ଛୁଟିରେ ପଢ଼ିବେ ପିଲା

ଭୁବନେଶ୍ୱର,୧୩।୪(ବ୍ୟୁରୋ): ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ମଙ୍ଗଳବାର ଲୋକସେବା ଭବନଠାରେ ଅନୁଷ୍ଠିତ ହୋଇଛି। ପିଲାମାନଙ୍କ ପାଠପଢା ଓ ପରୀକ୍ଷା ଆଦି ବିଷୟ ଉପରେ ମନ୍ତ୍ରୀ ସମୀର ରଞ୍ଜନ ଦାଶ ସମୀକ୍ଷା କରିଛନ୍ତି। ଏଥିରେ ବିଭାଗର ସମସ୍ତ ନିର୍ଦ୍ଦେଶକ, ସଚିବଙ୍କ ସମେତ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ। ମୁଖ୍ୟତଃ ୧୧ଟି ପ୍ରସ୍ତାବ ଉପରେ ଆଲୋଚନା ହୋଇଛି। ମାଟ୍ରିକ ପରୀକ୍ଷା, ଯୁକ୍ତ ୨ ପରୀକ୍ଷା, ପ୍ରଶ୍ନପତ୍ର ଠିକ୍‌ଭାବେ ପ୍ରସ୍ତୁତ କରିବା ଏବଂ ଏଥିରେ ଯେପରି ବିଭ୍ରାଟ ନ ହୁଏ ସେଥିପ୍ରତି ଧ୍ୟାନ ଦେବା ଉପରେ ଆଲୋଚନା ହୋଇଛି। ସେହିପରି ସ୍କୁଲ ଓ କଲେଜ ପାଇଁ ଖରା ଛୁଟି ତାରିଖ ଚୁଡାନ୍ତ ହୋଇ ଉକ୍ତ ଫାଇଲ ଉନ୍ନୟନ କମିଶନରଙ୍କ ନିକଟକୁ ପଠାଯାଇଛି। ସେଠାରୁ ଫାଇଲ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ ପରେ ଘୋଷଣା କରାଯିବ। ତେବେ ଆସନ୍ତା ମାସରେ ଖରାଛୁଟି ହେବାକୁ ଥିବାବେଳେ ଏଥର ଦୁଇ ବର୍ଷ କୋଭିଡ ପାଇଁ ଯେଉଁ ପାଠପଢା ପିଲାଙ୍କ ନଷ୍ଟ ହୋଇଛି ତାକୁ ନେଇ ନୂଆ ଚିନ୍ତା କରାଯାଇଛି। ଖରାଛୁଟି ଲର୍ଣ୍ଣିଂ ରିକୋଭରି ପ୍ଲାନ ନେଇ ଚିନ୍ତା କରାଯାଇଥିବା ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ଅର୍ଥାତ୍‌ ଏଥର ପିଲାଙ୍କୁ ଖରା ଛୁଟିରେ ପାଠ ପଢାଇ ଯେପରି ୨ ବର୍ଷର କ୍ଷତିପୂରଣ କରି ହେବ ସେଥିପ୍ରତି ଧ୍ୟାନ ଦିଆଯିବ। ସେହିପରି ୯୦୦ରୁ ଉର୍ଦ୍ଧ୍ୱ ସ୍କୁଲରେ ଜୁନିୟର ପ୍ରଧାନଶିକ୍ଷକଙ୍କୁ ସିନିୟର ପଦବୀକୁ ନେବା ଲାଗି ଆଲୋଚନା ହୋଇଛି। ଶିକ୍ଷକମାନଙ୍କ ବଦଳି ସମ୍ପର୍କିତ ବିଷୟ ଉପରେ ମଧ୍ୟ ଆଲୋଚନା ହୋଇଛି। ସେହିପରି ଗଣଶିକ୍ଷକମାନଙ୍କୁ ରେଗୁଲାର କରିବା ଉପରେ ଆଲୋଚନା ହୋଇଛି। ସେହିପରି ନିକଟରେ ନୂତନ ଭାବେ ନିଯୁକ୍ତି ପାଇଥିବା ୧୧ ହଜାର ଶିକ୍ଷୟତ୍ରୀ, ଶିକ୍ଷକମାନଙ୍କ ଟ୍ରେନିଂ ବାବଦ ଆଲୋଚନା ମଧ୍ୟ କରାଯାଇଛି। ସେହିପରି ଦଶମ ପିଲାଙ୍କ ପରୀକ୍ଷା ଫଳାଫଳ ସମୟ ଭିତରେ ପ୍ରକାଶ କରାଯିବା ଏବଂ ପରୀକ୍ଷା ସେଣ୍ଟର ଚୟନରେ ଯେପରି ସମସ୍ୟା ନ ଉପୁଜେ ସେଥିନେଇ ଆଲୋଚନା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଲଢ଼େଇରେ ନୂଆ ବନାମ ଅଭିଜ୍ଞ

ରାଜକନିକା,୨୬ା୪(ସଞ୍ଜୟ କୁମାର ଦାଶ): କେନ୍ଦ୍ରାପଡ଼ା ଜିଲାର ଶେଷ ସୀମା ହେଉଛି ଆଳି ନିର୍ବାଚନମଣ୍ଡଳୀ। ରାଜକନିକାର ୨୯ଟି ପଞ୍ଚାୟତ ଓ ଆଳିର ୩୪ଟି ପଞ୍ଚାୟତକୁ ମିଶାଇ ଆଳି...

‘ପାଣ୍ଡିଆନ୍‌ଙ୍କୁ ଜେଡ୍‌ କାଟେଗୋରି ସୁରକ୍ଷା କାହିଁକି ମିଳୁଛି’

ଭୁବନେଶ୍ୱର, ୨୬।୪(ସୁନିତ୍‌ ମିଶ୍ର):କୌଣସି ସାମ୍ବିଧାନିକ ପଦପଦବୀରେ ନାହାନ୍ତି। ସେ ଏମ୍‌ପି କି ବିଧାୟକ କିମ୍ବା କୌଣସି ଦଳୀୟ ନେତା ବି ନୁହନ୍ତି। ସେ ଜଣେ ବିଜେଡିର...

ସରକାରୀ ହସ୍ପିଟାଲ ପରିସରରେ ଥିବା ଘରୋଇ ଔଷଧ ଦୋକାନ ହେବ ବନ୍ଦ

ଭୁବନେଶ୍ୱର, ୨୬।୪(ବନ୍ଦନା ସେଠୀ):ରାଜ୍ୟର ସରକାରୀ ଡାକ୍ତରଖାନା ପରିସରରେ ରହିଥିବା ଘରୋଇ ଔଷଧ ଷ୍ଟୋର୍‌ ବନ୍ଦ ହେବ। ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଏପରି କଡ଼ା...

ଘରେ ପଶି ମା’- ଦେଢ଼ ବର୍ଷର ପୁଅଙ୍କୁ ବୀଭତ୍ସ ହତ୍ୟା

ସମ୍ବଲପୁର,୨୬ା୪: ସମ୍ବଲପୁର ଜିଲା ଗୋବିନ୍ଦପୁର ଥାନା ଦଲକିବାହାଲ ଗାଁରେ ଗୁରୁବାର ବିଳମ୍ବିତ ରାତିରେ ଏକ ଅଭାବନୀୟ କାଣ୍ଡ ଘଟିଛି। ଘରେ ପଶି ମା’-ପୁଅଙ୍କୁ ହତ୍ୟା କରିଛନ୍ତି...

ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଭୋଟ ପାଇଁ ନାମାଙ୍କନ ଶେଷ

ଭୁବନେଶ୍ୱର,୨୬ା୪(ଅନିଲ ଦାସ): ରାଜ୍ୟର ପ୍ରଥମ ପର୍ଯ୍ୟାୟ(ଦେଶର ଚତୁର୍ଥ ପର୍ଯ୍ୟାୟ) ନିର୍ବାଚନ ପାଇଁ ଗୁରୁବାର ନାମାଙ୍କନ ଦାଖଲ ପ୍ରକ୍ରିୟା ଶେଷ ହୋଇଛି। ଏପ୍ରିଲ ୧୮ରୁ ୨୪ ତାରିଖ...

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri