Posted inଜାତୀୟ

ଅକ୍ସାଇ ଚୀନରେ ଚାଇନା ବଙ୍କର

ନୂଆଦିଲ୍ଲୀ,୩୧ା୮: ପ୍ରକୃତ ନିୟନ୍ତ୍ରଣରେଖା (ଏଲ୍‌ଏସି)ଠାରୁ ୭୦ କି.ମି. ଦୂରରେ ଅବସ୍ଥିତ ଅକ୍ସାଇ ଚୀନକୁ ଆକାଶମାର୍ଗ ଆକ୍ରମଣରୁ ରକ୍ଷା କରିବା ପାଇଁ ସେଠାରେ ବଙ୍କର ଓ ଭୂତଳ ଭିତ୍ତିଭୂମି ନିର୍ମାଣ କରିଚାଲିଛି ଚାଇନାର ପିପୁଲ୍ସ ଲିବରେଶନ୍‌ ଆର୍ମି (ପିଏଲ୍‌ଏ)। ଅକ୍ସାଇ ଚୀନର ୧୫ ବର୍ଗ କି.ମି. ବିସ୍ତୃତ ଅଞ୍ଚଳର ୬ଟି ସ୍ଥାନରେ ଏହି ଭୂତଳ ବଙ୍କରଗୁଡ଼ିକୁ ନିର୍ମାଣ କରାଯାଇଛି। ୨୦୨୧ ଡିସେମ୍ବର ୬ ଏବଂ ୨୦୨୩ ଅଗଷ୍ଟ ୧୮ରେ ନିଆଯାଇଥିବା ଉପଗ୍ରହ ଚିତ୍ରରୁ ଏହି ବିଷୟ ସ୍ପଷ୍ଟ ହୋଇଥିବା କେତେକ ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି।

ମେ’ରେ ମିଳିଥିବା ଉପଗ୍ରହ ଚିତ୍ରକୁ ଅନୁଧ୍ୟାନ କଲେ ଜଣାପଡ଼ୁଛି ଯେ, ଅକ୍ସାଇ ଚୀନରେ ସାମରିକ ଅଭିଯାନ ପାଇଁ ଚାଇନା କେତେକ ନୂଆ ରନ୍‌ଓ୍ବେ, ଜେଟ୍‌ ପ୍ରୋଟେକ୍ସନ ଶେଲ୍ଟର ଓ ନୂଆ ବିଲ୍ଡିଂ ନିର୍ମାଣ କରିଛି। ଏଲ୍‌ଏସିରେ ନିଜ ବାୟୁସେନା ଘାଟିର ବିସ୍ତାର ଏବଂ ଏହା ଜରିଆରେ ବିସ୍ତୃତ ଅପରେଶନ ଚଳାଇବା ହେଉଛି ଉକ୍ତ ନିର୍ମାଣର ଲକ୍ଷ୍ୟ। ଏପରି କି କେତେକ ଅଞ୍ଚଳରେ ଭାରତକୁ ମିଳୁଥିବା ସୁବିଧାକୁ ବନ୍ଦ କରିବା ପାଇଁ ଚାଇନା ଯଥାସାଧ୍ୟ ଉଦ୍ୟମ କରୁଛି।

ସାଟେଲାଇଟ୍‌ ଇମେଜରୁ ଏବେ ଜଣାପଡ଼ିଛି, ପିଏଲ୍‌ଏ ସୈନ୍ୟମାନେ ଭୂତଳ ବଙ୍କରଗୁଡ଼ିକୁ ବ୍ୟବହାର କରୁଛନ୍ତି। ବଙ୍କର ଉପରେ ଆକାଶମାର୍ଗରୁ ବୋମାମାଡ଼ ହେଲେ ଯେପରି ସୁରକ୍ଷିତ ଭାବେ ବର୍ତ୍ତିଯିବେ, ସେଥିଲାଗି ସ୍ବତନ୍ତ୍ର ‘ପ୍ରବେଶ’ ଓ ‘ପ୍ରସ୍ଥାନ’ ପଥର ବ୍ୟବସ୍ଥା କରାଯାଇଛି। କେତେକ ପାର୍ବତ୍ୟାଞ୍ଚଳରେ ନୂଆ ସୁଡ଼ଙ୍ଗ ମଧ୍ୟ ନିର୍ମାଣ କରାଯାଇଛି। ଏହା ଉପରେ ଭାରତ ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ ପାଇନାହିଁ। ଚାଇନା ଅରୁଣାଚଳ ପ୍ରଦେଶ ଓ ଅକ୍ସାଇ ଚୀନକୁ ନିଜ ଭୂଖଣ୍ଡର ଏକ ଅଂଶ ଭାବେ ଏହାର ନୂଆ ଷ୍ଟାଣ୍ଡାର୍ଡ ମ୍ୟାପ୍‌ରେ ଦର୍ଶାଇବା ପରେ ଏହି ରିପୋର୍ଟ ସାମ୍ନାକୁ ଆସିଛି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ୱାଧୀନତା ଦିବସ ପୂର୍ବସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କଲେ ରାଷ୍ଟ୍ରପତି: ‘ସର୍ବଶ୍ରେଷ୍ଠ ଭାରତ’ ଗଠନ ପାଇଁ ରଖନ୍ତୁ ଭାବନା, ପଢ଼ନ୍ତୁ ପ୍ରମୁଖ…

ନୂଆଦିଲ୍ଲୀ,୧୪।୮: ୮୦ତମ ସ୍ୱାଧୀନତା ଦିବସର ପୂର୍ବସନ୍ଧ୍ୟାରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏହି ଅବସରରେ ସେ ଦେଶ ଓ ବିଦେଶରେ ରହୁଥିବା ସମସ୍ତ ଭାରତୀୟଙ୍କୁ…

ଓଡ଼ିଶାକୁ ପୁଣି ଫେରିଲା କୋଭିଡ୍‌: ଭୁବନେଶ୍ୱରରେ ଚିହ୍ନଟ ହେଲେ ଆକ୍ରାନ୍ତ, ଭୟରେ…

ଭୁବନେଶ୍ୱର, ୧୪।୮ ରାଜଧାନୀ ଭୁବନେଶ୍ୱରରେ ପୁଣି ଜଣେ କୋଭିଡ୍‌ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡ଼ିଛି। ବରମୁଣ୍ଡା ଅଞ୍ଚଳର ଜଣେ ୫୦ ବର୍ଷୀୟ ବ୍ୟକ୍ତି କୋଭିଡ୍‌ ସଂକ୍ରମିତ ହୋଇଥିବା…

ବିନୟତୋଷ ମିଶ୍ରଙ୍କୁ ମିଳିଲା ଓଡ଼ିଶାର ଅନ୍ତରୀଣ ଡିଜିପି ଦାୟିତ୍ୱ; ରଖିଲେ ଏଭଳି ପ୍ରତିକ୍ରିୟା…

ଭୁବନେଶ୍ୱର,୧୪।୮: ଓଡ଼ିଶାର ନୂତନ ଅନ୍ତରୀଣ ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ବରିଷ୍ଠ ଆଇପିଏସ୍ ଅଧିକାରୀ ବିନୟତୋଷ ମିଶ୍ର। ବର୍ତ୍ତମାନ କ୍ରାଇମବ୍ରାଞ୍ଚ ଡିଜି ଭାବେ…

ସୁପ୍ରିମକୋର୍ଟରୁ ସମୟ ରୈନାଙ୍କୁ ବଡ଼ ଆଶ୍ୱସ୍ତି

ନୂଆଦିଲ୍ଲୀ,୧୪।୮: ‘ଇଣ୍ଡିଆ ଗଟ ଲ୍ୟାଟେଣ୍ଟ’ ମାମଲାରେ ହାସ୍ୟ ଅଭିନେତା ସମୟ ରୈନାଙ୍କୁ ସୁପ୍ରିମକୋର୍ଟରୁ ବଡ଼ ଆଶ୍ୱସ୍ତି ମିଳିଛି। ସୁପ୍ରିମକୋର୍ଟ ସମୟ ରୈନା ଏବଂ ଅନ୍ୟ ଅଭିଯୁକ୍ତଙ୍କ ବିରୋଧରେ…

ଘୁମୁସର ସ୍ବର ଶୁଣିବେ ଶ୍ରୋତା, ‘ରେଡିଓ ଆଇନା’ର ଲୋକାର୍ପଣ କରି ବିଧାୟକ କହିଲେ…

ଭଞ୍ଜନଗର,୧୪ା୮(ବାବୁଲା ପ୍ରଧାନ): ରେଡିଓର ବିକାଶ ଓ ଏହାକୁ ଲୋକଙ୍କ ନିକଟତର କରିବା ଲକ୍ଷ୍ୟରେ ଭଞ୍ଜନଗର ମାଲସାହିଠାରେ ଶୁକ୍ରବାର ‘ରେଡିଓ ଆଇନା’ର ଲୋକାର୍ପଣ ହୋଇଛି। ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ…

କେମିତି ଅଛନ୍ତି ଜେପି ନଡ୍ଡା? ଏମ୍ସ ଜାରି କଲା ବୟାନ

ନୂଆଦିଲ୍ଲୀ,୧୪।୮: କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡାଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ଏମ୍ସ ଏକ ଅପଡେଟ ପ୍ରଦାନ କରିଛି। ହସ୍ପିଟାଲ ଅନୁଯାୟୀ, ତାଙ୍କ ଅବସ୍ଥା ବର୍ତ୍ତମାନ ସ୍ଥିର ଅଛି, ଏବଂ…

ବିଦ୍ୟୁତ୍‌ ଆଘାତରେ ନାବାଳିକାଙ୍କ ଜୀବନ ଗଲା, କ୍ଷତିପୂରଣ ଦାବିରେ…

କାଲିମେଳା,୧୪ା୮(ଜୀବନ କୃଷ୍ଣ ଦାସ): ମାଲକାନଗିରି ଜିଲା କାଲିମେଳା ଥାନା ଅନ୍ତର୍ଗତ କୁର୍ମାନୁର ପଞ୍ଚାୟତର ଗୁରାଲୁର ଗ୍ରାମରେ ବିଦ୍ୟୁତ୍‌ ଆଘାତରେ ଜଣେ ୧୩ ବର୍ଷୀୟା ନାବାଳିକାଙ୍କ ମୃତ୍ୟୁ ଘଟିଛି।…

ଅଭିଜିତ ଦୀପକେଙ୍କ ବଡ଼ ବୟାନ: ‘ସୌରଭଙ୍କ ଗୋଟିଏ ଭିଡିଓ ଯୋଗୁଁ…’

ନୂଆଦିଲ୍ଲୀ,୧୪।୮: ‘କକ୍ରୋଚ ଜନତା ପାର୍ଟି’ର ପ୍ରତିଷ୍ଠାତା ଅଭିଜିତ ଦୀପକେ ଶୁକ୍ରବାର (୧୪ ଅଗଷ୍ଟ) କହିଛନ୍ତି ଯେ ସୌରଭ ଦାସ ଯେଉଁ କାମ କରୁଛନ୍ତି ତାହା ଦେଶର ହିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri