ଗୋପନରେ ଚାଲିଛି ବାଲ୍ୟବିବାହ, ରାଜ୍ୟ ବାହାରକୁ ଯାଉଛନ୍ତି ଝିଅ

ମହାକାଳପଡ଼ା,୧ା୭ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଞ୍ଚଳରେ ଦିନକୁଦିନ ବାଲ୍ୟ ବିବାହ ବୃଦ୍ଧି ପାଇବାରେ ଲାଗିଛି। ଏହା ଏକ ସାମାଜିକ ବ୍ୟାଧି ବୋଲି ସ୍ଥାନୀୟ ବୁଦ୍ଧିଜୀବୀ ମତବ୍ୟକ୍ତ କରିଛନ୍ତି। ବ୍ଲକର ବିଶେଷ କରି ଦାରିଦ୍ର୍ୟ, ନିରକ୍ଷର ଓ ସଚେତନ ଅଭାବ ଯୋଗୁ ଏହି ବିବାହ ଗୋପନରେ ଚାଲିଛି। ଏଭଳି ବିବାହ ଅନୁସୂଚିତ ଜନଜାତି ସମ୍ପ୍ରଦାୟରେ ଅଧିକ ଦେଖିବାକୁ ମିଳୁଛି। ପ୍ରଶାସନ ଭୟରେ କେତେକ ପରିବାର ଲୋକଙ୍କ ସହମତିରେ ନିଜ ନାବାଳିକା ଝିଅକୁ ଗୋପନରେ ରାତିରେ ମଠ, ମନ୍ଦିର ଓ ଧର୍ମସ୍ଥଳୀରେ ବ୍ରାହ୍ମଣଙ୍କୁ ଡକାଇ ତରବରିଆ ଭାବେ ବିବାହ ସମ୍ପନ୍ନ ହେଉଛି। ବିଶେଷକରି ଆଦିବାସୀ ଓ ବଙ୍ଗୀୟ ଅଧ୍ୟୁଷିତ ଗ୍ରାମଗୁଡିକରେ ବାଲ୍ୟ ବିବାହ ଉଦ୍ୟମ ହେଉଥିବା ନେଇ ମହାକାଳପଡା ବ୍ଲକ ମହିଳା ଶିଶୁ ବିକାଶ ତଥା ବାଲ୍ୟ ବିବାହ ନିରାକରଣ ଅଧିକାରିଣୀ କବିତା ମଲ୍ଲିକଙ୍କ ନିକଟରେ ଖବର ପହଞ୍ଚତ୍ଥିଲା। ଅଧିକାରିଣୀ ମଲ୍ଲିକଙ୍କ ନିର୍ଦ୍ଦେଶକ୍ରମେ ଏକ କମିଟି ଉକ୍ତ ଗ୍ରାମରେ ପହଞ୍ଚତ୍ ବିବାହ ରୋକିବା ସହ ତୁରନ୍ତ ଉଭୟଙ୍କୁ ଜିଲା ଶିଶୁ ମଙ୍ଗଳ କମିଟି ନିକଟରେ ହାଜର କରିଥିଲେ। ସେହିପରି ମେ ମାସରେ ଏକ ଅନୁସୂଚିତ ଜନଜାତି ସମ୍ପ୍ରଦାୟର ବାଲ୍ୟ ବିବାହକୁ ରୋକିଥିଲେ। ସମ୍ପୃକ୍ତ ଥିବା ପରିବାରକୁ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଅଧିକାରିଣୀ ମଲ୍ଲିକ କହିଛନ୍ତି। ମଲ୍ଲିକ କହିବା କଥା ମହାକାଳପଡ଼ାରେ ୨ ବର୍ଷ ମଧ୍ୟରେ ୨୦ରୁ ଅଧିକ ବାଲ୍ୟ ବିବାହ ନଜରକୁ ଆସିଛି। ବିଭାଗ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ବୋଲି କହିଛନ୍ତି। ଅପରପକ୍ଷରେ ବ୍ଲକର ସମସ୍ତ ଅଙ୍ଗନୱାଡି କର୍ମୀଙ୍କୁ ସ୍ଥାନୀୟ ଲୋକମାନଙ୍କୁ ସଚେତନ କରାଇବା ପାଇଁ କୁହାଯାଇଛି। ସମସ୍ୟା ସମାଧାନ ପାଇଁ ବିଭାଗ ପକ୍ଷରୁ ଉଦ୍ୟମ କରାଯାଉଛି ବୋଲି ସୂଚନା ଦେଇଛନ୍ତି।
ଅପରପକ୍ଷରେ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟ ମଧ୍ୟରେ ବାଲ୍ୟ ବିବାହ ଝିଅକୁ ୧୨ରୁ୧୫ ବର୍ଷ ହେଲେ ପରିବାର ସହମତିରେ ଗୋପନରେ କରାଯାଉଛି। ବିଶେଷକରି ଯେଉଁ ପରିବାର ଏହି ବାଲ୍ୟ ବିବାହ ଉଦ୍ୟମ କରୁଛନ୍ତି, ସେମାନେ ଆର୍ଥିକ ଦୁର୍ବଳ ଶ୍ରେଣୀର। ଅନେକ ସମୟରେ ସ୍ଥାନୀୟ ଦଲାଲଙ୍କ ସହାୟତାରେ ପରିବାର ଲୋକମାନେ ନାବାଳିକାଙ୍କୁ ଉତ୍ତର ପ୍ରଦେଶର ଝାନସୀ , ମଥୁରା , ବୃନ୍ଦାବନ , ବାରାଣସୀ, ଆଗ୍ରା ଓ କୋଲକାତା, ମୁର୍ଶିିଦାବାଦ ଆଦି ଅଞ୍ଚଳର ବୟସ୍କ ଲୋକମାନଙ୍କ ସହ ବିବାହ କରାଯାଉଥିବା ନଜିର ରହିଛି। ସେଠାରେ ମଧ୍ୟ ନାବାଳିକା ଝିଅମାନେ ମାତୃତ୍ୱ ଲାଭ କରିବା ପରେ ଶାରୀରିକ ଓ ମାନସିକ ନିର୍ଯାତନା ସହି ନ ପାରି ନିଜ ବାପ ଘରକୁ ଫେରୁଥିବା ନଜିର ରହିଛି। ୨୦୧୭ ମସିହାରେ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ଡିଭିଜନ ବେଞ୍ଚ ନାବାଳିକା ବିବାହ ଶୁଣାଣି କରି ମତ ରଖିଥିଲେ, ନାବାଳିକାଙ୍କ ସହ ବିବାହ କରିବା ଏକ ଧର୍ତ୍ତବ୍ୟ ଅପରାଧ। ନାବାଳିକା ବିବାହ କରିବା ଓ ଶାରୀରିକ ଯୌନ ସମ୍ପର୍କ ରଖିବା ଏହା ଏକ ବଳାତ୍କାର ମାମଲା ଭାବେ ଗ୍ରହଣ କରାଯିବ। ଆଇନ ଅନୁସାରେ ଆପରାଧିକ ବିବେଚନା କରାଯିବ। ଏହି ମାମଲାରେ(ପୋକ୍‌ସୋ ) ଆଇନ ରୁଜୁ କରିବା ପାଇଁ ସ୍ବତନ୍ତ୍ର ନିର୍ଦ୍ଦେଶ ରହିଛି। ଏହି ମାମଲାରେ ଜଡିତ ଥିବା ଲୋକଙ୍କୁ କଠୋର ଦଣ୍ଡ ଦେବାର ପ୍ରାବଧାନ ରହିଛି। ଏହାକୁ କଡ଼ାକଡ଼ି ପାଳନ କରିବାକୁ ସବୁ ରାଜ୍ୟକୁ ନିର୍ଦ୍ଦେଶ ଦେଇଥିଲେ। ଅପରପକ୍ଷରେ ନାବାଳିକା ଝିଅମାନେ ବିବାହ ପରେ ଗର୍ଭ ଧାରଣ କଲେ ମା’ ଓ ଶିଶୁ ପ୍ରତି ବିପଦ ରହିଛି। ଏଏଥିଯୋଗୁ ମା’ ଓ ଶିଶୁଙ୍କର ମୃତ୍ୟୁ ଆଶଙ୍କା ରହିଛି। ବିଶେଷ କରି ବ୍ଲକର ବତିଘର, ଖରିନାସି, ରାମନଗର, ପେଟଚ୍ଛେଲା, ବଉଳକଣି, ଜମ୍ବୁ, କେବିଦାଣ୍ଡୁଆ, ନାଞ୍ଜୁରା, ସୁନିତି, ଗୋଗୁଆ ଆଦି ପଞ୍ଚାୟତରେ ବହୁଳ ମାତ୍ରାରେ ନାବାଳିକା ବିବାହ ବୃଦ୍ଧି ପାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବଦଳିବ ଗ୍ରହଙ୍କ ଚାଲ୍: ବୁଧ-ମଙ୍ଗଳଙ୍କ ଯୋଗରୁ ଖୋଲିଯିବ ୪ଟି ରାଶିର ଭାଗ୍ୟ, ହେବେ ମାଲାମାଲ୍!

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କର ସ୍ଥିତି ଏବଂ ସେମାନଙ୍କ ମଧ୍ୟରେ ସୃଷ୍ଟି ହେଉଥିବା ସମ୍ପର୍କକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ମନେକରାଯାଏ। ଦୁଇଟି ଗ୍ରହ ପରସ୍ପରଠାରୁ ଏକ ବିଶେଷ କୋଣରେ ଅବସ୍ଥାନ…

ଟ୍ରାଫିକ ଚାଲାଣ ବାକିଥିଲେ କଟିବ ଘର ଲାଇନ୍‌! ସୁପ୍ରିମକୋର୍ଟ କହିଲେ ବଡ଼କଥା

ନୂଆଦିଲ୍ଲୀ,୨୯।୯: ଗାଡ଼ି ଚଳାଉଛନ୍ତି କି? ତେବେ ଆପଣଙ୍କ ପାଇଁ ଆସିଛି ଗୁରୁତ୍ୱପୂର୍ଣ୍ଣ ଖବର। ଟ୍ରାଫିକ୍‌ ନିୟମ ଉଲ୍ଲଂଘନ କରି ଇ-ଚାଲାଣ କଟିବା ପରେ ଦୀର୍ଘଦିନ ଧରି ଜରିମାନା…

PNB ଘୋଟାଲାରେ ବଡ଼ ସଫଳତା! ନୀରବ ମୋଦିଙ୍କ ସହଯୋଗୀ ସନ୍ଦୀପ ମିସ୍ତ୍ରୀଙ୍କୁ UAEରୁ ଅଣାଗଲା ଭାରତ, ଗିରଫ କଲା CBI

ମୁମ୍ବାଇ,୨୯।୯: ନୀରବ ମୋଦିଙ୍କ ସହ ଜଡ଼ିତ ବହୁଚର୍ଚ୍ଚିତ PNB (ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ) ଘୋଟାଲାରେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା (CBI)କୁ ମିଳିଛି ବଡ଼ ସଫଳତା। ଏହି ମାମଲାରେ…

ନବରାତ୍ରୀରେ ଚମକିବ ୩ ରାଶିଙ୍କ ଭାଗ୍ୟ, ମା’ଦୁର୍ଗାଙ୍କ କୃପାରୁ ଧନଲାଭ ଯୋଗ; ଚାକିରିରେ ବଡ଼ ପଦୋନ୍ନତି

ଚଳିତ ବର୍ଷ ଶାରଦୀୟ ନବରାତ୍ରୀ ଅକ୍ଟୋବର ୧୧, ୨୦୨୬ରୁ ଆରମ୍ଭ ହେବ। ଏଥର ମା’ ଦୁର୍ଗା ହାତୀ ଉପରେ ସବାର ହୋଇ ଆସୁଛନ୍ତି। ଜ୍ୟୋତିଷୀୟ ବିଶ୍ୱାସ ଅନୁଯାୟୀ,…

ମୁଖ୍ୟମନ୍ତ୍ରୀ ବିଜୟ ‘ମାମା’ଙ୍କ ସୁନା ମୁଦି କିପରି ନବଜାତ ଶିଶୁଙ୍କ ପାଇଁ ହୋଇପାରେ କ୍ଷତିକାରକ: ଅଭିଭାବକମାନେ ମାନନ୍ତୁ…

ଚେନ୍ନାଇ,୨୯।୯: ତାମିଲନାଡୁର ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟ ସୋମବାର ନିଜର ଏକ ନିର୍ବାଚନୀ ପ୍ରତିଶ୍ରୁତି ପୂରଣ କରିବା ଆରମ୍ଭ କରିଛନ୍ତି। ସେପ୍ଟେମ୍ବର ୨୮ରେ, ସେ ରାଜ୍ୟର ନବଜାତ…

ଏସବୁ ରାଜ୍ୟରେ ବଢିଲା DA! ଅକ୍ଟୋବରରେ ବଢିକି ଆସିବ ଦରମା! ପେନସନଭୋଗୀଙ୍କୁ ବି ଦଶହରା ଭେଟି ଦେଲେ ସରକାର

ନୂଆଦିଲ୍ଲୀ,୨୯।୯: ଯଦି ଆପଣ ଜଣେ ସରକାରୀ କର୍ମଚାରୀ କିମ୍ୱା ଘରେ କୌଣସି ବୟସ୍କ ପେନସନଭୋଗୀ ଅଛନ୍ତି, ତେବେ ଏହି ଖବର ଆପଣଙ୍କ ମୁହଁରେ ଏକ ବଡ଼ ହସ…

୩ ଦିନ ଧରି ଚାଲିଥିବା ଅଙ୍ଗନ କି ଉତ୍ସବ ଉଦଯାପିତ, ଶିଶୁ ତଥା ଅଭିଭାବକଙ୍କୁ ନେଇ ସରିଲା କାର୍ଯ୍ୟକ୍ରମ

ଦାରିଙ୍ଗବାଡି, ୨୯।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସମନ୍ବିତ ଶିଶୁ ଓ ମହିଳା ବିକାଶ କାର୍ଯ୍ୟାଳୟର ସିଡିପିଓ ସାଂରାଣୀ ପଣ୍ଡାଙ୍କ ତତ୍ୱାବଧାନରେ, ଉଭୟ କେନ୍ଦ୍ର…

ରହସ୍ୟମୟ ମନ୍ଦିର: ଯେଉଁଠାରେ ନିଜ ପିଣ୍ଡଦାନ ନିଜେ କରଥାନ୍ତି ଲୋକ!

ଦେଶରେ ଏପରି ଏକ ମନ୍ଦିର ରହିଛି, ଯେଉଁଠାରେ ଜୀବିତ ଲୋକମାନେ ନିଜର ପିଣ୍ଡଦାନ ନିଜେ କରନ୍ତି। ଏହି ମନ୍ଦିରଟି ସମ୍ପୂର୍ଣ୍ଣ ନିଆରା ଏବଂ ଅନନ୍ୟ। ସାଧାରଣତଃ ମୃତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?