ଭାରତ ବିରୋଧରେ ବିଶ୍ୱ ବାଣିଜ୍ୟ ସଂଗଠନ ନିକଟରେ ଅଭିଯୋଗ କଲା ଚାଇନା

ନୂଆଦିଲ୍ଲୀ,୨୦।୧୦: ଚାଇନା ଭାରତର ଇଲେକ୍ଟ୍ରିକ୍ ଯାନ (ଇଭି) ଓ ବ୍ୟାଟେରୀ ପାଇଁ ଦିଆଯାଉଥିବା ସବସିଡି ବିରୋଧରେ ବିଶ୍ୱ ବାଣିଜ୍ୟ ସଂଗଠନ (ଡବ୍ଲ୍ୟୁଟିଓ)ରେ ଅଭିଯୋଗ କରିଛି। ଚାଇନା ବାଣିଜ୍ୟ ମନ୍ତ୍ରଣାଳୟ କହିଛି, ଭାରତର ଏହି ଯୋଜନା ଡବ୍ଲ୍ୟୁଟିଓ ନିୟମ ଉଲ୍ଲଙ୍ଘନ କରୁଛି। ଏହା ଘରୋଇ କମ୍ପାନୀକୁ ଅଧିକ ଲାଭ ଦେଉଛି ଏବଂ ଆମଦାନୀ ବଦଳରେ ସବସିଡି ଯାହା ନିଷିଦ୍ଧ। ଯାହା ଚାଇନାର ସ୍ୱାର୍ଥକୁ କ୍ଷତି ପହଞ୍ଚାଉଛି।

ଚାଇନା ଭାରତକୁ ନିଜ ଇଭି ଗାଡ଼ି ରପ୍ତାନି ବଢ଼ାଇବାକୁ ଚାହୁଁଛି। ଲଦାଖ ସୀମା ବିବାଦ ପରେ ଦୁଇ ଦେଶ ସମ୍ପର୍କ ସୁଧାରୁଛନ୍ତି। ଭାରତର ବଡ଼ ଅଟୋ ବଜାରକୁ ଚୀନୀ କମ୍ପାନୀ ଲକ୍ଷ୍ୟ କରିଛନ୍ତି। ଚାଇନାରେ ଇଭି ଅଧିକ ଉତ୍ପାଦନ ହେଉଛି, କିନ୍ତୁ ଦେଶ ଭିତରେ ବିକ୍ରି କମ ରହିଛି। ତେଣୁ ବିଦେଶରେ ଏହାର ବିକ୍ରି ବଢାଇବାକୁ ଚାହୁଁଛି।

ବାଣିଜ୍ୟ ସଚିବ ରାଜେଶ ଅଗ୍ରୱାଲ କହିଛନ୍ତି, ଚାଇନାର ଅଭିଯୋଗ ଦେଖାଯିବ। ଚାଇନା ତୁର୍କୀ, କାନାଡ଼ା ଓ ଇୟୁ ବିରୋଧରେ ମଧ୍ୟ ଅଭିଯୋଗ କରିଛି। ଏବେ କଥାବାର୍ତ୍ତା (କନ୍ସଲଟେସନ୍) ଚାହୁଁଛି, ଯାହା ଡବ୍ଲ୍ୟୁଟିଓର ପ୍ରଥମ ପଦକ୍ଷେପ। ସଫଳ ନ ହେଲେ ପ୍ୟାନେଲ୍ ଗଠନ ହୋଇପାରେ।

ଚାଇନା ଭାରତର ଦ୍ୱିତୀୟ ବଡ଼ ବାଣିଜ୍ୟ ସହଯୋଗୀ। ୨୦୨୪-୨୫ରେ ଭାରତରୁ ଚାଇନକୁ ରପ୍ତାନି ୧୪.୨୫ରୁ କମି ୧୪.୫% ବିଲିୟନ୍ ଡଲାର୍ ହୋଇଥିଲା ବେଳେ, ଆମଦାନୀ ୧୧.୫୨% ବଢ଼ି ୧୧୩.୪୫ ବିଲିୟନ୍ ଡଲାର୍ ହୋଇଛି ଏବଂ ବାଣିଜ୍ୟ ନିଅଣ୍ଟ ୯୯.୨ ବିଲିୟନ୍ ଡଲାରରେ ପହଞ୍ଚିଛି।

ସେହିଭଳି ଚଳିତବର୍ଷ ୮ ମାସରେ ୨.୦୧ ମିଲିୟନ୍ ଇଭି ରପ୍ତାନି ହୋଇଛି, ଯାହା ୫୧% ଅଧିକ। କିନ୍ତୁ ଇୟୁ ୨୭% ଟାରିଫ୍ ଲଗାଇଛି।ତେବେ ଭାରତ ଇଭି ନୀତି ଓ ପିଏଲ୍‌ଆଇ ଯୋଜନା ଦ୍ୱାରା ଘରୋଇ ଉତ୍ପାଦନ ବଢ଼ାଇବାରେ ସଫଳ ହୋଇଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗ ଉପନିର୍ବାଚନ; ପ୍ରାର୍ଥୀ ଘୋଷଣା କଲା TMC, ନନ୍ଦିଗ୍ରାମରେ ବଡ଼ ନିଷ୍ପତ୍ତି

କୋଲକାତା,୧୩।୯: ପଶ୍ଚିମବଙ୍ଗର ନନ୍ଦିଗ୍ରାମ ଓ ରେଜିନଗର ବିଧାନସଭା ଆସନରେ ହେବାକୁ ଥିବା ଉପନିର୍ବାଚନ ପାଇଁ ତୃଣମୂଳ କଂଗ୍ରେସ (TMC) ନିଜ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି ।…

ପେଟ୍ରୋଲ ଦରକୁ ନେଇ ବଡ଼ ଘୋଷଣା କଲେ ପ୍ରଧାନମନ୍ତ୍ରୀ, ଲିଟର ପ୍ରତି ୧୦୦ ଟଙ୍କା….

ଇସଲାମାବାଦ,୧୩।୯: ମହଙ୍ଗା ଇନ୍ଧନ ଦରରୁ ସାଧାରଣ ଲୋକଙ୍କୁ ଆଶ୍ୱସ୍ତି ଦେବାକୁ ପାକିସ୍ତାନ ସରକାର ଏକ ବଡ଼ ରିଲିଫ୍‌ ଯୋଜନା ଘୋଷଣା କରିଛି। ରବିବାର ପାକିସ୍ତାନ ପ୍ରଧାନମନ୍ତ୍ରୀ ଶହବାଜ…

ହିନ୍ଦୁ ସାଧୁଙ୍କ ପାଦ ସ୍ପର୍ଶ କଲେ ଇରାନର ରାଷ୍ଟ୍ରପତି ପେଜେଶକିଆନ! ଭିଡିଓ ଭାଇରାଲ

ନୂଆଦିଲ୍ଲୀ/ତେହରାନ,୧୩।୯: ଦିଲ୍ଲୀର ଭାରତ ମଣ୍ଡପମରେ ଚାଲିଥିବା ବ୍ରିକ୍ସ (BRICS) ସମ୍ମିଳନୀର ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଇରାନର ରାଷ୍ଟ୍ରପତି…

ଭୋପାଳ-ଦିଲ୍ଲୀ ଏୟାର ଇଣ୍ଡିଆ ବିମାନର ଜରୁରୀ ଅବତରଣ, ଟଳିଲା ବଡ଼ ବିପଦ

ଭୋପାଳ/ନୂଆଦିଲ୍ଲୀ: ଭୋପାଳରୁ ଦିଲ୍ଲୀ ଯାଉଥିବା ଏୟାର ଇଣ୍ଡିଆର ବିମାନ (AI-୧୮୮୬) ଜୟପୁର ବିମାନବନ୍ଦରରେ ଜରୁରୀକାଳିନ ଅବତରଣ କରିଛି। ଉଡ଼ାଣ ସମୟରେ ବିମାନଟିକୁ ଜୟପୁରକୁ ଡାଇଭର୍ଟ କରାଯାଇ ସୁରକ୍ଷିତ…

କେନ୍ଦ୍ର ସରକାରଙ୍କ ବଡ଼ ସୂଚନା, ୧୫ ସେପ୍ଟେମ୍ୱରରୁ ଏମାନଙ୍କୁ ଆଉ ମିଳିବନି LPG ସିଲିଣ୍ଡର!

ନୂଆଦିଲ୍ଲୀ,୧୩।୯: ସରକାର ଏବଂ ତୈଳ କମ୍ପାନୀଗୁଡ଼ିକ ପକ୍ଷରୁ ବୃଦ୍ଧି କରାଯାଇଥିବା ସମୟସୀମା ଅନୁଯାୟୀ, ବର୍ତ୍ତମାନ ୧୪ ସେପ୍ଟେମ୍ୱର ୨୦୨୬ ସୁଦ୍ଧା ଇ-କେୱାଇସି (eKYC) କରିବାକୁ ପଡ଼ିବ। ର୍ନିଦ୍ଧାରିତ…

BRICS ସମ୍ମିଳନୀ ମଧ୍ୟରେ ରାହୁଲ-ପ୍ରିୟଙ୍କାଙ୍କୁ ଭେଟିଲେ ମାଲେସିଆ ପ୍ରଧାନମନ୍ତ୍ରୀ; ବ୍ରେକଫାଷ୍ଟ ସମୟରେ କ’ଣ ଆଲୋଚନା ହେଲା? ଜାଣନ୍ତୁ…

ନୂଆଦିଲ୍ଲୀ,୧୩।୯: ମାଲେସିଆର ପ୍ରଧାନମନ୍ତ୍ରୀ ଅନୱର ଇବ୍ରହିମ ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଏବଂ କଂଗ୍ରେସ ଏମପି ପ୍ରିୟଙ୍କା ଗାନ୍ଧୀଙ୍କ ସହ ଏକ ବ୍ରେକଫାଷ୍ଟ…

ସାରା ଦିନ ସମ୍ମିଳନୀରେ ବ୍ୟସ୍ତ ଥିଲେ ସି ଜିନପିଙ୍ଗ, ହେଲେ କାହିଁକି BRICSର ଭବ୍ୟ ଭୋଜିରେ ଯୋଗ ଦେଲେ ନାହିଁ? ଜାଣନ୍ତୁ ଏହାର ବଡ଼ କାରଣ

ନୂଆଦିଲ୍ଲୀ,୧୩।୯: BRICS ସମ୍ମିଳନୀରେ ଯୋଗ ଦେଇଥିବା ବିଭିନ୍ନ ଦେଶର ରାଷ୍ଟ୍ରମୁଖ୍ୟ ଏବଂ ବିଶିଷ୍ଟ ଅତିଥିମାନଙ୍କ ପାଇଁ ଶନିବାର ରାତିରେ ରାଜଧାନୀ ନୂଆଦିଲ୍ଲୀସ୍ଥିତ ‘ଭାରତ ମଣ୍ଡପମ’ରେ ଏକ ଅତ୍ୟନ୍ତ…

‘ଗାଡ଼ି ଗଭୀର ଖାଲ ଆଡ଼କୁ ମାଡ଼ିଚାଲିଛି; ବ୍ରେକ ଲଗାଇବାର ସମୟ ଆସିଯାଇଛି’ AIକୁ ନେଇ ଆମେରିକୀୟ ଆଇନ ପ୍ରଣେତାଙ୍କ ଚେତାବନୀ

ଓ୍ବାଶିଂଟନ,୧୩।୯: ଆମେରିକାର ସିନେଟର ବର୍ନି ସାଣ୍ଡର୍ସ ରବିବାର କହିଛନ୍ତି ଯେ AI (କୃତ୍ରିମ ବୁଦ୍ଧିମତ୍ତା) ବିକାଶର ଗତି ମନ୍ଥର କରିବା ପାଇଁ ଡାରିଓ ଆମୋଡେଇ, ସାମ ଅଲ୍ଟମ୍ୟାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?