ପିଲାଙ୍କ ମନୋବଳ ବଢ଼ାଇବାକୁ ପଡ଼ିବ: ଶ୍ରୀରାମ ପଣ୍ଡା

କୋଭିଡ୍‌ ଯୋଗୁ ଅଫ୍‌ଲାଇନ୍‌ ଶିକ୍ଷା ବନ୍ଦ ହେବାରୁ ଅନ୍‌ଲାଇନ୍‌ ଶିକ୍ଷା ପିଲାଙ୍କୁ ଅଳସୁଆ କରିଦେଇଛି । ଗତ ୨ ବର୍ଷରୁ ଊର୍ଦ୍ଧ୍ୱ ସମୟ ହେବ ଶିକ୍ଷାନୁଷ୍ଠାନର ପରିବେଶ, ଶିକ୍ଷକ, ସାଙ୍ଗସାଥୀମାନଙ୍କଠାରୁ ଦୂରେଇ ରହିଥିବା ପିଲାମାନଙ୍କୁ ପୁଣିଥରେ ନିଜ ଶିକ୍ଷାନୁଷ୍ଠାନ ସହିତ ଭଲ ଭାବରେ ଜଡ଼ିତ ହେବାକୁ କିଛି ସମୟ ଲାଗିବ। ଅଫ୍‌ଲାଇନ୍‌ କ୍ଲାସ୍‌ ଏବଂ ଅଫ୍‌ଲାଇନ୍‌ ପରୀକ୍ଷା ନିଶ୍ଚିତ ଭାବରେ ସେମାନଙ୍କ ପାଇଁ ଚ୍ୟାଲେଞ୍ଜିଂ ରହିବ। ତେବେ ଏଭଳି ସମୟରେ ଉଭୟ ଶିକ୍ଷକ, ଅଭିଭାବକ ବିଦ୍ୟାର୍ଥୀଙ୍କ ମନୋବଳ ଦୃଢ଼ କରିବା ପାଇଁ ସେମାନଙ୍କୁ ସହଯୋଗ କରିବା ଆବଶ୍ୟକ ବୋଲି ଧରିତ୍ରୀକୁ ସ୍ବତନ୍ତ୍ର ସାକ୍ଷାତକାର ଦେଇ ଏମ୍‌ଆଇଟିଏସ୍‌ ଗ୍ରୁପ୍‌ ଚିଫ୍‌ ଏକ୍‌ଜିକ୍ୟୁଟିଭ୍‌ ଶ୍ରୀରାମ ପଣ୍ଡା କହିଛନ୍ତି।

ଆପଣଙ୍କ ଶିକ୍ଷାନୁଷ୍ଠାନ ପିଲାଙ୍କ ଆବଶ୍ୟକତାକୁ କିପରି ପୂରଣ କରୁଛି?
ଆମ ଶିକ୍ଷାନୁଷ୍ଠାନ ବିଶେଷକରି ସାଇନ୍ସ ଏଜୁକେଶନ, ଇଞ୍ଜିନିୟରିଂ, ଏଗ୍ରିକଲ୍ଚରାଲ୍‌ ଶିକ୍ଷା ପ୍ରଦାନ କରେ। ଏମ୍‌ଆଇଟିଏସ୍‌ ଗ୍ରୁପ୍‌ର ୪ଟି ଶିକ୍ଷାନୁଷ୍ଠାନ ଅଛି। ସେଗୁଡ଼ିକ ହେଉଛି ମିଟ୍ସ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ପ୍ରଫେଶନାଲ୍‌ ଷ୍ଟଡିଜ୍‌, ମଝିଘରିଆଣୀ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି ଆଣ୍ଡ୍‌ ସାଇନ୍ସ, ମିଟ୍ସ ସ୍କୁଲ୍‌ ଅଫ୍‌ ଇଞ୍ଜିନିୟରିଂ ଏବଂ ମିଟ୍ସ ସ୍କୁଲ୍‌ ଅଫ୍‌ ବାୟୋଟେକ୍ନୋଲୋଜି। ଆମେ ପିଲାମାନଙ୍କର ଆବଶ୍ୟକତା ପୂରଣ ଦିଗରେ ବିଶେଷ ଧ୍ୟାନ ଦେଇଥାଉ ଏବଂ କମ୍‌ ଖର୍ଚ୍ଚରେ ସେମାନେ ଉତ୍ତମ ଶିକ୍ଷା ପାଇପାରନ୍ତି। ଶିକ୍ଷା ସମାପ୍ତ ପରେ ଅଧିକାଂଶ ଛାତ୍ରୀଛାତ୍ରଙ୍କୁ ଚାକିରି ଆବଶ୍ୟକତା ଥାଏ। ତେଣୁ ଆମେ ଭଲ ଅନୁଷ୍ଠାନରେ ପିଲାମାନଙ୍କର ପ୍ଲେସ୍‌ମେଣ୍ଟ କରାଇବା ଦିଗରେ ପ୍ରୟାସ କରୁ।

ଅନ୍ୟ ଶିକ୍ଷାନୁଷ୍ଠାନଠାରୁ ଆପଣଙ୍କ ଶିକ୍ଷାନୁଷ୍ଠାନର କି ସ୍ବତନ୍ତ୍ରତା ରହିଛି?
ଆମେ ପିଲାମାନଙ୍କୁ ପ୍ରାକ୍ଟିକାଲ୍‌ ଓରିଏଣ୍ଟେଡ୍‌ କରିବାକୁ ଚେଷ୍ଟା କରିଥାଉ, ଯାହା ଫଳରେ ସେମାନେ ନିଜ ଚାକିରି ଜୀବନରେ ଏହାର ସଦୁପଯୋଗ କରିପାରିବେ। ଏହାଛଡ଼ା ଛାତ୍ରୀଛାତ୍ରଙ୍କ ଏକାଡେମିକ୍‌ ଫଳାଫଳ ଉପରେ ମଧ୍ୟ ବିଶେଷ ଗୁରୁତ୍ୱ ଦେଉ। ସେମାନଙ୍କ ଉପସ୍ଥାନ ଏବଂ ପରୀକ୍ଷା ପ୍ରଣାଳୀ ଉପରେ ଜୋର୍‌ ଦେଇଥାଉ। ଏକାଡେମିକ୍‌ ସମ୍ପର୍କିତ ପ୍ରଶିକ୍ଷଣ ସହିତ ସେମାନଙ୍କ ସଫ୍ଟ ସ୍କିଲ୍‌ ବୃଦ୍ଧି ପାଇଁ ଆମେ ତାଲିମ ପ୍ରଦାନ କରୁଛୁ।
ପିଲା ଓ ଅଭିଭାବକମାନେ ଆପଣଙ୍କ ଶିକ୍ଷାନୁଷ୍ଠାନକୁ କାହିଁକି ଚୟନ କରିବାକୁ ଇଚ୍ଛୁକ ହେବେ ବୋଲି ଭାବୁଛନ୍ତି?
ଶିକ୍ଷାନୁଷ୍ଠାନର ମାର୍କେଟିଂ ଦିଗରେ ଆମେ କେବେ ବି ଜୋର୍‌ ଦେଉନାହୁଁ। କିନ୍ତୁ ସର୍ବଦା ପିଲା ଏବଂ ଅଭିଭାବକଙ୍କର ଆମ ଉପରେ ଥିବା ବିଶ୍ୱାସ ବଜାୟ ରଖିବାକୁ ପ୍ରୟାସ କରିଥାଉ। ଗୋଟିଏ ପିଲା ପଢ଼ିବା ପରେ ଯେପରି ଅଭିଭାବକମାନେ ଆମ ଅନୁଷ୍ଠାନଠାରୁ ନିରାଶ ନ ହୋଇ ଅନ୍ୟ ପିଲାକୁ ପଢ଼ାଇବାକୁ ଆଗ୍ରହୀ ହେବେ ଆମେ ସେ ଦିଗରେ ଚେଷ୍ଟା କରୁ। ଏଥିପାଇଁ ପିଲା, ଅଭିଭାବକ ଓ ପୁରାତନ ଛାତ୍ରୀଛାତ୍ର ଆମ ଅନୁଷ୍ଠାନର ଉନ୍ନତି ପ୍ରତି ସତତ ଚେଷ୍ଟିତ।

କୋଭିଡ୍‌ ମହାମାରୀ ସମୟରେ ଆପଣଙ୍କ ଶିକ୍ଷାନୁଷ୍ଠାନ ପିଲାଙ୍କ ସୁବିଧା ପାଇଁ କି କି ପଦକ୍ଷେପ ନେଇଛି?
୨୦୨୦ ମାର୍ଚ୍ଚରେ କୋଭିଡ୍‌ ମହାମାରୀ ଆରମ୍ଭ ହୋଇଥିଲା। ହେଲେ ପିଲାଙ୍କ ସୁବିଧାକୁ ଦୃଷ୍ଟିରେ ରଖି ସଂଯୋଗବଶତଃ ଆମେ ପଢ଼ାଉଥିବା କୋର୍ସଗୁଡ଼ିକ ପାଇଁ ଅନ୍‌ଲାଇନ୍‌ କଣ୍ଟେଣ୍ଟ ବ୍ୟବସ୍ଥା ଆରମ୍ଭ କରିଥିଲୁ। ଏହା ଆମ ପାଇଁ ସୁବିଧା ହୋଇଥିଲା। ଲକ୍‌ଡାଉନ୍‌ ଆରମ୍ଭ ହେବା ପରେ ଆମେ ପିଲାଙ୍କ ଅନ୍‌ଲାଇନ୍‌ ଶିକ୍ଷାଦାନ ଆରମ୍ଭ କରିଦେଇଥିଲୁ। ଶ୍ରେଣୀର ସମସ୍ତ ପିଲା ସବୁ ପ୍ରକାର ପାଠ ବୁଝିବାକୁ ସକ୍ଷମ ହୁଅନ୍ତି ନାହିଁ। ତେବେ ଅନ୍‌ଲାଇନ୍‌ କଣ୍ଟେଣ୍ଟ ଦ୍ୱାରା ଛାତ୍ରୀଛାତ୍ରମାନେ ଯେକୌଣସି ସମୟରେ ତାକୁ ଦେଖିପାରିବେ ଏବଂ ନିଜ ସନ୍ଦେହ ମୋଚନ କରିପାରିବେ।

ଅନ୍‌ଲାଇନ୍‌ ଶିକ୍ଷାର କି କି ସୁବିଧା ଓ ଅସୁବିଧା ରହିଛି?
ଅନ୍‌ଲାଇନ୍‌ ଶିକ୍ଷା ବ୍ୟବସ୍ଥା ନ ଥିଲେ ଦୁଇବର୍ଷ ଧରି ପିଲାମାନେ ପାଠପଢ଼ାରୁ ଦୂରରେ ଥାଆନ୍ତେ। ତେବେ ଅନ୍‌ଲାଇନ୍‌ରେ କିପରି ଶିକ୍ଷାଦାନ କଲେ କିମ୍ବା କିଭଳି କଣ୍ଟେଣ୍ଟ୍‌ ଡେଭେଲପ୍‌ ହେଲେ ପିଲାମାନେ ସହଜରେ ବୁଝିପାରିବେ ସେ ଦିଗରେ ଆମକୁ ଚେଷ୍ଟା କରିବାକୁ ପଡ଼ିବ। କେତେଜଣ ପିଲା ଇନ୍‌ଟ୍ରୋଭର୍ଟ ଥାଆନ୍ତି ଏବଂ ସେମାନେ ଶ୍ରେଣୀରେ ପ୍ରଶ୍ନ କରିବାକୁ ଇଚ୍ଛାପ୍ରକାଶ କରନ୍ତି ନାହିଁ। କିନ୍ତୁ ସେମାନେ ଜାଣିବାକୁ ଆଗ୍ରହୀ ଥାଆନ୍ତି। ସେଭଳି ପିଲାଙ୍କ ପାଇଁ ଅନ୍‌ଲାଇନ୍‌ ଶିକ୍ଷା ବେଶି ଲାଭଦାୟକ। ଏହାଛଡା ପିଲାମାନେ ନିଜେ ବିଷୟଗୁଡିକର ରିଭିଜନ୍‌ ମଧ୍ୟ କରିପାରିବେ। କିନ୍ତୁ ଅନ୍‌ଲାଇନ୍‌ ଦ୍ୱାରା ସେମାନେ ଅଳସୁଆ ହୋଇଯାଇଛନ୍ତି। ନିଜ ସାମାଜିକ ସମ୍ପର୍କଠାରୁ ଦୂରେଇ ଯାଇଛନ୍ତି। ପିଲାମାନେ ଶ୍ରେଣୀ ଶିକ୍ଷା ଦ୍ୱାରା ସାଙ୍ଗସାଥୀ, ଶିକ୍ଷକ ଏବଂ ବିଦ୍ୟାଳୟ ପରିବେଶରୁ ଯାହା ଶିକ୍ଷାଲାଭ କରନ୍ତି, ତାହା ସାରା ଜୀବନ ସେମାନଙ୍କ କାମରେ ଆସେ। ତେଣୁ ଏଠାରେ କୁହାଯାଇପାରେ, ‘ବ୍ଲାକ୍‌ବୋର୍ଡ ଶିକ୍ଷାର ବିକଳ୍ପ ନାହିଁ, କିନ୍ତୁ ଅନ୍‌ଲାଇନ୍‌ ଶିକ୍ଷା ହେଉଛି ତାହାର ଏକ ଉତ୍ତମ ବିକଳ୍ପ’।
ପ୍ରାୟ ଦୁଇବର୍ଷ ପରେ ଏବେ ଶିକ୍ଷାନୁଷ୍ଠାନ ଖୋଲିଛି? ପିଲାମାନେ ଅଫଲାଇନ୍‌ ଶିକ୍ଷା ପଦ୍ଧତିକୁ ସହଜରେ ଗ୍ରହଣ

କରିପାରିବେ ବୋଲି ଭାବୁଛନ୍ତି କି?
ଗତ ଦୁଇବର୍ଷ ଧରି ପିଲାମାନେ ଅନ୍‌ଲାଇନ୍‌ ଶିକ୍ଷା ସହିତ ଜଡ଼ିତ ଥିଲେ। ତେଣୁ ପୁଣିଥରେ ଶ୍ରେଣୀ ଶିକ୍ଷାକୁ ଫେରିବା ଏବଂ ବିଦ୍ୟାଳୟ ସହିତ ପୁନଃ ଜଡ଼ିତ ହେବା ସେମାନଙ୍କ ପାଇଁ ଚ୍ୟାଲେଞ୍ଜ ରହିବ। ସେମାନେ ଅତି ସହଜରେ ଅଭିଭାବକଙ୍କ ସହାୟତା ନେଇ ଅନ୍‌ଲାଇନ୍‌ ପରୀକ୍ଷା ଦେଇପାରୁଥିଲେ। ଅଫ୍‌ଲାଇନ୍‌ ପରୀକ୍ଷା ମଧ୍ୟ ସେମାନଙ୍କୁ ବିଶେଷ ଅସୁବିଧାରେ ପକାଇବ। ସବୁକିଛି ପୂର୍ବ ଭଳି ହେବାକୁ ସମୟ ଲାଗିବ ଏବଂ ଏହି ସମୟରେ ପିଲାଙ୍କୁ ଶିକ୍ଷକ ଏବଂ ଅଭିଭାବକମାନେ ପ୍ରେରଣା ଦେବା ଦରକାର।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ପୁନର୍ବିଚାର କରିବେ ବୋଲି ବିଶ୍ୱାସ: ସମୀର

ଗୋପ, ୧୯ା୪(ଭାରତୀ ଭୂଷଣ ଉପାଧ୍ୟାୟ): ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ବିଜେଡି ପକ୍ଷରୁ ଟିକେଟ ନ ମିଳିବା ନେଇ ଏବେ ତାଙ୍କ ସମର୍ଥକଙ୍କ ମଧ୍ୟରେ...

ଗେଷ୍ଟ ହାଉସ୍‌ରେ ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ, ଦୁର୍ଗନ୍ଧ ଆସିବା ପରେ…

ଭୁବନେଶ୍ୱର,୧୯।୪(ସତ୍ୟଜିତ୍‌ ରାଉତ): ଭୁବନେଶ୍ୱର ମୈତ୍ରୀ ବିହାର ଥାନା ଅନ୍ତର୍ଗତ ଗଜପତି ନଗରର ସୈନିକ ସ୍କୁଲ ନିକଟ ଏକ ଗେଷ୍ଟ ହାଉସରେ ଜଣେ ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ...

‘ଏଥର ରାଜ୍ୟରେ ସରକାର ପରିବର୍ତ୍ତନ କରିବେ ଓଡ଼ିଶା ଲୋକ’

ଭୁବନେଶ୍ୱର, ୧୯।୪(ସୁନିତ୍‌ ମିଶ୍ର): ସମ୍ବଲପୁର ଲୋକ ସଭା ନିର୍ବାଚନମଣ୍ଡଳୀରେ ବିଜେଡିର ଏମ୍‌ପି ପ୍ରାର୍ଥୀ ତଥା ତାଙ୍କ ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି) ହାରିବା...

ଓଡିଶା ରାଜନୀତିକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ନବୀନଙ୍କ ସହ ବଡ଼ ଫାଇଟ୍‌

ନୂଆଦିଲ୍ଲୀ,୧୯।୪: ଆରମ୍ଭ ହୋଇଯାଇଛି ଲୋକ ସଭା ନିର୍ବାଚନ ୨୦୨୪ l ତେବେ ଓଡିଶାରେ ନିର୍ବାଚନ ପାଇଁ ଅଳ୍ପ ଦିନ ବାକି ଥିବାବେଳେ ଗୃହମନ୍ତ୍ରୀ ଅମିତ ଶାହା...

ଭାଜପାରେ ଯୋଗଦେଲେ ପୂର୍ବତନ ଉପବାଚସ୍ପତି, ଗଞ୍ଜାମ ଅଧ୍ୟକ୍ଷା ପ୍ରତିଭା ପାଢ଼ୀ

ଭୁବନେଶ୍ୱର, ୧୯।୪(ସୁନିତ୍‌ ମିଶ୍ର): ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା ନିଜର ଶତାଧିକ ସମର୍ଥକଙ୍କ ଗହଣରେ ବିଜେଡି ଛାଡ଼ି ଶୁକ୍ରବାର ଭାଜପାରେ ସାମିଲ ହୋଇଛନ୍ତି। ଭାଜପା ରାଜ୍ୟ...

ନିମାପଡ଼ା ଆସନରେ ମାଷ୍ଟରଷ୍ଟ୍ରୋକ୍‌ ଖେଳିପାରେ କଂଗ୍ରେସ

ନିମାପଡ଼ା,୧୯ା୪(ରଞ୍ଜନ ପଟ୍ଟନାୟକ): ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଏବଂ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା କଂଗ୍ରେସ ପଡ଼ିଛି ପଛରେ। ୨୦୧୯ ନିର୍ବାଚନରେ ଦିଲ୍ଲୀପ ନାୟକକଂଗ୍ରେସରୁ...

ଆଇଏଏସ୍‌ ପରୀକ୍ଷାରେ କେମିତି ପାଇବେ ସଫଳତା? ଆଇପିଏସ ପ୍ରତୀକ ସିଂ ଦେଲେ ଟିପ୍ସ

ଭୁବନେଶ୍ୱର,୧୯।୪: ସିଭିଲ ସର୍ଭିସ ପରୀକ୍ଷା ପାଇଁ ପ୍ରସ୍ତତ ହେଉଛନ୍ତି କି ? ପାଠପଢାରେ ବ୍ୟସ୍ତ ରହି ନିଦ ହେଉନି କି ? ଯଦି ଏଭଳି କରୁଛନ୍ତି...

ଏଥର ରୋଚକ ହେବ ରାଜନୀତି,ସବୁଦଳର ଫୋକସରେ ଯୁବପ୍ରାର୍ଥୀ

ଭୁବନେଶ୍ୱର,୧୯।୪: ନିର୍ବାଚନ ଯେତିକି ପାଖେଇ ଆସୁଛି ସେତିକି ରାଜନୀତି ସରଗରମ ହେଉଛି। ତେବେ ଏହି ଭିତରେ ପ୍ରାର୍ଥୀ ଚୟନରେ ଯୁବପ୍ରାର୍ଥୀଙ୍କୁ ଅଗ୍ରାଧିକାର ଦେଉଛନ୍ତି ରାଜନୈତିକ ଦଳ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri