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ଜଣେ ବ୍ୟକ୍ତି ତାଙ୍କ ପତ୍ନୀ ଓ ତାଙ୍କର କଥିତ ପ୍ରେମିକଙ୍କ ବିରୋଧରେ…

ଚାର୍ଜ ବସାଇ ଶୁଣୁଥିଲେ ଗୀତ: ହଠାତ୍‌ ମାରିଲା ଘଡ଼ଘଡ଼ି, ଆଉ ତା’ପରେ…

ନନ୍ଦପୁର,୧୩।୮(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ ବୁଧବାର ରାତ୍ରଠାରୁ ପ୍ରବଳ ବର୍ଷା ଓ ବଜ୍ରପାତର ପ୍ରକୋପ ଦେଖିବାକୁ ମିଳିଛି। ବଜ୍ରପାତରେ ଜଣେ ନାବାଳକଙ୍କ ମୃତ୍ୟୁ…

ପ୍ରବଳ ବର୍ଷା: ଏହି ଜିଲାରେ ସମସ୍ତ ସ୍କୁଲ ବନ୍ଦ

ବାରିପଦା,୧୩।୮(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ଗତ ରାତିରୁ ଆରମ୍ଭ ହୋଇ ଏପର୍ଯ୍ୟନ୍ତ ଜାରି ରହିଥିବା ଭାରି ବର୍ଷାକୁ ନେଇ ମୟୂରଭଞ୍ଜ ଜିଲ୍ଲାପାଳ ହେମକାନ୍ତ ସୟଙ୍କ ନିର୍ଦ୍ଦେଶକ୍ରମେ ଆଜି ଜିଲାର ସମସ୍ତ…

ଗ୍ରହଙ୍କ ଖାସ୍‌ ଖେଳରେ ୫ ରାଶିଙ୍କ ଚମକିବ ଭାଗ୍ୟ, ଖୋଲିଯିବ ଟଙ୍କା ଆସିବାର ରାସ୍ତା; ବଢିବ…

୧୩ ଅଗଷ୍ଟ, ୨୦୨୬ ରେ ଶ୍ରାବଣ ମାସର ଶୁକ୍ଳ ପକ୍ଷର ପ୍ରତିପଦା ତିଥି ଏବଂ ଦିନ ଗୁରୁବାର ଅଟେ। ଏହା ଚାତୁର୍ମାସର ୨୦ ତମ ଦିନ ଅଟେ।…

ଆସୁଛି ବଡ଼ ବର୍ଷା: ଅବପାତର ପରିଣତ ହେବ ଲଘୁଚାପ, ରେଡ୍‌ ଓ୍ବାର୍ନିଂ ଜାରି

ଭୁବନେଶ୍ୱର, ୧୩/୮:ପଶ୍ଚିମବଙ୍ଗ ଓ ବାଂଲାଦେଶ ଉପକୂଳର ଉତ୍ତର ବଙ୍ଗୋପସାଗର ଉପରେ ଲଘୁଚାପ ସୃଷ୍ଟି ହୋଇଛି। ଉତ୍ତର ବଙ୍ଗୋପସାଗର ଓ ପଶ୍ଚିମବଙ୍ଗ-ବାଂଲାଦେଶ ଉପକୂଳ ନିକଟରେ ସୃଷ୍ଟ ଲଘୁଚାପ ଅଧିକ…

ଚାଇନାର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଦେହାନ୍ତ

ବେଜିଂ, ୧୩।୮: ଚାଇନାକୁ ଆଧୁନିକ ଅର୍ଥନୈତିକ ମହାଶକ୍ତି ଭାବରେ ଗଢ଼ିବାରେ ପ୍ରମୁଖ ଭୂମିକା ନେଇଥିବା ଏବଂ ଦେଶକୁ ବିଶ୍ୱ ବାଣିଜ୍ୟ ସଂଗଠନ(ଡବ୍ଲ୍ୟୁଟିଓ)ରେ ସାମିଲ କରାଇଥିବା ଚାଇନାର ପୂର୍ବତନ…

୨୪ ସପ୍ତାହ ପର୍ଯ୍ୟନ୍ତ ଗର୍ଭପାତ କରିପାରିବେ ବଳାତ୍କାର ପୀଡ଼ିତା: କୋର୍ଟ ଦେଲେ ବଡ଼ ରାୟ

ଇନ୍ଦୋର,୧୨ା୮(ପି.ଟି.):ବଳାତ୍କାର ପୀଡ଼ିତା ଗର୍ଭବତୀ ହୋଇଥିଲେ, ସେ ୨୪ ସପ୍ତାହ ମଧ୍ୟରେ ଗର୍ଭପାତ କରିବାକୁ ଚାହିଁଲେ ଏଥିପାଇଁ ଅଦାଲତଙ୍କ ଅନୁମତି ନେବାକୁ ପଡ଼ିବ ନାହଁି। ମଧ୍ୟପ୍ରଦେଶ ହାଇକୋର୍ଟ ଏକ…

ପୁରୁଷ ବନ୍ଧୁଙ୍କୁ ବାନ୍ଧି ଯୁବତୀଙ୍କୁ ଗଣବଳାତ୍କାର: ଭଙ୍ଗା ଘରେ ଜଣଙ୍କ ପରେ ଜଣେ…

ନିିଶ୍ଚିନ୍ତକୋଇଲି, ୧୩ା୮(ଅଶୋକ ମହାପାତ୍ର):କେନ୍ଦ୍ରାପଡ଼ା ଜିଲା କଳପଡ଼ା ଅଞ୍ଚଳର ଜଣେ ଯୁବତୀ ଭୁବନେଶ୍ୱରର ଏକ ମଲ୍‌ରେ କାର୍ଯ୍ୟ କରନ୍ତି। ସେଠାରେ ଗାଡ଼ିଚାଳକ ରୂପେ ରହି କାର୍ଯ୍ୟ କରୁଥିବା ନୟାଗଡ଼…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri