Posted inଫୁରସତ

ଏହି ଦେଶର ସମ୍ପୂର୍ଣ୍ଣ ବିଜୁଳି କାଟିପାରିବ ଚାଇନା, ଜାଣନ୍ତୁ କାରଣ

ପ୍ରତ୍ୟେକ ଦେଶ ନିକଟରେ ନିଜ ଦେଶର ବିଜୁଳି କାଟିବାର ଅଧିକାର ଅଛି, ମାତ୍ର କେବେ ଶୁଣିଛନ୍ତି କି, ଗୋଟିଏ ଦେଶ ଅନ୍ୟ ଏକ ଦେଶର ବିଜୁଳି କାଟିପାରିବ ବୋଲି। ଅବିଶ୍ୱସନୀୟ ଲାଗୁଥିଲେ ମଧ୍ୟ ସତ। ଫିଲିପାଇନ୍ସର ସିନେଟ୍‌ ବା ସଂସଦରେ କୁହାଯାଇଛି, ଯଦି ଚାଇନା ଚାହିଁବ ତେବେ ପୂରା ଫିଲିପାଇନ୍ସରୁ ବିଜୁଳି କାଟିପାରିବ। ଏହି କଥା ପ୍ରକାଶ ପାଇବା ପରେ ସିନେଟର ଜଣେ ସଦସ୍ୟ ପଚାରିଲେ, କ’ଣ ଚାଇନା ଏପରି ବିପଦ ସୃଷ୍ଟି କରିପାରିବ? ଏହାର ଉତ୍ତରରେ ସିନେଟର ରିଚର୍ଡ ଗାର୍ଡନ କୁହନ୍ତି, ଆମେ ଆମ ଗ୍ରୀଡ୍‌ରୁ ୪୦ ପ୍ରତିଶତ ଚାଇନାର ଏକ ବିଦେଶୀ କର୍ପୋରେଶନ କମ୍ପାନୀକୁ ଦେଇଛୁ। ଯେଉଁଥିରେ ପଶ୍ଚିମ ଫିଲିପାଇନ୍ସ ସାଗରରେ ଆମ ଦେଶ ସହ ଏଥିପାଇଁ ବିବାଦ ମଧ୍ୟ ସୃଷ୍ଟି ହୋଇପାରେ। ୨୦୦୯ ମସିହାରେ ଫିଲିପାଇନ୍ସର ନ୍ୟାଶନାଲ ଗ୍ରୀଡ୍‌ରେ ଚାଇନା ଭାଗୀଦାର ଥିଲା। ତେଣୁ ଫିଲିପାଇନ୍ସ ଏବଂ ଚାଇନା ମଧ୍ୟରେ ଦକ୍ଷିଣ ଚାଇନା ସାଗରକୁ ନେଇ ଦୀର୍ଘଦିନ ବିବାଦ ଲାଗି ରହିଥିଲା। ଏଥିପାଇଁ ଚାଇନା ଚାହିଁଲେ ଫିଲିପାଇନ୍ସକୁ ସମ୍ପୂର୍ଣ୍ଣ ଅନ୍ଧାର କରିଦେବ।
କେମିତି ଏହା କରିପାରିବ ଜାଣନ୍ତୁ:
ଚାଇନାର ଷ୍ଟେଟ୍‌ ଗ୍ରୀଡ୍‌ କର୍ପୋରେଶନର ନ୍ୟାଶନାଲ ଗ୍ରୀଡ୍‌ କର୍ପୋରେଶନ ଅଫ୍‌ ଦ ଫିଲିପାଇନ୍ସ(ଏନ୍‌ଜିସିପି)ରେ ୪୦ ପ୍ରତିଶତ ଭାଗ ରହିଛି। ତେଣୁ ଚାଇନା ଚାହିଁଲେ ବିଜୁଳି ପ୍ରତି ରୋକ୍‌ ଲଗାଇ ପାରିବା ସହ ପୂରା ଦେଶକୁ ଅନ୍ଧାର କରିଦେବ।

ଫିଲିପାଇନ୍ସ ନିକଟରେ ବି ରହିଛି ବିକଳ୍ପ:
କୌଣସି ଜରୁରିକାଳୀନ ପରିସ୍ଥିତିରେ ରାଷ୍ଟ୍ରପତି ଏହାକୁ ନିୟନ୍ତ୍ରଣ କରି ପାରିବାର ଅଧିକାର ରହିଛି। ଏଠାରେ ଥିବା ଟ୍ରାନ୍ସମିଟର ଉପରେ ବି ଫିଲିପାଇନ୍ସର ଅଂଶ ବା ଭାଗ ରହିଛି। ଏହି କାରଣରୁ ଚାଇନା ବିଜୁଳି କାଟିଲେ ମଧ୍ୟ ଫିଲିପାଇନ୍ସ ୨୪ରୁ ୪୮ ଘଣ୍ଟା ମଧ୍ୟରେ ଏହାକୁ ଚାଲୁ କରିପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ବିକ୍ରି ନ ହୋଇ ମଣ୍ଡିରେ ପଡ଼ିଛି ଧାନ, ଏପଟେ ବରଗଡ଼ରୁ ଆନ୍ଧ୍ରକୁ ହେଉଛି ଚାଲାଣ

ବରଗଡ଼,୧୩ା୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ରବି ଧାନ ସଂଗ୍ରହ ପ୍ରକ୍ରିୟାକୁ ମାସେ ବିତି ଯାଇଛି। ତେବେ ଜିଲାରେ ଏବେ ମଧ୍ୟ ଧାନ ଉଠାଣ ପ୍ରକ୍ରିୟା ଶୀଥିଳ ଗତିରେ…

ଛତ୍ରପୁର ପୌରପରିଷଦର ଅଧ୍ୟକ୍ଷାଙ୍କ ବିୟୋଗ: ବାସଭବନରେ ପହଞ୍ଚି ପରିବାରବର୍ଗଙ୍କୁ ଭେଟିଲେ ମନ୍ତ୍ରୀ-ବିଧାୟକ

ଛତ୍ରପୁର,୧୩ା୬(ଦିଲ୍ଲୀପ ସାମଲ): ଛତ୍ରପୁର ପୌରପରିଷଦର ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନଙ୍କ ଗତ ବୁଧବାର ଅକାଳରେ ବିୟୋଗ ଘଟିଥିଲା। ଏ ନେଇ ଛତ୍ରପୁର ଓ ଆଖପାଖ ଅଞ୍ଚଳରେ ଶୋକ ଛାୟା…

ଭାରତ ଆଗରେ ୧୯୫ ରନ୍‌ର ଟାର୍ଗେଟ୍; ଡେବ୍ୟୁ ମ୍ୟାଚ୍‌ରେ ଗୁର୍‌ବାଜଙ୍କ ଧୂଆଁଧାର ଇନିଂସ

ଧର୍ମଶାଳା, ୧୩ା୬: ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଶନିବାର ପ୍ରଥମ ଦିନିକିଆ ମ୍ୟାଚ୍‌ ଖେଳାଯାଇଛି। ବର୍ଷା କାରଣରୁ ମ୍ୟାଚ୍‌କୁ ୨୫ ଓଭରରେ ସୀମିତ ରଖାଯାଇଛି। ରହମାନୁଲା ଗୁରବାଜଙ୍କ…

ବିଲରୁ ଅଚିହ୍ନା ମହିଳାଙ୍କ ମୃତଦେହ ଜବତ

ହାଟଡିହୀ/ଆନନ୍ଦପୁର,୧୩ା୬(ଶୁଭକାନ୍ତ ନାୟକ/ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ତରତରା ଅଞ୍ଚଳରୁ ଜଣେ ପ୍ରାୟ ୪୫ ବର୍ଷ ବୟସ୍କା ମହିଳାଙ୍କ ମୃତଦେହ ଏକ ବିଲରୁ ଉଦ୍ଧାର…

କୋଟିଆ ନେରିଡିବାଲସାରେ ହାତୀ ଆତଙ୍କ, ଆନ୍ଧ୍ରରୁ ସିୟୁରା ଆଡ଼କୁ ଆସି…

ପଟାଙ୍ଗି,୧୩ା୬(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ କୋଟିଆ ପଞ୍ଚାୟତ ସୀମାନ୍ତ ଗ୍ରାମରେ ହାତୀ ଆତଙ୍କରେ ଲୋକେ ଭୟଭୀତ ହୋଇପଡ଼ିଛନ୍ତି। ସୂଚନା ଅନୁଯାୟୀ, ଉକ୍ତ…

ଏହିଦିନ ଟ୍ରମ୍ପଙ୍କୁ ଭେଟିବେ ମୋଦି, ହ଼୍ବାଇଟ ହାଉସର ବଡ଼ ଘୋଷଣା

ଓ଼୍ବାଶିଂଟନ,୧୩।୬: ହ଼୍ବାଇଟ ହାଉସ ଘୋଷଣା କରିଛି ଯେ ଫ୍ରାନ୍ସରେ ଅନୁଷ୍ଠିତ G7 ଶିଖର ସମ୍ମିଳନୀ ଅବସରରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବେ।…

ଓଲଟିଲା ଜିମ୍ପସନ୍‌ ବୋଝେଇ ହାଇଓ୍ବା, ବିଲ ଭିତରେ ପଡ଼ିଲା ସବୁତକ…

ପାଟଣା,୧୩ା୬(ବୀରକିଶୋର ଦାଶ): କେନ୍ଦୁଝର ଜିଲା ଢେଙ୍କିକୋଟ ପାଟଣା ୨୨୦ ନମ୍ବର ଜାତୀୟ ରାଜପଥ କୁଆପଶି ରାଇସିମିଲ୍‌ ପୋଖରୀ ନିକଟରେ ଶନିବାର ଏକ ଜିମ୍ପସନ ବୋଝେଇ ଓଡି ୨୧ଟି…

ମନଇଛା ଘରଭଡା ବଢାଇପାରିବେ କି ମାଲିକ? ଓଡ଼ିଶାରେ ଭଡାଘର ଏଗ୍ରିମେଣ୍ଟକୁ ନେଇ ବଦଳିଲା ନିୟମ

ଭୁବନେଶ୍ୱର,୧୩ା୬: ରାଜ୍ୟରେ ଘର ଭଡ଼ା ବ୍ୟବସ୍ଥାକୁ ଆଧୁନିକ ଓ ସ୍ୱଚ୍ଛ କରିବା ଲକ୍ଷ୍ୟରେ ରାଜ୍ୟ ସରକାର ‘ଓଡ଼ିଶା ସହରାଞ୍ଚଳ ଭଡ଼ା ନିୟନ୍ତ୍ରଣ ଅଧିନିୟମ, ୨୦୨୬’ର ଚିଠା ପ୍ରକାଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri