ଚନ୍ଦ୍ରରୁ ମାଟି ଆଣିଲା ଚାଇନା

ବେଜିଂ, ୨୬।୬: ଚାଇନାର ଚାଙ୍ଗ’ଇ-୬ ମହାକାଶ ଯାନ ପ୍ରଥମଥର ପାଇଁ ଚନ୍ଦ୍ରପୃଷ୍ଠରୁ ୨ କିଲୋଗ୍ରାମର ମାଟି ଓ ପଥରର ନମୁନା ଏକତ୍ର କରି ମଙ୍ଗଳବାର ପୃଥିବୀକୁ ଫେରି ଉତ୍ତର ଚାଇନାରେ ଅବତରଣ କରିଛି। ପୃଥିବୀକୁ ଅଣାଯାଇଥିବା ଏହି ନମୁନାଗୁଡ଼ିକରେ ୨୫ ଲକ୍ଷ ବର୍ଷ ପୁରୁଣା ଆଗ୍ନେୟଗିରି ପଥର ଓ ଅନ୍ୟାନ୍ୟ ସାମଗ୍ରୀ ରହିଥିବା ଚାଇନାର ବୈଜ୍ଞାନିକମାନେ ଅନୁମାନ କରୁଛନ୍ତି। ଏହି ନମୁନାଗୁଡ଼ିକର ପରୀକ୍ଷଣ ପରେ ଚନ୍ଦ୍ରର ଉଭୟ ମେରୁ ମଧ୍ୟରେ ରହିଥିବା ଭୌଗୋଳିକ ପାର୍ଥକ୍ୟ ନେଇ ଜଣାପଡ଼ିବ ବୋଲି ବୈଜ୍ଞାନିକମାନେ କହିଛନ୍ତି। ଗତ ମେ’ ୩ରେ ଚାଇନାର ହୈନାନଠାରୁ ଏହି ଚାଙ୍ଗ’ଇ-୬ ମିଶନ ଲଞ୍ଚ କରାଯାଇଥିଲା।

ତେବେ ଏହି ମିଶନ ଅନୁଯାୟୀ ୨୦୩୦ ସୁଦ୍ଧା ମଣିଷଙ୍କୁ ଚନ୍ଦ୍ରପୃଷ୍ଠକୁ ପଠାଇବାକୁ ଚାଇନା ଲକ୍ଷ୍ୟ ରଖିଛି। ଏହି ମିଶନର ସଫଳତା ଚାଇନାର ସ୍ବପ୍ନକୁ ସାକାର କରିପାରିଥିବା ନେଇ ରାଷ୍ଟ୍ରପତି ସି. ଜିନପିଙ୍ଗ୍‌ ପ୍ରକାଶ କରିଛନ୍ତି। ଏହାଯୋଗୁ ଏବେ ଚାଇନା ଏକ ମହାକାଶ ଶକ୍ତି ହେବାର ନିକଟତର ହୋଇପାରିଛି। ସେହିପରି ୨୦୩୦ ସୁଦ୍ଧା ଚନ୍ଦ୍ରର ଦକ୍ଷିଣ ମେରୁରେ ଏକ ରିସର୍ଚ୍ଚ ବେସ୍‌ ନିର୍ମାଣ କରିବାକୁ ମଧ୍ୟ ଚାଇନା ଲକ୍ଷ୍ୟ ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

ସ୍କୁଲରୁ ଫେରୁଥିବା ବେଳେ ଶିକ୍ଷକଙ୍କୁ ଧକ୍କା ଦେଲା ଟ୍ରେନ, ବାଇକ ସହ….

କୋରାପୁଟ,୫।୮(ଅମିତାଭ ବେହେରା): କୋରାପୁଟ ଷ୍ଟେସନ ନିକଟ ଶୁକୁ ବ୍ରିଜଠାରେ ବୁଧବାର ଏକ ଦୁଃଖଦ ଘଟଣା ଘଟିଯାଇଛି । ମାଲବାହୀ ଟ୍ରେନ ଧକ୍କାରେ ଜଣେ ଶିକ୍ଷକଙ୍କ ଜୀବନ ଚାଲିଯାଇଛି…

ସରକାରୀ ମଦ ଦୋକାନ ସ୍ଥାନାନ୍ତର କରି ଖୋଲିବା ଉଦ୍ୟମକୁ ମହିଳାଙ୍କ ତୀବ୍ର ବିରୋଧ, ଉତ୍ତେଜନା ଦେଖାଦେବାରୁ…

ପାଟଣା,୫ା୮(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ଧନୁର୍ଜୟପୁର ଜଙ୍ଗଲ ଅଞ୍ଚଳରେ ରେଙ୍ଗାଳବେଡ଼ା ସରକାରୀ ମଦ ଦୋକାନ ସ୍ଥାନାନ୍ତର କରି ଖୋଲିବା ଉଦ୍ୟମକୁ ବୁଧବାର ଶତାଧିକ…

୫ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ୫ ଗିରଫ ସହ ପାଖରୁ ମିଳିଲା ଏହି…

ଭଞ୍ଜନଗର,୫ା୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସକୁ ନିଶା କାରବାର ବିରୋଧୀ ଅଭିଯାନରେ ବୁଧବାର ପୁଣି ଏକ ସଫଳତା ମିଳିଛି। ମଙ୍ଗଳବାର ପୋଲିସ ପାଟ୍ରୋଲିଂ ସମୟରେ ବୁଦୁଲି…

ଓ୍ବାର୍ନିଂ ଜାରି କଲା ପାଣିପାଗ ବିଭାଗ, ୪୮ ଘଣ୍ଟାରେ ଏହି ଜିଲାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ବର,୫।୮: ମୌସୁମୀ ସକ୍ରିୟ ରହିଥିବା ବେଳେ ସାରା ରାଜ୍ୟରେ ବର୍ଷା ଜାରି ରହିଛି । ସେ ଆସନ୍ତା ୪୮ ଘଣ୍ଟା ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି…

ପାଠ୍ୟପୁସ୍ତକ ତ୍ରୁଟି ଘଟଣା; ମନୋଜ ପାଢ଼ୀଙ୍କୁ ଜାମିନ, କୋର୍ଟ ରଖିଲେ ଏହି ସର୍ତ୍ତ

କଟକ,୫।୮(ପ୍ରଭୁକଲ୍ୟାଣ ପାଲ୍): ସ୍କୁଲ ପାଠ୍ୟ ପୁସ୍ତକ ତ୍ରୁଟି ମାମଲାରେ ଏସସିଇଆରଟିର ପୂର୍ବତନ ନିର୍ଦ୍ଦେଶକ ମନୋଜ ପାଢ଼ୀଙ୍କୁ ସର୍ତ୍ତ ମୂଳକ ଜାମିନ ପ୍ରଦାନ କରାଯାଇଛି । କଟକ ସ୍ୱତନ୍ତ୍ର…

ପୁଅ ହେବ ତ ଏମିତି… ପାଲିଙ୍କିରେ ମାତା-ପିତାଙ୍କୁ ବସାଇ ୧୫ କିମି ପଦଯାତ୍ରା, ଝୁମରନାଥ ଧାମ ଦର୍ଶନ କରାଇଲେ

ଲକ୍ଷ୍ନୌ,୫।୮: ଉତ୍ତର ପ୍ରଦେଶର ଲଲିତପୁର ଜିଲାରୁ ସାମ୍ନାକୁ ଆସିଛି ଭକ୍ତି, ସେବା ଓ ସଂସ୍କାରର ଏକ ପ୍ରେରଣାଦାୟକ ଚିତ୍ର । ବାର କସ୍ବାର ମୋତିଖେଡ଼ା ଗ୍ରାମର ବାସିନ୍ଦା…

କ୍ଷମା ମାଗିଲେ ଜୁକରବର୍ଗ: ମୋଦି ସରକାରଙ୍କୁ କହିଲେ, ବହୁତ ଟଙ୍କା ମିଳିଥିଲା…

ନୂଆଦିଲ୍ଲୀ,୫।୮: ମାର୍କ ଜୁକରବର୍ଗ CSAM କଣ୍ଟେଣ୍ଟ, ଡିପଫେକ୍ କଣ୍ଟେଣ୍ଟ ଏବଂ ପ୍ଲାଟଫର୍ମ ପରିଚାଳନାରେ ହୋଇଥିବା ଭୁଲ୍ ପାଇଁ କ୍ଷମା ପ୍ରାର୍ଥନା କରିଛନ୍ତି। ସେମାନଙ୍କୁ ସ୍ପଷ୍ଟ କରାଯାଇଥିଲା ଯେ…

୨୦୨୭ ODI ବିଶ୍ୱକପକୁ ନେଇ ଆସିଲା ବଡ଼ ଅପଡେଟ: କାର୍ଯ୍ୟସୂଚୀ ଘୋଷଣା କଲା ICC

ନୂଆଦିଲ୍ଲୀ,୫।୮: 2027 ODI ବିଶ୍ୱକପର କାର୍ଯ୍ୟସୂଚୀକୁ ନେଇ ଏକ ବଡ଼ ଅପଡେଟ ପ୍ରକାଶ ପାଇଛି। ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ଟୁର୍ଣ୍ଣାମେଣ୍ଟର ଯୋଗ୍ୟତା ପର୍ଯ୍ୟାୟ ପାଇଁ ତାରିଖ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri