ଛୁଟିରେ ପଢ଼ିବେ ପିଲା

ଭୁବନେଶ୍ୱର,୧୩।୪(ବ୍ୟୁରୋ): ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ମଙ୍ଗଳବାର ଲୋକସେବା ଭବନଠାରେ ଅନୁଷ୍ଠିତ ହୋଇଛି। ପିଲାମାନଙ୍କ ପାଠପଢା ଓ ପରୀକ୍ଷା ଆଦି ବିଷୟ ଉପରେ ମନ୍ତ୍ରୀ ସମୀର ରଞ୍ଜନ ଦାଶ ସମୀକ୍ଷା କରିଛନ୍ତି। ଏଥିରେ ବିଭାଗର ସମସ୍ତ ନିର୍ଦ୍ଦେଶକ, ସଚିବଙ୍କ ସମେତ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ। ମୁଖ୍ୟତଃ ୧୧ଟି ପ୍ରସ୍ତାବ ଉପରେ ଆଲୋଚନା ହୋଇଛି। ମାଟ୍ରିକ ପରୀକ୍ଷା, ଯୁକ୍ତ ୨ ପରୀକ୍ଷା, ପ୍ରଶ୍ନପତ୍ର ଠିକ୍‌ଭାବେ ପ୍ରସ୍ତୁତ କରିବା ଏବଂ ଏଥିରେ ଯେପରି ବିଭ୍ରାଟ ନ ହୁଏ ସେଥିପ୍ରତି ଧ୍ୟାନ ଦେବା ଉପରେ ଆଲୋଚନା ହୋଇଛି। ସେହିପରି ସ୍କୁଲ ଓ କଲେଜ ପାଇଁ ଖରା ଛୁଟି ତାରିଖ ଚୁଡାନ୍ତ ହୋଇ ଉକ୍ତ ଫାଇଲ ଉନ୍ନୟନ କମିଶନରଙ୍କ ନିକଟକୁ ପଠାଯାଇଛି। ସେଠାରୁ ଫାଇଲ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ ପରେ ଘୋଷଣା କରାଯିବ। ତେବେ ଆସନ୍ତା ମାସରେ ଖରାଛୁଟି ହେବାକୁ ଥିବାବେଳେ ଏଥର ଦୁଇ ବର୍ଷ କୋଭିଡ ପାଇଁ ଯେଉଁ ପାଠପଢା ପିଲାଙ୍କ ନଷ୍ଟ ହୋଇଛି ତାକୁ ନେଇ ନୂଆ ଚିନ୍ତା କରାଯାଇଛି। ଖରାଛୁଟି ଲର୍ଣ୍ଣିଂ ରିକୋଭରି ପ୍ଲାନ ନେଇ ଚିନ୍ତା କରାଯାଇଥିବା ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ଅର୍ଥାତ୍‌ ଏଥର ପିଲାଙ୍କୁ ଖରା ଛୁଟିରେ ପାଠ ପଢାଇ ଯେପରି ୨ ବର୍ଷର କ୍ଷତିପୂରଣ କରି ହେବ ସେଥିପ୍ରତି ଧ୍ୟାନ ଦିଆଯିବ। ସେହିପରି ୯୦୦ରୁ ଉର୍ଦ୍ଧ୍ୱ ସ୍କୁଲରେ ଜୁନିୟର ପ୍ରଧାନଶିକ୍ଷକଙ୍କୁ ସିନିୟର ପଦବୀକୁ ନେବା ଲାଗି ଆଲୋଚନା ହୋଇଛି। ଶିକ୍ଷକମାନଙ୍କ ବଦଳି ସମ୍ପର୍କିତ ବିଷୟ ଉପରେ ମଧ୍ୟ ଆଲୋଚନା ହୋଇଛି। ସେହିପରି ଗଣଶିକ୍ଷକମାନଙ୍କୁ ରେଗୁଲାର କରିବା ଉପରେ ଆଲୋଚନା ହୋଇଛି। ସେହିପରି ନିକଟରେ ନୂତନ ଭାବେ ନିଯୁକ୍ତି ପାଇଥିବା ୧୧ ହଜାର ଶିକ୍ଷୟତ୍ରୀ, ଶିକ୍ଷକମାନଙ୍କ ଟ୍ରେନିଂ ବାବଦ ଆଲୋଚନା ମଧ୍ୟ କରାଯାଇଛି। ସେହିପରି ଦଶମ ପିଲାଙ୍କ ପରୀକ୍ଷା ଫଳାଫଳ ସମୟ ଭିତରେ ପ୍ରକାଶ କରାଯିବା ଏବଂ ପରୀକ୍ଷା ସେଣ୍ଟର ଚୟନରେ ଯେପରି ସମସ୍ୟା ନ ଉପୁଜେ ସେଥିନେଇ ଆଲୋଚନା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପାର ନୂଆ ଟିମରେ ଓଡ଼ିଶାରୁ ୨: ସୋସିଆଲ ମିଡିଆରେ ଧର୍ମେନ୍ଦ୍ର ପ୍ରଧାନ କହିଲେ…

ନୂଆଦିଲ୍ଲୀ, ୧୭।୮: ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ନୂଆ ଟିମ ଘୋଷଣା କରିଛନ୍ତି। ସ୍ମୃତି ଇରାନୀଙ୍କୁ ସାଧାରଣ ସମ୍ପାଦକ ଏବଂ ବସୁନ୍ଧରା ରାଜେଙ୍କୁ ଉପାଧ୍ୟକ୍ଷ ଭାବେ ନିଯୁକ୍ତ…

ଧାନମଣ୍ଡି ରେଜିଷ୍ଟ୍ରେଶନରେ ସମସ୍ୟା: ଗର୍ଲିଲା ଓଡ଼ିଶା କୃଷକ ସଭା

ଦିଗପହଣ୍ଡି,୧୭।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଥିବା ପ୍ରାଥମିକ ସେବା ସମବାୟ ସମିତିମାନଙ୍କରେ ଚଳିତବର୍ଷ ଧାନ ମଣ୍ଡି ରେ ଚାଷୀମାନଙ୍କ ନାଁ ରେଜିଷ୍ଟ୍ରେସନ ପାଇଁ…

୨୦୨୭ ବିଜୟର ସ୍କ୍ରିପ୍ଟ ପ୍ରସ୍ତୁତ କଲାଣି ଭାଜପା: ଚକ୍ରବ୍ୟୁହରେ ଫସିବେ ବିରୋଧୀ

ନୂଆଦିଲ୍ଲୀ,୧୭।୮: ଭାରତୀୟ ଜନତା ପାର୍ଟି (ଭାଜପା) ସୋମବାର ନୂଆ ଟିମ୍‌ ଘୋଷଣା କରିଛି। ଏଥିରେ ଉତ୍ତର ପ୍ରଦେଶର ୮ ଜଣ ନେତା ପଦବୀ ପାଇଛନ୍ତି। ଏହା ମାଧ୍ୟମରେ…

ପଲିଥିନ୍ ତଳେ ଜୀବନ କଟୁଛି ଜୀବନ: ଜିଲା ପ୍ରଶାସନର ଦୃଷ୍ଟି ଦେବାକୁ ଦାବି

କେସିଙ୍ଗା, ୧୭।୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କନ୍ତେଶିର ଗ୍ରାମ ପଞ୍ଚାୟତ ଅଧୀନ କୁର୍ଲୁପଡ଼ା ଗ୍ରାମ ନିକଟରେ ଥିବା କଲେକ୍ଟରପଡ଼ାରେ ବସବାସ କରୁଥିବା ପରମେଶ୍ୱର…

ଝିଅର ଚିକିତ୍ସାକୁ ନେଇ ବଚସା, ସ୍ତ୍ରୀଙ୍କୁ ହତ୍ୟା

ପାରଳାଖେମୁଣ୍ଡି,୧୭ା୮(ଗିରିଧାରୀ ପରିଛା): ଝିଅର ଚିକିତ୍ସାକୁ ନେଇ ସ୍ତ୍ରୀଙ୍କ ସହ ବଚସା ପରେ ତାଙ୍କୁ ହତ୍ୟା କରିବା ମାମଲାରେ ସ୍ବାମୀଙ୍କୁ ଆଜୀବନ କାରାଦଣ୍ଡ ହୋଇଛି। ଗଜପତି ଜିଲା ସେସନ୍ସ…

ବଚ୍ଚନ ପରିବାରର ଭିତିରି କଥା କହିଦେଲେ ଅମିତାଭ: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ମେଗାଷ୍ଟାର ଅମିତାଭ ବଚ୍ଚନ ଆଜିକାଲି ‘କୌନ ବନେଗା କରୋଡ଼ପତି ସିଜିନ ୧୮’ କୁଇଜ ଶୋ’ ମାଧ୍ୟମରେ ଦର୍ଶକଙ୍କୁ ମନୋରଞ୍ଜନ କରୁଛନ୍ତି। ଶୋ’ରେ ଅଭିନେତା ପ୍ରାୟତଃ ତାଙ୍କ ବ୍ୟକ୍ତିଗତ…

ଚୋର-ପୋଲିସ୍‌ର ଖେଳ ସୋସିଆଲ୍‌ ମିଡିଆରେ ଭାଇରାଲ୍‌: ଚାରି ଥାନାର ପୋଲିସ୍‌କୁ ପାଣି ପିଆଇ…

ପୁରୁଷୋତ୍ତମପୁର, ୧୭।୮ (ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ଘଟିଥିବା ଚୋର-ପୋଲିସ୍‌ ଲଢ଼େଇ ଏବେ ସୋସିଆଲ୍‌ ମିଡିଆରେ ଖୁବ୍‌ ଭାଇରାଲ୍‌ ହେବାରେ ଲାଗିଛି। ଗତ ଶୁକ୍ରବାର…

ସ୍ତ୍ରୀଙ୍କୁ ହତ୍ୟା କରି ହୋଇଥିଲେ ଫେରାର, ୪ ବର୍ଷ ପରେ ମିଳିଲା ଦଣ୍ଡ

ପାରଳାଖେମୁଣ୍ଡି,୧୭।୮(ଗିରିଧାରୀ ପରିଛା) : ଝିଅର ଚିକିତ୍ସାକୁ ନେଇ ପତ୍ନୀଙ୍କ ସହ ବଚସାରୁ ତାଙ୍କୁ ହତ୍ୟା କରିବା ମାମଲାରେ ସ୍ୱାମୀଙ୍କୁ ଆଜୀବନ କାରାଦଣ୍ଡ ହୋଇଛି । ଗଜପତି ଜିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri