Posted inଜାତୀୟ

ଏମ୍ସ ସର୍ଭର ହ୍ୟାକରେ ଚାଇନା ହାତ, ଇଣ୍ଟରପୋଲର ସହାୟତା ନେବ ଦିଲ୍ଲୀ ପୋଲିସ…

ନୂଆଦିଲ୍ଲୀ,୧୮।୧୨ : ଦିଲ୍ଲୀର ଏମ୍ଦ ହସ୍ପିଟାଲରେ ସାଇବର ଆକ୍ରମଣରେ ଚାଇନାର ହାତ ଥିବା ଜଣାପଡ଼ିବା ପରେ ଏବେ ଦିଲ୍ଲୀ ପୋଲିସ ସିବିଆଇକୁ ଚିଠି ଲେଖିଛି। ଇଣ୍ଟରପୋଲ ସହାୟତାରେ ଚାଇନା ହ୍ୟାକରଙ୍କ ସମ୍ପର୍କରେ ଦିଲ୍ଲୀ ପୋଲିସ ସୂଚନା ଲୋଡିଛି। ଏକ ଏଫଆଇଆର୍‌ ପଞ୍ଜିକୃତ ହୋଇଥିଲା। କୁହାଯାଉଥିଲା ଯେ ଏହି ସାଇବର ଆକ୍ରମଣ ଚାଇନା ଦ୍ୱାରା କରାଯାଇଛି। ହସ୍ପିଟାଲର ୧୦୦ ସର୍ଭର ମଧ୍ୟରୁ ୪୦କୁ ଫିଜିକାଲ ଭାବେ ହ୍ୟାକ କରାଯାଇଥିଲା। ଅନ୍ୟ ୬୦କୁ ଭର୍ଚୁଆଲ ଭାବେ ହ୍ୟାକ କରାଯାଇଥିଲା। ପାଞ୍ଚଟି ସର୍ଭରର ତଥ୍ୟକୁ ସଫଳତାର ସହ ହ୍ୟାକରମାନଙ୍କଠାରୁ ଉଦ୍ଧାର କରାଯାଇଛି। ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ବୁଧବାର ଏହି ସୂଚନା ଦେଇଛି। ନଭେମ୍ବର ୨୫ ରେ, ଦିଲ୍ଲୀ ପୋଲିସର ଇଣ୍ଟେଲିଜେନ୍ସ ଫ୍ୟୁଜନ ଆଣ୍ଡ ଷ୍ଟ୍ରାଟେଜିକ ଅପରେଶନ୍ସ (ଆଇଏଫଏସଏ) ୟୁନିଟ ଦ୍ୱାରା ଚୋରା ଚାଲାଣ ଏବଂ ସାଇବର ଆତଙ୍କବାଦ ମାମଲା ପଞ୍ଜିକୃତ ହୋଇଥିଲା। ନ୍ୟାଶନାଲ ଇନଭେଷ୍ଟିଗେଶନ ଏଜେନ୍ସି (ଏନଆଇଏ) ବର୍ତ୍ତମାନ ଟାର୍ଗେଟ ରେନ୍ସମୱେୟାର ଆକ୍ରମଣର ଯାଞ୍ଚ କରୁଛି।

ଏନଆଇଏ ସହିତ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ଏବଂ ଦିଲ୍ଲୀ ସାଇବର କ୍ରାଇମ ସେଲ, ଇଣ୍ଡିଆନ ସାଇବର କ୍ରାଇମ ସମନ୍ବୟ, ଇଣ୍ଟେଲିଜେନ୍ସ ବ୍ୟୁରୋ, ସେଣ୍ଟ୍ରାଲ ଇନଭେଷ୍ଟିଗେଶନ ବ୍ୟୁରୋ (ସିବିଆଇ) ମଧ୍ୟ ସାଇବର ଆକ୍ରମଣର ଯାଞ୍ଚ କରୁଛନ୍ତି। ଦିଲ୍ଲୀ ଏମ୍ସ ପ୍ରଥମେ ୨୩ ନଭେମ୍ବରରେ ଏହାର ସର୍ଭର ଖରାପ ଥିବା ରିପୋର୍ଟ କରିଥିଲା। ସର୍ଭର ରକ୍ଷଣାବେକ୍ଷଣ ପାଇଁ ପୋଷ୍ଟ କରାଯାଇଥିବା ଦୁଇ ବିଶ୍ଳେଷକ ମଧ୍ୟ ସାଇବର ସୁରକ୍ଷା ଉଲ୍ଲଂଘନ ଅଭିଯୋଗରେ ନିଲମ୍ବିତ ହୋଇଛନ୍ତି। ଏଆଇଏମଏସ ଅଧିକାରୀମାନେ ଏକ ବିବୃତ୍ତିରେ କହିଛନ୍ତି ଯେ ଇ-ହସ୍ପିଟାଲର ତଥ୍ୟ ପୁନଃ ସ୍ଥାପିତ ହୋଇଛି।

ସେବାଗୁଡିକ ପୁନଃ ସ୍ଥାପିତ ହେବା ପୂର୍ବରୁ ନେଟୱାର୍କ ସଫା କରାଯାଉଛି। ଡାକ୍ତରଖାନା ସେବା ପାଇଁ ତଥ୍ୟର ପରିମାଣ ଏବଂ ବହୁ ସଂଖ୍ୟକ ସର୍ଭର / କମ୍ପ୍ୟୁଟର ଯୋଗୁଁ ଏହି ପ୍ରକ୍ରିୟା କିଛି ସମୟ ନେଉଛି। ସାଇବର ସୁରକ୍ଷା ପାଇଁ ପଦକ୍ଷେପ ମଧ୍ୟ ନିଆଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଭୋଟ ଦେଲେ ବିଶ୍ୱର ସବୁଠୁ ଛୋଟ ମହିଳା

ପୁଣେ,୧୯।୪: ମହାରାଷ୍ଟ୍ରର ପାଞ୍ଚଟି ସିଟ ପାଇଁ ଆଜି ଭୋଟଗ୍ରହଣ ଚାଲିଛି। ଲୋକମାନେ ଉତ୍ସାହର ସହ ଭୋଟ ଦେଉଛନ୍ତି। ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି। ଏହି...

ଲୋକ ସଭା ନିର୍ବାଚନ: ଭୋଟ ଗ୍ରହଣ ମଧ୍ୟରେ ବସ୍ତରରେ ଆଇଇଡି ବ୍ଲାଷ୍ଟ, ସିଆରପିଏଫ ଯବାନ ଆହତ, ମଣିପୁରରେ ଫାୟାରିଂ

ନୂଆଦିଲ୍ଲୀ,୧୯।୪: ଲୋକ ସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟର ଭୋଟ ଗ୍ରହଣ ଶୁକ୍ରବାର ଆରମ୍ଭ ହୋଇଛି। ୮ ଜଣ କେନ୍ଦ୍ର ମନ୍ତ୍ରୀ, ୨ ପୂର୍ବତନ ମୁଖ୍ୟମନ୍ତ୍ରୀ...

ଗାନ୍ଧିନଗରରୁ ପ୍ରାର୍ଥିପତ୍ର ଦାଖଲ କଲେ ଅମିତ ଶାହା, କହିଲେ ମୋଦି ଦେଶକୁ ସୁରକ୍ଷିତ ରଖିଛନ୍ତି

ଅହମଦାବାଦ,୧୯।୪: କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଶୁକ୍ରବାର ଲୋକ ସଭା ନିର୍ବାଚନ ପାଇଁ ଗାନ୍ଧିନଗର ଲୋକ ସଭା ଆସନରୁ ଭାଜପା ପ୍ରାର୍ଥୀ ଭାବରେ ନିଜର ପ୍ରାର୍ଥିପତ୍ର...

ଫିଲ୍ମ ଶୁଟିଂ ପାଇଁ ବାହାରିଲେ ରିଜେକ୍ଟ ହୋଇଥିବା ୨ ରାଜକୁମାର, ରାହୁଲ-ଅଖିଳେଶଙ୍କୁ ଟାର୍ଗେଟ କଲେ ମୋଦି

ଅମରୋହା,୧୯।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକ ସଭା ନିର୍ବାଚନ ପାଇଁ ଜୋରଦାର ପ୍ରଚାର କରୁଛନ୍ତି। ଶୁକ୍ରବାର (ଏପ୍ରିଲ ୧୯) ଉତ୍ତରପ୍ରଦେଶର ଆମରୋହା ଠାରେ ଏକ ରାଲିରେ...

ଏମ୍‌ପି ଟିକେଟ୍‌ କାଟିଦେଲେ, ତଥାପି ଦୁଃଖ ନାହିଁ: ଶାହାଙ୍କୁ କହିଲେ ଆଧୁନିକ ଭାରତର ଆଇରନ ମ୍ୟାନ୍‌

ଲକ୍ଷ୍ନୌ,୧୯।୪: ଏଥର ଦଳ ଉତ୍ତରପ୍ରଦେଶର ବାଲିଆ ଲୋକ ସଭା ନିର୍ବାଚନମଣ୍ଡଳୀରୁ ଭାରତୀୟ ଜନତା ପାର୍ଟି ଏମ୍‌ପି ବୀରେନ୍ଦ୍ର ସିଂ ମସ୍ତଙ୍କୁ ଟିକେଟ ଦେଇନାହାଁନ୍ତି। ଦଳ ପୂର୍ବତନ...

ରଜନୀକାନ୍ତ, ଧନୁଷ, କମଲ ହାସନ ଚେନ୍ନାଇରେ ଦେଲେ ଭୋଟ, ସର୍ବପ୍ରଥମେ ପହଞ୍ଚିଲେ ଏହି ସୁପରଷ୍ଟାର

ଚେନ୍ନାଇ,୧୯।୪: ଶୁକ୍ରବାର ସକାଳୁ ଲୋକ ସଭା ନିର୍ବାଚନ ପାଇଁ ଭୋଟ ଗ୍ରହଣ ଆରମ୍ଭ ହୋଇଛି। ସମସ୍ତ ରାଜନୈତିକ ଦଳ ଭାଗ୍ୟ ପରୀକ୍ଷା କରିବାକୁ ରାଜନୈତିକ ମଞ୍ଚରେ...

ଦଶମ ବୋର୍ଡ ପରୀକ୍ଷା ଫଳ ପ୍ରକାଶ, ବାଜି ମାରିଲେ ଛାତ୍ରୀ

ରାଞ୍ଚି,୧୯ା୪: ଝାଡ଼ଖଣ୍ଡ ବୋର୍ଡ ଦଶମ ଫଳାଫଳ ଶୁକ୍ରବାର ପ୍ରକାଶ ପାଇଛି। ଏହି ଫଳାଫଳକୁ ଶିକ୍ଷା ସଚିବ ଉମାଶଙ୍କର ସିଂ, ଜେଏସି ବୋର୍ଡ ଅଧ୍ୟକ୍ଷ ଅନିଲ କୁମାର...

ଦିନେଶ ତ୍ରିପାଠୀ କିଏ? ଯାହାଙ୍କ ଯୁଦ୍ଧ ଦକ୍ଷତା ବେଶ୍‌ ପ୍ରସିଦ୍ଧ, ଜାଣନ୍ତୁ ତାଙ୍କ ବିଷୟରେ…

ନୂଆଦିଲ୍ଲୀ,୧୯ା୪: ଦିନେଶ ତ୍ରିପାଠୀଙ୍କୁ କେନ୍ଦ୍ର ସରକାର ପରବର୍ତ୍ତୀ ନୌସେନା ମୁଖ୍ୟ ଭାବରେ ନିଯୁକ୍ତ କରିଛନ୍ତି। ଦିନେଶ ଏପ୍ରିଲ ୩୦ରେ ତାଙ୍କର ନୂତନ ଦାୟିତ୍ୱ ଗ୍ରହଣ କରିବେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri