ଶେଷରେ ମାନିଲା ଚାଇନା

ବେଜିଂ,୧୮।୯:ଭାରତ ଏବଂ ଚାଇନା ମଧ୍ୟରେ ସୀମା ବିବାଦ ତୀବ୍ର ରୂପ ଧାରଣ କରିଛି। ବାରମ୍ବାର ଚାଇନା ଏଲ୍‌ଏସି ଅନୁପ୍ରବେଶ କରିବାକୁ ଚେଷ୍ଟା କରୁଛି, ଭାରତୀୟ ସେନା ଏହାର ଉପଯୁକ୍ତ ଜବାବ ମଧ୍ୟ ଦେଉଛି। ଏହି ସମୟରେ ଚାଇନା ପ୍ରଥମ ଥର ପାଇଁ ସ୍ବୀକାର କରିଛି ଯେ ଗଲଓ୍ବାନ ଉପତ୍ୟକାର ହୋଇଥିବା ସଂଘର୍ଷରେ ସେମାନଙ୍କ ସୈନ୍ୟ ମଧ୍ୟ ନିହତ ହୋଇଛନ୍ତି। ଏହାପୂର୍ବରୁ ଚାଇନା ଏହା ସ୍ବୀକାର କରୁ ନ ଥିଲା। ଚାଇନା ଖବରକାଗଜ ଗ୍ଲୋବାଲ ଟାଇମ୍ସର ମୁଖ୍ୟ ସମ୍ପାଦକ ହୁ. ସିଜିନ୍‌ ସ୍ବୀକାର କରିଛନ୍ତି ଯେ, ଗଲଓ୍ବାନ ଉପତ୍ୟକାରେ ହୋଇଥିବା ସଂଘର୍ଷବେଳେ ଚାଇନାର କିଛି ସୈନିକଙ୍କ ମୃତ୍ୟୁ ଘଟିଛି। ହୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ବୟାନକୁ ନେଇ ଏକ ଟୁଇଟ କରି କହିଛନ୍ତି ଯେ ମୁଁ ଜାଣେ ଯେ ଗଲଓ୍ବାନ ଉପତ୍ୟକାରେ ହୋଇଥିବା ସଂଘର୍ଷବେଳେ ଚାଇନା ସେନାଙ୍କ ମୃତ୍ୟୁ ଭାରତ ତୁଳନାରେ କମ୍‌ ଥିଲା। ସେ ଆହୁରି ମଧ୍ୟ କହିଛନ୍ତି, ଭାରତ କୌଣସି ଚାଇନା ସୈନିକଙ୍କୁ ବନ୍ଦୀ କରି ନ ଥିଲା କିନ୍ତୁ ଚାଇନା ଏପରି କରିଥିଲା। କିଛି ସପ୍ତାହ ପୂର୍ବରୁ ଚାଇନା ସରକାର ମଧ୍ୟ ଗଲଓ୍ବାନ ଉପତ୍ୟକାରେ ନିହତ ହୋଇଥିବା ସୈନିକମାନଙ୍କର ଶେଷ ରୀତିନୀତି କରିବାକୁ ମନା କରିଦେଇଲା। କାରଣ ସେ ବିଶ୍ୱକୁ ଦେଖାଇବାକୁ ଚାହୁଁଥିଲା ଯେ, ତାଙ୍କ ସୈନିକମାନଙ୍କୁ ହତ୍ୟା କରାଯାଇ ନାହିଁ। କିନ୍ତୁ ଚାଇନା ସରକାର ସରକାର ପ୍ରଥମ ଥର ପାଇଁ ଏହା ଗ୍ରହଣ କରିଛି। ଗ୍ଲୋବାଲ ଟାଇମ୍ସ ହେଉଛି ଶାସକ କମ୍ୟୁନିଷ୍ଟ ପାର୍ଟି ଅଫ ଚାଇନାର ଅଫିସିଆଲ ଖବରକାଗଜ, ଯାହା ପିପୁଲ୍ସ ଡେଲି ଦ୍ୱାରା ପ୍ରକାଶିତ ହେଉଛି। ସୂଚନାଯୋଗ୍ୟ, ସଂସଦରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଥିଲେ ଯେ, ଗଲଓ୍ବାନ ଘାଟିରେ ଘଟିଥିବା ସଂଘର୍ଷ ସମୟରେ ଭାରତ ଚାଇନାର ସୈନ୍ୟବାହିନୀକୁ ବହୁ କ୍ଷତି ପହଞ୍ଚାଇଛି।


Enter your email to get our daily news in your inbox.

All Right Reserved By Dharitri.Com

‘ଭାରତ ରୁଷରୁ ତେଲ କିଣିବ ନାହିଁ’, ଆମେରିକା ଦାବିର କଡ଼ା ଜବାବ ଦେଲେ ଏସ ଜୟଶଙ୍କର

କଲମ୍ବୋ,୧୫।୨: ରୁଷିଆରୁ ତେଲ ଆମଦାନୀକୁ ନେଇ ଆମେରିକା ଏବଂ ଭାରତ ମଧ୍ୟରେ ପୁଣି ଥରେ କୂଟନୈତିକ ବାକ୍‌ଯୁଦ୍ଧ ଦେଖିବାକୁ ମିଳିଛି। ଜର୍ମାନୀରେ ଅନୁଷ୍ଠିତ ମ୍ୟୁନିକ୍ ସୁରକ୍ଷା ସମ୍ମିଳନୀରେ…

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ, କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଦେହାନ୍ତ

କଟକ,୧୫ା୨:  ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ । କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିବା ସୂଚନା ରହିଛି । ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri