Advertisement

ଚାଇନା ନେପାଳର ୩୬ ହେକ୍ଟର ଜମି କରିଛି ଦଖଲ…

ବେଜିଂ/କାଠମାଣ୍ଡୂ,୨୪।୧୧ : ନେପାଳର ଉତ୍ତର ସୀମାରେ ଚାଇନା ୧୦ଟି ସ୍ଥାନରେ ୩୬ ହେକ୍ଟର ଜମି ଦଖଲ କରିଛି। ନେପାଳର କୃଷି ମନ୍ତ୍ରଣାଳୟ ସ୍ବାରା ଜାରି କରାଯାଇଥିବା ସର୍ଭେ ଡକ୍ୟୁମେଣ୍ଟରେ ଏହା ପ୍ରକାଶ ପାଇଛି। ସେହିଭଳି ଗୃହ ମନ୍ତ୍ରଣାଳୟର ଏକ ଅଧ୍ୟୟନରେ ନିଷ୍ପତ୍ତି ନିଆଯାଇଛି ଯେ ନେପାଳର ରାଜ୍ୟ ନୀତିରେ ସୀମା ପ୍ରସଙ୍ଗକୁ ଅନ୍ତର୍ଭୁକ୍ତ କରିବା ଆବଶ୍ୟକ।

ଚାଇନା ପିପୁଲ୍ସ ଲିବରେଶନ ଆର୍ମି ୨୦୧୬ ରେ ନେପାଳର ଏକ ଜିଲାରେ ପଶୁପାଳନ ପାଇଁ ଏକ ପ୍ରାଣୀ ଚିକିତ୍ସା କେନ୍ଦ୍ର ନିର୍ମାଣ କରିଥିଲା। ତେବେ ଏପର୍ଯ୍ୟନ୍ତ ନେପାଳ ଏହାର ପ୍ରତିକ୍ରିୟା ଦେଇ ନାହିଁ। ବ୍ରିଟେନ ଭିତ୍ତିକ ଗଣମାଧ୍ୟମ ଦ୍ୱାରା ଫେବୃଆରୀ ୨୦୨୨ ରେ ପ୍ରକାଶିତ ରିପୋର୍ଟରେ ଚାଇନା ନେପାଳ ସୀମାରେ ଅତିକ୍ରମଣ କରିଥିବା ଅଭିଯୋଗ ହୋଇଛି। ପ୍ରକାଶ ଯେ ସରକାରୀ କାଗଜପତ୍ର ଆଧାରରେ ନେପାଳର ଦୂର ପଶ୍ଚିମ ହମଲା ଜିଲାର ଏକ ସୀମା ପୋଷ୍ଟ ଚାରିପାଖରେ କେନାଲ ଏବଂ ରାସ୍ତା ନିର୍ମାଣ କରିଛି। ।

ଚାଇନା ଲାଲୁଙ୍ଗଜୋଙ୍ଗ ସୀମା ଅଞ୍ଚଳରେ, ନେପାଳ ପାଖରେ ଥିବା ସୀମାରେ ନଜର ରଖିଛି। ଚାଇନା ନେପାଳର ୧୫ଟି ଜିଲା ମଧ୍ୟରୁ ସାତୋଟିରୁ ଅଧିକ ଡୋଲାଖା, ଗୋର୍ଖା, ଡାର୍କୁଲା, ହମଲା, ସିନ୍ଧୁପାଲଚୋକ, ସାଧୁୱାସା ଏବଂ ରସୁୱା ଜିଲା ସମେତ ଅନ୍ୟ କେତେକ ଜିଲାରେ ଚାଇନା ଜମି ଅତିକ୍ରମଣ କରୁଛି।

କାଠମାଣ୍ଡୁ ପୋଷ୍ଟ ଅନୁଯାୟୀ, ଯୁଗ୍ମ ସଚିବ ଜୟନାରାୟଣ ଆଚାର୍ଯ୍ୟଙ୍କ ନେତୃତ୍ୱରେ ଅଧ୍ୟୟନ କମିଟି ସେପ୍ଟେମ୍ବର ୨୦୨୧ ର ଶେଷ ସପ୍ତାହରେ ଗୃହମନ୍ତ୍ରୀଙ୍କ ନିକଟରେ ଏକ ରିପୋର୍ଟ ଦାଖଲ କରିଥିଲା।

 


Enter your email to get our daily news in your inbox.

All Right Reserved By Dharitri.Com

କାଲିଫର୍ନିଆ ଜଙ୍ଗଲରେ ନିଆଁ : ଜଳିଗଲା ବହୁ ହଲିଉଡ୍‌ ଷ୍ଟାରଙ୍କ ଘର

ସାକ୍ରାମେଣ୍ଟୋ,୩୦।୧୦: ଗତ ସପ୍ତାହରୁ ଆମେରିକାର କାଲିଫର୍ନିଆ ଜଙ୍ଗଲରେ ଲାଗିଥିବା ନିଆଁ ଥମିବାର ନାଁ ନେଉନି। ପବନର ତୀବ୍ର ଗତି ଯୋଗୁ ଏହି ନିଆଁ ଏବେ ପ୍ରସିଦ୍ଧ...

ଇମ୍ରାନଙ୍କ ପୋଷ୍ଟମର୍ଟମ କରାଇବାକୁ କହିଲେ ଶେହବାଜ ସରିଫ…

ଇସଲାମାବାଦ,୭।୧୧ : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଉପରେ ହୋଇଥିବା ଆକ୍ରମଣକୁ ନେଇ ବର୍ତ୍ତମାନର ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କ ବିବୃତ୍ତି ଏବେ ଭାଇରାଲ ହେବାରେ...

ହାଇଆଲର୍ଟରେ କାବୁଲ ବିମାନ ବନ୍ଦର: ୪୦ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା

ଓ୍ବାଶିଂଟନ,୨୭।୮: ଆଫଗାନିସ୍ତାନର ରାଜଧାନୀ କାବୁଲ ବିମାନ ବନ୍ଦରଠାରେ ଗୁରୁବାର ଦୁଇଟି ଆତ୍ମଘାତୀ ବିସ୍ଫୋରଣରେ ୪୦ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ଆମେରିକାର ୪ ମେରାଇନ...

୭ ମହଲାରୁ ଡେଇଁଲେ ପରିବାରର ୫ ସଦସ୍ୟ

ମୋନଟ୍ରେକ୍ସ,୨୫।୩: ସୁଇଜରଲ୍ୟାଣ୍ଡର ମୋନଟ୍ରେକ୍ସ ସହରରେ ରହୁଥିବା ଫ୍ରାନ୍ସର ଏକ ପରିବାରର ୫ଜଣ ସଦସ୍ୟ ସପ୍ତମ ମହଲା ବାଲକୋନିରୁ ଡେଇଁ ପଡିଛନ୍ତି। ଫଳରେ ସେମାନଙ୍କ ମଧ୍ୟରୁ ୪ଜଣଙ୍କ...

୨୦ ପ୍ରତିଶତ ଅଞ୍ଚଳକୁ ଫେରାଇ ନେଲା ୟୁକ୍ରେନ

କ୍ୱିଭ୍‌,୪ା୬: ୟୁକ୍ରେନ-ରୁଷିଆ ଯୁଦ୍ଧ ହେବାର ତିନି ମାସରୁ ଅଧିକ ହୋଇଥିଲେ ମଧ୍ୟ ଥମିବାର ନାଁ ନେଉନି। ପୂର୍ବ ୟୁକ୍ରେନ ସହରଗୁଡ଼ିକରେ ରୁଷିଆ ଏବଂ ୟୁକ୍ରେନର ସୈନ୍ୟବାହିନୀ...

ତାଲିବାନ ଶାସନରେ ଆଫଗାନିସ୍ତାନ ପହଞ୍ଚିଲେ ଭାରତୀୟ ଅଧିକାରୀ

କାବୁଲ, ୨।୬ : ତାଲିବାନ ଶାସନରେ ପ୍ରଥମ ଥର ପାଇଁ ଭାରତୀୟ ଅଧିକାରୀଙ୍କ ଏକ ଦଳ ଆଫଗାନିସ୍ତାନରେ ପହଞ୍ଚିଛି। ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ...

ଦରଦାମ ବୃଦ୍ଧି ଯୋଗୁ ରାତିରେ ନିଦ ହେଉନି, କହିଲେ ଇମ୍ରାନ୍‌…

ଇସଲାମାବାଦ୍‌, ୨୩।୧: ଦେଶରେ ଦରଦାମ ବୃଦ୍ଧି ଯୋଗୁ ସ୍ଥିତି ସଙ୍କଟ ଜନକ ରହିଛି। ଏହାକୁ ନେଇ ରାତିରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁଙ୍କ ଆଖିକୁ ନିଦ ଆସୁନି।...

ବିପଦ ଟଳିଲା: ଭାରତ ମହାସାଗରରେ ପଡ଼ିଲା ଚାଇନା ରକେଟ…

ଓ୍ବାଶିଂଟନ/ନୂଆଦିଲ୍ଲୀ,୯।୫: ଶେଷରେ ବିପଦ ଟଳିଯାଇଛି। ଆତଙ୍କର ଅନ୍ତ ଘଟିଛି। ନିୟନ୍ତ୍ରଣ ହରାଇ ପୃଥିବୀ ମୁହାଁ ହୋଇଥିବା ଚାଇନାର ଜଳନ୍ତା ରକେଟ ଲଙ୍ଗ୍‌ ମାର୍ଚ୍ଚ ୫-ବି ରବିବାର...

Advertisement
Archives

Model This Week