ନାବାଳିକାଙ୍କ ବିବାହ ନା ଚାଲାଣ

କେନ୍ଦ୍ରାପଡ଼ା ଅଫିସ, ୧୫ା୧୧:ଝିଅ ନବମ ଶ୍ରେଣୀରେ ପଢୁଥିଲା। ଅଗଷ୍ଟ ୧୫ରେ ସ୍କୁଲରେ ସ୍ବାଧୀନତା ଦିବସ ପାଳନ ପରେ ଫେରିବା ବାଟରେ ଜଣେ କୋଲ୍‌କାତା ମେଦିନାପୁର ଅଞ୍ଚଳର ବୁଲା ବେପାରୀ ସହ ପଳାଇବା ଖବର ମିଳିଲା। ଏ ନେଇ ଥାନାରେ ଅଭିଯୋଗ ସହ ଖୋଜଖବର କଲେ ମଧ୍ୟ ଠିକଣା ଅଦ୍ୟାବଧି ମିଳିନାହିଁ। ଝିଅର ଅବସ୍ଥା କିପରି ଥିବ ବୋଲି ଚିନ୍ତା ବଢ଼ିଛି। ନାବାଳିକା ଝିଅ ବିବାହ କିମ୍ବା ବିକ୍ରି ହୋଇଥିବା ନେଇ ସନ୍ଦେହରେ ଅଛି ବୋଲି ମହାକାଳପଡ଼ା ଥାନା ଅଞ୍ଚଳର ଜଣେ ମା’ ନିଜର ଦୁଃଖ ବଖାଣିଛନ୍ତି। ଜିଲାପାଳଙ୍କ କାର୍ଯ୍ୟାଳୟ ପରିସର ଏକ ବରଗଛ ମୂଳରେ ବସି କାନ୍ଦୁଥିବା ଦୃଶ୍ୟ ସ୍ଥାନୀୟ ବୁଦ୍ଧିଜୀବୀଙ୍କ ମଧ୍ୟରେ ଗଭୀର ଆଲୋଡ଼ନ ସୃଷ୍ଟି କରିଛି। ଏହି ଘଟଣା ସୋମବାର ନଜରକୁ ଆସିଥିବା ବେଳେ ବାସ୍ତବରେ ଜିଲାର ଉପାନ୍ତ ଅଞ୍ଚଳରେ ଏପରି ଘଟଣା ବହୁବାର ଦେଖାଦେଇଛି। ୧୮ ବର୍ଷ ପୂର୍ବରୁ ନାବାଳିକାଙ୍କର ବିବାହ ହେଉଛି। ଜିଲାରେ ୨୦୧୯ରୁ ଡିସିପିଓ ନ ଥିବା ବେଳେ ସଚେତନତା କାର୍ଯ୍ୟକ୍ରମକୁ ନେଇ ବୁଦ୍ଧିଜୀବୀଙ୍କ ସନ୍ଦେହ ବଢ଼ୁଛି। ସ୍ଥାନୀୟ ସ୍ବୟଂ ସହାୟକ ଗୋଷ୍ଠୀକୁ ବାଲ୍ୟବିବାହ ରୋକିବା ଦାୟିତ୍ୱ ମିଳିଲେ ସମସ୍ୟାର ସମାଧାନ ହୋଇପାରିବ ବୋଲି ମତ ମିଳିଛି ା
ଏ ସମ୍ପର୍କରେ ଆଇନଜୀବୀ ବିଧୁଭୂଷଣ ମହାପାତ୍ର କୁହନ୍ତି, ବାଲ୍ୟବିବାହ ସମାଜ ପାଇଁ ଏକ କଳଙ୍କ। ଏହାର ନିରାକରଣ ଲାଗି ବାଲ୍ୟବିବାହ ନିରୋଧ ଅଧିନିୟମ ୨୦୦୬ ଓ ଓଡ଼ିଶା ବାଲ୍ୟବିବାହ ନିରୋଧ ନିୟମ ୨୦୦୯ କାର୍ଯ୍ୟକାରୀ ହେଉଛି। ସେହିପରି ଏପରି ଘଟଣା ସମୟକ୍ରମେ ଜୁଭେନାଇଲ ଜଷ୍ଟିସ୍‌ ଆକ୍ଟ ୨୦୧୫ ଓ ମଡେଲ ଆକ୍ଟ ୨୦୧୬ରେ ପୋକ୍‌ସୋ କୋର୍ଟକୁ ଆସୁଛି। କେନ୍ଦ୍ର ଓ ରାଜ୍ୟ ସରକାର ଏ ନେଇ ମହିଳା ଓ ଶିଶୁ ବିଭାଗ, ମିଶନ ଶକ୍ତି ବିଭାଗ, ରାଜ୍ୟ ମହିଳା ସମ୍ବଳ କେନ୍ଦ୍ର, ଚାଇଲ୍ଡ ୱେଲ୍‌ଫେୟାର କମିଟି, ଡିଷ୍ଟ୍ରିକ୍ଟ ଚାଇଲ୍ଡ ପ୍ରୋଟେକ୍ସନ ୟୁନିଟ୍‌ ଆଦି ଗଠନ କରିଥିଲେ ମଧ୍ୟ ତୃଣମୂଳସ୍ତରରେ ଏହା କାର୍ଯ୍ୟକାରୀ ହୋଇପାରୁନାହିଁ। କେନ୍ଦ୍ରାପଡ଼ା ଜିଲାରେ ଏହାର ହାର ୧୨ ପ୍ରତିଶତରୁ ଅଧିକ ଅଛି। ଶୈଶବ ପ୍ରତି ଅନ୍ୟାୟ ହେଉଥିବାରୁ ଏହାକୁ ରୋକିବା ଆବଶ୍ୟକ ବୋଲି ସେ ମତ ଦେଇଛନ୍ତି। ଏ ସମ୍ପର୍କରେ ଆନ୍ତର୍ଜାତିକ ମାନବାଧିକାର ପରିଷଦର କେନ୍ଦ୍ରାପଡ଼ା ଜିଲା ଆବାହକ ପ୍ରତାପ ଚନ୍ଦ୍ର ପାଢ଼ୀ କୁହନ୍ତି, ରାଜନଗର ଓ ମହାକାଳପଡ଼ା ବ୍ଲକ ଅଞ୍ଚଳରେ ବାଲ୍ୟବିବାହ ସଂଖ୍ୟା ଅଧିକ। ଦାରିଦ୍ର୍ୟ ସହ ସଚେତନତାର ଅଭାବ, ପାରମ୍ପରିକ ରୀତିନୀତି, ଅନୁପ୍ରବେଶକାରୀଙ୍କ ସଂରକ୍ଷଣ ଆଦି କାରଣରୁ ଏହି ଅଞ୍ଚଳରେ ବାଲ୍ୟ ବିବାହ ବଢ଼ୁଛି। ଜିଲାର ଏହି ଦୁଇ ବ୍ଲକ ଅଞ୍ଚଳରେ ବଙ୍ଗ ଭାଷୀଙ୍କ ସଂଖ୍ୟା ଅଧିକ। ଏଠାରେ ପ୍ରତିବର୍ଷ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ସଂଖ୍ୟା ବଢ଼ୁଛି। ଜିଲାରେ ସ୍ଥାୟୀ ବସବାସ ସହ ସମ୍ପର୍କ ଗଠନ ଉଦ୍ଦେଶ୍ୟରେ ନାବାଳିକାଙ୍କୁ ବିବାହ ପରି ହୀନ କାର୍ଯ୍ୟରେ ପରିବାର ସଦସ୍ୟ ସହଯୋଗ କରୁଛନ୍ତି। ତୃଣମୂଳସ୍ତରରେ ଏହାକୁ ରୋକିବାକୁ ସ୍ଥାନୀୟ ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ଦାୟିତ୍ୱ ଦିଆଯାଉ। ଏଥିସହ ବାଲ୍ୟବିବାହ ଘଟଣାରେ ସ୍ଥାନୀୟ ଏସ୍‌ଏଚ୍‌ଜି ନୀରବ ଥିବା ଲୋକଲୋଚନକୁ ଆସିଲେ ଉତ୍ତରଦାୟୀ କରାଯାଉ। ଫଳରେ ବାଲ୍ୟବିବାହ ରୋକାଯାଇପାରିବ ବୋଲି ସେ ମତ ଦେଇଛନ୍ତି। ଏ ସମ୍ପର୍କରେ ସାମାଜିକ କର୍ମୀ ସୁଶାନ୍ତ କୁମାର ନାୟକ କହିଛନ୍ତି, ବାଲ୍ୟବିବାହ ଓ ମହିଳା ଚାଲାଣ ସମ୍ପର୍କରେ ଏହି ଜିଲାରେ କେବଳ କାଗଜପତ୍ରରେ ସଚେତନତା ସୃଷ୍ଟି କରାଯାଉଛି। ଏପରି କାର୍ଯ୍ୟକ୍ରମ ସମ୍ପର୍କରେ ତଦନ୍ତ କରାଗଲେ ବହୁ ଦୁର୍ନୀତି ଲୋକଲୋଚନକୁ ଆସିବ। ଅପରପକ୍ଷରେ ନାବାଳିକା ଓ ମହିଳା ନିଖୋଜ ସମ୍ପର୍କରେ ଅଭିଯୋଗ ଆସିଲେ ଥାନା ପୋଲିସ ଏହାକୁ ପ୍ରେମ ବ୍ୟାପାର କହି ମିସିଂ କେସ୍‌ରେ ସୀମିତ ରଖୁଛି। ଫଳରେ ଜିଲାରେ ମହିଳା ଚାଲାଣ ର଼୍ୟାକେଟ ସକ୍ରିୟ ହେଉଥିବା ଜଣାପଡୁଛି। ଏ ସମ୍ପର୍କରେ ଦାୟିତ୍ୱରେ ଥିବା ଜିଲା ଶିଶୁ ସୁରକ୍ଷା ଅଧିକାରୀ (ଡିସିପିଓ) ପ୍ରଭାସ ଦାସ କହିଛନ୍ତି, ଜିଲାରେ ଦେଢ଼ବର୍ଷ ମଧ୍ୟରେ ଏ ନେଇ ୧୩ଟି ମାମଲା ଆସିଥିବା ବେଳେ ୧୨ଟି ବିବାହକୁ ରୋକାଯାଇପାରିଛି। ତେବେ ସୂଚନା ନ ମିଳିବାରୁ ଅଧିକାଂଶ ବାଲ୍ୟବିବାହକୁ ରୋକାଯାଇପାରୁନାହିଁ। ଏଥିସହ ସ୍ଥାୟୀ ଡିସିପିଓ ରହିଲେ ଏହି ପ୍ରକ୍ରିୟାର ଅଗ୍ରଗତି ହୋଇପାରିବ ବୋଲି ସେ ମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚା’ ପିଇ କଲେଜକୁ ଫେରୁଥିଲେ, ଧକ୍କା ଦେଲା ସ୍ପିଡ ବାଇକ୍‌; ଡାକ୍ତରୀ ଛାତ୍ରୀ ଗୁରୁତର

ବଲାଙ୍ଗୀର,୧୪।୨ -( ସୁନିଲ କୁମାର ମହାନ୍ତି) ବଲାଙ୍ଗୀର ସହର ଭିଆଇପି ରାସ୍ତା ତଥା ଭାଗିରଥି ଛକରୁ ସର୍କିଟ ହାଉସ୍ ରାସ୍ତାରେ ଜଣେ ସ୍ପିଡ ବାଇକ ଆରୋହୀଙ୍କ ଧକ୍କାରେ…

ପ୍ରେମ ବିବାହ କରିଥିବା ଯୁବକଙ୍କୁ ଅପହରଣ, ବାପାଙ୍କ ନାଁରେ ଥାନାରେ ଏତଲା ଦେଲେ ଝିଅ

ତୁମୁଡିବନ୍ଧ,୧୪ା୨(ଦୀପକ କୁମାର ପରାସେଠ)- ଭଲପାଇ ପ୍ରେମ ବିବାହ କରିଥିବା ଜଣେ ଯୁବକଙ୍କୁ ଅପହରଣ କରାଯାଇଛି। କନ୍ଧମାଳ ଜିଲାର ଏହି ଯୁବକ ପୁରୀ ଜିଲାର ଏକ ଗ୍ରାମରେ ଡାକ…

ଏପିଓଙ୍କୁ ତାଗିଦ କରିବାରୁ ବିଡିଓଙ୍କ ନାମରେ ଏତଲା, ତଦନ୍ତ ନିର୍ଦ୍ଦେଶ ଦେଲେ ଗଞ୍ଜାମ ଜିଲାପାଳ

ଦିଗପହଣ୍ଡି,୧୪।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କାର୍ଯ୍ୟାଳୟ ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ (ଏପିଓ) ଅରୁଣ କୁମାର ସ୍ବାଇଁ ଦୀର୍ଘଦିନ ହେଲା କାର୍ଯ୍ୟରେ ଅବହେଳା କରିଆସୁଛନ୍ତି।ନିଶାସକ୍ତ…

୩ ଦିନ ବ୍ୟବଧାନରେ ପୁଣି ବୁଲିଲା ଖଣ୍ଡା, ଫୁଟିଲା ଗୁଳି; ବୈଶିଙ୍ଗାରେ ବଢୁଛି ଅସମାଜିକ ବ୍ୟକ୍ତିଙ୍କ ଦୌରାତ୍ମ୍ୟ 

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗା ଥାନା ଅଞ୍ଚଳ ଅଶାନ୍ତ ହୋଇଉଠିଛି। ଶୁକ୍ରବାର ୮  ଜଣ କୁଖ୍ୟାତ ଆନ୍ତଃରାଜ୍ୟ ଡ଼କାୟତଙ୍କୁ ବିଭିନ୍ନ ମାରଣାସ୍ତ୍ର ସହ ଧରି କୋର୍ଟ…

ନାଇକସାହିରେ ବ୍ୟାପୁଛି ଜଣ୍ଡିସ: ୯ ବର୍ଷୀୟ ଶିଶୁ ମୃତ,ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ…

ବଞ୍ଚୋ, ୧୪ା୨(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ବଞ୍ଚୋ ପଞ୍ଚାୟତର ନାଇକସାହିରେ ଜଣ୍ଡିସ ରୋଗ ବ୍ୟାପିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। ଶୁକ୍ରବାର ୯ବର୍ଷୀୟ…

୮୦ ଲକ୍ଷ ବ୍ୟୟରେ ନିର୍ମିତ ପାନୀୟଜଳ ପ୍ରକଳ୍ପ ଅଚଳ, ଆନ୍ଦୋଳନ କରିବାକୁ ଚେତାବନୀ ଦେଲେ…

ଦିଗପହଣ୍ଡି,୧୪।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସହଦେବ ଟିକରପଡ଼ା ପଞ୍ଚାୟତ ଫାସିବନ୍ଧ ଗ୍ରାମରେ ଗତ ୨୦୧୯-୨୦ ଆର୍ଥିକ ବର୍ଷରେ ବସୁଧା ଯୋଜନାରେ ପ୍ରାୟ ୮୦…

ଓଡ଼ିଶା ସୀମାନ୍ତ ଗ୍ରାମରେ ଆନ୍ଧ୍ର ପକ୍ଷରୁ କିଷାନ କାର୍ଡ ଲାଗି ଚାଲିଛି ସର୍ଭେ, ହାତ ବାନ୍ଧି ବସିଛି ପଟ୍ଟାଙ୍ଗି ବ୍ଲକ ପ୍ରଶାସନ  

ପଟ୍ଟାଙ୍ଗି,୧୪।୨(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ତଥା ଓଡିଶା ଅଧୀନରେ ରହିଥିବା କୋଟିଆ ପଞ୍ଚାୟତର ସୀମାନ୍ତ ମାଡକାର ଗ୍ରାମରେ ପଡୋଶୀ ଆନ୍ଧ୍ର କରୁଛି ପିଏମ୍…

କେନ୍ଦୁଝର ଜିଲାରେ ବ୍ୟାପୁଛି ଜଣ୍ଡିସ

ବଞ୍ଚୋ,୧୪।୨(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ହାଟଡିହି ବ୍ଲକ ଅଧୀନ ବଞ୍ଚୋ ପଞ୍ଚାୟତ ନାଇକସାହିରେ ଜଣ୍ଡିସ ରୋଗ ବ୍ୟାପିବାରେ ଲାଗିଛି। ଏନେଇ ଗ୍ରାମବାସୀ ଭୟଭିତ ହୋଇପଡିଛନ୍ତି। ଅନ୍ୟପକ୍ଷେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri