ପୁନର୍ବାର ଚିଲିକା

ଦକ୍ଷିଣ ପ୍ରଶାନ୍ତ ମହାସାଗର ଅଞ୍ଚଳରେ ଅବସ୍ଥିତ ଦି ନ୍ୟୁ କାଲିଡୋନିଆନ୍‌ ବାରିଅର ରିଫ୍‌ ପରେ ଚିଲିକା ହେଉଛି ବିଶ୍ୱର ଦ୍ୱିତୀୟ ବୃହତ୍‌ ଉପକୂଳ ହ୍ରଦ। କ୍ଷାରୀୟ ଜଳର ଏହି ହ୍ରଦ ଜୈବ ବିିବିଧତା ବଜାୟ ରଖିବାରେ ପ୍ରମୁଖ ଭୂମିକା ନିର୍ବାହ କରିଆସିଛି। ପ୍ରତିବର୍ଷ ବିଭିନ୍ନ ପ୍ରଜାତିର ବିଦେଶୀ ପକ୍ଷୀ ଏହି ହ୍ରଦକୁ ଆସିଥାଆନ୍ତି। ଏହାର ମନୋରମ ଦୃଶ୍ୟ ଦେଶ ବିଦେଶର ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ। ହେଲେ କିଛି ବର୍ଷ ହେବ ବିଭିନ୍ନ କାରଣ ଯୋଗୁ ଏହାର ଜୈବ ବିବିଧତା ନଷ୍ଟ ହେଉଥିବା ଦେଖିବାକୁ ମିଳିଛି। ଚିଲିକା ପରିବେଶଗତ ଅବକ୍ଷୟକୁ ସାମ୍ନା କରୁଥିବା ବେଳେ ଏବେ ସେଠାରେ ସିପ୍ଲେନ୍‌ ଉଡ଼ାଣ କଥା ପୁନର୍ବାର ଉଠିଲାଣି। ୨୫ ଅଗଷ୍ଟରେ ଭୁବନେଶ୍ୱରଠାରେ ଅନୁଷ୍ଠିତ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀଙ୍କ ପୂର୍ବାଞ୍ଚଳ ସମ୍ମିଳନୀରେ କେନ୍ଦ୍ର ମନ୍ତ୍ରୀ ରାମମୋହନ ନାଇଡୁ କିଞ୍ଜାରାପୁ କହିଛନ୍ତି, ଅକ୍ଟୋବର ସୁଦ୍ଧା ଦେଶରେ ଦୁଇଟି ସିପ୍ଲେନ୍‌ ରୁଟ୍‌ ରହିବ। ଆଣ୍ଡାମାନ ଓ ନିକୋବର ଦୀପପୁଞ୍ଜ, କେରଳ କିମ୍ବା ଆନ୍ଧ୍ରପ୍ରଦେଶ ନେଟଓ୍ବର୍କରେ ଚାଲିବ। ଏଥିସହିତ ସିପ୍ଲେନ୍‌ ସେବା ଓଡ଼ିଶାର ଚିଲିକା ହ୍ରଦ ଓ ସମଗ୍ର ପୂର୍ବ ଉପକୂଳକୁ ବିସ୍ତାର କରାଯାଇପାରିବ ବୋଲି ମନ୍ତ୍ରୀ କହିଛନ୍ତି। ପ୍ରଶ୍ନ କରାଯାଇପାରେ ଯେ, ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ କେନ୍ଦ୍ରରେ ଅଛି। ସେହି ମନ୍ତ୍ରଣାଳୟର ପୂର୍ବାଞ୍ଚଳ କିମ୍ବା ପଶ୍ଚିମାଞ୍ଚଳ ସମ୍ମିଳନୀର ଅର୍ଥ କ’ଣ ବୁଝିହେଉ ନାହିଁ। ଭାରତୀୟ ରେଳର ଯେମିତି ବିଭିନ୍ନ ଡିଭିଜନ ବା ଭାଗ ଅଛି, ବେସାମରିକ ବିମାନ ଉଡ଼ାଣ ମନ୍ତ୍ରଣାଳୟର ସେଭଳି ଭାଗ ବିଷୟରେ କେହି ଜାଣି ନ ଥିବେ।
ଏଠାରେ ମନେପକାଇ ଦିଆଯାଇପାରେ ଯେ, ୨୦୧୮ ଅଗଷ୍ଟରେ ବିଜୁ ଜନତା ଦଳ (ବିଜେଡି) ସରକାର ଥିବା ବେଳେ ଚିଲିକାରେ ଓ୍ବାଟର ଏରୋଡ୍ରମ୍‌ କରାଯିବା ନେଇ ତନାଘନା ଚାଲିଥିଲା। ଏହା ହେଲେ ଜୈବମଣ୍ଡଳର ବ୍ୟାପକ କ୍ଷତି ହେବ ବୋଲି ଧରିତ୍ରୀ ପକ୍ଷରୁ ଉକ୍ତ ପ୍ରସଙ୍ଗ ଉଠାଯାଇଥିଲା। ୧୪ ଅଗଷ୍ଟ ୨୦୧୮ରେ ‘ଚିଲିକା ବଞ୍ଚାଅ’ ଶୀର୍ଷକରେ ଏକ ସମ୍ପାଦକୀୟ ଲେଖିବା ପରେ ଏହି ବିଷୟ କେନ୍ଦ୍ରଯାଏ ପହଞ୍ଚତ୍ଥିଲା। ଫଳରେ କେତେକ ପରିବେଶବିତ୍‌ କେନ୍ଦ୍ରର ଏଭଳି ଚିନ୍ତାଧାରାକୁ ବିରୋଧ କରିଥିଲେ। ପରବର୍ତ୍ତୀ ସମୟରେ ୨୦୧୮ ସେପ୍ଟେମ୍ବରରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ(ପିଏମ୍‌ଓ)ର ହସ୍ତକ୍ଷେପ ପରେ ଏହି ପ୍ରସ୍ତାବ ଆଗେଇପାରି ନ ଥିଲା। ପୁନଶ୍ଚ ଚିଲିକାରେ ସିପ୍ଲେନ୍‌ ଉଡ଼ିବା ନେଇ ଏବେ ଆଲୋଚନା ହେବା ସହଜରେ ଭାଙ୍ଗିପାରୁଥିବା ପରିବେଶ ଭାରସାମ୍ୟ (ଫ୍ରାଜାଇଲ୍‌ ଇକୋଲୋଜିକାଲ ବାଲନ୍ସ)କୁ କ୍ଷତି ପହଞ୍ଚାଇବା ଜଳ ଜଳ ଦିଶୁଛି।
ବିଶ୍ୱତାପନ ଓ ଜଳବାୟୁ ପରିବର୍ତ୍ତନ ଯୋଗୁ ପରିବେଶ ସନ୍ତୁଳନ ବିଗିଡ଼ିବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଦେଖିଲେ ପରିସଂସ୍ଥାନ ଯନ୍ତ୍ରୀ କୁହାଯାଉଥିବା ‘ସି ଗ୍ରାସ୍‌ ବା ଓ୍ବିଡ୍‌’ ପରିବେଶ ସମନ୍ବୟ ରକ୍ଷା କରି ପ୍ରଦୂଷଣ ହ୍ରାସ କରିଥାଏ। ବିଶେଷକରି ଓଡ଼ିଶାର ଚିଲିକା ହ୍ରଦରେ ଏଭଳି ଘାସ ରହିଥିବା ନିକଟରେ ‘ଇଣ୍ଡିଆନ୍‌ ଜର୍ନାଲ ଅଫ୍‌ ଜିଓମେରାଇନ୍‌ ସାଇନ୍ସ’ରେ ପ୍ରକାଶିତ ପ୍ରବନ୍ଧରୁ ଜଣାପଡ଼ିଛି। ଏଥିରେ କୁହାଯାଇଛି ଯେ ପ୍ରାକୃତିକ ବିପର୍ଯ୍ୟୟ ସହିତ ବୋଟ୍‌ ଚଳାଚଳ ଓ ପ୍ରଦୂଷଣ ଭଳି ମନୁଷ୍ୟକୃତ କାର୍ଯ୍ୟକଳାପ ଯୋଗୁ ଏହି ଘାସ ନଷ୍ଟ ହୋଇଯାଉଛି। ଏହି ତଥ୍ୟରୁ ଖିଅଟାଣି ବିଚାର କରାଗଲେ ସିପ୍ଲେନ୍‌ ସେବା ଲାଗି ଯଦି ବୃହତ୍‌ ଭିତ୍ତିଭୂମି ନିର୍ମାଣ କରାଯିବ, ତାହା ହେଲେ ଏହି ସମୁଦ୍ର ଘାସ ସହ ଜୈବ ବିବିଧତା ବ୍ୟାପକ ଭାବେ କ୍ଷୟ ହେବ। ସେହିପରି ପକ୍ଷୀମାନଙ୍କ ବିଚରଣ ଅତ୍ୟନ୍ତ ବାଧାପ୍ରାପ୍ତ ହେବାର ସବୁ ଆଶଙ୍କା ରହିଛି। ଏମିତି ଦେଖିଲେ ସାଧାରଣ ଉଡ଼ାଜାହାଜ ପଡ଼ିଆ ନିକଟରେ ପକ୍ଷୀ ବସା ଥିଲେ ତାହାକୁ ଭାଙ୍ଗି ଦିଆଯାଇଥାଏ। ତେବେ ଅସଂଖ୍ୟ ପକ୍ଷୀଙ୍କ ଗନ୍ତାଘର ଚିଲିକାରେ ସିପ୍ଲେନ୍‌ ଉଡ଼ାଣ କେତେ ସୁରକ୍ଷିତ ହେବ, ତାହା ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ଏଥିସହିତ କେବଳ ଚିଲିକାରେ ଇରାଓ୍ବାଡି ଡଲଫିନ୍‌ ମାଛ ଦେଖାଯାଆନ୍ତି। ଏହି ପ୍ରଜାତିକୁ ଏଭଳି ଉଡ଼ାଣ କାର୍ଯ୍ୟ ସମ୍ପୂର୍ଣ୍ଣ ଲୋପ କରିଦେଇପାରେ।
ଯେକୌଣସି କାର୍ଯ୍ୟ କରାଯିବା ପୂର୍ବରୁ ତା’ର କ୍ଷେତ୍ରସ୍ତରୀୟ ଅନୁଧ୍ୟାନ ନିତାନ୍ତ ଆବଶ୍ୟକ। ଯେଉଁ ଭିତ୍ତିଭୂମି ଗୋଟିଏ ପ୍ରକଳ୍ପ ପାଇଁ ଅନୁକୂଳ ହୋଇପାରେ, ତାହା ଅନ୍ୟ ସ୍ଥାନ ପାଇଁ ଉପଯୋଗୀ ହୋଇ ନ ପାରେ। ତେଣୁ ବିକାଶ ନାମରେ ହୁଣ୍ଡା ବୁଦ୍ଧିରେ କାର୍ଯ୍ୟ କରାଗଲେ ତାହାର ନକାରାତ୍ମକ ପ୍ରଭାବ ପରିବେଶ ଉପରେ ପଡ଼ିବା ଥୟ। ମନେହେଉଛି ଯେପରି ଲୋକଦେଖାଣିଆ ବଡ଼ କାମ କରାଯାଉଛି ବୋଲି ପ୍ରମାଣ କରିବାକୁ ଏଭଳି ବ୍ୟାକୁଳତା ପ୍ରକାଶ ପାଉଛି। ଏଠାରେ ପ୍ରଶ୍ନ କେବଳ ଓଡ଼ିଶାରେ ସୀମିତ ରହୁନାହିଁ। ଆଣ୍ଡାମାନ ଓ ନିକୋବର ଦୀପପୁଞ୍ଜ ପୃଥିବୀରେ ଜୈବ ବିବିଧତା ପାଇଁ ଅନେକ ଗୁରୁତ୍ୱ ରଖୁଛି। ସେଠାରେ ମଧ୍ୟ ଅନ୍ଧାଧୁନିଆ ଭାବେ ତଥାକଥିତ ବିକାଶ କରିବାକୁ ଯାଇ ଉଭୟ ଭୂମି ଓ ସମୁଦ୍ରକୁ ଦୀର୍ଘମିଆଦୀ କ୍ଷତି ପହଞ୍ଚାଯାଉଛିି। ‘ବିକଶିତ’ ଆଳରେ ଭାରତର କ୍ଷତି କରାଯିବା ଉଚିତ ନୁହେଁ।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ଦ ପାଳନକୁ ସ୍ବତଃସ୍ଫୂର୍ତ୍ତ ସମର୍ଥନ: ବରଗଡ଼ରେ ଗାଡି ଚଳାଚଳ ଠପ୍‌

ବରଗଡ,୨୮।୧(ପ୍ରେମାନନ୍ଦ ଖମାରୀ): ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଦିଆଯାଇଥିବା ଓଡିଶା ବନ୍ଦ ଡାକରାକୁ ସ୍ବତଃସ୍ଫୂର୍ତ୍ତ ସମର୍ଥନ ମିଳିଛି। ସଂଯୁକ୍ତ କୃଷକ ସଙ୍ଗଠନ, କୋଶଲ ସେନା, କଂଗ୍ରେସ…

ଆଜି ୪ ଘଣ୍ଟା ମହାପ୍ରଭୁଙ୍କ ଦର୍ଶନ ବନ୍ଦ: ଜାଣନ୍ତୁ କେତେଟାରୁ…

ପୁରୀ,୨୬ା୧(ଅଜିତ୍‌ କୁମାର ମହାନ୍ତି):ମାଘ ଶୁକ୍ଳପକ୍ଷ ଦଶମୀ ତିଥି ବୁଧବାର ଅବସରରେ ଶ୍ରୀମନ୍ଦିରରେ ଶ୍ରୀବିଗ୍ରହଙ୍କର ବନକ ଲାଗି ନୀତି ଅନୁଷ୍ଠିତ ହେବ। ଏହା ଗୁପ୍ତନୀତି ହୋଇଥିବାରୁ ସନ୍ଧ୍ୟା ୬ଟାରୁ…

ଏକୁଟିଆ ପଡ଼ିଗଲେ ଟ୍ରମ୍ପ, ଭାରତ ହେବ ନୂଆ କିଙ୍ଗ୍‌! ହେବାକୁ ଯାଉଛି ବଡ଼ ଚୁକ୍ତି

ନୂଆଦିଲ୍ଲୀ,୨୮।୧: ବିଶ୍ୱ ଅର୍ଥନୈତିକ ଏବଂ ବାଣିଜ୍ୟ ରାଜନୀତି ଦ୍ରୁତ ଗତିରେ ପରିବର୍ତ୍ତନ ହେଉଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସୁରକ୍ଷାବାଦୀ ନୀତି, ଉଚ୍ଚ ଶୁଳ୍କ ଏବଂ ଅନିଶ୍ଚିତ…

ତଦନ୍ତର ରିଆଲିଟି ଶୋ

ପ୍ରାତଃ ଭ୍ରମଣ ପାଇଁ ମୁଁ ମୋ ଘର ପାଖ ଏକ ପାର୍କକୁ ପ୍ରତିଦିନ ଯାଏ। ପାର୍କରେ ଡ୍ୟୁଟି କରୁଥିବା ଜଣେ ସିକ୍ୟୁରିଟି ଗାର୍ଡ ଦିନେ ମୋ ନିକଟକୁ…

ୟୁଜିସି ବିବାଦକୁ ନେଇ ମୁହଁ ଖୋଲିଲେ ଧର୍ମେନ୍ଦ୍ର ପ୍ରଧାନ: କହିଲେ କ୍ୟାମ୍ପସ୍‌ରେ…

ନୂଆଦିଲ୍ଲୀ,୨୮।୧: ୟୁଜିସି ଗାଇଡ୍‌ଲାଇନ୍‌କୁ ନେଇ ବିବାଦ ସୃଷ୍ଟିହେବା ପରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, କ୍ୟାମ୍ପସ୍‌ରେ ଜାତିଗତ ଭେଦଭାବ ଦୂରକରିବା ପାଇଁ ଜାରି ନିୟମର ଦୁରୁପଯୋଗ…

ଆଉ ଚାରା ନାହିଁ

ଓଡ଼ିଆରେ କଥା ଅଛି ‘ଆଉ ଚାରା ନାହିଁ’। ଅର୍ଥାତ୍‌ ଆଉ କିଛି ଉପାୟ ନ ଥିଲେ ବାଧ୍ୟ ହେବା ସ୍ଥିତିକୁ ଲକ୍ଷ୍ୟ କରାଯାଇ ଏଭଳି କୁହାଯାଇଥାଏ। ଗୋଟିଏ…

ଖଣ୍ଡଗିରିରେ ଯାତ୍ରା ମହାସମର: କମିଲା ସିଟ୍‌ ସଂଖ୍ୟା

ଭୁବନେଶ୍ୱର, ୨୮ା୧(ଅନୁରାଧା ମହାରଣା/ତ୍ରିନାଥ ମହାନ୍ତି):ଖଣ୍ଡଗିରି କୁମ୍ଭମେଳାରେ ମଙ୍ଗଳବାର ପ୍ରଥମ ପର୍ଯ୍ୟାୟରେ ୪ଟି ଯାତ୍ରା ଅନୁଷ୍ଠାନ ଯାତ୍ରା ମହାସମରକୁ ଓହ୍ଲାଇଥିବାବେଳେ ଦର୍ଶକଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା। ଇନ୍ଦିରା…

ବଢ଼ିବ ବାବୁଙ୍କ ଆର୍ଥିକ କ୍ଷମତା: ସରକାରୀ ଯୋଜନା ରକେଟ ବେଗରେ…

ଭୁବନେଶ୍ୱର,୨୮।୧(ରବିନାରାୟଣ ଜେନା):ରାଜ୍ୟ ସରକାରକୁ ଅଧିକ ଦକ୍ଷ ଓ ଗତିଶୀଳ କରିବା ପାଇଁ ସରକାର ଗୁରୁତ୍ୱ ଦେଉଛନ୍ତି। ୨୦୨୫ ମେ’ ୨୮ରେ ପ୍ରଶାସନିକ କ୍ଷମତାରେ ପରିବର୍ତ୍ତନ କରାଯାଇଥିବାବେଳେ ଏବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri