ଭାରତକୁ ଚାଇନା ବିପଦ

ଶ୍ରୁତକୀର୍ତ୍ତି ତ୍ରିପାଠୀ

 

ଶାନ୍ତିପ୍ରିୟ ଭାରତ ସବୁବେଳେ ଅନ୍ୟ ଦେଶ ସହ ସୁସମ୍ପର୍କ ସ୍ଥାପନକରି ସଭିଙ୍କୁ ଏକାଠି ନେଇ ଚଳିବାକୁ ଚେଷ୍ଟା କରିଆସିଛି; ତଥାପି ସମୟ ସମୟରେ ପଡ଼ୋଶୀ ରାଷ୍ଟ୍ରଗୁଡ଼ିକର ଶତ୍ରୁତା ଓ ଷଡ଼ଯନ୍ତ୍ରର ଶିକାର ହୋଇଛି। ସାମ୍ନାରୁ ଆକ୍ରମଣ ନ କଲେ ମଧ୍ୟ ପରୋକ୍ଷରେ କିମ୍ବା ଲୁକ୍କାୟିତ ଭାବରେ ଚାଇନାର ଷଡ଼ଯନ୍ତ୍ର ଏବଂ ଦୂରଭିସନ୍ଧି ଭାରତୀୟ ବୁଦ୍ଧିଜୀବୀଙ୍କୁ ଚିନ୍ତାରେ ପକେଇଛି।
ଚାଇନା ଭାରତୀୟ ସେନାଙ୍କୁ ସୀମାରେ ତ ଅସୁବିଧାରେ ପକେଇ ଆସୁଛି; ମାତ୍ର ଏବେ ଲୋନ୍‌, ବେଟିଂ, ଡେଟିଂ ଆପ୍‌ ଜରିଆରେ ହଜାର ହଜାର କୋଟି ଟଙ୍କାର ଠକେଇ କରି ଭାରତକୁ ଆର୍ଥିକ କ୍ଷେତ୍ରରେ ମଧ୍ୟ କ୍ଷତି ପହଞ୍ଚାଇବାକୁ ଆଗଭର ହୋଇଛି । ଭାରତର ଆର୍ଥିକ ଗୋଇନ୍ଦା ୟୁନିଟ(ଏଫ୍‌ଆଇୟୁ) ଆଖିରେ ଧୂଳିଦେଇ ଭାରତୀୟଙ୍କୁ ଲୁଟ୍‌ କରାଯାଉଛି, ଯାହା ବିଷୟରେ ଭାରତର ପ୍ରବର୍ତ୍ତନ କାର୍ଯ୍ୟାଳୟ(ଇଡି)ଠାରୁ ସୂଚନା ମିଳିଛି। ପ୍ରଥମେ ଚାର୍ଟାର୍ଡ ଆକାଉଣ୍ଟାଣ୍ଟଙ୍କ ଜରିଆରେ ଚାଇନା ନକଲି ଭାରତୀୟ କମ୍ପାନୀ ସ୍ଥାପନ କରୁଛି। ଚାଇନାର ନାଗରିକମାନେ ଭାରତ ଆସି ଏହିସବୁ କମ୍ପାନୀରେ ନିର୍ଦ୍ଦେଶକ ପଦରେ ବସି ଚାଇନା ଦ୍ୱାରା ନିୟନ୍ତ୍ରିତ ଏକାଧିକ ଲୋନ୍‌, ଡେଟିଂ ଏବଂ ବେଟିଂ ଆପ୍‌ ଚଲାଉଛନ୍ତି। ଉକ୍ତ କମ୍ପାନୀଗୁଡ଼ିକୁ ଇ ସହାୟତାରେ ଖୋଳତାଡ଼ କଲା ପରେ ୧୦୦ରୁ ଅଧିକ ମୋବାଇଲ ଆପ୍‌ ଚାଇନାରୁ ପରିଚାଳିତ ବୋଲି ଜଣାପଡିଛି। କେବଳ ବେଟିଂ ଆପ୍‌ରେ ଚାଇନା ୧୩୦୦ କୋଟିରୁ ଅଧିକ ରାଜସ୍ବ ସଂଗ୍ରହ କରିଛି। ଚାଇନାର ପେଟିଏମ୍‌, କ୍ୟାଶ ଫ୍ରି ଏବଂ ରେଜର ପେ ଭଳି ପେମେଣ୍ଟ ଗେଟ୍‌ୱେ ଆଦି ସଂସ୍ଥାଗୁଡ଼ିକ ବଡ଼ ଧରଣର ଆର୍ଥିକ କାରବାରରେ ଲିପ୍ତ ବୋଲି ଜଣାପଡିଛି।
ବିଭିନ୍ନ ଲୋନ ଆପ୍‌ ଜରିଆରେ ଧମକ ଦେଇ ଭାରତୀୟଙ୍କଠାରୁ ଟଙ୍କା ଆଦାୟ କରୁଥିଲେ।
କୌତୂହଳପ୍ରଦ ବିଷୟ ହେଉଛି ଏହି ଲୁଟର ଶିକାର ହେଉଥିଲେ କିଛି ଅନଭିଜ୍ଞ ଭାରତୀୟ।
ପ୍ରଥମେ ଏମାନଙ୍କୁ ବ୍ୟାଙ୍କ ଆକାଉଣ୍ଟ ଏବଂ କ୍ରେଡିଟ୍‌ କାର୍ଡ ଆକାଉଣ୍ଟ ଖୋଲିବା ପାଇଁ ନିୟୋଜିତ କରାଯାଉଥିଲା। ଉଚ୍ଚ ସୁଧ ହାରରେ ଋଣ ନିଆଯାଉଥିଲା ଏବଂ ଯେଉଁମାନେ ଏହାକୁ ପରିଶୋଧ କରିପାରୁ ନ ଥିଲେ, ସେମାନଙ୍କୁ ଧମକ ଦିଆଯାଉଥିଲା। ଥରେ ବ୍ୟାଙ୍କ ଆକାଉଣ୍ଟ ଖୋଲିଗଲା ପରେ ସମ୍ପୃକ୍ତ ଆକାଉଣ୍ଟଧାରୀଙ୍କ ବିଭିନ୍ନ ତଥ୍ୟକୁ ନିଯୁକ୍ତ ଭାରତୀୟ କର୍ମଚାରୀଙ୍କ ଜରିଆରେ ଚାଇନାକୁ କୋରିୟର କରାଯାଉଥିଲା। ଏପରି କି ଟେଲିଗ୍ରାମ ଓ ହାଟ୍ସଆପ୍‌ ଜରିଆରେ ଛୋଟ ଛୋଟ ସ୍ବତନ୍ତ୍ର ଗ୍ରୁପ୍‌ ସୃଷ୍ଟି କରାଯାଇ ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ଚାଇନା ଏଜେଣ୍ଟମାନଙ୍କୁ ନିଯୁକ୍ତି ଦେଇଥିଲା।
ମାଇକ୍ରୋସଫ୍ଟର ଏକ ରିପୋର୍ଟ ଅନୁଯାୟୀ, ଚାଇନା ଭାରତକୁ ଚାପରେ ରଖିବା ପାଇଁ ଏବଂ ବିଶ୍ୱ ଦୃଷ୍ଟିରେ ଗୌଣ କରି ଦେଖାଇବା ପାଇଁ ‘ଏଆଇ’କୁ ନିୟୋଜିତ କରୁଛି ବୋଲି ସୂଚନା ମିଳିଛି। ଚଳିତ ବର୍ଷ ୟୁରୋପୀୟ ସଂଘ ବ୍ୟତୀତ ସମଗ୍ର ବିଶ୍ୱରେ ପ୍ରାୟ ୬୪ଟି ଦେଶରେ ଜାତୀୟ ନିର୍ବାଚନ ହେବାର ସମ୍ଭାବନା ରହିଛି। ନିର୍ବାଚନ ସମୟରେ ଜନମତକୁ ନିଜ ସ୍ବାର୍ଥ ସପକ୍ଷରେ ରଖିବା ପାଇଁ ଚାଇନା ସୋସିଆଲ ମିଡିଆ ମାଧ୍ୟମରେ ଏଆଇ-ଉତ୍ପାଦିତ ବିଷୟବସ୍ତୁ ବ୍ୟବହାର କରି ଭ୍ରମାତ୍ମକ ଏବଂ ମିଥ୍ୟା ବିଷୟବସ୍ତୁ ପ୍ରସ୍ତୁତ କରିବା ସହ ସୋସିଆଲ ମିଡିଆରେ ପ୍ରସାର କରିବ। ପ୍ରାର୍ଥୀଙ୍କ ବୟାନ, ଆଭିମୁଖ୍ୟ ଏବଂ ମିଛକୁ ସତ ଦର୍ଶାଇ ଜନସାଧାରଣଙ୍କୁ ବିଭ୍ରାନ୍ତ କରିବ, ଯାହା ଭୋଟରମାନଙ୍କ ନିଷ୍ପତ୍ତି ନେବାର କ୍ଷମତାକୁ ହାନି ପହଞ୍ଚେଇବ। ଏହାସହିତ ଏଆଇ ଦ୍ୱାରା ନିର୍ମିତ ଟିଭି ନ୍ୟୁଜ୍‌ ଆଙ୍କରଙ୍କୁ ବ୍ୟବହାର କରିବା ପାଇଁ ମଧ୍ୟ ଚାଇନାର ସାଇବର ଗ୍ରୁପ୍‌ କାମ କରୁଛି।
ଚାଇନାର ଷଡ଼ଯନ୍ତ୍ରଗୁଡିକୁ ନିଷ୍କ୍ରିୟ କରିବା ପାଇଁ ଆମର ସାଇବର ଗ୍ରୁପ୍‌ ପ୍ରସ୍ତୁତ ଥିବା ସତ୍ତ୍ୱେ ଏଭଳି ଘଟଣା ଅତ୍ୟନ୍ତ ଚିନ୍ତାଜନକ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଏଆଇ ଅପବ୍ୟବହାର ନେଇ ଚିନ୍ତାପ୍ରକଟ କରିଛନ୍ତି। ହେଲେ ସବୁଠାରୁ ବଡ଼ ଭୂମିକା ରହିଛି ଜନସାଧାରଣଙ୍କର। ସେମାନେ ମିଥ୍ୟା ତଥ୍ୟକୁ ସହଜରେ ବିଶ୍ୱାସ ନ କରି ନିଜେ ଉପଯୁକ୍ତ ନିର୍ଣ୍ଣୟ ନିଅନ୍ତୁ। ଦ୍ୱିତୀୟରେ ଭାରତର ଯୁବବର୍ଗଙ୍କୁ ଅନୁରୋଧ ଯେ ସେମାନେ ଅନ୍ଧ ଭାବରେ ବେଟିଂ ଓ ଡେଟିଂ ଆପ୍‌ଗୁଡ଼ିକ ବ୍ୟବହାର କରି ଠକାମିର ଶିକାର ନ ହୁଅନ୍ତୁ। ନିଜର ସାମର୍ଥ୍ୟ, ଯୋଗ୍ୟତା ଓ ସୃଜନଶୀଳତାକୁ ନିଜେ ଚିହ୍ନି ତା’ର ଉପଯୁକ୍ତ ବ୍ୟବହାର ହିଁ ଶ୍ରେଷ୍ଠ ବିକଳ୍ପ।
ଭୁବନେଶ୍ୱର
ମୋ: ୬୩୭୦୫୧୬୪୭୮


Enter your email to get our daily news in your inbox.

All Right Reserved By Dharitri.Com

ଅସ୍ତମିତ ଅସ୍ମିତା

ଦୁବଂଶ ଧ୍ବଂସ ମୂଳରେ ଥିଲା କୋକୁଆ। ବାସ୍ତବରେ କୋକୁଆର ସ୍ବରୂପ କେହି ଦେଖି ନ ଥିଲେ। କୋକୁଆ କୌଣସି ଜୀବ ବା ଜୀବାଣୁ ନ ଥିଲା।...

ଭଙ୍ଗା ପୋଲର ଆତ୍ମକଥା

ହେଉଛି ଭଙ୍ଗା ପୋଲ। ନାମକରଣ ହେବା ପରେ ପରେ ମୁଁ ଭାଙ୍ଗିଗଲି, ସେଥିପାଇଁ ମୋତେ ମୋ ନାମରେ କେହି ଜାଣନ୍ତି ନାହିଁ। ଦିନେ ଦିବାଲୋକରେ ସମସ୍ତଙ୍କ...

ତାଲିବାନ୍‌ ଶାସନରେ ଲିଙ୍ଗଗତ ବିଭେଦ

ଆଜକୁ ତିନି ବର୍ଷ ପୂର୍ବେ ଆଫଗାନିସ୍ତାନରେ ତାଲିବାନ୍‌ କ୍ଷମତାକୁ ଫେରିଥିଲା। ତା’ ପରଠାରୁ ସେଠାରେ ଝିଇମାନେ ମାଧ୍ୟମିକ ବିଦ୍ୟାଳୟରେ ପଢ଼ିପାରିନାହାନ୍ତି। ସେମାନଙ୍କ ପାଇଁ ମୌଳିକ ଶିକ୍ଷାର...

ଏଇ ଭାରତରେ

ପରିବେଶ ସ୍ବଚ୍ଛ ରଖିବା ଲାଗି ଏକ ଅଭିନବ ଉପାୟ ଆପଣାଇଛନ୍ତି ମନୋଜ ରଞ୍ଜନ। ସେ ଅଳିଆ ଗଦା ହେଉଥିବା ସ୍ଥାନରେ ସୁନ୍ଦର ବଗିଚା କରି କଲୋନିରେ...

ତାଳଗଛ ଓ ବଜ୍ରପାତ

ଇଂ. ମାୟାଧର ସ୍ବାଇଁ ଓଡ଼ିଶା ସରକାର ଏହି ବର୍ଷ ଜୁଲାଇ ପ୍ରଥମ ସପ୍ତାହରେ ରାଜ୍ୟରେ ତାଳଗଛ କାଟିବାରେ କଟକଣା ଲଗାଇଛନ୍ତି। ବନ ବିଭାଗର ବିନା ଅନୁମତିରେ...

ଗୀତାରେ ପରିବାର

ଦେବଦତ୍ତ ପଟ୍ଟନାୟକ ଭଗବଦ୍‌ ଗୀତାରେ ସମସ୍ୟା କଥାକୁ ଅତି ସ୍ପଷ୍ଟ ଭାବେ ଦର୍ଶାଯାଇଛି ଓ ଏହାର ବର୍ଣ୍ଣନା ପ୍ରଥମ ଅଧ୍ୟାୟରେ ଦେଖିବାକୁ ମିଳେ। ପରିବାରର କିଏ...

ବର୍ଷାଋତୁରେ ଶିଶୁରୋଗ

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ ବର୍ଷାଋତୁ ଶିଶୁମାନଙ୍କ ପାଇଁ ସ୍ବାସ୍ଥ୍ୟପ୍ରଦ ହୋଇ ନ ଥାଏ। ଏହି ସମୟରେ ସ୍ବାସ୍ଥ୍ୟ ବିଭାଗ, ଡାକ୍ତର, ସ୍ବାସ୍ଥ୍ୟକର୍ମୀ ସମସ୍ତେ ଯେକୌଣସି ଆକସ୍ମିକ...

ଏଇ ଭାରତରେ

ଏମିତି ଘର, ଯେଉଁଠି ମଣିଷ ଓ ପକ୍ଷୀ ଉଭୟ ରହୁଛନ୍ତି। ଏମିତିକା ଘରଟିଏ ଦେଖିବାକୁ ମିଳେ ନୋଏଡାରେ। ଉକ୍ତ ଘର ଏକ ଅଶ୍ୱତ୍ଥ ଗଛ ନିକଟରେ...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri