ମଧ୍ୟାହ୍ନଭୋଜନ ଖାଇ ୮୫ରୁ ଊର୍ଦ୍ଧ୍ୱ ପିଲା ଅସୁସ୍ଥ

କାମାକ୍ଷାନଗର, ୨୦।୮(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା କାମାକ୍ଷାନଗର ବ୍ଲକ ସୋଗର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶୁକ୍ରବାର ମଧ୍ୟାହ୍ନଭୋଜନ ଖାଇ ୮୫ରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ଅସୁସ୍ଥ ହୋଇପଡ଼ିଛନ୍ତି। ପୋକରା ସୋୟା ବଡି ପାଇଁ ଏଭଳି ସ୍ଥିତି ଉପୁଜିଥିବା ପ୍ରଧାନ ଶିକ୍ଷୟିତ୍ରୀ, ଅଭିଭାବକ ଏବଂ ପିଲାମାନେ ଅଭିଯୋଗ କରିଛନ୍ତି। ଅସୁସ୍ଥଙ୍କ ସଂଖ୍ୟା ବଢୁଥିବାରୁ ଗ୍ରାମରେ ଡାକ୍ତରୀ ଦଳ ପହଞ୍ଚତ୍ଛନ୍ତି। ଚିକିତ୍ସା ପରେ ସମସ୍ତ ଛାତ୍ରୀଛାତ୍ର ବିପଦମୁକ୍ତ ଥିବା ଜଣାପଡ଼ିଛି।
ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ପର୍ଯ୍ୟନ୍ତ ୩୪୫ ଛାତ୍ରୀଛାତ୍ର ପାଠ ପଢୁଛନ୍ତି। ମହିମା ମା’ ହରଗୌରୀ ସ୍ବୟଂ ସହାୟକା ଗୋଷ୍ଠୀକୁ ମଧ୍ୟାହ୍ନଭୋଜନ ପ୍ରସ୍ତୁତି ଓ ବିତରଣ ଦାୟିତ୍ୱ ଦିଆଯାଇଛି। ଶୁକ୍ରବାର ୨୬୪ ପିଲା ମଧ୍ୟାହ୍ନଭୋଜନ ଖାଇଥିଲେ। ଅପରାହ୍ନ ପ୍ରାୟ ୩ଟା ବେଳକୁ ସେମାନଙ୍କ ଶରୀରରେ ପାର୍ଶ୍ୱ ପ୍ରତିକ୍ରିୟା ଆରମ୍ଭ ହୋଇଥିଲା। ପିଲାମାନଙ୍କ ମୁଣ୍ଡ ଘୂରାଇବା ସହ ବାନ୍ତି ହୋଇଥିଲା। ଗ୍ରାମବାସୀଙ୍କ ସହାୟତାରେ ୧୦୮ ଆମ୍ବୁଲାନ୍ସରେ ୫୩ ଛାତ୍ରୀଛାତ୍ରଙ୍କୁ ଡାକ୍ତରଖାନାକୁ ଅଣାଯାଇଥିଲା। ଗୁରୁତର ହୋଇପଡ଼ିଥିବା ୩ ଜଣଙ୍କୁ ଇଞ୍ଜେକ୍ସନ ଦିଆଯାଇଥିଲା। ସନ୍ଧ୍ୟା ୭ଟା ସୁଦ୍ଧା ୮୮ଜଣଙ୍କୁ ଚିକିତ୍ସା କରାଯାଇଛି। କେହି ଡାକ୍ତରଖାନାରେ ଭର୍ତ୍ତି ହୋଇନାହାନ୍ତି। ସୁସ୍ଥ ହେବା ପରେ ସମସ୍ତଙ୍କୁ ଘରକୁ ପଠାଇ ଦିଆଯାଇଛି। ସମୟକ୍ରମେ ଅସୁସ୍ଥ ଛାତ୍ରୀଛାତ୍ରଙ୍କ ସଂଖ୍ୟାରେ ବୃଦ୍ଧି ଘଟିବାରୁ ଅଁଳାବେରେଣୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଏକ ଡାକ୍ତରୀଦଳ ଗ୍ରାମରେ ପହଞ୍ଚତ୍ ଚିକିତ୍ସା ଆରମ୍ଭ କରିଛନ୍ତି।
ଏ ସଂକ୍ରାନ୍ତରେ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଡାକ୍ତର ଚିନ୍ମୟ କୁମାର ସାମଲ କୁହନ୍ତି, ପିଲାମାନେ ଖାଇଥିବା ଖାଦ୍ୟ ବିଷାକ୍ତ କାରଣରୁ ଏଭଳି ସମସ୍ୟା ଉପୁଜିଥିବା ଅନୁମାନ କରାଯାଉଛି। ସୋୟାବିନ୍‌ ବଡିରୁ ପୋକ ବାହାରିଥିବା ପିଲାମାନେ କହିଛନ୍ତି। ସମ୍ଭବତଃ ଏହା ଦେଖି ସେମାନେ ଅତ୍ୟଧିକ ଭୟଭୀତ ହୋଇପଡ଼ିଛନ୍ତି, ଯାହା ଫଳରେ ସେମାନେ ବାନ୍ତି କରିବା ସହ ଅସୁସ୍ଥ ହୋଇପଡ଼ିଥିଲେ। ଗ୍ରାମରେ ୨ ଡାକ୍ତରଙ୍କ ସହ ସମୁଦାୟ ୧୦ କର୍ମଚାରୀ ନିୟୋଜିତ ଅଛନ୍ତି। ପରିସ୍ଥିତି ଉପରେ ନଜର ରଖାଯାଇଛି ବୋଲି ସେ କହିଛନ୍ତି। ମଧ୍ୟାହ୍ନଭୋଜନ ପରିଚାଳନା ଦାୟିତ୍ୱରେ ଥିବା ଅତିରିକ୍ତ ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ଗଣେଶ୍ୱର ବେହେରା କୁହନ୍ତି, ଅସୁସ୍ଥ ଛାତ୍ରୀଛାତ୍ରଙ୍କୁ ଭେଟି ସେମାନଙ୍କ ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି। ଶନିବାର ଘଟଣାର ବିଧିବଦ୍ଧ ତଦନ୍ତ କରାଯିବ। କେଉଁ କାରଣରୁ ଏଭଳି ସମସ୍ୟା ଉପୁଜିଲା ତାହାର ଯାଞ୍ଚ କରାଯିବ। ପ୍ରଧାନ ଶିକ୍ଷୟିତ୍ରୀ ଗୀତା ବେହେରା କୁହନ୍ତି, ମଧ୍ୟାହ୍ନଭୋଜନ ବଣ୍ଟନ ଦାୟିତ୍ୱ ନେଇଥିବା ମହିମା ମା’ ହରଗୌରୀ ସ୍ବୟଂ ସହାୟିକା ଗୋଷ୍ଠୀ ପକ୍ଷରୁ ନିମ୍ନମାନର ଖାଦ୍ୟ ଦିଆଯାଉଛି। କାରଣ ପଚାରିଲେ ଗୋଷ୍ଠୀର ସଭାନେତ୍ରୀ ଓଲଟା କଥା କହୁଛନ୍ତି। ଏ ନେଇ ପୂର୍ବରୁ ସ୍କୁଲ ପରିଚାଳନା କମିଟିର ଦୃଷ୍ଟି ଆକର୍ଷଣ କରାଯାଇଛି। ଶୁକ୍ରବାର ଖାଦ୍ୟ ତାଲିକାରେ ଭାତ ସହ ସୋୟାବଡି ତରକାରି ଦେବାର ବ୍ୟବସ୍ଥା ଥିଲା। ହେଲେ ସୋୟାବଡିରୁ ପୋକ ବାହାରିବାରୁ ଏଭଳି ଘଟଣା ଘଟିଥିବା ପ୍ରଧାନ ଶିକ୍ଷୟିତ୍ରୀ ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜେଇ ଚୋରାଚାଲାଣ ପଡିଲା ମହଙ୍ଗା: ବନ୍ଧା ହେଲେ ୱେବ ଚ୍ୟାନେଲ ସାମ୍ବାଦିକ

ଖୋର୍ଦ୍ଧା,୩୦।୧୨(ପ୍ରଭାତ ପାଣିଗ୍ରାହୀ): ସାମ୍ବାଦିକ ଆଳରେ ଗଞ୍ଜେଇ ଚୋରାଚାଲାଣ ପଡିଲା ମହଙ୍ଗା। ଖୋର୍ଦ୍ଧା ଅବକାରୀ ବିଭାଗର ଜିଲା ମୋବାଇଲ ୟୁନିଟ ହାତରେ ଧରାପଡ଼ିଲେ ୱେବ ଚ୍ୟାନେଲ ସାମ୍ବାଦିକ...

ତହସିଲଦାରଙ୍କ ଘରୁ ମିଳିଲା ବିଡ଼ାବିଡ଼ା ଟଙ୍କା ସାଙ୍ଗକୁ ପୁଳାପୁଳା ସୁନା: ଭିଜିଲାନ୍ସର ବଡ଼ଧରଣର ରେଡ୍‌

ଭୁବନେଶ୍ୱର,୩୦।୧୨: କଟକ ବାରଙ୍ଗ ତହସିଲର ଅତିରିକ୍ତ ତହସିଲଦାର ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ହାବୁଡରେ ପଡ଼ିଛନ୍ତି। ତହସିଲଦାର ଜିତେନ୍ଦ୍ର କୁମାର ପଣ୍ଡାଙ୍କ ଘରେ ଭିଜିଲାନ୍ସ...

ପାହାଡ଼ ଉପରେ ପୂଜା ପାଉଛନ୍ତି ମା’ ବାଳକୁମାରୀ, ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି ଏହି ସ୍ଥାନ

ଗଞ୍ଜାମ ,୩୦।୧୨(ବିଦ୍ୟାଧର ସାହୁ ): ଗଞ୍ଜାମ ଜିଲା ବ୍ରହ୍ମପୁର ଠାରୁ ୨୫ କି.ମି. ଚିକିଟିରୁ ୮ କିଲୋମିଟର ଗଲାପରେ ଧାନ ଘର ଛକ ଏବଂ ସେଠାରୁ...

୨୦୨୬ ଟି-୨୦ ବିଶ୍ୱକପ ପାଇଁ ଦଳ ଘୋଷଣା କଲା ଇଂଲଣ୍ଡ, ଜାଣନ୍ତୁ କାହାକୁ ମିଳିଲା ସ୍ଥାନ

ନୂଆଦିଲ୍ଲୀ,୩୦।୧୨: ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ ବୋର୍ଡ (ECB) ଭାରତରେ ହେବାକୁ ଥିବା ୨୦୨୬ ଟି-୨୦ ବିଶ୍ୱକପ ପାଇଁ ଏହାର ଦଳ ଘୋଷଣା କରିଛି। ଆଶ୍ଚର୍ଯ୍ୟଜନକ...

ଜଙ୍ଗଲ ଓ ପରିବେଶ ମନ୍ତ୍ରୀଙ୍କ ବଡ଼ ବୟାନ, ବଣଭୋଜି ନାରେ ପ୍ରଦୂଷଣ କଲେ ହେବ…

ଭୁବନେଶ୍ୱର,୩୦।୧୨: ବର୍ତ୍ତମାନ ସମୟରେ ପର୍ଯ୍ୟଟନ ଋତୁ ଚାଲୁଥିବା ବେଳେ ଅନେକ ସ୍ଥାନରେ ପର୍ଯ୍ୟଟକଙ୍କ ଗହଳି ଦେଖାଯାଉଛି । ବଣଭୋଜି କରି ମଜା ନେଉଛନ୍ତି ଲୋକେ ।...

ଖଣି ପାଇଁ ଜମି ଯିବାରୁ ଜୀବନ ହାରିଲେ ଯୁବକ, ୧୭ ଘଣ୍ଟାରୁ ଅଧିକ ସମୟ ମୃତଦେହକୁ ରଖି ବିକ୍ଷୋଭ କଲେ…

ଝାରସୁଗୁଡା, ୩୦।୧୨(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡା ଜିଲା ଲଖନପୁର ବ୍ଲକ ଉବୁଡା ଗ୍ରାମର ଜଣେ ୨୫ ବର୍ଷୀୟ ଯୁବକଙ୍କ ସୋମବାର ଆତ୍ମହତ୍ୟା ପରେ ସ୍ଥାନୀୟ ଅଞ୍ଚଳରେ...

ନୂଆବର୍ଷ ପାଇଁ ପୁରୀରେ ବଢ଼ିଲା ସୁରକ୍ଷା ବ୍ୟବସ୍ଥା

ପୁରୀ,୩୦।୧୨: ନୂଆବର୍ଷ ପାଳନ ପାଇଁ ପୁରୀରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଦିଆଯାଇଛି। ଶ୍ରଦ୍ଧାଳୁଙ୍କ ସୁରକ୍ଷା ଏବଂ ଶୃଙ୍ଖଳିତ ଦର୍ଶନ ପାଇଁ ୭୦ ପ୍ଲାଟୁନ ପୋଲିସ ଫୋର୍ସ...

ଭଦ୍ରକରେ କିନ୍ନରଙ୍କୁ ଆକ୍ରମଣ: ଚୁଟି କାଟିବା ସହ ଟଙ୍କା ସୁନା ଲୁଟ ଅଭିଯୋଗ, ଥାନାରେ ଉତ୍ତେଜନା

ଭଦ୍ରକ, ୩୦/୧୨(ସନାତନ ରାଉତ): ଭଦ୍ରକରେ ୨ ଗୋଷ୍ଠୀ କିନ୍ନରଙ୍କ ବିବାଦ ଥମିବାର ନାଁ ଧରୁନି । ଉଭୟ ଗୋଷ୍ଠୀ ମଧ୍ୟରେ ଛକା ପଞ୍ଝା ଲାଗି ରହିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri