ଚିଲି ନିର୍ବାଚନ ଦୃଶ୍ୟପଟ

ଜର୍ଜ ଜି.କାଷ୍ଟାନେଡା

 

ଲାଟିନ୍‌ ଆମେରିକାରେ ଚିଲି ଦୀର୍ଘ ବର୍ଷ ଧରି ଏକ ନୂଆ ଧାରାକୁ ସୂଚାଇବା ସହ ତାହାର ନେତୃତ୍ୱ ନେଇ ଆସିଛି। ଏଣୁ ଚିଲି ଭୋଟରମାନେ ଏବେ ଜଣେ ୩୫ ବର୍ଷୀୟ ପୂର୍ବତନ ଛାତ୍ରନେତା ଲେଫ୍ଟ ଓ୍ବିଙ୍ଗ୍‌ ବା ବାମ ପନ୍ଥୀର ଗାବ୍ରିଏଲ୍‌ ବୋରିକ୍‌ଙ୍କୁ ରାଷ୍ଟ୍ରପତି ଭାବେ ନିର୍ବାଚିତ କରିଛନ୍ତି। ନିର୍ବାଚନକୁ ଲକ୍ଷ୍ୟ କରି ଅନ୍ୟ ଲାଟିନ୍‌ ଆମେରିକୀୟ ଦେଶଗୁଡ଼ିକ ଚିଲି ଓ ସେମାନଙ୍କ ପାଇଁ ଏହାର ଯଥାର୍ଥତା କ’ଣ ରହିଛି, ତାହା ଜାଣିିବାକୁ ଚାହିଁଛନ୍ତି। ପ୍ରଥମତଃ ନିର୍ବାଚନ ଫଳାଫଳକୁ ଅତି ନିକଟରୁ ବିଚାର କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ବୋରିକ୍‌ ପାଖାପାଖି ୫୬% ଭୋଟ ପାଇ ୧୦ ପଏଣ୍ଟ୍‌ ବ୍ୟବଧାନରୁ ଅଧିକରେ ଜିତିଛନ୍ତି। ୧୯୮୯ରେ ଚିଲିରେ ଗଣତନ୍ତ୍ର ଗଠନ ହେବା ପରଠାରୁ ଅଧିକାଂଶ ରାଷ୍ଟ୍ରପତି ନିର୍ବାଚନରେ କେବଳ ୪ କିମ୍ବା ୫ ପଏଣ୍ଟ୍‌ ଆଗରେ ରହି ରାଷ୍ଟ୍ରପତି ଜିତିଛନ୍ତି। କିନ୍ତୁ ଏଥର ବୋରିକ୍‌ ସବୁଠୁ ଅଧିକ ବ୍ୟବଧାନରେ ବିଜୟ ହାସଲ କରି ଇତିହାସ ରଚିଛନ୍ତି।
ଦକ୍ଷିଣପନ୍ଥୀ ପ୍ରାର୍ଥୀ ଜୋସ୍‌ ଆଣ୍ଟୋନିଓ କାଷ୍ଟ ପ୍ରଥମ ପର୍ଯ୍ୟାୟରେ ନିର୍ବାଚନ ଜିତିଥିଲେ ବି ପରେ ପଛରେ ପଡ଼ିଯାଇଥିଲେ ଓ ମୋଟରେ ୪୪% ଭୋଟ ପାଇଥିଲେ। ୧୯୭୩ରୁ ଚିଲିର ଏକଚ୍ଛତ୍ରବାଦୀ ଶାସକ ଅଗଷ୍ଟୋ ପିନୋଚେଟ ଆଉ ୮ ବର୍ଷ ତାଙ୍କ ଶାସନ ବଢାଇ ପାରିବେ କି ନାହିଁ,ଏଭଳି ପ୍ରଶ୍ନକୁ ନେଇ ୧୯୮୮ରେ ଯେଭଳି ଜନମତ ସଂଗ୍ରହ କରାଯାଇଥିଲା ଏବକାର ନିର୍ବାଚନର ଫଳାଫଳ କାଷ୍ଟଙ୍କ କ୍ଷେତ୍ରରେ ସେଭଳି ହୋଇଛି। ସେତେବେଳେ ପିନୋଚେଟ ସମର୍ଥକମାନେ ହାରିଥିଲେ, କିନ୍ତୁ ଦେଶର ଚରମ ଦକ୍ଷିଣପନ୍ଥୀ ଦଳ ଏବେ ବଞ୍ଚି ରହିଛି ଓ ଭଲରେ ଅଛି । ତାଙ୍କ ପରେ ନିର୍ବାଚନଗୁଡ଼ିକରେ ସବୁବେଳେ ଧ୍ରୁବୀକରଣ ହେଉଛି। କିନ୍ତୁ ଚିଲିବାସୀଙ୍କ ମଧ୍ୟରେ ବିଭାଜନ ତୀବ୍ର, ଏପରିକି ସ୍ପଷ୍ଟ ଓ ସ୍ଥାୟୀ ଜଣାପଡ଼ୁଛି। ଚିଲିବାସୀ ଏବଂ ଲାଟିନ୍‌ ଆମେରିକୀୟ ବାମପନ୍ଥୀଙ୍କ ପାଇଁ ଏହି ନିର୍ବାଚନର ତାପତର୍‌ୟ୍ୟ ରହିଛି, ଯାହା ସବୁଠୁ ଗୁରୁତ୍ୱପୂର୍ଣ୍ଣ। ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ‘ବ୍ରୋଡ ଫ୍ରଣ୍ଟ’୍‌ କୁହାଯାଉଥିବା କମ୍ୟୁନିଷ୍ଟ ପାର୍ଟିରେ ସାମିିଲ ବିଭିନ୍ନ ଗ୍ରୁପ ଏବଂ ବିଭିନ୍ନ ପରିବେଶ, ନାରୀ ଅଧିକାର ପାଇଁ ସଂଗ୍ରାମରତ ଓ ଏଲ୍‌ଜିବିଟିକ୍ୟୁ ଗ୍ରୁପ୍‌ଙ୍କ ସହ ବୋରିକ୍‌ ମେଣ୍ଟ କରିଥିଲେ। ତେବେ ଦ୍ୱିତୀୟ ପର୍ଯ୍ୟାୟରେ ବୋରିକ୍‌ ଏହି ମେଣ୍ଟକୁ ଆହୁରି ବଢ଼ାଇଥିଲେ। ଏଥିତ୍ରେ ସୋସାଲିଷ୍ଟ, ସେଣ୍ଟର ଲେଫ୍ଟ ପାର୍ଟି ଫର୍‌ ଡେମୋକ୍ରସି, ଦି ଖ୍ରୀଷ୍ଟିଆନା ଡେମୋକ୍ରାଟସ୍‌ ଏବଂ ଅନ୍ୟ କେତେକ ମଧ୍ୟମ ରାଜନୈତିକ ଦୃଷ୍ଟିକୋଣ ସମ୍ପନ୍ନ ସଂଗଠନଗୁଡ଼ିକୁ ସାମିଲ କରିଥିଲେ। ଏଥିପାଇଁ ଦୁଇଟି ମେଣ୍ଟ ମଧ୍ୟରୁ କିଏ ଶାସନ କରିବ ଓ କେଉଁ ପ୍ଲାଟ୍‌ଫର୍ମରେ ବୋରିକ୍‌ଙ୍କ ସରକାର ତିଷ୍ଠି ରହିବ ବୋଲି ଚିଲିର ରାଜନୈତିକ ବିଶେଷଜ୍ଞ ପାଟ୍ରିସିଓ ନେଭିଆ ପ୍ରଶ୍ନ କରିଥିତ୍ଲେ।
ଏହା ଉପରେ ଯେକୌଣସି ଆକଳନ କରିବାକୁ ହେଲେ ଆମକୁ ୨୦୧୯ର ଘଟଣାକୁ ଯିବାକୁ ହେବ। ସେତେବେଳେ ଚିଲିବାସୀ କମ୍‌ ମଜୁରି, ଗୃହ ଅଭାବ, ପେନ୍‌ସନ ସିଷ୍ଟମର ଘରୋଇକରଣ, ବ୍ୟୟବହୁଳ ଓ ଜଟିଳ ସ୍ବାସ୍ଥ୍ୟସେବା ବ୍ୟବସ୍ଥା, ପରିବେଶଗତ ଅଧଃପତନ ଏବଂ ମହିଳା ଓ ଆଦିବାସୀ ଅଧିକାର ଉଲ୍ଲଂଘନ ଆଦି ଅନେକ ସମସ୍ୟାକୁ ନେଇ ରାଜରାସ୍ତାକୁ ଓହ୍ଲାଇଥିଲେ। ଏହାର ବହୁ ପୂର୍ବରୁ ଅସମାନତା କମ୍‌ କରିବା ଲାଗି ଆନ୍ଦୋଳନ ମଧ୍ୟ ଚାଲିଥିଲା। ଦାରିଦ୍ର୍ୟରେ ଉଲ୍ଲେଖନୀୟ ହ୍ରାସ ଓ ଅଲୌକିକ ଭାବେ ଦେଶର ଅର୍ଥନୀତିରେ ଅଭିବୃଦ୍ଧି ଘଟିଥିତ୍ଲେ ମଧ୍ୟ ତାହା ନିଷ୍ପକ୍ଷ ବା ନ୍ୟାୟସଙ୍ଗତ ଭାବେ ଶେୟାର କରାଯାଇ ନ ଥିଲା ବୋଲି ଚିଲିର ଅଧିକାଂଶ ଲୋକ ମନେକରିଥିତ୍ଲେ। ଚିଲିରେ ଅସମାନତା ପୂର୍ବ ୨୦ ବର୍ଷରେ ହ୍ରାସ ପାଇଥିଲା ବୋଲି ଅସମାନତାର ମାପାଙ୍କ ‘ଗିନ’ି ଦର୍ଶାଇଛି । ୨୦୦୦ରେ ଏହା ୦.୫୫ ଥିଲାବେଳେ ୨୦୧୯ରେ ୦.୫୧ରେ ପହଞ୍ଚିଥିଲା।
ପ୍ରତ୍ୟେକ ଘଟଣାରେ,ବୋରିକ୍‌ଙ୍କ ମୂଳ ପ୍ଲାଟ୍‌ଫର୍ମ ପ୍ରତିବାଦକାରୀଙ୍କ ନିର୍ଦ୍ଦିଷ୍ଟ ଅଭିଯୋଗଗୁଡ଼ିକର ସମାଧାନ କରିଥିଲା। ବୋରିକ୍‌ ସମସ୍ତଙ୍କ ପାଇଁ ଏକ ବିଶ୍ୱସ୍ତରୀୟ ସ୍ବାସ୍ଥ୍ୟବୀମା ଯୋଗାଇବା, ପେନ୍‌ସନ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ପରିବର୍ତ୍ତନ କରିବା,ସର୍ବନିମ୍ନ ମଜୁରି ବୃଦ୍ଧି କରିବା ଏବଂ କାର୍ଯ୍ୟ ସପ୍ତାହ କମାଇବା ଲାଗି ପ୍ରତିଶ୍ରୁତି ଦେଇଥିଲେ। ଏହାବ୍ୟତୀତ ବଡ଼ ବଡ଼ କମ୍ପାନୀ ଏବଂ ଧନୀ ବ୍ୟକ୍ତିମାନଙ୍କଠାରୁ ଅଧିକ ଟିକସ ଆଦାୟ କରି ସାମାଜିକ ବିକାଶ କ୍ଷେତ୍ରକୁ ଅଧିକ ପୁଞ୍ଜି ଯୋଗାଇବା ସହ ଜିଡିପିର ୮% ଏଥିତ୍ରେ ଲଗାଇବେ ବୋଲି ଘୋଷଣା କରିଥିଲେ। ଏକ ବୈପ୍ଳବିକ କାର୍ଯ୍ୟକ୍ରମ ନ ଥିଲେ ମଧ୍ୟ ଏହା ଥିଲା ସମ୍ପୂର୍ଣ୍ଣ ମହତ୍ତ୍ୱାକାଂକ୍ଷୀ।
ବୋରିକ୍‌ ଦ୍ୱିତୀୟ ପର୍ଯ୍ୟାୟରେ ଚିଲିର ଆଶ୍ଚର୍ଯ୍ୟଜନକ ଭାବେ ଅଭିବୃଦ୍ଧି ଘଟାଇଥିବା ରାଜନୈତିକ ମେଣ୍ଟକୁ ବିଭିନ୍ନ ପ୍ରସଙ୍ଗରେ ଦାୟୀ କରିବା ଠାରୁ ଆରମ୍ଭ କରି ଏହାର ପୂର୍ବତନ ରାଷ୍ଟ୍ରପତି ରିକାର୍ଡୋ ଲାଗୋସ ଏବଂ ମିଶେଲ କ୍ରାବେଲେଟଙ୍କୁ ସମାଲୋଚନା କରିବାବେଳେ ତାଙ୍କ ଦୃଷ୍ଟିକୋଣ କେହାଳ କରିଥିଲେ। ତଥାପି ତାଙ୍କର ଦ୍ୱିତୀୟ ପର୍ଯ୍ୟାୟ ପ୍ଲାଟଫର୍ମ ଗଠନମୂଳକ କାର୍ଯ୍ୟକ୍ରମ ଉପରେ ଆଧାରିତ ଥିଲା । ଏଥିରେ ତାଙ୍କର ନିଜସ୍ବ ପ୍ରତିଶ୍ରୁତିର ଛାପଥିଲା ଓ ଉଗ୍ର ସୁଧାରବାଦର ସ୍ଥାନ କମ୍‌ ଥିତ୍ଲା। ଯାହାହେଉ ଶେଷରେ ବୋରିକ୍‌ଙ୍କ ବିଜୟ ଘଟିଲା। ଏହା କେବଳ ଉଦାରବାଦୀ, ପାରମ୍ପରିକ, ପୁରୁଣା ସଂଗଠନଗୁଡ଼ିକ ଦ୍ୱାରା ହୋଇ ନାହିଁ,ବରଂ ସାମାଜିକ ଓ ଅର୍ଥନୈତିକ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଚାହଁୁଥିବା ତାଙ୍କର ଯୁବ ସମର୍ଥକଙ୍କ ଦ୍ୱାରା ସମ୍ଭବ ହେଲା। ଏଥିରୁ ବୁଝାପଡ଼ୁଛି, ସମ୍ଭବତଃ ସହସ୍ରାବ୍ଦୀ ରାଷ୍ଟ୍ରପତିଙ୍କ ଉଚ୍ଚସ୍ତରର ବିଚାରାଧାର ବା ଭାବନା ପାଇଁ ଏକ ଲଢ଼େଇ ବା ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି। ଆଗକୁ ବୋରିକ୍‌ ଯେଉ ଚାପର ସମ୍ମୁଖୀନ ହେବାର ଆଶଙ୍କା କରାଯାଉଛି ତାହା ଏକ ବଡ଼ ଘଟଣାକୁ ପ୍ରକାଶ କରୁଛି , ଯାହା ମୁଁ ୨୦ ବର୍ଷ ପୂର୍ବେ ନିରୀକ୍ଷଣ କରିଥିଲି। ଶତାବ୍ଦୀର ପରିବର୍ତ୍ତିତ ଧାରାରେ ଲାଟିନ୍‌ ଆମେରିକାରେ ଦୁଇଟି ନିର୍ଦ୍ଦିଷ୍ଟ ପଲିଟିକାଲ ଲେଫ୍ଟ ବା ରାଜନୈତିକ ବାମପନ୍ଥୀ ଗ୍ରୁପ୍‌ ରହିଆସିଛନ୍ତି। ଗୋଟିଏ ଉଦାରବାଦୀ,ଗଣତାନ୍ତ୍ରିକ,ବୈଶ୍ୱିକ, ଆଧୁନିକ ବାମପନ୍ଥୀ ଏବଂ ଆଉ ଏକ ଆନାକ୍ରୋନିଷ୍ଟିକ, ଷ୍ଟାଟିଷ୍ଟ, ନ୍ୟାଶନାଲିଷ୍ଟ ଏବଂ ଅଥୋରିଟାରିଆନ ଲେଫ୍ଟ। ଚିଲି ଓ ଉରୁଗୁଆ ସରକାର ବିଗତ ୨୦ ବର୍ଷ ଧରି ଅଧିକ ଉଦାରବାଦୀ ଗୁପ୍‌ର ଦୃଷ୍ଟାନ୍ତ ପ୍ରତିପାଦିତ କରି ଆସିଛନ୍ତି। ବ୍ରାଜିଲରେ ରାଷ୍ଟ୍ରପତି ଲୁଇଜ ଇନାସିଓ ଲୁଲା ଡି ସିଲ୍‌ଭାଙ୍କ ଦୁଇ ପାଳିରେ ବି ଏହି ଗ୍ରୁପ୍‌ ସରକାରକୁ ଦୃଷ୍ଟାନ୍ତ ଭାବେ ନିଆଯାଏ। ବଲିିଭିଆର ରାଷ୍ଟ୍ରପତି ଏଭୋ ମୋରାଲେଙ୍କ ପ୍ରଥମ ପାଳି ସରକାର ଏବଂ ଏଲ୍‌ସାଲଭାଡର୍‌ରେ ଫାରାବୁଣ୍ଡୋ ମାର୍ଟିିିଙ୍କ ନ୍ୟାଶ୍‌ନାଲ ଲିବରେଶନ ଫ୍ରଣ୍ଟ୍‌ ଶାସନରେ ବି ଏହା ଦେଖିତ୍ବାକୁ ମିଳିଥିଲା। ଅନ୍ୟପକ୍ଷରେ ଉଗ୍ର ସୁଧାରବାଦର ଦୃଷ୍ଟାନ୍ତ ଭେନେଜୁଆଲାର ରାଷ୍ଟ୍ରପତି ହ୍ୟୁଗୋ ଚାଭେଜ ଏବଂ ତାଙ୍କ ପରେ ନିକୋଲାସ ମାଦୁରୋ; ଇକ୍ୱେଡର୍‌ର ରାଫେଲ କୋରିଏ, ନିକାରାଗୁଏର ରାଷ୍ଟ୍ରପତି ଡାନିଏଲ୍‌ ଓରଟେଗା, କ୍ୟୁବାରେ କାଷ୍ଟ୍ରୋଙ୍କ ଶାସନରେ ପ୍ରକାଶ ପାଇଥିଲା। ଏବେ କାରାକାସ, ହାଭାନା, ମେକ୍ସିିକୋ ସିଟି ଏବଂ ବୁଏନ୍ସ ଆାୟାର୍ସର ଉଗ୍ର ସୁଧାରବାଦୀ ସମର୍ଥକମାନେ ଏବେ ଚିଲି ନିର୍ବାଚନ ଫଳାଫଳକୁ ନେଇ ଉତ୍ସବ ପାଳନ କରିଛନ୍ତି। ସମ୍ଭବତଃ ବୋରିକ୍‌ ସେମାନଙ୍କ ମଧ୍ୟରୁ ଜଣେ ବୋଲି ସେମାନେ ଜଣାଇ ଦେବାକୁ ଚାହଁୁଛନ୍ତି। କିନ୍ତୁ ଶେଷରେ ସେମାନେ ନିରାଶ ହେବା ହିଁ ସାର ହେବ।
ଚିଲି ନିର୍ବାଚନର ଠିକ୍‌ ପୂର୍ବରୁ ଅନେକ ଗୁରୁତ୍ୱପୂର୍ଣ୍ଣ ଘଟଣା ଘଟିିଛି। ଓରଟେଗାଙ୍କ ପୁନଃ ନିର୍ବାଚନ ଲୋକଦେଖାଣିଆ ଭାବେ କରାଗଲା। ଆଞ୍ଚଳିକ ନିର୍ବାଚନରେ ମାଦୁରୋଙ୍କ ବିପୁଳ ବିଜୟ ଏବଂ ଏକ ସ୍ଥିରୀକୃତ ପ୍ରତିବାଦକୁ କ୍ୟୁବା ସରକାରଙ୍କ ଦମନ ଉପରେ ବୋରିକ୍‌ ମେଣ୍ଟର ସଦସ୍ୟମାନଙ୍କୁ ପ୍ରତିକ୍ରିୟା ଦେବାକୁ ବାଧ୍ୟ କରିଥିଲା। ଶେଷରେ କମ୍ୟୁନିଷ୍ଟ ପାର୍ଟି ସହ ଅନ୍ୟମାନେ ଓରଟେଗା ଓ ମଦୁରୋଙ୍କୁ ସ୍ବାଗତ କରିବାକୁ ଏବଂ ହାଭାନରେ କାଷ୍ଟ୍ରୋ ଶାସନକୁ ସମର୍ଥନ କରିବାକୁ ନିଷ୍ପତ୍ତି ନେଇଥିଲା ବେଳେ ବୋରିକ୍‌ କିମ୍ବା ତାଙ୍କ ଦ୍ୱିିତୀୟ ପର୍ଯ୍ୟାୟ ମେଣ୍ଟ ସେମାନଙ୍କ ସହ ଯୋଗ ଦେଇ ନ ଥିତ୍ଲେ।
ଦ୍ୱିତୀୟ ପର୍ଯ୍ୟାୟର ଫଳାଫଳ ଏବଂ ମେଣ୍ଟ ନିୟନ୍ତ୍ରଣ ସଂଯୋଜନା ଚିଲି ନିର୍ବାଚନରେ ଇତିହାସ ରଚିଛି। ହେଲେ ଏକ ଲୋକପ୍ରିୟ ଲାଟିନ ଆମରିକାନ୍‌ ଲେଫ୍ଟ ଓ୍ବିଙ୍ଗ୍‌ ସରକାର ଭଳି ବୋରିକ୍‌ ଶାସନ ଦେଇ ନ ପରିବା ପଛରେ ଯୁକ୍ତଯୁକ୍ତ କାରଣ ରହିଛି ବୋଲି କୁହାଯାଇପାରେ। ଏହା ବଦଳରେ ସେ ୧୯୭୦ରେ ଫ୍ରାନ୍ସରେ ଗଣତନ୍ତ୍ର ଫେରିବା ପରେ ପ୍ରଥମ ସୋସାଲିଷ୍ଟ ପ୍ରଧାନମନ୍ତ୍ରୀ ଫିଲିପ ଗୋଞ୍ଜାଲେଜଙ୍କ ଭଳି ୟୁରୋପିଆନ ସୋସିଆଲ ଡେମୋକ୍ରାଟ ଢଙ୍ଗରେ ସରକାର ଚଳାଇବାର ଅଧିକ ସମ୍ଭାବନା ରହିଛି। ଚିଲି ଓ ଲାଟିନ ଆମେରିକା ସ୍ବାର୍ଥ ଦୃଷ୍ଟିରୁ ଏହା ଜଣେ ଆଶା କରିବା ସ୍ବାଭାବିକ।
ପୂର୍ବତନ ବୈଦେଶିକ ମନ୍ତ୍ରୀ,ମେକ୍ସିକୋ;
ପ୍ରଫେସର, ନ୍ୟୁୟର୍କ ୟୁନିଭର୍ସିଟି


Enter your email to get our daily news in your inbox.

All Right Reserved By Dharitri.Com

ଭାରତୀୟ ଗଣତନ୍ତ୍ରରେ ଅଭାବୀ ବିକଳ୍ପ

ଏକ ଚା’ ଖଟିରେ ଦୁଇ ବନ୍ଧୁ ପରସ୍ପର ରାଜନୀତି ବିଷୟରେ ଚର୍ଚ୍ଚା କରୁଥିଲେ ଏବଂ ଜଣେ ବନ୍ଧୁ ଅନ୍ୟ ଜଣେ ବନ୍ଧୁଙ୍କ ସହିତ କଥୋପକଥନ ଛଳରେ କହୁଥା’ନ୍ତି-…

ପୁରୁଷ, ନାରୀ ଓ ସଭ୍ୟତା

ଓଡ଼ିଶା ଆଜି ନିଜକୁ ଉନ୍ନତି ପଥରେ ଆଗେଇ ନେବାକୁ ଦୃଢ଼ ଚେଷ୍ଟା କରୁଛି। ନୂଆ ରାସ୍ତା, ବଡ଼ ବଡ଼ କୋଠା, ଶିଳ୍ପ ପାର୍କ, ଡିଜିଟାଲ ସେବା, ସରକାରୀ…

ଚିତାରେ ସତୀ

ୟୁରୋପରେ ସଇତାନଙ୍କୁ ପୂଜା କରୁଥିବା ସନ୍ଦେହରେ ମହିଳାଙ୍କୁ ଡାହାଣୀ ଆଖ୍ୟା ଦେଇ ଖ୍ରୀଷ୍ଟିଆନ୍‌ ଧର୍ମଯାଜକମାନେ ସେମାନଙ୍କୁ ଜିଅନ୍ତା ପୋଡ଼ିଦେଉଥିଲେ। ଆରବରେ ଇସ୍‌ଲାମ ଛାଡ଼ିବାକୁ ମନା କରୁଥିବା ଲୋକଙ୍କୁ…

ଏଇ ଭାରତରେ

ଭାରତରେ ଜଳ ସଙ୍କଟ ବିଷୟ ଆଲୋଚନା କଲାବେଳେ ମହାରାଷ୍ଟ୍ର ଲାଟୁର ଜିଲା ସ୍ଥିତି ସାମ୍ନାକୁ ଆସେ। ତେବେ ଏହି ଜିଲାର ବଂଶଓ୍ବାରଗ୍ରାମର ଗ୍ରାମବାସୀ ଜଳସଙ୍କଟ ଦୂର କରିବାରେ…

ରୋଜଗାରିଆ ଝିଅ ଓ ବେକାର ପୁଅ

ପୁରୁଷ ଓ ନାରୀ ଭଗବାନଙ୍କର ଏକ ଅନବଦ୍ୟ ସୃଷ୍ଟି। ପୁରୁଷ ଜନ୍ମ ନିଏ ନାରୀଠାରୁ ପୁଣି ବିନା ପୁରୁଷରେ ନାରୀର ଜନ୍ମ ଅସମ୍ଭବ। କି ଅଦ୍ଭୁତ ସମନ୍ବୟ।…

ପରିମାଣାତ୍ମକ ନା ଗୁଣାତ୍ମକ ଶିକ୍ଷା

ଥରେ ଜଣେ ରାଜନେତାଙ୍କ ସହିତ ସାକ୍ଷାତ ହେଲା। ପୂର୍ବତନ ଲୋକ ସଭା ସାଂସଦ। ବର୍ତ୍ତମାନର ସରକାରୀ ଦଳର ସେ ଜଣେ ପ୍ରତିଷ୍ଠିତ ନେତା। ବିଭିନ୍ନ ସଭା ସମିତିରେ…

ଯେତିକି ପାରିବ ସେତିକି

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଏବେ ମଣିଷର ପ୍ରତିଟି ପଦକ୍ଷେପକୁ ପରିଚାଳନା କଲାଣି। ପରିବେଶ ପରିସଂସ୍ଥାନକୁ ଇକୋସିଷ୍ଟମ ବୋଲି କହିଥାଉ। ଏବେ ଏଆଇ ଇକୋସିଷ୍ଟମ…

ଏଇ ଭାରତରେ

ପକ୍ଷୀ ଜୀବନ ଏବେ ସଙ୍କଟରେ। ଜଳବାୟୁ ପରିବର୍ତ୍ତନ,ସହରୀକରଣରେ ବାସସ୍ଥାନ ଓ ଖାଦ୍ୟ ଅଭାବ ଯୋଗୁ ବଂଶବୃଦ୍ଧି ନ ହୋଇ ବହୁ ପ୍ରଜାତିର ପକ୍ଷୀ ଏବେ ବିଲୁପ୍ତିର ଦ୍ୱାରଦେଶରେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri