ଭାରତକୁ ଚାଇନା ବିପଦ

ଶ୍ରୁତକୀର୍ତ୍ତି ତ୍ରିପାଠୀ

 

ଶାନ୍ତିପ୍ରିୟ ଭାରତ ସବୁବେଳେ ଅନ୍ୟ ଦେଶ ସହ ସୁସମ୍ପର୍କ ସ୍ଥାପନକରି ସଭିଙ୍କୁ ଏକାଠି ନେଇ ଚଳିବାକୁ ଚେଷ୍ଟା କରିଆସିଛି; ତଥାପି ସମୟ ସମୟରେ ପଡ଼ୋଶୀ ରାଷ୍ଟ୍ରଗୁଡ଼ିକର ଶତ୍ରୁତା ଓ ଷଡ଼ଯନ୍ତ୍ରର ଶିକାର ହୋଇଛି। ସାମ୍ନାରୁ ଆକ୍ରମଣ ନ କଲେ ମଧ୍ୟ ପରୋକ୍ଷରେ କିମ୍ବା ଲୁକ୍କାୟିତ ଭାବରେ ଚାଇନାର ଷଡ଼ଯନ୍ତ୍ର ଏବଂ ଦୂରଭିସନ୍ଧି ଭାରତୀୟ ବୁଦ୍ଧିଜୀବୀଙ୍କୁ ଚିନ୍ତାରେ ପକେଇଛି।
ଚାଇନା ଭାରତୀୟ ସେନାଙ୍କୁ ସୀମାରେ ତ ଅସୁବିଧାରେ ପକେଇ ଆସୁଛି; ମାତ୍ର ଏବେ ଲୋନ୍‌, ବେଟିଂ, ଡେଟିଂ ଆପ୍‌ ଜରିଆରେ ହଜାର ହଜାର କୋଟି ଟଙ୍କାର ଠକେଇ କରି ଭାରତକୁ ଆର୍ଥିକ କ୍ଷେତ୍ରରେ ମଧ୍ୟ କ୍ଷତି ପହଞ୍ଚାଇବାକୁ ଆଗଭର ହୋଇଛି । ଭାରତର ଆର୍ଥିକ ଗୋଇନ୍ଦା ୟୁନିଟ(ଏଫ୍‌ଆଇୟୁ) ଆଖିରେ ଧୂଳିଦେଇ ଭାରତୀୟଙ୍କୁ ଲୁଟ୍‌ କରାଯାଉଛି, ଯାହା ବିଷୟରେ ଭାରତର ପ୍ରବର୍ତ୍ତନ କାର୍ଯ୍ୟାଳୟ(ଇଡି)ଠାରୁ ସୂଚନା ମିଳିଛି। ପ୍ରଥମେ ଚାର୍ଟାର୍ଡ ଆକାଉଣ୍ଟାଣ୍ଟଙ୍କ ଜରିଆରେ ଚାଇନା ନକଲି ଭାରତୀୟ କମ୍ପାନୀ ସ୍ଥାପନ କରୁଛି। ଚାଇନାର ନାଗରିକମାନେ ଭାରତ ଆସି ଏହିସବୁ କମ୍ପାନୀରେ ନିର୍ଦ୍ଦେଶକ ପଦରେ ବସି ଚାଇନା ଦ୍ୱାରା ନିୟନ୍ତ୍ରିତ ଏକାଧିକ ଲୋନ୍‌, ଡେଟିଂ ଏବଂ ବେଟିଂ ଆପ୍‌ ଚଲାଉଛନ୍ତି। ଉକ୍ତ କମ୍ପାନୀଗୁଡ଼ିକୁ ଇ ସହାୟତାରେ ଖୋଳତାଡ଼ କଲା ପରେ ୧୦୦ରୁ ଅଧିକ ମୋବାଇଲ ଆପ୍‌ ଚାଇନାରୁ ପରିଚାଳିତ ବୋଲି ଜଣାପଡିଛି। କେବଳ ବେଟିଂ ଆପ୍‌ରେ ଚାଇନା ୧୩୦୦ କୋଟିରୁ ଅଧିକ ରାଜସ୍ବ ସଂଗ୍ରହ କରିଛି। ଚାଇନାର ପେଟିଏମ୍‌, କ୍ୟାଶ ଫ୍ରି ଏବଂ ରେଜର ପେ ଭଳି ପେମେଣ୍ଟ ଗେଟ୍‌ୱେ ଆଦି ସଂସ୍ଥାଗୁଡ଼ିକ ବଡ଼ ଧରଣର ଆର୍ଥିକ କାରବାରରେ ଲିପ୍ତ ବୋଲି ଜଣାପଡିଛି।
ବିଭିନ୍ନ ଲୋନ ଆପ୍‌ ଜରିଆରେ ଧମକ ଦେଇ ଭାରତୀୟଙ୍କଠାରୁ ଟଙ୍କା ଆଦାୟ କରୁଥିଲେ।
କୌତୂହଳପ୍ରଦ ବିଷୟ ହେଉଛି ଏହି ଲୁଟର ଶିକାର ହେଉଥିଲେ କିଛି ଅନଭିଜ୍ଞ ଭାରତୀୟ।
ପ୍ରଥମେ ଏମାନଙ୍କୁ ବ୍ୟାଙ୍କ ଆକାଉଣ୍ଟ ଏବଂ କ୍ରେଡିଟ୍‌ କାର୍ଡ ଆକାଉଣ୍ଟ ଖୋଲିବା ପାଇଁ ନିୟୋଜିତ କରାଯାଉଥିଲା। ଉଚ୍ଚ ସୁଧ ହାରରେ ଋଣ ନିଆଯାଉଥିଲା ଏବଂ ଯେଉଁମାନେ ଏହାକୁ ପରିଶୋଧ କରିପାରୁ ନ ଥିଲେ, ସେମାନଙ୍କୁ ଧମକ ଦିଆଯାଉଥିଲା। ଥରେ ବ୍ୟାଙ୍କ ଆକାଉଣ୍ଟ ଖୋଲିଗଲା ପରେ ସମ୍ପୃକ୍ତ ଆକାଉଣ୍ଟଧାରୀଙ୍କ ବିଭିନ୍ନ ତଥ୍ୟକୁ ନିଯୁକ୍ତ ଭାରତୀୟ କର୍ମଚାରୀଙ୍କ ଜରିଆରେ ଚାଇନାକୁ କୋରିୟର କରାଯାଉଥିଲା। ଏପରି କି ଟେଲିଗ୍ରାମ ଓ ହାଟ୍ସଆପ୍‌ ଜରିଆରେ ଛୋଟ ଛୋଟ ସ୍ବତନ୍ତ୍ର ଗ୍ରୁପ୍‌ ସୃଷ୍ଟି କରାଯାଇ ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ଚାଇନା ଏଜେଣ୍ଟମାନଙ୍କୁ ନିଯୁକ୍ତି ଦେଇଥିଲା।
ମାଇକ୍ରୋସଫ୍ଟର ଏକ ରିପୋର୍ଟ ଅନୁଯାୟୀ, ଚାଇନା ଭାରତକୁ ଚାପରେ ରଖିବା ପାଇଁ ଏବଂ ବିଶ୍ୱ ଦୃଷ୍ଟିରେ ଗୌଣ କରି ଦେଖାଇବା ପାଇଁ ‘ଏଆଇ’କୁ ନିୟୋଜିତ କରୁଛି ବୋଲି ସୂଚନା ମିଳିଛି। ଚଳିତ ବର୍ଷ ୟୁରୋପୀୟ ସଂଘ ବ୍ୟତୀତ ସମଗ୍ର ବିଶ୍ୱରେ ପ୍ରାୟ ୬୪ଟି ଦେଶରେ ଜାତୀୟ ନିର୍ବାଚନ ହେବାର ସମ୍ଭାବନା ରହିଛି। ନିର୍ବାଚନ ସମୟରେ ଜନମତକୁ ନିଜ ସ୍ବାର୍ଥ ସପକ୍ଷରେ ରଖିବା ପାଇଁ ଚାଇନା ସୋସିଆଲ ମିଡିଆ ମାଧ୍ୟମରେ ଏଆଇ-ଉତ୍ପାଦିତ ବିଷୟବସ୍ତୁ ବ୍ୟବହାର କରି ଭ୍ରମାତ୍ମକ ଏବଂ ମିଥ୍ୟା ବିଷୟବସ୍ତୁ ପ୍ରସ୍ତୁତ କରିବା ସହ ସୋସିଆଲ ମିଡିଆରେ ପ୍ରସାର କରିବ। ପ୍ରାର୍ଥୀଙ୍କ ବୟାନ, ଆଭିମୁଖ୍ୟ ଏବଂ ମିଛକୁ ସତ ଦର୍ଶାଇ ଜନସାଧାରଣଙ୍କୁ ବିଭ୍ରାନ୍ତ କରିବ, ଯାହା ଭୋଟରମାନଙ୍କ ନିଷ୍ପତ୍ତି ନେବାର କ୍ଷମତାକୁ ହାନି ପହଞ୍ଚେଇବ। ଏହାସହିତ ଏଆଇ ଦ୍ୱାରା ନିର୍ମିତ ଟିଭି ନ୍ୟୁଜ୍‌ ଆଙ୍କରଙ୍କୁ ବ୍ୟବହାର କରିବା ପାଇଁ ମଧ୍ୟ ଚାଇନାର ସାଇବର ଗ୍ରୁପ୍‌ କାମ କରୁଛି।
ଚାଇନାର ଷଡ଼ଯନ୍ତ୍ରଗୁଡିକୁ ନିଷ୍କ୍ରିୟ କରିବା ପାଇଁ ଆମର ସାଇବର ଗ୍ରୁପ୍‌ ପ୍ରସ୍ତୁତ ଥିବା ସତ୍ତ୍ୱେ ଏଭଳି ଘଟଣା ଅତ୍ୟନ୍ତ ଚିନ୍ତାଜନକ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଏଆଇ ଅପବ୍ୟବହାର ନେଇ ଚିନ୍ତାପ୍ରକଟ କରିଛନ୍ତି। ହେଲେ ସବୁଠାରୁ ବଡ଼ ଭୂମିକା ରହିଛି ଜନସାଧାରଣଙ୍କର। ସେମାନେ ମିଥ୍ୟା ତଥ୍ୟକୁ ସହଜରେ ବିଶ୍ୱାସ ନ କରି ନିଜେ ଉପଯୁକ୍ତ ନିର୍ଣ୍ଣୟ ନିଅନ୍ତୁ। ଦ୍ୱିତୀୟରେ ଭାରତର ଯୁବବର୍ଗଙ୍କୁ ଅନୁରୋଧ ଯେ ସେମାନେ ଅନ୍ଧ ଭାବରେ ବେଟିଂ ଓ ଡେଟିଂ ଆପ୍‌ଗୁଡ଼ିକ ବ୍ୟବହାର କରି ଠକାମିର ଶିକାର ନ ହୁଅନ୍ତୁ। ନିଜର ସାମର୍ଥ୍ୟ, ଯୋଗ୍ୟତା ଓ ସୃଜନଶୀଳତାକୁ ନିଜେ ଚିହ୍ନି ତା’ର ଉପଯୁକ୍ତ ବ୍ୟବହାର ହିଁ ଶ୍ରେଷ୍ଠ ବିକଳ୍ପ।
ଭୁବନେଶ୍ୱର
ମୋ: ୬୩୭୦୫୧୬୪୭୮


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ନିଷ୍ଠା ଓ ପ୍ରତିବଦ୍ଧତା ସଫଳତା ଆଣେ, ଯାହା ପ୍ରମାଣ କରିପାରିଛନ୍ତି ଉତ୍ତରାଖଣ୍ଡର ସୁଶାନ୍ତ ୟୁନିଆଲ ଏବଂ ତାଙ୍କ ଭାଇ। ଦୁଇ ଭାଇ ସବୁଠୁ ବଡ଼ ଛତୁ ଛତ୍ପାଦନ…

ଡିଜିଟାଲ ଗଣମାଧ୍ୟମ ଓ ଶିଶୁ

ନିକଟରେ ବିଶ୍ୱର ପ୍ରଥମ ଦେଶ ରୂପେ ଅଷ୍ଟ୍ରେଲିଆ ଆଇନ କରିଛି ୧୬ ବର୍ଷରୁ କମ୍‌ ବୟସ୍କ ପିଲାଙ୍କ ପାଇଁ ୧୦ ବଡ଼ ବଡ଼ ଡିଜିଟାଲ ଗଣମାଧ୍ୟମକୁ ନିଷିଦ୍ଧ…

ଗମ୍ଭୀର ସ୍ଥିତିରେ ବାୟୁ ପ୍ରଦୂଷଣ

ସମ୍ପ୍ରତି ବାୟୁ ପ୍ରଦୂଷଣ ଏକ ଜଟିଳ, ବୈଶ୍ୱିକ ଜରୁରିକାଳୀନ ପରିସ୍ଥିତି ପାଲଟିଛି। ଭାରତ ପରିପ୍ରେକ୍ଷୀରେ ଏହା ସ୍ବାସ୍ଥ୍ୟ ନିମନ୍ତେ ପରିବେଶୀୟ ବିପଦ ଭାବରେ ଉଭା ହୋଇଛି। ନିକଟରେ…

ଆଇସ୍‌କ୍ରିମ୍‌ ଖାଇଲେ

କଟକ ଜିଲା ବାଙ୍କୀ ତହସିଲ ଅନ୍ତର୍ଗତ କୁମୁସର ଗାଁରେ ୯ ଫେବୃଆରୀରେ ଅନୁଷ୍ଠିତ ଏକ ଅଷ୍ଟପ୍ରହରୀ କାର୍ଯ୍ୟକ୍ରମରେ ଆଇସ୍‌କ୍ରିମ ଖାଇ ୧୮ ଜଣ ପିଲା ଅସୁସ୍ଥ ହୋଇଥିବା…

ଏଇ ଭାରତରେ

ଅଜିମ ପ୍ରେମଜୀ ବିଶ୍ୱବିଦ୍ୟାଳୟ ଛାତ୍ରୀଛାତ୍ରଙ୍କ ଏକ ଟିମର ବର୍ଜ୍ୟପରିଚାଳନା ଅତ୍ୟନ୍ତ ପ୍ରଶଂସନୀୟ। କର୍ନାଟକ ବେଙ୍ଗାଲୁରୁ ନିକଟରେ ଥିବା ବିଲାପୁରା ଗାଁକୁ ସମ୍ପୂର୍ଣ୍ଣ ବର୍ଜ୍ୟମୁକ୍ତ କରାଯାଇପାରିଛି। ଦେଖିବାକୁ ଗଲେ…

ଦୁଃଖ ଖୋଜୁଥିବା ମଣିଷ

କିଛି ଏମିତି ଅଜବ ଲୋକ ଅଛନ୍ତି, ଆପଣ ବି ଭେଟିଥିବେ କେଉଁଠି କେତେବେଳେ। ଜଞ୍ଜାଳମୁକ୍ତ ହୋଇ ପରିବାରକୁ ନେଇ ନିଜ ଭିତରେ ସୁଖୀ ଥିବା ମଣିଷଟି ସମସ୍ତଙ୍କୁ…

ଉଠିବା ଦରକାର, ଉଡ଼ିବା ପଛକଥା

ପ୍ରଥମ ବିଶ୍ୱଯୁଦ୍ଧ ସମୟର ଇଟାଲୀୟ ଆମ୍ବୁଲାନ୍ସ ଚାଳକ, ପରବର୍ତ୍ତୀ ସମୟରେ ଗୁରୁତର ଆହତ ଅର୍ନେଷ୍ଟ ହେମିଂୱେଙ୍କ କଥା ଆଜି ବି ପାସୋରି ପାରି ନାହାନ୍ତି ଅର୍ଥନୈତିକ ବିଶାରଦଗଣ।…

ଦୋଳି ଦୁର୍ଘଟଣା

ପ୍ରମୋଦ ଉଦ୍ୟାନ କିମ୍ବା ମନୋରଞ୍ଜନର ଖୋରାକ ଯୋଗାଉଥିବା କୌଣସି ମେଳାକୁ ବୁଲିଯିବା ବେଳେ ଆନନ୍ଦ ଲାଭ କରିବା ଥାଏ ମୂଳ ଲକ୍ଷ୍ୟ। କିନ୍ତୁ ତାହା ନିରାନନ୍ଦ ବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri