ଦୁଇଟି ସନ୍ତାନର ପିତାଙ୍କୁ ବିବାହ କରିଥିଲେ ଶବାନା

ମୁମ୍ବାଇ: ବଲିଉଡ୍‌ରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ନାୟିକା ଶବାନା ଆଜମୀ ୭୦ ବର୍ଷ ବୟସରେ ପଦାର୍ପଣ କରିଛନ୍ତି । କମର୍ସିଆଲ ଓ ଆର୍ଟ ଫିଲ୍ମରେ ନିଜର ଏକ ସ୍ୱତନ୍ତ୍ର ଛାପ ଛାଡିଛନ୍ତି ଏହି ନାୟିକା । ୧୮ସେପ୍ଟେମ୍ବର ୧୯୫୦ରେ ହାଇଦ୍ରାବାଦରେ ଭାରତୀୟ କବି କୈଫି ଆଜମୀ ଓ ଷ୍ଟେଜ ଆକ୍ଟ୍ରେସ୍ ଶୌକତ ଆଜମୀଙ୍କ ଘରେ ଜନ୍ମ ନେଇଥିଲେ ଶବାନା । ଶବାନାଙ୍କ ନିଖୁଣ ଅଭିନୟ ଆଜିବି ଦର୍ଶକଙ୍କ ମନରେ ଘର କରି ରହିଛି । ଶବାନାଙ୍କ ପର୍ସନାଲ ଲାଇଫ୍ କଥା ଯଦି କଥା ହେବା ତେବେ ସେ ୧୯୮୪ରେ ପ୍ରସିଦ୍ଧ ଲେଖକ ଓ ଶାୟର ଜାଭେଦ ଅଖତରଙ୍କୁ ବିବାହ କରିଥିଲେ । ହେଲେ ଏହା ପୂର୍ବରୁ ଶବାନା କୁଆଡେ ଫିଲ୍ମ ମେକର ଶେଖର କପୁରଙ୍କ ପ୍ରେମରେ ପଡିଥିଲେ । କେବଳ ସେତିକି ନୁହେଁ ଶବାନା ପ୍ରଥମେ ଶଶି କପୁରଙ୍କୁ ଏକ ତରଫା ପ୍ରେମ କରି ବସିଥିଲେ ବୋଲି କୁହାଯାଏ । କିନ୍ତୁ ମନଖୋଲି ସେ ଏହା କହିପାରି ନ ଥିଲେ । ପରେ ଶେଖର କପୁରଙ୍କ ପ୍ରେମରେ ପଡି ତାଙ୍କ ସହ ଡେଟିଂ କରିଥିଲେ ବୋଲି କୁହାଯାଏ । କିନ୍ତୁ ଏହି ପ୍ରେମ ବେଶିଦିନ ତିଷ୍ଠି ପାରି ନ ଥିଲା । ଶେଷରେ ସେ ଜାଭେଦଙ୍କୁ ବିବାହ କରିଥିଲେ । ଶବାନାଙ୍କର ଯଦିଓ ଏହା ପ୍ରଥମ ବିବାହ ଥିଲା ଜାଭେଦଙ୍କର ଏହା କିନ୍ତୁ ଦ୍ୱିତୀୟ ବିବାହ ଥିଲା । ଜାଭେଦଙ୍କ ପ୍ରଥମ ପତ୍ନୀ ଥିଲେ ହନି ଇରାନୀ । ହନି ଜଣେ ଭଲ ଅଭିନେତ୍ରୀ ଥିବା ବେଳେ ପାଖାପାଖି ୭୨ଟି ଫିଲ୍ମରେ ସେ ଅଭିନୟ କରିଛନ୍ତି । ଜାଭେଦ-ହନିଙ୍କର ଦୁଇଟି ସନ୍ତାନ ଥିବା ବେଳେ ଶେଷରେ କିନ୍ତୁ ଉଭୟ ଅଲଗା ହୋଇଯାଇଥିଲେ । ପୁଅ ଫରହାନ ଅଖତର ଓ ଝିଅ ଜୋୟା ଅଖତର ଏବେ ବଲିଉଡ୍‌ରେ ବେଶ୍ ପରିଚିତ । ତେବେ ଜାଭେଦ ଦୁଇଟି ସନ୍ତାନର ପିତା ହୋଇଥିଲେ ବି ଶବାନା ପଡିଥିଲେ ତାଙ୍କ ପ୍ରେମରେ । କିନ୍ତୁ ଶବାନାଙ୍କ ପରିବାର ଏଥିରେ ରାଜି ନ ଥିଲେ ବି ପ୍ରେମ ଆଗରେ ଶେଷରେ ମୁଣ୍ଡ ନୁଆଇଁ ଥିଲେ । ଏକ ସାକ୍ଷାତ୍‌କାରରେ ଶବାନା କହିଥିଲେ ତାଙ୍କ ପିତା କୁହନ୍ତି ଜାଭେଦ ଖରାପ ନୁହେଁ ବରଂ ସମୟ ଖରାପ । ଆଉ ସେଠି ଶବାନାଙ୍କ ଉତ୍ତର ଥିଲା ଯଦି ମୁଁ ସମୟକୁ ପରିବର୍ତ୍ତନ କରିଦିଏ । ଏହାପରେ ତାଙ୍କ ପିତା ଶବାନା-ଜାଭେଦଙ୍କ ବିବାହରେ ରାଜି ହୋଇଯାଇଥିଲେ । ହେଲେ ଜାଭେଦ ଯେତେବେଳେ ଶବାନଙ୍କ ପ୍ରେମରେ ପଡିଥିଲେ ଏକଥା ତାଙ୍କ ପ୍ରଥମ ପତ୍ନୀ ହନି ଜାଣିବା ପରେ ଉଭୟଙ୍କ ମଧ୍ୟରେ ଖୁବ୍ ଝଗଡା ହୋଇଥିଲା ଓ ହନି ଜଭେଦଙ୍କଠାରୁ ଅଲଗା ହୋଇଯାଇଥିଲେ ଆଉ ଶବାନା ଜାଭେଦଙ୍କୁ ବିବାହ କରିଥିଲେ । କୁହାଯାଏ କୌଣସି ମେଡିକାଲ ଇସ୍ୟୁ ଯୋଗୁ ଶବାନା ମା’ ହୋଇ ପାରିନାହାନ୍ତି ସତ ହେଲେ ଜାଭେତଙ୍କ ଦୁଇ ସନ୍ତାନ ଫରହାନ ଓ ଜୋୟା ଶବାନାଙ୍କୁ ମା’ ଭଳି ସ୍ୱେହ କରିବା ସହ ଜାଭେଦଙ୍କ ପରିବାର ଶବାନାଙ୍କ ସହ ଖୁସିରେ ସମୟ କାଟୁଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ରାତି ସାରା ଦୁଇ ଗାଁରେ ହାଇଭୋଲଟେଜ୍ ପ୍ରେମ ଡ୍ରାମା: ନାକେଦମ ହେଲା ନନ୍ଦିପଦା ପୋଲିସ

ହାଟଡିହୀ/ଛେନାପଦୀ, ୨୬/୮ (ଶୁଭକାନ୍ତ ନାୟକ/ନିରାକାର ପରିଡା): କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନା ଅଞ୍ଚଳରେ ଗତ ମଙ୍ଗଳବାର ବିଳମ୍ବିତ ରାତିରେ ଦୁଇଟି ଭିନ୍ନ ଭିନ୍ନ ଗ୍ରାମରେ ପ୍ରେମ ବ୍ୟାପାରକୁ…

ଜିମ୍‌ରୁ ବାହାରୁଥିବା ବେଳେ ଗାୟକଙ୍କୁ ଗୁଳିକରି ହତ୍ୟା, ୨୦ରୁ ଅଧିକ..

ଲକ୍ଷ୍ନୌ,୨୬।୮: ଉତ୍ତରପ୍ରଦେଶର ଶାମଲୀରେ ବୁଧବାର ସନ୍ଧ୍ୟାରେ ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ ଘଟିଛି । ସଦର କୋତୱାଲି ଥାନା ଅଞ୍ଚଳରେ ଅଜଣା ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ଚର୍ଚ୍ଚିତ ହରିୟାଣାର ଗାୟକ…

ଗୋଧୋଇବାକୁ ଯାଇ ଫେରିଲେନି ରଥ, ସକାଳୁ ପୋଖରୀରୁ ମିଳିଲା…

ଲାଞ୍ଜିଗଡ,୨୬।୮(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଛତ୍ରପୁର ପଞ୍ଚାୟତ ଅନ୍ତର୍ଗତ ରଘୁନାଥପୁର ଗାଁରେ ଅଭାବନୀୟ ଘଟଣା ଘଟିଛି । ପୋଖରୀରେ ବୁଡ଼ି ଜଣେ ଯୁବକଙ୍କ…

ସେପ୍ଟେମ୍ୱର ୧ରୁ ମହଙ୍ଗା ହେବ ଅଟୋ ଭଡା, ଜାଣନ୍ତୁ କେତେ ଦବାକୁ ପଡିବ ଟଙ୍କା…

ନୂଆଦିଲ୍ଲୀ,୨୬।୮: ମୁମ୍ୱାଇରେ CNG ରେ ଚାଲୁଥିବା କଳା-ହଳଦିଆ ଟ୍ୟାକ୍ସି ଏବଂ ଅଟୋ ରିକ୍ସାରେ ଯାତ୍ରା କରିବା ୧ ସେପ୍ଟେମ୍ୱରରୁ ମହଙ୍ଗା ହୋଇଯିବ। ମହାରାଷ୍ଟ୍ର ପରିବହନ ପ୍ରାଧିକରଣ ବୁଧବାର…

ସୋର ଉପକାରାଗାରର ୱାର୍ଡରଙ୍କୁ ମରଣାନ୍ତର ଆକ୍ରମଣ, ଦିବାଲୋକରେ ଗୋଡାଇ ଗୋଡାଇ ହାଣିଲେ

ସୋର,୨୬।୮(ଜନ୍ମେଜୟ ମିଶ୍ର): ସୋର ଉପକାରାଗାରର ୱାର୍ଡରଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି । ଦିନ ଦ୍ବିପହରରେ ମାଣତ୍ରୀ ଛକ ନିକଟରେ ତିନଜଣ ଦୁର୍ବୃତ୍ତ ହାଣି ଦେଇଥିବା ଜଣାପଡ଼ିଛି ।…

୧ ସେପ୍ଟେମ୍ୱରରେ ଶନି-ଗୁରୁଙ୍କ ମହାମିଳନ! ୩ ରାଶିଙ୍କ ସୁନା ଭଳି ଚମକିବ କ୍ୟାରିୟର, ଆଖି ପିଛୁଳାକେ ଧନ…

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କର ଗୋଚର ଏବଂ ସେମାନଙ୍କ ଦ୍ୱାରା ସୃଷ୍ଟି ହେଉଥିବା ଶୁଭ-ଅଶୁଭ ଯୋଗର ବିଶେଷ ମହତ୍ତ୍ୱ ରହିଛି। ୧ ସେପ୍ଟେମ୍ୱର ୨୦୨୬ରେ ଶନି ଏବଂ ଦେବଗୁରୁ…

ଗ୍ଲାସିୟର ହ୍ରଦ, ହିମସ୍ଖଳନ, କିମ୍ବା ଭୂମିକମ୍ପ… ହଠାତ କାହିଁକି ନେପାଳରେ ଆସିଲା ବନ୍ୟା? ବୈଜ୍ଞାନିକମାନେ କହିଲେ ପ୍ରକୃତ କାରଣ

କାଠମାଣ୍ଡୁ,୨୬।୮: ନେପାଳର ରାସୁୱା ଜିଲାର ଭୋଟେ କୋଶି ନଦୀରେ ବନ୍ୟାର ପ୍ରକୃତ କାରଣ ସ୍ଥାନୀୟ ବର୍ଷା ନୁହେଁ, ବରଂ ଏକ ବିଶାଳ ହିମସ୍ଖଳନ ହୋଇପାରେ। କାଠମାଣ୍ଡୁ ବିଶ୍ୱବିଦ୍ୟାଳୟର…

ସ୍କୁଲ ପଛ ନାଳରୁ ଛାତ୍ରଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର, ସୋମବାରଠାରୁ ଥିଲେ ନିଖୋଜ

କୋରାପୁଟ,୨୬।୮(ଅମିତାଭ ବେହେରା): ବୋରିଗୁମ୍ମା ବ୍ଲକ ଗୁମୁଡ଼ା ସରକାରୀ ଉଚ୍ଚ ବିଦ୍ୟାଳୟ ପଛପଟ ନାଳରୁ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର ହୋଇଛି । ମୃତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri