ମେଡିକାଲରୁ ପିଲା ଚୋରି, ବାପାଙ୍କୁ ଫଟୋ ଆଣିବାକୁ ପଠାଇ ନବଜାତକକୁ ନେଇ ମହିଳା ଚମ୍ପଟ

ବାରିପଦା,୧୧ା୧୦(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାରିପଦାସ୍ଥିତ ଜିଲା ମୁଖ୍ୟ ଚିକିତ୍ସାଳୟ ୭ମହଲା କୋଠାର ମହିଳା ଏବଂ ଶିଶୁ ବିଭାଗ ଓ୍ବାର୍ଡରୁ ନବଜାତ ଶିଶୁ ଚୋରି ନେଇ ଅଭିଯୋଗ ହୋଇଛି। ଶନିବାର ସକାଳୁ ଶିଶୁଟି ଚୋରି ହୋଇଥିବା ନେଇ ନବଜାତକର ପରିବାର ଲୋକେ ଫାଣ୍ଡିରେ ଅଭିଯୋଗ କରିଛନ୍ତି। ଯାହାକୁ ନେଇ ବାରିପଦା ଟାଉନ ପୋଲିସ ସିସିଟିଭି ଫୁଟେଜ୍‌ ଆଧାରରେ ଖୋଜାଖୋଜି କରୁଛି। ପ୍ରସୂତି ମହିଳା ଜଣକ ହେଲେ ବାରିପଦା ସଦରଥାନା ଅଧୀନ ରାଣୀଭୋଳ ଗ୍ରାମର ଫୁଲମଣି ସୋରେନ(୨୦)।

ସୂଚନାଯୋଗ୍ୟ, ଶୁକ୍ରବାର ସକାଳୁ ଫୁଲମଣିଙ୍କୁ ପ୍ରସବ ଜନିତ ବେଦନା ହେବାରୁ ଆଶାକର୍ମୀଙ୍କ ସହାୟତାରେ ଆମ୍ବୁଲାନ୍ସ ଯୋଗେ ବାରିପଦା ମୁଖ୍ୟ ଚିକିତ୍ସାଳୟକୁ ଆସୁଥିଲେ। ବାଟରେ ଆସୁଥିବା ସମୟରେ ଆମ୍ବୁଲାନ୍ସରେ ଫୁଲମଣି ପିଲା ଜନ୍ମ କରିଥିଲେ। ପରେ ତାଙ୍କୁ ହସ୍ପିଟାଲକୁ ଅଣାଯାଇ ଚିକିତ୍ସା କରାଯାଇଥିଲା। ୫ମହଲାର ପ୍ରସୂତି ଓ୍ବାର୍ଡ ୟୁନିଟ୍‌-୧ରେ ଚିକିତ୍ସାଧୀନ ଥିବା ସମୟରେ ପିଲାଚୋର ମହିଳା ଜଣକ ପାଖାପାଖି ରହୁଥିଲେ। ନବଜାତକ ଶିଶୁକୁ ସାମାନ୍ୟ କାଶଛିଙ୍କ ହେଉଥିବାରୁ ଫୁଲମଣିଙ୍କ ସହ କଥାବାର୍ତ୍ତା ହୋଇ ଡାକ୍ତର ଦେଖାଇବାକୁ କହିଥିଲେ।

ଏହା ସହିତ ସରକାରୀ ସହାୟତା ଯୋଗାଇ ଦେବେ ବୋଲି କହି ପିଲା ଚୋର ମହିଳା ଜଣକ ଶନିବାର ସକାଳ ୬ଟା ପାଖାପାଖି ସମୟରେ ଶିଶୁର ପିତା ଧାନାଇ ହାଁସଦା ନବଜାତକକୁ ଧରି ୫ମହଲାରୁ ତଳକୁ ଆସିଥିଲେ । ତଳେ ପହଞ୍ଚିବା ପରେ ମହିଳା ଜଣକ ଫଟୋ ଆବଶ୍ୟକ ଥିବା କହି ଛୁଆକୁ ନିଜେ ଧରି ଧାନାଇଙ୍କୁ ଉପରୁ ଆଣିବାକୁ କହିଥିଲେ । ଧାନାଇ ୫ମହଲା ଉପରୁ ଯାଇ ଫେରିଲା ବେଳକୁ ଛୁଆକୁ ନେଇ ମହିଳା ଜଣକ ଚମ୍ପଟ ମାରିଥିଲେ। ଧାନାଇ ପିଲା ଚୋର ମହିଳାଙ୍କୁ ବହୁ ଖୋଜାଖୋଜି କରିଥିଲେ। ତେବେ ଦୀର୍ଘ ସମୟ ଧରି ଶିଶୁଟି ମା’କୋଳକୁ ନ ଫେରିବାରୁ ଫୁଲମଣି ଶିଶୁକୁ ଖୋଜିବାକୁ ବାହାରିଥିଲେ। ଉଭୟ ଯାଇ ଡାକ୍ତରଖାନା ଫାଣ୍ଡିରେ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି। ଏଭଳି ପିଲାଚୋର ଘଟଣା ବାରମ୍ବାର ହେଉଥିବାରୁ ପୋଲିସ ଏହାର ସୁରାକ ପାଇପାରୁନାହିଁ ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

୧୯୪୭ରେ ଟଙ୍କାକର ମୂଲ୍ୟ କେତେ ଥିଲା? ଜାଣି ତାଜୁବ ହେବେ ୧ଟଙ୍କାରେ ୮ଲିଟର କ୍ଷୀର ଆଉ ସପ୍ତାହକର ଆସୁଥିଲା ରାଶନ…

ନୂଆଦିଲ୍ଲୀ, ୧୧।୮: ୧୫ ଅଗଷ୍ଟ ୧୯୪୭ରେ ଭାରତ ଯେତେବେଳେ ସ୍ୱାଧୀନ ହୋଇଥିଲା, ସେତେବେଳେ ଏହାର ଟଙ୍କା ଆମେରିକାର ଡଲାର ତୁଳନାରେ ବହୁତ ପଛରେ ନ ଥିଲା। ସେତେବେଳେ…

ଆସନ୍ତାକାଲି ସୂର୍ଯ୍ୟଗ୍ରହଣ: ଏମାନଙ୍କୁ ଲାଗିବ ଗ୍ରହଣ ଦୋଷ! ୧୨ ଅଗଷ୍ଟ ପୂର୍ବରୁ ଜାଣନ୍ତୁ ଶାସ୍ତ୍ରର ନିୟମ

୧୨ ଅଗଷ୍ଟ ୨୦୨୬ରେ ଶ୍ରାବଣ ଅମାବାସ୍ୟା ଦିନ ପୂର୍ଣ୍ଣ ସୂର୍ଯ୍ୟଗ୍ରହଣ ଲାଗିବାକୁ ଯାଉଛି। ଏହି ଗ୍ରହଣ ଗ୍ରୀନଲ୍ୟାଣ୍ଡ, ଆଇସଲ୍ୟାଣ୍ଡ ଏବଂ ସ୍ପେନ ସମେତ ବିଶ୍ୱର କିଛି ଅଞ୍ଚଳରେ…

କର୍କଟ ରାଶିରେ ସୃଷ୍ଟି ହେଲା ଦୁର୍ଲଭ ଚତୁର୍ଗ୍ରହ ଯୋଗ: ଏହି ୪ ରାଶିଙ୍କ ପାଇଁ ଖୋଲିଯିବ ଧନଲାଭର ନୂଆ ଦ୍ୱାର

ଆଜି ୧୧ ଅଗଷ୍ଟ, ୨୦୨୬ରେ ସାବନ ଶିବରାତ୍ରି ଅବସରରେ ଆକାଶରେ ଏକ ବିଶେଷ ଗ୍ରହ ସଂଯୋଗ ସୃଷ୍ଟି ହେଉଛି। ଏହି ଦିନ କର୍କଟ ରାଶିରେ ସୂର୍ଯ୍ୟ, ଗୁରୁ,…

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରତିମାସରେ କେତେ ଦରମା ମିଳେ? ବଙ୍ଗଳା-ଭତ୍ତା ଛଡା ବେସିକ୍‌ ସାଲାରୀ କେତେ ଜାଣିଲେ ଚମକି ପଡିବେ…

ନୂଆଦିଲ୍ଲୀ, ୧୧।୮: ଆପଣ ଡାକ୍ତର, ଇଞ୍ଜିନିୟର ଏବଂ ସରକାରୀ କର୍ମଚାରୀଙ୍କ ଭଳି ବିଭିନ୍ନ ବୃତ୍ତିଗତଙ୍କ ଦରମା ବିଷୟରେ ଶୁଣିଥିବେ। ଏହି ପରିପ୍ରେକ୍ଷୀରେ, ଭାରତର ପ୍ରଧାନମନ୍ତ୍ରୀଙ୍କ ଦରମା କେତେ…

ବଢିଲା ଚାମେଲିଙ୍କ ଅଡୁଆ: ହାଇକୋର୍ଟ ଦେଲେ ଏମିତି ନିର୍ଦ୍ଦେଶ

କେନ୍ଦ୍ରାପଡା,୧୧।୮: କେନ୍ଦ୍ରାପଡ଼ା ତିଖିରି ସରପଞ୍ଚ ଚାମେଲି ଓଝାଙ୍କ ବିରୋଧରେ ଅନାସ୍ଥା ପ୍ରସଙ୍ଗରେ ହାଇକୋର୍ଟ ଅନ୍ତରୀଣ ନିର୍ଦ୍ଦେଶ ଦେଇଛନ୍ତି। ନିର୍ବାଚନ ପ୍ରକ୍ରିୟା ଜାରି ରହିବ। ହେଲେ ବିନା ଅନୁମତିରେ…

ପିକଅପ୍‌-କାର ମୁହାଁମୁହିଁ ଧକ୍କା: ଚାଲିଗଲା ଅମିତାଙ୍କ ଜୀବନ

ଭଞ୍ଜନଗର,୧୧।୮(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ମୁଜାଗଡ଼ ପେଟ୍ରୋଲ ପମ୍ପ ନିକଟରେ ମଙ୍ଗଳବାର ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ଜଣେ ମହିଳା…

NEET ବିରୋଧରେ ବିଜୟ ସରକାରଙ୍କ ବଡ଼ ପଦକ୍ଷେପ, ବିରୋଧୀ DMK କଲା ସମର୍ଥନ

ନୂଆଦିଲ୍ଲୀ, ୧୧।୮: ତାମିଲନାଡୁର ବିଜୟ ସରକାର ମଙ୍ଗଳବାର ବିଧାନସଭାରେ NEET ପରୀକ୍ଷାକୁ ଉଚ୍ଛେଦ କରିବା ଏବଂ ସ୍ନାତକସ୍ତରୀୟ ମେଡିକାଲ ପାଠ୍ୟକ୍ରମରେ ନାମଲେଖା ପାଇଁ ଦ୍ୱାଦଶ ଶ୍ରେଣୀର ନମ୍ବରକୁ…

ଜାପାନରୁ ଆସୁ ନେତାଜୀଙ୍କ ଅସ୍ଥି: ସୁପ୍ରିମକୋର୍ଟର ଦ୍ବାରସ୍ଥ ହେଲେ ସୁଭାଷ ଚନ୍ଦ୍ର ବୋଷଙ୍କ ଝିଅ, କେନ୍ଦ୍ରକୁ ନୋଟିସ୍!

ନୂଆଦିଲ୍ଲୀ,୧୧।୮: ସ୍ୱାଧୀନତା ସଂଗ୍ରାମୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଅସ୍ଥିକୁ ଜାପାନର ଟୋକିଓ ସ୍ଥିତ ରେଙ୍କୋଜି ମନ୍ଦିରରୁ ଭାରତ ଆଣିବା ଦାବିକୁ ନେଇ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri