Posted inଜାତୀୟ

ସ୍ପାଇଡରମ୍ୟାନ ଭଳିି ୨୦ ଫୁଟ ଛାତରୁ ଡେଇଁଲେ ବାଳକ: ଷ୍ଟଣ୍ଟ ପରିବର୍ତ୍ତେ ମୁଣ୍ଡରୁ ଗୋଡ ଯାଏଁ ଭାଙ୍ଗିଲା ହାଡ଼

ଚଣ୍ଡିଗଡ଼,୨୨।୪: ଆଧୁନିକ ଯୁଗରେ ପିଲାଙ୍କ ମଧ୍ୟରେ ଅନଲାଇନ୍‌ ଗେମ୍‌ର ନିଶା ବୃଦ୍ଧି ପାଇବାରେ ଲାଗିଛି। ଫଳରେ ଖେଳ ପାଇଁ ନିଜ ଜୀବନକୁ ବାଜି ଲଗାଇବାକୁ ମଧ୍ୟ ପଛଉ ନାହାନ୍ତି। ଏଭଳି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ପଞ୍ଜାବର ତରନତାରନର  ଶେଖ ଗଁାରେ। ଉକ୍ତ ଗଁ।ର ୧୦ ବର୍ଷର ବାଳକ ହରମନଦୀପଙ୍କୁ ୨୦ ଫୁଟ ଛାତରୁ ଡେଇଁବା ମହଙ୍ଗା ପଡ଼ିଛି। ସୂଚନାଯୋଗ୍ୟ, ହରମନଦୀପ ମୋବାଇଲରେ ଗେମ୍‌ ଖେଳୁଥିବା ବେଳେ ସ୍ପାଇଡରମ୍ୟାନ ଭଳି ସେ ମଧ୍ୟ ଗୋଟିଏ ଛାତରୁ ଅନ୍ୟ ଛାତକୁ ଡେଇଁପାରିବେ ବୋଲି ଭାବିଥିଲେ। ଏଥିପାଇଁ ସେ ଆଖିରେ ପଟି ବାନ୍ଧି ୨୦ ଫୁଟ ଛାତରୁ ତଳକୁ ଡେଇଁଥିଲେ। ହେଲେ ସ୍ପାଇଡରମ୍ୟାନଙ୍କ ଭଳି ଷ୍ଟଣ୍ଟ କରିବା ପରିବର୍ତ୍ତେ ମୁଣ୍ଡରୁ ଗୋଡ ଯାଏଁ ସମସ୍ତ ହାଡ ଭାଙ୍ଗିଯାଇଛି। ଗୁରୁତର ଅବସ୍ଥାରେ ତାଙ୍କୁ ପରିବାରଲୋକେ ହସ୍ପିଟାଲକୁ ନେଇଥିଲେ। ସେଠାରେ ତାଙ୍କର ମୁଣ୍ଡ, ହାତ ଓ ଗୋଡ଼ରେ ପ୍ଲାଷ୍ଟର ଲାଗିଥିବା ସୂଚନା ମିଳିଛି।  ହରମନଦୀପଙ୍କୁ ସୁସ୍ଥ ହେବା ପାଇଁ ପ୍ରାୟ ୬ମାସ ଲାଗିବ ବୋଲି ଡାକ୍ତର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇତିହାସ ରଚିବାକୁ ଯାଉଛି ଇସ୍ରୋ: ‘ଚନ୍ଦ୍ରଯାନ-୨’ର କାଉଣ୍ଟଡାଉନ୍‌ ଆରମ୍ଭ

ନୂଆଦିଲ୍ଲୀ, ୨୧।୦୭: ମହାକାଶ ଇତିହାସରେ ଭାରତ ଆଉ ଏକ ସଫଳ ଅଧ୍ୟାୟ ଯୋଡ଼ିବାକୁ ଯାଉଛି। ଜୁଲାଇ ୨୨ ତାରିଖ ଅପରାହ୍ନ ୨ଟା ୪୩ ମିନିଟରେ ମହାକାଶକୁ...

ୟୁଟ୍ୟୁବର ମନିଷଙ୍କୁ ଝଟ୍‌କା: ଜାମିନ ପାଇଁ ହାଇକୋର୍ଟ ଯାଅ…

ନୂଆଦିଲ୍ଲୀ,୮।୫ : ୟୁଟ୍ୟୁବର୍‌ ମନିଷ କାଶ୍ୟପଙ୍କୁ ସୋମବାର ସୁପ୍ରିମକୋର୍ଟରୁ ମଧ୍ୟ ଆଶ୍ୱସ୍ତି ମିଳିନାହିଁ। ତାମିଲନାଡୁରେ ପ୍ରବାସୀ ଶ୍ରମିକଙ୍କ ନକଲି ଭିଡିଓ ପ୍ରଚାର କରୁଥିବା ଅଭିଯୁକ୍ତ ମନିଷଙ୍କ...

ମୁମ୍ବାଇରେ ଡାକ୍ତର, ନର୍ସ କରୋନା ସଂକ୍ରମିତ: ୨ ଘରୋଇ ହସ୍ପିଟାଲ ସିଲ୍‌

ମୁମ୍ବାଇ,୭।୪: ମହାରାଷ୍ଟ୍ରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢି ଚାଲିଥିବା ବେଳେ ଏବେ ଏହା ଡାକ୍ତର ଓ ନର୍ସଙ୍କ ମଧ୍ୟରେ ଦେଖାଯିବାରୁ ଚିନ୍ତାର କାରଣ ପାଲଟିଯାଇଛି। ଏଠାରେ...

ଆଇଆଇଟିରେ ଛାତ୍ରଙ୍କ ଆଡମିଶନ ପାଇଁ ସ୍ବତନ୍ତ୍ର ଅଧିକାରର ପ୍ରୟୋଗ କଲେ ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ,୨୩।୧୧: ଆଇଆଇଟି ବମ୍ବେରେ ଜଣେ ଏସ୍‌ସି ଛାତ୍ରଙ୍କ ଆଡମିଶନ ନେଇ ସୁପ୍ରିମକୋର୍ଟ ନିଜର ସ୍ବତନ୍ତ୍ର ଅଧିକାର ପ୍ରୟୋଗ କରିଛନ୍ତି। ଛାତ୍ରଙ୍କୁ ୪୮ ଘଣ୍ଟା ମଧ୍ୟରେ ଆଡମିଶନ...

ଜନ୍ମଦିନରେ ପୋଷ୍ଟର: ଅଖିଳେଶ ହେବେ ଦେଶର ପ୍ରଧାନମନ୍ତ୍ରୀ…

ଲକ୍ଷ୍ନୌ,୧।୭ : ସମାଜବାଦୀ ପାର୍ଟି (ଏସପି) ର ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବଙ୍କୁ ଶନିବାର ୫୦ ବର୍ଷ ପୂରଣ ହୋଇଛି। ହୋଇଛି।...

ଉତ୍ତରାଖଣ୍ଡ କ୍ୟାବିନେଟ୍‌ ମନ୍ତ୍ରୀ ସତପାଲ ମହାରାଜାଙ୍କୁ କରୋନା

ଡେରାଡୁନ୍‌,୩୧।୫: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢିବାରେ ଲାଗିଛି। ଉତ୍ତରଖଣ୍ଡର କ୍ୟାବିନେଟ ମନ୍ତ୍ରୀ ସତପାଲ ମହାରାଜ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି। ତାଙ୍କ...

ହସ୍ପିଟାଲରେ ଭର୍ତ୍ତି ହେଲେ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ୍‌…

ଚଣ୍ଡିଗଡ଼,୨୧।୭ : ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନଙ୍କୁ ଦିଲ୍ଲୀର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।  ନ୍ୟୁଜ ଏଜେନ୍ସି ଏଏନଆଇକୁ ସୂତ୍ରରୁ ପ୍ରକାଶ ଯେ ମୁଖ୍ୟମନ୍ତ୍ରୀ ମାନ୍‌...

କର୍ନାଟକରେ ଭାଜପା ହାରିବା ପରେ ଆରଏସ୍‌ଏସ୍‌ ଅଧିକାରୀଙ୍କୁ ଭେଟିଲେ ବୋମ୍ମାଇ

ବେଙ୍ଗାଲୁରୁ,୧୫।୫: କର୍ନାଟକ ବିଧାନସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି (ଭାଜପା)ର ପୂର୍ବତନ ମୁଖ୍ୟମନ୍ତ୍ରୀ ବାସବରାଜ ବୋମ୍ମାଇ ସୋମବାର ରାଷ୍ଟ୍ରୀୟ ସ୍ବୟଂସେବକ ସଂଗଠନ(ଆରଏସ୍‌ଏସ୍‌)ର ଅଧିକାରୀମାନଙ୍କୁ ଭେଟଛନ୍ତି। ଏଥିରେ...

Advertisement
Archives

Model This Week