ବିଶ୍ୱକୁ ବିଭ୍ରାନ୍ତ କରିଛି ଚାଇନା

ନୂଆଦିଲ୍ଲୀ, ୩।୧୨: କରୋନା ସଂକ୍ରମଣର ପ୍ରାରମ୍ଭିକ ପର୍ଯ୍ୟାୟରେ ଚାଇନା ଜାଣିଶୁଣି ସରକାରୀ ତଥ୍ୟ ଲୁଚାଇଥିଲା। ଉହାନରୁ ଲିକ୍‌ ହୋଇଥିବା ଏକ ଦସ୍ତାବିଜ୍‌ରୁ ଏହି ରିପୋର୍ଟ ମିଳିଛି। ରିପୋର୍ଟ ଅନୁଯାୟୀ କରୋନା ପ୍ରଥମେ ଚିହ୍ନଟ ହୋଇଥିବା ହୁବେଇ ପ୍ରଦେଶରେ ଫେବୃୟାରୀ ୧୦ ସୁଦ୍ଧା ୫,୯୧୮ ସଂକ୍ରମଣର ତାଲିକା ସ୍ଥାନୀୟ ସ୍ବାସ୍ଥ୍ୟ କର୍ତ୍ତୃପକ୍ଷ ଦେଇଥିଲେ, ଯାହାକି ସରକାରୀ ସୂଚନାଠାରୁ ଦୁଇଗୁଣରୁ ଅଧିକ। ପ୍ରକୃତ ସଂଖ୍ୟା ଚାଇନା ପ୍ରକାଶ କରି ନ ଥିଲା।
ହୁବେଇ ପ୍ରୋଭିନ୍ସିଆଲ ସେଣ୍ଟର ଫର ଡିଜିଜ୍‌ କଣ୍ଟ୍ରୋଲ ଆଣ୍ଡ ପ୍ରିଭେନ୍‌ଶନର ଲିକ୍‌ ହୋଇଥିବା ୧୧୭ ପୃଷ୍ଠାର ଦସ୍ତାବିଜରୁ ଜଣାପଡ଼ିଛି, ନୂଆ ମାମଲା ସଂଖ୍ୟାର ଏକତୃତୀୟାଂଶ ସର୍ବସାଧାରଣରେ ପ୍ରକାଶ କରାଯାଉଥିଲା। ପ୍ରଥମ ଦିନରୁ କରୋନା ସଂକ୍ରମଣ ରୋକିବାରେ ଚାଇନାର ଦୁର୍ବଳ ପରିଚାଳନାକୁ ଉହାନ୍‌ ଫାଇଲ୍‌ ସ୍ପଷ୍ଟ ପ୍ରମାଣିତ କରୁଛି। କୋଭିଡ୍‌-୧୯ ଯେଉଁ ପ୍ରାଣୀ ଶରୀରରୁ ଆସିଛି, ତାକୁ ଖୋଜି ବାହାର କରାଯିବ ବୋଲି ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) ମୁଖ୍ୟ ଟେଡ୍ରୋସ୍‌ ଆଧାନମ୍‌ ଘେବ୍ରେୟେସସ୍‌୍‌ କହିବାର ଦିନକ ପରେ ଚାଇନାର କଳା କାରନାମା ପଦାକୁ ଆସିଛି। ଭୂତାଣୁର ମୂଳ ଖୋଜି ବାହାର କରିବା ଲାଗି ମହାମାରୀ ବିଜ୍ଞାନୀଙ୍କ ସମେତ ଅନ୍ତର୍ଜାତୀୟ ବିଶେଷଜ୍ଞ ଟିମ୍‌ ଚାଇନା ପଠାଇବା ଲାଗି ଡବ୍ଲ୍ୟୁଏଚ୍‌ଓ ଦୀର୍ଘ ମାସ ହେଲା କାର୍ଯ୍ୟ କରିଆସୁଛି। ପ୍ରଥମେ ଜୁଲାଇରେ ଏହି ସଂସ୍ଥା ଚାଇନାକୁ ତଦନ୍ତକାରୀ ଟିମ୍‌ ପଠାଇଥିଲେ ହେଁ ବେଜିଂ ଏପର୍ଯ୍ୟନ୍ତ ବଡ଼ ଟିମ୍‌ ପଠାଇବାକୁ ମଞ୍ଜୁରୀ ଦେଇନାହିଁ। ଚାଇନା ସ୍ବଚ୍ଛତା ଅବଲମ୍ବନ କରୁ ନ ଥିବା ଜାଣି ମଧ୍ୟ ଡବ୍ଲ୍ୟୁଏଚ୍‌ଓ ନୀରବ ରହିଥିବାରୁ ଏହାର କାର୍ଯ୍ୟକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରିଟେନରେ ଅକ୍ଟୋବର ସୁଦ୍ଧା ଶେଷ ହୋଇଯିବ କରୋନା!

ଲଣ୍ଡନ,୨୯ ।୭: ସାରା ବିଶ୍ୱର ମେରୁଦଣ୍ଡକୁ ଦୋହଲାଇ ଦେଇଥିବା କରୋନା ମହାମାରୀ ଏବେବି କିଛି ଦେଶରେ ସକ୍ରିୟ ରହିଛି । ବ୍ରିଟେନରେ ଦ୍ୱିତୀୟ ଲହର କମ୍...

କରୋନାରୁ ସୁସ୍ଥ ହେବାପରେ ଦେଖାଦେଉଛି ପାର୍ଶ୍ୱ ପ୍ରତିକ୍ରିୟା: ୧୦ରୁ ୯ ଜଣଙ୍କର ରହିଛି ଏହି ସମସ୍ୟା

ମହାମାରୀ କରୋନା ସମଗ୍ର ବିଶ୍ୱରେ କାୟା ବିସ୍ତାର କରିସାରିଛି। ଲକ୍ଷ ଲକ୍ଷ ଲୋକ ଏଥିରେ ଆକ୍ରାନ୍ତ ହେଉଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିଚାଲିଛି। ମାତ୍ର...

କରୋନାର ନୂଆ ରୂପକୁ ନେଇ ଭୟ କରିବାର ନାହିଁ: ଡବ୍ଲୁଏଚଓ

ଲଣ୍ଡନ,୨୧ ।୧୨: ବ୍ରିଟେନରେ କରୋନା ଭାଇରସର ନୂଆ ରୂପ ସାମ୍ନାକୁ ଆସିବା ପରେ ଭୟଭୀତ ହୋଇଯାଇଛି ସାରା ବିଶ୍ୱ । ଏମିତିକି ପାଖାପାଖି ୩୦ଟି ଦେଶ...

ଉତ୍ତପ୍ତ ହେଉଛି ଉତ୍ତର ମେରୁ

ମସ୍କୋ,୨୭ା୬: ଉତ୍ତର ମେରୁ ଅଞ୍ଚଳ (ଆର୍କ୍ଟିକ୍‌)ରେ ତାପମାତ୍ରା ବୃଦ୍ଧି ପାଉଥିବାରୁ ବିଶ୍ୱର ଅନ୍ୟ ଭାଗରେ ଏହାର କିଭଳି ପ୍ରଭାବ ପଡ଼ିବ ତାକୁ ନେଇ ବୈଜ୍ଞାନିକମାନେ ଚିନ୍ତାରେ...

୫ ମହିଳାଙ୍କୁ ଚୁମ୍ବନ ଦେଲେ ଡୁଟେର୍ଟେ

ଟୋକିଓ,୨ା୬(ଆଇଏଏନ୍‌ଏସ୍‌ ): ଫିଲିପାଇନ୍ସ ରାଷ୍ଟ୍ରପତି ରୋଡ୍ରିଗୋ ଡୁଟେର୍ଟେ ଏକ ବିଚିତ୍ର କାରନାମାକୁ ନେଇ ଏବେ ଚର୍ଚ୍ଚାରେ। ସେ ଜାପାନର ରାଜଧାନୀ ଟୋକିଓରେ ଏକ କାର୍ଯ୍ୟକ୍ରମରେ ଭାଷଣ...

ସୁରକ୍ଷା ଉପକରଣ ଯୋଗାଇ ନ ଦେଲେ ଧର୍ମଘଟ କରିବେ ଡାକ୍ତର

ଇସ୍‌ଲାମାବାଦ,୨୧।୩: କୋଭିଡ-୧୯ ଏବେ ସାରା ବିଶ୍ୱକୁ ବ୍ୟାପିସାରିଲାଣି। ପାକିସ୍ତାନରେ ମଧ୍ୟ ଏହା ତା’ର ଉପସ୍ଥିତି ଜାହିର କରିସାରିଛି। ଏବେ କୋଭିଡ-୧୯ ବା କରୋନା ଭାଇରସ ସଂକ୍ରମଣରେ...

ଆନ୍ଦୋଳନକୁ ସମର୍ଥନ କଲେ ରିହାନା-ଗ୍ରେଟା

ଓ୍ବାଶଂଟନ,୩।୨: କୃଷି ଆଇନକୁ ନେଇ ଭାରତରେ ଜାରି ରହିଥିବା ଚାଷୀ ସଂଗଠନଙ୍କ ଆନ୍ଦୋଳନକୁ ଏବେ ସେଲିବ୍ରିଟିଙ୍କ ସମର୍ଥନ ମିଳିବାରେ ଲାଗିଛି।  ଆମେରିକା ପପ୍‌ ଷ୍ଟାର ରିହାନା...

ଥରିଲା ମେକ୍ସିକୋ, ସୁନାମି ଆଶଙ୍କା ଯୋଗୁ ଲୋକେ ଆତଙ୍କିତ…

ମେକ୍ସିକୋ ସିଟି,୮।୯: ମେକ୍ସିକୋ ସିଟିରେ ମଙ୍ଗଳବାର-ବୁଧବାର ବିଳମ୍ବିତ ରାତ୍ରରେ ଭୂକମ୍ପ ହୋଇଛି। ଆମେରିକାର ଭୂତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା ଅନୁସାରେ ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୭.୦...

Advertisement


Archives

Model This Week