କଟକରେ ବ୍ରାଉନସୁଗାର ବିକୁଛନ୍ତି ୨ ଭାଇ

କଟକ ଅଫିସ,୧୮। ୯: ଦିନ ଦ୍ୱିପ୍ରହରରେ ଖୋଲା ବଜାରରେ ବେଧଡକ ଭାବେ ବିକ୍ରି ହେଉଛି ବ୍ରାଉନ୍‌ସୁଗାର। ଦୁଇ ଭାଇ ହିଁ ଏହି ବେଆଇନ ବେପାରର କର୍ଣ୍ଣଧାର। ଜଣେ ଭାଇ ବାଲେଶ୍ୱରର ଜଳେଶ୍ୱରରୁ ବ୍ରାଉନ୍‌ସୁଗାର ଆଣନ୍ତି। ପରେ ଦୁଇଜଣ ମିଶି କଟକରେ ଏହାକୁ ବିକ୍ରି କରନ୍ତି। ଏଭଳି ଘଟଣାରେ ଜଗତ୍‌ପୁର ପୋଲିସ ଅଭିଯୁକ୍ତ ଘୁଙ୍ଗା ଓରଫ କାର୍ତ୍ତିକ ଦାସଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ତାଙ୍କ ନିକଟରୁ ୧୦.୩୦୦ ଗ୍ରାମ୍‌ ବ୍ରାଉନସୁଗାର ଜବତ ହୋଇଛି। ଏ ନେଇ ଥାନାରେ ଏକ ମାମଲା(ନଂ.୩୭୮/୨୦) ରୁଜୁ ହୋଇଛି। ଘୁଙ୍ଗାର ସାନଭାଇ ବୁଡୁ ଓରଫ ସନାତନ ଦାସ ବ୍ରାଉନ୍‌ସୁଗାର ଆଣନ୍ତି ବୋଲି ସେ ପୋଲିସ ନିକଟରେ ବୟାନ ଦେଇଛନ୍ତି।
ଜଗତ୍‌ପୁର ମାର୍କେଟ କମ୍ପ୍ଲେକ୍ସ ନିକଟରେ ବୁଧବାର ଅପରାହ୍ନ ପ୍ରାୟ ୧ଟାରେ ଘୁଙ୍ଗା ବ୍ରାଉନସୁଗାର ବିକ୍ରି କରୁଥିଲେ। ପୋଲିସ ଖବରପାଇ ସ୍ପେଶାଲ ସ୍କ୍ବାଡ୍‌ ଟିମ୍‌ର ସହାୟତାରେ ସେଠାରେ ଚଢାଉ କରି ଘୁଙ୍ଗାଙ୍କୁ ଗିରଫ କରିଥିଲା। ମାର୍କେଟ କମ୍ପ୍ଲେକ୍ସର ପଛ ପାର୍ଶ୍ୱରେ ସେ ଏହି କାରବାର ଚଳାଇ ଆସୁଥିଲେ। ଘୁଙ୍ଗା ପୋଲିସ ଆଗରେ ଦେଇଥିବା ବୟାନ ଅନୁଯାୟୀ, ଦୁଇ ଭାଇ କଟକକୁ ବ୍ରାଉନସୁଗାର ଯୋଗାଇ ଚାଲିଛନ୍ତି। ସନାତନଙ୍କର ଜଳେଶ୍ୱରର ବ୍ରାଉନ୍‌ସୁଗାର ମାଫିଆଙ୍କ ସହ ଯୋଗାଯୋଗ ରହିଛି। ସେ ପ୍ରତ୍ୟେକ ମାସରେ ଅର୍ଡର ଦେଇ କିମ୍ବା ନିଜେ ବାଲେଶ୍ୱର ଯାଇ ବ୍ରାଉନସୁଗାର ଆଣନ୍ତି। ସନାତନ ମଧୁପାଟଣା, କଲ୍ୟାଣୀନଗର, ନୂଆପଡ଼ା, ବାଦାମବାଡ଼ି ଆଦି ଅଞ୍ଚଳରେ ବ୍ରାଉନସୁଗାର କାରବାର କରୁଥିବାବେଳେ ଘୁଙ୍ଗା ଜଗତ୍‌ପୁର, ମହାନଦୀ ବିହାର ଆଦି ଅଞ୍ଚଳରେ ଏହାକୁ ବିକ୍ରି କରନ୍ତି। ମୋଟା ଅଙ୍କର ବ୍ରାଉନସୁଗାର କିଣିବା ପରେ ଏହାକୁ ଗ୍ରାମ୍‌ ପିଛା ବିକ୍ରି କରନ୍ତି। ଗୋଟିଏ ଗ୍ରାମକୁ ୪ଟି ପୁଡିଆ କରାଯାଏ। ପ୍ରତ୍ୟେକ ପୁଡିଆର ଦାମ୍‌ ୬୦୦ ଟଙ୍କାରେ ବିକ୍ରି ହୁଏ ବୋଲି ଘୁଙ୍ଗା ପୋଲିସ ନିକଟରେ କହିଛନ୍ତି। ସନାତନଙ୍କ ନାମରେ ଚାଉଳିଆଗଞ୍ଜ ଓ ଟାଙ୍ଗୀ ଥାନାରେ ଏକାଧିକ ମାମଲା ରହିଛି। ସେ ଜଣେ କୁଖ୍ୟାତ ଅପରାଧୀ ବୋଲି ପୋଲିସ ରେକର୍ଡରେ ଉଲ୍ଲେଖ ରହିଛି। ଏବେ ସେ ଫେରାର ଥିବାବେଳେ ସ୍ପେଶାଲ ସ୍କ୍ବାଡ୍‌ ଟିମ୍‌ ଖୋଜାଖୋଜି କରୁଛି ବୋଲି ଡିସିପି ପ୍ରତୀକ ସିଂ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?