Advertisement

ଲକ୍ଷ୍ମଣରେଖା ଡିଅଁ ନାହିଁ

ନୁସା ଡୁଆ(ଇଣ୍ଡୋନେସିଆ),୧୫।୧୧:ଇଣ୍ଡୋନେସିଆର ନୁସା ଡୁଆରେ ସୋମବାର ଆରମ୍ଭ ହୋଇଥିବା ଜି୨୦ ସମିଟ୍‌ ଅବସରରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ତାଙ୍କ ଚାଇନା ପ୍ରତିପକ୍ଷ ଶି ଜିନ୍‌ପିଙ୍ଗଙ୍କୁ ଭେଟି ତାଇଓ୍ବାନ ସମେତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ତାଇଓ୍ବାନ ପ୍ରତି ବେଜିଂର ବଳପୂର୍ବକ ଏବଂ ଆକ୍ରମଣାତ୍ମକ କାର୍ଯ୍ୟାନୁଷ୍ଠାନକୁ ବାଇଡେନ୍‌ ବିରୋଧ କରିଛନ୍ତି। ଜିନ୍‌ଜିଆଙ୍ଗ, ତିବ୍ବତ ଏବଂ ହଂକଂରେ ବେଜିଂର କାର୍ଯ୍ୟ ମାନବାଧିକାର ଉଲ୍ଲଂଘନ କରୁଥିବା ନେଇ ଆମେରିକା ରାଷ୍ଟ୍ରପତି ଚିନ୍ତାବ୍ୟକ୍ତ କରିଛନ୍ତି। ସୋମବାର ଦୁଇ ନେତାଙ୍କ ମଧ୍ୟରେ ପ୍ରଥମ ଥର ପାଇଁ ପ୍ରତ୍ୟକ୍ଷ ସାକ୍ଷାତ୍‌ ଆଲୋଚନା ହୋଇଛି। ତେବେ ଜିନ୍‌ପିଙ୍ଗ କହିଛନ୍ତି, ଦୁଇ ଦେଶ ମଧ୍ୟରେ ବିକାଶ ପାଇଁ ପ୍ରତିଯୋଗିତା ନିମନ୍ତେ ବିଶ୍ୱ ବହୁତ ବଡ଼। ତେଣୁ ତାଇଓ୍ବାନ ପ୍ରସଙ୍ଗରେ ଆମେରିକା ଲକ୍ଷ୍ମଣରେଖା ଅତିକ୍ରମ ନ କରିବାକୁ ସେ ଚେତାବନୀ ଦେଇଛନ୍ତି। ଆମେରିକାକୁ ଚ୍ୟାଲେଞ୍ଜ କରିବା କିମ୍ବା ବର୍ତ୍ତମାନର ଅନ୍ତର୍ଜାତୀୟ ଧାରାକୁ ବେଜିଂ ବଦଳାଇବାକୁ ଚାହେଁ ନାହିଁ ବୋଲି ଜିନ୍‌ପିଙ୍ଗ ସ୍ପଷ୍ଟ କରିଦେଇଛନ୍ତି।
‘ଏକ ଚାଇନା ନୀତି’କୁ ଆମେରିକା ସମର୍ଥନ କରେ ବୋଲି ବୈଠକ ଶେଷରେ ବାଇଡେନ୍‌ ଖବରଦାତା ସମ୍ମିଳନୀରେ ଦୋହରାଇଛନ୍ତି। ବିଶ୍ୱବ୍ୟାପୀ ପ୍ରଭାବ ବିସ୍ତାର ପାଇଁ ଉଦ୍ୟମ ଚଳାଇଥିବା ଦୁଇ ମହାଶକ୍ତି ସେମାନଙ୍କ ମଧ୍ୟରେ ରହିଥିବା ମତପାର୍ଥକ୍ୟ ଦୂର କରିବା ଏହି ଆଲୋଚନାର ଉଦ୍ଦେଶ୍ୟ। ଚାଇନା ସହ ନୂଆ ଶୀତଳ ଯୁଦ୍ଧ ହେବା ଆବଶ୍ୟକ ନ ଥିବା ସେ ବିଶ୍ୱାସ କରନ୍ତି ବୋଲି ବାଇଡେନ୍‌ କହିଛନ୍ତି। ଆଣବିକ ଯୁଦ୍ଧ ହେବା ଆଦୌ ଉଚିତ ନୁହେଁ, କାରଣ ଏହାଦ୍ୱାରା କାହାର ବିଜୟ ହେବ ନାହିଁ ବୋଲି ବାଇଡେନ୍‌ ଓ ଜିନ୍‌ପିଙ୍ଗ ସହମତ ହୋଇଛନ୍ତି। ୟୁକ୍ରେନ୍‌ ଉପରେ ରୁଷିଆ ୯ ମାସ ହେଲା ଆକ୍ରମଣ ଚଳାଇଥିବାବେଳେ ଅଣୁଅସ୍ତ୍ର ପ୍ରୟୋଗ ଧମକ ଦେଉଥିବାରୁ ଦୁଇ ନେତା ଉପରୋକ୍ତ ମନ୍ତବ୍ୟ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବେଲାରୁସର ବୈଦେଶିକ ମନ୍ତ୍ରୀ ଭ୍ଲାଦିମିର ମେକିଙ୍କ ପରଲୋକ

ମିସ୍କ,୨୭ ।୧୧: ବେଲାରୁସର ବୈଦେଶିକ ମନ୍ତ୍ରୀ ଭ୍ଲାଦିମିର ମେକିଙ୍କ ହଠାତ୍ ପରଲୋକ ହୋଇଛି ମୃତ୍ୟୁ ବେଳକୁ ତାଙ୍କୁ ୬୪ ବର୍ଷ ବୟସ ହୋଇଥିଲା । ଦେଶର...

ନିଜ ଯବାନଙ୍କ ଅନ୍ତିମ ସତ୍କାର କରୁନାହିଁ ଚାଇନା: ଲୋକମାନଙ୍କୁ ଦେଉଛି ଏଭଳି ଧମକ

ଚାଇନା ସରକାର ଗଲଓ୍ବାନ ଘାଟିରେ ପ୍ରାଣ ହରାଇଥିବା ନିଜ ଯବାନମାନଙ୍କ ଅନ୍ତିମ ସତ୍କାର କରିବାକୁ ମନା କରୁଛନ୍ତି। କେବଳ ଏତିକି ନୁହେଁ ଉକ୍ତ ଯବାନମାନଙ୍କ ପରିବାରଲୋକଙ୍କୁ...

୧ ଲକ୍ଷ ୟୁକ୍ରେନ ନାଗରିକଙ୍କୁ ସୁରକ୍ଷା ଦେବ ଆମେରିକା

ଓ୍ବାଶିଂଟନ,୨୭ା୩: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ରବିବାର ୩୨ ଦିନରେ ପହଞ୍ଚିଛି। ଏହି ଆକ୍ରମଣରେ ୟୁକ୍ରେନ ବହୁତ କ୍ଷତି ସହିଛି। ତେବେ ୟୁକ୍ରେନ ମଧ୍ୟ...

ପାକିସ୍ତାନ ସେନା ବିମାନ ଦୁର୍ଘଟଣା: ୨ ଅଧିକାରୀ ନିହତ

ଲାହୋର,୭।୧: ପାକିସ୍ତାନ ବାୟୁ ସେନାର ଏକ ବିମାନ ମଙ୍ଗଳବାର ମେନଓ୍ବାଲିଠାରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୨ ସେନା ଅଧିକାରୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତକ...

ଏହି ଦେଶରେ ଏବେ ମାସ୍କ ପିନ୍ଧିବା ଜରୁରୀ ନୁହେଁ

ରୋମ୍‌,୨୮ା୬: ଫେବୃୟାରୀ ୨୦୨୦ରେ ବିଶ୍ୱରେ ମହାମାରୀ କରୋନା ବ୍ୟାପିବା ପରେ ଲୋକମାନେ ମାସ୍କ ପିନ୍ଧିବା ଆରମ୍ଭ କରିଥିଲେ। ୟୁରୋପର ଲୋକମାନେ ମଧ୍ୟ ମାସ୍କ ପିନ୍ଧି ଏହି...

ପୋଲାଣ୍ଡ ସୀମାରେ ଅଟକିଛନ୍ତି ଶତାଧିକ ଭାରତୀୟ ଛାତ୍ରୀଛାତ୍ର

କ୍ୱିଭ୍‌,୨୮ା୨: ୟୁକ୍ରେନରୁ ବାହାରି ଆସିଥିବା ଶତାଧିକ ଭାରତୀୟ ଛାତ୍ରୀଛାତ୍ର ଏବେ ପୋଲାଣ୍ଡ ସୀମାରେ ଅଟକି କରିଛନ୍ତି। ଭୀଷଣ ଥଣ୍ଡାରେ ପ୍ରାୟ ୪୮ ଘଣ୍ଟାରୁ ଅଧିକ ସମୟ...

ତୁରନ୍ତ ଖେରସନ୍‌ ଛାଡ଼ିବାକୁ ନାଗରିକଙ୍କୁ ନିର୍ଦ୍ଦେଶ

କିଭ୍‌,୪।୧୧: ରୁଷିଆ ଓ ୟୁକ୍ରେନ ମଧ୍ୟରେ ଫେବୃଆରୀ୨୪ରୁ ଆରମ୍ଭ ହୋଇଥିବା ଯୁଦ୍ଧ ବର୍ତ୍ତମାନ ତୀବ୍ର ହେବାରେ ଲାଗିଛି। ଇତିମଧ୍ୟରେ ଖେରସନ୍‌ରେ ମୁତୟନ ହୋଇଥିବା ରୁଷିଆ ଅଧିକାରୀ...

ୟୁକ୍ରେନକୁ ୮୦ କୋଟି ଡଲାର ସେନା ସହାୟତା ଯୋଗଇଦେବ ଆମେରିକା

ୱାଶିଂଟନ,୨୨ ।୪: ରୁଷିଆ-ୟୁକ୍ରେନ୍ ଯୁଦ୍ଧ ମଧ୍ୟରେ ୟୁକ୍ରେନକୁ ଆମେରିକା ଓ ଅନ୍ୟ ପାଶ୍ଚ୍ୟାତ ଦେଶର ସମର୍ଥନ ଲଗାତାର ମିଳି ଚାଲିଛି । ଏବେ ଆମେରିକା ରାଷ୍ଟ୍ରପତି...

Advertisement
Archives

Model This Week