ପିଲାଙ୍କ ମନୋବଳ ବଢ଼ାଇବାକୁ ପଡ଼ିବ: ଶ୍ରୀରାମ ପଣ୍ଡା

କୋଭିଡ୍‌ ଯୋଗୁ ଅଫ୍‌ଲାଇନ୍‌ ଶିକ୍ଷା ବନ୍ଦ ହେବାରୁ ଅନ୍‌ଲାଇନ୍‌ ଶିକ୍ଷା ପିଲାଙ୍କୁ ଅଳସୁଆ କରିଦେଇଛି । ଗତ ୨ ବର୍ଷରୁ ଊର୍ଦ୍ଧ୍ୱ ସମୟ ହେବ ଶିକ୍ଷାନୁଷ୍ଠାନର ପରିବେଶ, ଶିକ୍ଷକ, ସାଙ୍ଗସାଥୀମାନଙ୍କଠାରୁ ଦୂରେଇ ରହିଥିବା ପିଲାମାନଙ୍କୁ ପୁଣିଥରେ ନିଜ ଶିକ୍ଷାନୁଷ୍ଠାନ ସହିତ ଭଲ ଭାବରେ ଜଡ଼ିତ ହେବାକୁ କିଛି ସମୟ ଲାଗିବ। ଅଫ୍‌ଲାଇନ୍‌ କ୍ଲାସ୍‌ ଏବଂ ଅଫ୍‌ଲାଇନ୍‌ ପରୀକ୍ଷା ନିଶ୍ଚିତ ଭାବରେ ସେମାନଙ୍କ ପାଇଁ ଚ୍ୟାଲେଞ୍ଜିଂ ରହିବ। ତେବେ ଏଭଳି ସମୟରେ ଉଭୟ ଶିକ୍ଷକ, ଅଭିଭାବକ ବିଦ୍ୟାର୍ଥୀଙ୍କ ମନୋବଳ ଦୃଢ଼ କରିବା ପାଇଁ ସେମାନଙ୍କୁ ସହଯୋଗ କରିବା ଆବଶ୍ୟକ ବୋଲି ଧରିତ୍ରୀକୁ ସ୍ବତନ୍ତ୍ର ସାକ୍ଷାତକାର ଦେଇ ଏମ୍‌ଆଇଟିଏସ୍‌ ଗ୍ରୁପ୍‌ ଚିଫ୍‌ ଏକ୍‌ଜିକ୍ୟୁଟିଭ୍‌ ଶ୍ରୀରାମ ପଣ୍ଡା କହିଛନ୍ତି।

ଆପଣଙ୍କ ଶିକ୍ଷାନୁଷ୍ଠାନ ପିଲାଙ୍କ ଆବଶ୍ୟକତାକୁ କିପରି ପୂରଣ କରୁଛି?
ଆମ ଶିକ୍ଷାନୁଷ୍ଠାନ ବିଶେଷକରି ସାଇନ୍ସ ଏଜୁକେଶନ, ଇଞ୍ଜିନିୟରିଂ, ଏଗ୍ରିକଲ୍ଚରାଲ୍‌ ଶିକ୍ଷା ପ୍ରଦାନ କରେ। ଏମ୍‌ଆଇଟିଏସ୍‌ ଗ୍ରୁପ୍‌ର ୪ଟି ଶିକ୍ଷାନୁଷ୍ଠାନ ଅଛି। ସେଗୁଡ଼ିକ ହେଉଛି ମିଟ୍ସ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ପ୍ରଫେଶନାଲ୍‌ ଷ୍ଟଡିଜ୍‌, ମଝିଘରିଆଣୀ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି ଆଣ୍ଡ୍‌ ସାଇନ୍ସ, ମିଟ୍ସ ସ୍କୁଲ୍‌ ଅଫ୍‌ ଇଞ୍ଜିନିୟରିଂ ଏବଂ ମିଟ୍ସ ସ୍କୁଲ୍‌ ଅଫ୍‌ ବାୟୋଟେକ୍ନୋଲୋଜି। ଆମେ ପିଲାମାନଙ୍କର ଆବଶ୍ୟକତା ପୂରଣ ଦିଗରେ ବିଶେଷ ଧ୍ୟାନ ଦେଇଥାଉ ଏବଂ କମ୍‌ ଖର୍ଚ୍ଚରେ ସେମାନେ ଉତ୍ତମ ଶିକ୍ଷା ପାଇପାରନ୍ତି। ଶିକ୍ଷା ସମାପ୍ତ ପରେ ଅଧିକାଂଶ ଛାତ୍ରୀଛାତ୍ରଙ୍କୁ ଚାକିରି ଆବଶ୍ୟକତା ଥାଏ। ତେଣୁ ଆମେ ଭଲ ଅନୁଷ୍ଠାନରେ ପିଲାମାନଙ୍କର ପ୍ଲେସ୍‌ମେଣ୍ଟ କରାଇବା ଦିଗରେ ପ୍ରୟାସ କରୁ।

ଅନ୍ୟ ଶିକ୍ଷାନୁଷ୍ଠାନଠାରୁ ଆପଣଙ୍କ ଶିକ୍ଷାନୁଷ୍ଠାନର କି ସ୍ବତନ୍ତ୍ରତା ରହିଛି?
ଆମେ ପିଲାମାନଙ୍କୁ ପ୍ରାକ୍ଟିକାଲ୍‌ ଓରିଏଣ୍ଟେଡ୍‌ କରିବାକୁ ଚେଷ୍ଟା କରିଥାଉ, ଯାହା ଫଳରେ ସେମାନେ ନିଜ ଚାକିରି ଜୀବନରେ ଏହାର ସଦୁପଯୋଗ କରିପାରିବେ। ଏହାଛଡ଼ା ଛାତ୍ରୀଛାତ୍ରଙ୍କ ଏକାଡେମିକ୍‌ ଫଳାଫଳ ଉପରେ ମଧ୍ୟ ବିଶେଷ ଗୁରୁତ୍ୱ ଦେଉ। ସେମାନଙ୍କ ଉପସ୍ଥାନ ଏବଂ ପରୀକ୍ଷା ପ୍ରଣାଳୀ ଉପରେ ଜୋର୍‌ ଦେଇଥାଉ। ଏକାଡେମିକ୍‌ ସମ୍ପର୍କିତ ପ୍ରଶିକ୍ଷଣ ସହିତ ସେମାନଙ୍କ ସଫ୍ଟ ସ୍କିଲ୍‌ ବୃଦ୍ଧି ପାଇଁ ଆମେ ତାଲିମ ପ୍ରଦାନ କରୁଛୁ।
ପିଲା ଓ ଅଭିଭାବକମାନେ ଆପଣଙ୍କ ଶିକ୍ଷାନୁଷ୍ଠାନକୁ କାହିଁକି ଚୟନ କରିବାକୁ ଇଚ୍ଛୁକ ହେବେ ବୋଲି ଭାବୁଛନ୍ତି?
ଶିକ୍ଷାନୁଷ୍ଠାନର ମାର୍କେଟିଂ ଦିଗରେ ଆମେ କେବେ ବି ଜୋର୍‌ ଦେଉନାହୁଁ। କିନ୍ତୁ ସର୍ବଦା ପିଲା ଏବଂ ଅଭିଭାବକଙ୍କର ଆମ ଉପରେ ଥିବା ବିଶ୍ୱାସ ବଜାୟ ରଖିବାକୁ ପ୍ରୟାସ କରିଥାଉ। ଗୋଟିଏ ପିଲା ପଢ଼ିବା ପରେ ଯେପରି ଅଭିଭାବକମାନେ ଆମ ଅନୁଷ୍ଠାନଠାରୁ ନିରାଶ ନ ହୋଇ ଅନ୍ୟ ପିଲାକୁ ପଢ଼ାଇବାକୁ ଆଗ୍ରହୀ ହେବେ ଆମେ ସେ ଦିଗରେ ଚେଷ୍ଟା କରୁ। ଏଥିପାଇଁ ପିଲା, ଅଭିଭାବକ ଓ ପୁରାତନ ଛାତ୍ରୀଛାତ୍ର ଆମ ଅନୁଷ୍ଠାନର ଉନ୍ନତି ପ୍ରତି ସତତ ଚେଷ୍ଟିତ।

କୋଭିଡ୍‌ ମହାମାରୀ ସମୟରେ ଆପଣଙ୍କ ଶିକ୍ଷାନୁଷ୍ଠାନ ପିଲାଙ୍କ ସୁବିଧା ପାଇଁ କି କି ପଦକ୍ଷେପ ନେଇଛି?
୨୦୨୦ ମାର୍ଚ୍ଚରେ କୋଭିଡ୍‌ ମହାମାରୀ ଆରମ୍ଭ ହୋଇଥିଲା। ହେଲେ ପିଲାଙ୍କ ସୁବିଧାକୁ ଦୃଷ୍ଟିରେ ରଖି ସଂଯୋଗବଶତଃ ଆମେ ପଢ଼ାଉଥିବା କୋର୍ସଗୁଡ଼ିକ ପାଇଁ ଅନ୍‌ଲାଇନ୍‌ କଣ୍ଟେଣ୍ଟ ବ୍ୟବସ୍ଥା ଆରମ୍ଭ କରିଥିଲୁ। ଏହା ଆମ ପାଇଁ ସୁବିଧା ହୋଇଥିଲା। ଲକ୍‌ଡାଉନ୍‌ ଆରମ୍ଭ ହେବା ପରେ ଆମେ ପିଲାଙ୍କ ଅନ୍‌ଲାଇନ୍‌ ଶିକ୍ଷାଦାନ ଆରମ୍ଭ କରିଦେଇଥିଲୁ। ଶ୍ରେଣୀର ସମସ୍ତ ପିଲା ସବୁ ପ୍ରକାର ପାଠ ବୁଝିବାକୁ ସକ୍ଷମ ହୁଅନ୍ତି ନାହିଁ। ତେବେ ଅନ୍‌ଲାଇନ୍‌ କଣ୍ଟେଣ୍ଟ ଦ୍ୱାରା ଛାତ୍ରୀଛାତ୍ରମାନେ ଯେକୌଣସି ସମୟରେ ତାକୁ ଦେଖିପାରିବେ ଏବଂ ନିଜ ସନ୍ଦେହ ମୋଚନ କରିପାରିବେ।

ଅନ୍‌ଲାଇନ୍‌ ଶିକ୍ଷାର କି କି ସୁବିଧା ଓ ଅସୁବିଧା ରହିଛି?
ଅନ୍‌ଲାଇନ୍‌ ଶିକ୍ଷା ବ୍ୟବସ୍ଥା ନ ଥିଲେ ଦୁଇବର୍ଷ ଧରି ପିଲାମାନେ ପାଠପଢ଼ାରୁ ଦୂରରେ ଥାଆନ୍ତେ। ତେବେ ଅନ୍‌ଲାଇନ୍‌ରେ କିପରି ଶିକ୍ଷାଦାନ କଲେ କିମ୍ବା କିଭଳି କଣ୍ଟେଣ୍ଟ୍‌ ଡେଭେଲପ୍‌ ହେଲେ ପିଲାମାନେ ସହଜରେ ବୁଝିପାରିବେ ସେ ଦିଗରେ ଆମକୁ ଚେଷ୍ଟା କରିବାକୁ ପଡ଼ିବ। କେତେଜଣ ପିଲା ଇନ୍‌ଟ୍ରୋଭର୍ଟ ଥାଆନ୍ତି ଏବଂ ସେମାନେ ଶ୍ରେଣୀରେ ପ୍ରଶ୍ନ କରିବାକୁ ଇଚ୍ଛାପ୍ରକାଶ କରନ୍ତି ନାହିଁ। କିନ୍ତୁ ସେମାନେ ଜାଣିବାକୁ ଆଗ୍ରହୀ ଥାଆନ୍ତି। ସେଭଳି ପିଲାଙ୍କ ପାଇଁ ଅନ୍‌ଲାଇନ୍‌ ଶିକ୍ଷା ବେଶି ଲାଭଦାୟକ। ଏହାଛଡା ପିଲାମାନେ ନିଜେ ବିଷୟଗୁଡିକର ରିଭିଜନ୍‌ ମଧ୍ୟ କରିପାରିବେ। କିନ୍ତୁ ଅନ୍‌ଲାଇନ୍‌ ଦ୍ୱାରା ସେମାନେ ଅଳସୁଆ ହୋଇଯାଇଛନ୍ତି। ନିଜ ସାମାଜିକ ସମ୍ପର୍କଠାରୁ ଦୂରେଇ ଯାଇଛନ୍ତି। ପିଲାମାନେ ଶ୍ରେଣୀ ଶିକ୍ଷା ଦ୍ୱାରା ସାଙ୍ଗସାଥୀ, ଶିକ୍ଷକ ଏବଂ ବିଦ୍ୟାଳୟ ପରିବେଶରୁ ଯାହା ଶିକ୍ଷାଲାଭ କରନ୍ତି, ତାହା ସାରା ଜୀବନ ସେମାନଙ୍କ କାମରେ ଆସେ। ତେଣୁ ଏଠାରେ କୁହାଯାଇପାରେ, ‘ବ୍ଲାକ୍‌ବୋର୍ଡ ଶିକ୍ଷାର ବିକଳ୍ପ ନାହିଁ, କିନ୍ତୁ ଅନ୍‌ଲାଇନ୍‌ ଶିକ୍ଷା ହେଉଛି ତାହାର ଏକ ଉତ୍ତମ ବିକଳ୍ପ’।
ପ୍ରାୟ ଦୁଇବର୍ଷ ପରେ ଏବେ ଶିକ୍ଷାନୁଷ୍ଠାନ ଖୋଲିଛି? ପିଲାମାନେ ଅଫଲାଇନ୍‌ ଶିକ୍ଷା ପଦ୍ଧତିକୁ ସହଜରେ ଗ୍ରହଣ

କରିପାରିବେ ବୋଲି ଭାବୁଛନ୍ତି କି?
ଗତ ଦୁଇବର୍ଷ ଧରି ପିଲାମାନେ ଅନ୍‌ଲାଇନ୍‌ ଶିକ୍ଷା ସହିତ ଜଡ଼ିତ ଥିଲେ। ତେଣୁ ପୁଣିଥରେ ଶ୍ରେଣୀ ଶିକ୍ଷାକୁ ଫେରିବା ଏବଂ ବିଦ୍ୟାଳୟ ସହିତ ପୁନଃ ଜଡ଼ିତ ହେବା ସେମାନଙ୍କ ପାଇଁ ଚ୍ୟାଲେଞ୍ଜ ରହିବ। ସେମାନେ ଅତି ସହଜରେ ଅଭିଭାବକଙ୍କ ସହାୟତା ନେଇ ଅନ୍‌ଲାଇନ୍‌ ପରୀକ୍ଷା ଦେଇପାରୁଥିଲେ। ଅଫ୍‌ଲାଇନ୍‌ ପରୀକ୍ଷା ମଧ୍ୟ ସେମାନଙ୍କୁ ବିଶେଷ ଅସୁବିଧାରେ ପକାଇବ। ସବୁକିଛି ପୂର୍ବ ଭଳି ହେବାକୁ ସମୟ ଲାଗିବ ଏବଂ ଏହି ସମୟରେ ପିଲାଙ୍କୁ ଶିକ୍ଷକ ଏବଂ ଅଭିଭାବକମାନେ ପ୍ରେରଣା ଦେବା ଦରକାର।


Enter your email to get our daily news in your inbox.

All Right Reserved By Dharitri.Com

ବିନା କାଗଜପତ୍ରରେ ଖୁଲମଖୁଲା ଚାଲାଣ ହେଉଥିଲା ବାଲି-ପଥର, ୧୧ ହାଇୱା ଜବତ ପରେ…

ମହାକାଳପଡ଼ା,୩ା୪ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳର ସାମୁଦ୍ରିକ ଝଡ଼, ସୁନାମି, ଭୂକମ୍ପ ପ୍ରବଣରୁ ସୁରକ୍ଷା ପାଇଁ ଜନବସତି ପାର୍ଶ୍ୱରେ ସୁଉଚ୍ଚ…

ଦସ୍ତଖତ କରିଥିଲେ ୯, ଗଲେ ୮: କଂଗ୍ରେସରେ ତେଜୁଛି ଗୋଷ୍ଠୀକନ୍ଦଳ

ଭୁବନେଶ୍ୱର, ୩।୪(ସୁନିତ୍‌ ମିଶ୍ର):୨୦୨୪ ସାଧାରଣ ନିର୍ବାଚନରେ ଓଡ଼ିଶାରେ କଂଗ୍ରେସର ମୋଟ୍‌ ୧୪ ଜଣ ବିଧାୟକ ବିଜୟୀ ହୋଇଥିଲେ। ସେଥିରୁ ଗତ ମାର୍ଚ୍ଚ ୧୬ ତାରିଖରେ ଅନୁଷ୍ଠିତ ରାଜ୍ୟ…

ପାକିସ୍ତାନ ଉପରେ ସର୍ଜିକାଲ ଷ୍ଟ୍ରାଇକ୍‌ କଲା ଆଫଗାନିସ୍ତାନ: ସୈନ୍ୟ ଆଡ୍ଡା ଧ୍ୱଂସ

କାବୁଲ,୩।୪: ଆଫଗାନ ସେନା ପାକିସ୍ତାନ-ଆଫଗାନିସ୍ତାନ ସୀମାରେ ଡୁରାଣ୍ଡ ରେଖା ପାର କରି ଖୋଷ୍ଟ-ଖୁରମ ସୀମା ନିକଟରେ ପାକିସ୍ତାନୀ ସାମରିକ ସ୍ଥାନ ଉପରେ ଏକ ବଡ଼ ଆକ୍ରମଣ କରିଛି।…

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri