ଜନଗହଳିରେ ଶିଶୁଙ୍କ ସୁରକ୍ଷା

ରଥଯାତ୍ରାଠାରୁ ନୀଳାଦ୍ରିବିଜେ ପର୍ଯ୍ୟନ୍ତ ପୁରୀ ବଡଦାଣ୍ଡ ତଥା ସଂଲଗ୍ନ ଅଞ୍ଚଳ ଲୋକାରଣ୍ୟ ହୋଇ ରହିଥାଏ। ଅନେକ ଭକ୍ତ ସେମାନଙ୍କ ପିଲାଛୁଆଙ୍କୁ ସାଙ୍ଗରେ ଧରି ଆସିଥାନ୍ତି। ଅଲକ୍ଷ୍ୟରେ ପିଲାମାନଙ୍କ ସୁରକ୍ଷା ଟିକେ ଢିଲା ହୋଇଯାଇଥାଏ। ଭିଡ ଭିତରେ କେତେବେଳେ ସେମାନଙ୍କ ହାତଛଡା କରିଦିଅନ୍ତି ତ କେତେବେଳେ ସେମାନେ ହଜିଯାଆନ୍ତି। ତେବେ ପିଲାଚୋର, ଚାଲାଣକାରୀ, ଅଙ୍ଗତସ୍କରଙ୍କ ଭୟ ଭୁଲିଯିବା କଥା ନୁହେଁ।
ଏକ ଘଟଣା। ଜଣେ ମାଆ ତାଙ୍କର ପୁଅଝିଅଙ୍କୁ ସାଙ୍ଗରେ ନେଇ ରଥଯାତ୍ରାକୁ ଆସିଥିଲେ ପୁରୀ। ଭିଡ ଭିତରେ ପିଲାଦୁଇଟି ହଜିଗଲେ। ତେବେ ତାଙ୍କ ମୋବାଇଲ ଫୋନଟି ପିଲାଙ୍କ ହାତରେ ରହିଯାଇଥାଏ। ଏହି ସମୟରେ ରାଜ୍ୟ ସରକାର, ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ, ୟୁନିସେଫ, ସୂଚନା ଓ ଲୋକସମ୍ପର୍କ ବିଭାଗଙ୍କ ମିଳିତ ସହଯୋଗରେ ପ୍ରତି ସୂଚନା କେନ୍ଦ୍ରରେ ନିୟୋଜିତ ହୋଇଥିବା ସ୍ବେଚ୍ଛାସେବୀଙ୍କ ନଜରକୁ ଆସିଲେ ଏହି ଦୁଇପିଲା। ବୟସ ପ୍ରାୟ ୧୦ରୁ ୧୨ବର୍ଷ ହେବ। ସେମାନେ ପିଲା ଦୁହିଁଙ୍କୁ ପାଇବା ପରେ ଘର ଠିକଣା ବୁଝି ଡାକବାଜି ଯନ୍ତ୍ର ଦ୍ୱାରା ଘୋଷଣା କଲେ। କିନ୍ତୁ ପ୍ରାୟ ଏକ ଘଣ୍ଟା ଅପେକ୍ଷା ପରେ କେହି ନ ଆସିବାରୁ ଶିଶୁ ଦୁହିଁଙ୍କୁଶିଶୁ ମଙ୍ଗଳ କମିଟି ନିକଟକୁ ନିଆଗଲା। ଝିଅଟି ନିରନ୍ତର କାନ୍ଦୁଥାଏ। କହୁଥାଏ ମୋ ବୋଉକୁ ଖୋଜିଆଣ। ଘରର ଫୋନ ନମ୍ବର ବା ସମ୍ପର୍କୀୟ କାହାରି ଫୋନ ନମ୍ବର କହିପାରୁ ନ ଥାନ୍ତି କି ସେମାନେ ଧରିଥିବା ଫୋନଟିକୁ କେହି କଲ କରୁ ନ ଥାନ୍ତି। ପଚାରିବାରୁ କହିଲେ ଏଇଟା ମୋ ବୋଉର ଫୋନ। କିନ୍ତୁ ନମ୍ବର ଜଣାନାହିଁ। ପ୍ୟାଟର୍ନ ଲକ୍‌ ଅଛି। ବଡ ସମସ୍ୟାରେ ପଡିଲେ ଶିଶୁମଙ୍ଗଳ କମିଟି। ତେବେ ଜଣେ ସଦସ୍ୟଙ୍କ ନିରନ୍ତର ଚେଷ୍ଟା ଫଳରେ ମୋବାଇଲର ପ୍ୟାଟର୍ନ ଲକ୍‌ ଖୋଲିଗଲା। ଘର ସମ୍ପର୍କୀୟଙ୍କୁ ଯୋଗାଯୋଗ ହେଲା। ସେମାନେ ପିଲାମାନଙ୍କ ସହିତ କାଥାବାର୍ତ୍ତା କଲେ। ସତେବେଳକୁ ସହରର ସବୁ ସୂଚନା କେନ୍ଦ୍ରକୁ ଖବର ଦିଆଯାଇ ପିଲାଟିର ମାଆଙ୍କ ସାହିତ ଯୋଗାଯୋଗ ନିମନ୍ତେ ଡାକବାଜି ଯନ୍ତ୍ର ସାହାଯ୍ୟରେ ଡକାଯାଉଥାଏ। ଇତିମଧ୍ୟରେ ପିଲାମାନେ ଧରିଥିବା ଫୋନରୁ ଯୋଗାଯୋଗ ନମ୍ବର ନେଇ ସମ୍ପର୍କୀୟମାନଙ୍କ ସହିତ ଯୋଗାଯୋଗ ହେବା ପରେ ସେମାନେ ଆସି ପହଞ୍ଚି ଯାଇଥିଲେ ପିଲାମାନଙ୍କୁ ନେବାପାଇଁ। କମିଟି ନିକଟରେ ପରିଚୟ ପତ୍ରର ନିରୀକ୍ଷଣ କାର୍ଯ୍ୟ ଚାଲୁଥାଏ। ପିଲାମାନଙ୍କ ବୋଉ ଆସିଲେ। ତୁମେମାନେ କେଉଁଆଡେ ଚାଲିଗଲ ବୋଲି ପାଟିକଲେ ମାଆ। ପିଲାମାନଙ୍କ ଦାୟିତ୍ୱ ତୁମର, ତୁମେ ସିନା ପିଲାଙ୍କ ସୁରକ୍ଷା ପ୍ରତି ଯନତ୍ବାନ ହେବ କହିଲେ ସିଡବ୍ଲ୍ୟୁସି ଅଧ୍ୟକ୍ଷ। ବୁଝାଶୁଝା ପରେ ମାଆଙ୍କ ସହିତ ପିଲାମାନେ ଘରକୁ ଫେରିଲେ।
ଅନ୍ୟ ଏକ ଘଟଣାରେ ପିଲାଟିଏ ହଜିଯାଇଥିବା ଖବର ତା’ର ଅଭିଭାବକ ସ୍ଥାନୀୟ ସୂଚନା କେନ୍ଦ୍ରରେ ଜଣାଇଲେ। ସେଠାରେ ଥିବା ସ୍ବେଚ୍ଛାସେବୀ ଜଣକ ଡାକବାଜି ଯନ୍ତ୍ର ସାହାଯ୍ୟରେ ଘୋଷଣା କଲେ। କିନ୍ତୁ କିଛି ଲାଭ ହେଲାନାହିଁ। ଚବିଶ ଘଣ୍ଟିଆ ଶିଶୁ ସୁରକ୍ଷା ସେବାର ହ୍ବାଟ୍‌ସଆପ୍‌ ଗ୍ରୁପ୍‌ ମାଧ୍ୟମରେ ଜଣାଇବା ପରେ ସବୁ ସୂଚନା କେନ୍ଦ୍ରଗୁଡିକରେ ଏହି ବିଷୟକୁ ବାରମ୍ବାର ଘୋଷଣା କରାଗଲା। ଚାଇଲ୍ଡ ହେଲ୍ପଲାଇନ କର୍ମୀମାନେ ବିଭିନ୍ନ ସ୍ଥାନ ବୁଲିଲେ। ସମସ୍ତଙ୍କ ପ୍ରୟାସରେ ପିଲାଟି ମିଳିଗଲା। ମାତାପିତା ଓ ପିଲାଟି ମଧ୍ୟରେ ଆବେଗର ସେ ଝଡ ବର୍ଣ୍ଣନା କରିହେବ ନାହିଁ। ରଥଯାତ୍ରା ହ୍ବାଟ୍‌ସଆପ୍‌ ଗ୍ରୁପ୍‌ ମାଧ୍ୟମରେ ସିଡବ୍ଲ୍ୟୁସିରେ ଅନ୍‌ଲାଇନ ଉପସ୍ଥାପିତ ହେଲା ପିଲାଟି। ମାତାପିତାଙ୍କ ଚିହ୍ନଟ ପ୍ରକ୍ରିୟା ସାରି ତାକୁ ତା’ର ପରିବାରରେ ସମ୍ମିଶ୍ରଣ କରାଇଲେ।
ପରେ ପରେ ବୁଲୁଥିବା ପାଞ୍ଚଜଣ ରାଜ୍ୟ ବାହାରର ପିଲାମାନଙ୍କୁ ନେଇ ସ୍ଥାନୀୟ ପୋଲିସ ଆସିଲେ। ଲୋକେ ଏହି ପିଲାମାନଙ୍କୁ ଚୋର ବୋଲି କହୁଥିଲେ। ପଚାରିବାରୁ ଏହି ପିଲାମାନେ ଚୋରି କାରିବା ବିଷୟ ମନା କରୁଥାନ୍ତି। ଏଣୁ ଶିଶୁ ମଙ୍ଗଳ କମିଟି ନିକଟକୁ ଆଣିଲେ। ପରେ ଶିଶୁମାନଙ୍କୁ ମୁକ୍ତ ଆଶ୍ରୟସ୍ଥଳୀରେ ସାମୟିକ ଥଇଥାନ କରାଗଲା। ତେବେ ଶିଶୁମାନଙ୍କ ସ୍ବାର୍ଥ, ସୁରକ୍ଷା ଓ ସମ୍ମାନକୁ ଦୃଷ୍ଟିରେ ରଖି ପରବର୍ତ୍ତୀ ସମୟରେ ସେମାନଙ୍କୁ ସେମାନଙ୍କ ପରିବାରରେ ପୁନଃମିଶ୍ରଣ କରାଗଲା। ଏମିତି ଘଟଣା ପ୍ରତିବର୍ଷ ରଥାଯାତ୍ରା ସମୟରେ ସାମ୍ନାକୁ ଆସେ। ଗତବର୍ଷ ପୁରୀରେ ରଥଯାତ୍ରା ସମୟରେ ପ୍ରାୟ ୨୫୦ ଶିଶୁଙ୍କୁୁ ଉଦ୍ଧାର କରାଯାଇ ଥଇଥାନ ବା ପରିବାରରେ ସମ୍ମିଶ୍ରଣ କରାଯାଇଥିଲା। ଅତ୍ୟଧିକ ଜନଗହଳି ରହୁଥିବାରୁ ପିଲାଚୋର, ଚାଲାଣକାରୀ, ଦଲାଲ ଆଦିଙ୍କ ଅପଚେଷ୍ଟାକୁ ପଣ୍ଡ କରିବାର ଏହି ସ୍ବତନ୍ତ୍ର ପ୍ରୟାସ ପ୍ରଶଂସନୀୟ। ଏହି ସବୁ ବିପରୀତ ପରିିସ୍ଥିତିକୁ ୧୮ ବର୍ଷରୁ କମ୍‌ ବୟସର ପିଲାମାନେ ଚାଲିଆସିଲେ କିଶୋର ନ୍ୟାୟ ଅଧିନିୟମ ଧାରା ୨(୧୪)ଅନୁସାରେ ଯନତ୍ ଓ ସୁରକ୍ଷା ଆବଶ୍ୟକ କରୁଥିବା ଶିଶୁ ଭାବରେ ପରିଗଣିତ ହୁଅନ୍ତି। ସେମାନଙ୍କ ସୁରକ୍ଷା ଆମ ସମସ୍ତଙ୍କ ଦାୟିତ୍ୱ। ତେବେ ଅଧିକ ଜନଗହଳି ସ୍ଥାନକୁ ଯିବାକୁ ବାରଣ କରିବା, ଶିଶୁମାନଙ୍କ ହାତକୁ ନ ଛାଡିବା, ମୋବାଇଲ ନମ୍ବର ମନେରଖିବା, ବିପରୀତ ପରିସ୍ଥିତିରେ କ’ଣ କରିବେ ଜଣାଇବା ପ୍ରତ୍ୟେକ ଅଭିଭାବକଙ୍କ ଦାୟିତ୍ୱ। ଶିଶୁମାନଙ୍କ ମନକୁ ବୁଝିବା, ଶାରୀରିକ ସ୍ଥିତିକୁ ବୁଝି ବୁଲିବା ଓ ବୁଲାଇବା ଜରୁରୀ। ତା’ର ଅର୍ଥ ନୁହେଁ ଜଣେ ବୟସ୍କ ବ୍ୟକ୍ତି ସହ ସମକକ୍ଷ ହୋଇ ସେ ଚାଲି ପାରିବ, ଝୁଣ୍ଟିବ ନାହିଁ, କୌଣସି ଜିନିଷ, ଖାଦ୍ୟ ପ୍ରତି ଆକୃଷ୍ଟ ହେବ ନାହିଁ, ପ୍ରଲୋଭିତ ହେବ ନାହିଁ। ନିଜର ବିରକ୍ତିଭାବକୁ ପରିପ୍ରକାଶ କରିବାକୁ ଯାଇ ତାକୁ ଦଣ୍ଡ ଦେବା, ଗାଳି କରିବା ସମସ୍ୟାର ସମାଧାନ ନୁହେଁ। ଶିଶୁଟିଏ ସନ୍ଦେହଜନକ, ବିପଦ ସ୍ଥିତିରେ ଥିଲେ ବା ବୁଲୁଥିଲେ ତାକୁ ସାହାଯ୍ୟ କରିବା, ଚାଇଲ୍ଡ ହେଲ୍ପଲାଇନ ନମ୍ବର ୧୦୯୮, ଶିଶୁ ସୁରକ୍ଷା ବ୍ୟବସ୍ଥା ତଥା ପୋଲିସକୁ ଜଣାଇବା ସମସ୍ତ ନାଗରିକମାନଙ୍କ କର୍ତ୍ତବ୍ୟ। କୌଣସି ଶିଶୁକୁ ଏପରି ଅବସ୍ଥାରେ ପାଇଲେ ସ୍ଥାନୀୟ ଶିଶୁମଙ୍ଗଳ କମିଟିଙ୍କ ନଜରକୁ ନେବା ଜରୁରୀ। କାରଣ ଏହା ଆଇନ, ଶିଶୁ ଅଧିକାରର ପରିସରଭୁକ୍ତ। ଠିକ୍‌ ଥଇଥାନ ଶିଶୁ ଅଧିକାରର ସୁରକ୍ଷା। ଏଣୁ ଲକ୍ଷାଧିକ ଜନସମାଗମ ହେଉଥିବା ସ୍ଥାନ ବା ଯାନିଯାତ୍ରା ନିମନ୍ତେ ଶିଶୁମାନଙ୍କ ସୁରକ୍ଷା ବ୍ୟବସ୍ଥା ସ୍ବତନ୍ତ୍ର ଭାବରେ ଶିଶୁମାନଙ୍କ ଉଦ୍ଧାର, ଉପସ୍ଥାପନ, ଥଇଥାନ ଓ ସଚେତନତା ପାଇଁ ସରକାର ଏକ ମାର୍ଗଦର୍ଶିକା ପ୍ରଣୟନ କଲେ ଶିଶୁମାନଙ୍କ ଅଧିକାର ସୁରକ୍ଷା ପାଇଁ ଏହା ଏକ ମାଇଲଖୁଣ୍ଟ ହେବ।
ବିଜିପୁର, ବ୍ରହ୍ମଗିରି, ପୁରୀ
ମୋ:୯୪୩୮୪୩୨୦୨୩


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?