ସୀମା ଜବର ଦଖଲ ପାଇଁ ଯାଯାବରଙ୍କ ସହାୟତା ନେଉଛି ଚାଇନା

ବେଜିଂ,୭।୧: ପୂର୍ବ ଲଦାଖରେ ଭାରତ ଚାଇନା ମଧ୍ୟରେ ଥିବା ଏଲ୍‌ଏସିରେ ଉତ୍ତେଜନା କମିବା ବଦଳରେ ବଢ଼ିଚାଲିଛି। ସୀମା ଜବର ଦଖଲ ପାଇଁ ଚାଇନା ସୈନ୍ୟ ବାହିନୀ ପକ୍ଷରୁ ନୂଆ ଷଡ଼ଯନ୍ତ୍ର ରଚାଯାଇଛି। ଯାଯାବର ସମ୍ପ୍ରଦାୟଙ୍କ ସହାୟତାରେ ଚାଇନା ଭାରତ ସୀମାରେ ଜବର ଦଖଲ ପ୍ରକ୍ରିୟା ଜାରି ରଖିଛି। ସୀମାରେ ଥିବା ତୃଣଭୂମି ଅଞ୍ଚଳରେ ଏଭଳି କାର୍ଯ୍ୟ ଅଧିକ ହେଉଛି। ସୁରକ୍ଷା ଦୃଷ୍ଟିରୁ ଭାରତୀୟ ସେନା ପକ୍ଷରୁ କଟକଣା ଜାରି କରାଯାଇ ତୃଣଭୂମିରେ ଗୃହପାଳିତ ପ୍ରାଣୀଙ୍କୁ ଚରାଇବା ପାଇଁ ବାରଣ କରାଯାଉଛି। ମାତ୍ର ଏହାଯୋଗୁ ଏଠାରେ ବସବାସ କରୁଥିବା ଭାରତୀୟଙ୍କ ଜୀବନ ଜୀବିକା ଉପରେ ନକାରାତ୍ମକ ପ୍ରଭାବ ପଡ଼ିବାରେ ଲାଗିଛି। ସେମାନେ ନିଜର ଗୃହପାଳିତ ପ୍ରାଣୀଙ୍କୁ ଚରାଇବା ଲାଗି ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏନେଇ ଲଦାଖ ପାର୍ବତ୍ୟାଞ୍ଚଳ ବିକାଶ ପରିଷଦ ପକ୍ଷରୁ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂଙ୍କୁ ସୂଚନା ପ୍ରଦାନ କରାଯାଇଛି। ପରିଷଦର ୩ ଜଣିଆ ପ୍ରତିନିଧି ଦଳ ରାଜନାଥଙ୍କୁ ଭେଟି ସମସ୍ୟା ସମ୍ପର୍କରେ ଅବଗତ କରାଇଛନ୍ତି। ଏହାର ସମାଧାନର ପଥ ଶୀଘ୍ର ବାହାର କରିବା ଲାଗି ସେମାନେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ମସ୍କୋ ଚିନ୍ତାକୁ ଗୁରୁତ୍ୱ ଦେଉ ନାଟୋ’

ମସ୍କୋ, ୧୬ା୨: ସୀମାରେ ସୈନ୍ୟ, ଯୁଦ୍ଧାସ୍ତ୍ର ତଥା କ୍ଷେପାଣାସ୍ତ୍ର ମୁତୟନ ଏବଂ ସାମରିକ ସ୍ବଚ୍ଛତା ଉପରେ ଆମେରିକା ଓ ନର୍ଥ ଆଟ୍‌ଲାଣ୍ଟିକ୍‌ ଟ୍ରିଟି ଅର୍ଗାନାଇଜେଶନ (ନାଟୋ)...

୧୧୦ ଲୋକଙ୍କ ମୁଣ୍ଡ କାଟିଲେ ଆତଙ୍କବାଦୀ

ଆବୁଜା,୩୦।୧୧: ଆତଙ୍କବାଦୀମାନେ ୧୧୦ ଜଣ ସାଧାରଣ ଲୋକଙ୍କ ମୁଣ୍ଡକାଟି ହତ୍ୟା କରିଛନ୍ତି। ଏଭଳି ଅମାନବୀୟ ଘଟଣା ନାଇଜେରିଆରେ ଘଟିଛି। ଆତଙ୍କବାଦୀ ସଂଗଠନ ବୋକା ହାରାମ ପକ୍ଷରୁ...

ବ୍ରିଟେନ୍‌ ମହାରାଣୀ ପିନ୍ଧି ସାରିଛନ୍ତି ୫ହଜାର ପ୍ରକାରର ଟୋପି

ବ୍ରିଟେନ୍‌ରେ ଲୋକେ ହ୍ୟାଟ୍‌ ବା ଟୋପି ପିନ୍ଧିବାକୁ ବେଶି ପସନ୍ଦ କରିଥାଆନ୍ତି। ବିବାହ ହେଉ ଅବା ଅନ୍ୟ କୌଣସି ଉତ୍ସବ ଅଧିକାଂଶ ଲୋକେ ଟୋପି ପିନ୍ଧିବାକୁ...

ନଦୀ କୂଳରେ ବଜ୍ରପାତ ନେଲା ୧୭ ଜୀବନ

ଢାକା, ୪ା୮: ବାଂଲାଦେଶର ଚପାଇନଓ୍ବାଗଞ୍ଜ ଜିଲାର ପଦ୍ମ ନଦୀକୂଳରେ ବୁଧବାର ଘଟିଛି ଏକ ଦୁଃଖଦ ଘଟଣା। ଏକ ବିବାହ ଉତ୍ସବରେ ଯୋଗଦେବା ପାଇଁ କନ୍ୟାପକ୍ଷ ଲୋକେ...

ଚନ୍ଦ୍ରୟାନ-୨ ବିକ୍ରମ ଲ୍ୟାଣ୍ଡର ଉଭାନ୍‌

ଓ୍ବାଶିଂଟନ: ଭାରତର ବହୁ ପ୍ରତୀକ୍ଷିତ ଚନ୍ଦ୍ରୟାନ-୨ ବିକ୍ରମ ଲ୍ୟାଣ୍ଡରର ପତ୍ତା ମିଳୁନାହିଁ। ବହୁ ପ୍ରୟାସ ସତ୍ତ୍ୱେ ନାସା ଫେଲ୍‌ ମାରିଛି। ଏହାର ଫଟୋ ଉଠାଇବା ଲାଗି...

ସେନା ଶିବିର ଉପରେ ମିଶାଇଲ୍‌, ଡ୍ରୋନ ଆକମଣ: ୮୦ ମୃତ

ଦୁବାଇ,୧୯।୧: ୟେମେନର ମରିବରେ ଥିବା ମିଲିଟାରୀ କ୍ୟାମ୍ପ ଉପରେ ଆତଙ୍କବାଦୀଙଞ୍କ ପକ୍ଷରୁ ମିସାଇଲ ଏବଂ ଡ୍ରୋନ ମାଡ ହୋଇଛି। ନମାଜ ପାଠବେଳେ ଏହି ଆମଣ କରାଯାଇଥିଲା।...

୬୦ ବର୍ଷ ତଳର କଥା ମନେ ପକାଉଛି ଆମେରିକା…

ଓ୍ବାଶିଂଟନ/ମସ୍କୋ/କ୍ୱିଭ୍‌,୩।୩ : ରୁଷିଆ ୟୁକ୍ରେନ୍‌ ଯୁଦ୍ଧରେ ଆମେରିକା ୬୦ ବର୍ଷ ତଳେ ୧୯୬୨ରେ ହୋଇଥିବା କ୍ୟୁବା ଯୁଦ୍ଧ ମନେ ପକାଇଛି। ସେତେବେଳେ ସୋଭିଏତ୍‌ ୟୁନିଅନ କ୍ୟୁବା...

୪୪ ଦେଶକୁ ବ୍ୟାପିଲା ଭାରତୀୟ ଭାରିଆଣ୍ଟ୍‌…

ଜେନେଭା,୧୨।୫: ଭାରତରେ ଦେଖା ଦେଇଥିବା କରୋନା ମହାମାରୀ ଭାରିଆଣ୍ଟ୍‌ ୪୪ ଦେଶକୁ ବ୍ୟାପିଥିବା ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ କୁହାଯାଇଛି। ଭାରତର କରୋନା ବିସ୍ଫୋରଣ ପାଇଁ...

Advertisement
Archives

Model This Week