ସ୍ମାର୍ଟଫୋନ୍‌ ଫ୍ଲାଶ୍‌ଲାଇଟ୍‌ରୁ ଶିଶୁକୁ ଭୟଙ୍କର ରୋଗ, ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଲଣ୍ଡନ,୩ା୩: ବ୍ରିଟେନର ଲଣ୍ଡନରୁ ଏକ ଆଶ୍ଚର୍ଯ୍ୟଜନକ ଖବର ଆସିଛି। ଏଠାକାର ଜଣେ ମା’ ଯେତେବେଳେ ତାଙ୍କ ତିନି ବର୍ଷ ଶିଶୁର ଆଖିରେ କିଛି ଅଜବ ଦୃଶ୍ୟ ଦେଖିଲେ। ଡାକ୍ତରଙ୍କ ନିକଟକୁ ନେବାରୁ ଯାହା କହିଲେ ଜାଣିଲେ ଆଶ୍ଚର୍ଯ୍ୟ ହେବେ।

ଲଣ୍ଡନର କେଣ୍ଟରେ ରହୁଥିବା ୪୦ ବର୍ଷୀୟ ସାରା ହେଜେସ୍‌ ନିଜ ସ୍ମାର୍ଟଫୋନ୍‌ରେ ପିଲାର ଫଟୋ ଉଠାଉଥିଲେ। ସାରା ତାଙ୍କ ରୋଷେଇ ଘରେ କାମ କରୁଥିବା ବେଳେ ସେ ପିଲାକୁ ଦେଖିଲେ। ସେ ତାଙ୍କ ପୁଅ ଆଖିରେ ଏକ ଅଦ୍ଭୁତ ଧଳା ଆଲୋକ ପରି କିଛି ଦେଖିଲେ। ଏହା ପରେ ସେ ନିଜ କାମ ଛାଡ଼ି ପୁଅ ନିକଟକୁ ଯାଇ ସ୍ମାର୍ଟଫୋନର ଫ୍ଲାଶ୍‌ ଲାଇଟ୍‌ ଅନ୍‌ କଲେ। ଏହା ପରେ ସେ ଯାହା ଦେଖିଲେ ତାଙ୍କ ହୋସ୍‌ ଉଡ଼ିଗଲ।

ଯେତେବେଳେ ସେ ନିଜର ଚିନ୍ତା କମାଇବା ପାଇଁ ଇଣ୍ଟରନେଟ୍‌ରେ ଏହାକୁ ନେଇ ସର୍ଚ୍ଚ କଲେ ସେତେବେଳେ ସେ ଆଶ୍ଚର୍ଯ୍ୟ ହୋଇଗଲେ। ଏକ ରିପୋର୍ଟରୁ ପ୍ରକାଶ ଯେ, ତାଙ୍କ ପୁଅ ଥୋମାସ୍‌ର ବିରଳ କର୍କଟ ରୋଗ ରେଟିନୋବ୍ଲାଷ୍ଟୋମା ଭଳି ଲକ୍ଷଣ ରହିଛି।

ଏହା ପରେ ସାରା ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରି ଶିଶୁର ପରୀକ୍ଷା ପାଇଁ ଥୋମାସଙ୍କୁ ମେଡଓ୍ବେ ହସ୍ପିଟାଲକୁ ପଠାଇଲେ। ଅନୁସନ୍ଧାନ ରିପୋର୍ଟ୍‌ ଆସିବା ପରେ ଏହା ପ୍ରମାଣିତ ହୋଇଥିଲା ଯେ ଥୋମାସରେ ରେଟିନୋବ୍ଲାଷ୍ଟୋମା କର୍କଟ ହୋଇଛି। ଏହା ପରେ ତାଙ୍କର ଚିକିତ୍ସା ଆରମ୍ଭ ହୋଇଥିଲା।

ଥୋମାସଙ୍କର କେମୋଥେରାପିର ୬ଟି ପର୍ଯ୍ୟାୟରେ ହୋଇଥିଲା। ଅଧିବେଶନ ସହିତ ଦୀର୍ଘଦିନର ଚିକିତ୍ସା ପରେ, ଥୋମାସ ୧୦ ମଇ ୨୦୨୩ରେ ତାଙ୍କର ଶେଷ କେମୋଥେରାପି କରିଥିଲେ ଏବଂ ବର୍ତ୍ତମାନ ସେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି।

ଧଳା ଫ୍ଲାଶ୍‌ ବ୍ୟତୀତ ଆଖିର ପରିବର୍ତ୍ତିତ ରୂପ କିମ୍ବା ଆଖି ଫୁଲିଯିବା ମଧ୍ୟ କର୍କଟ ରୋଗର ଲକ୍ଷଣ। ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ରିଚାର୍ଡ ଆଷ୍ଟନ କହିଛନ୍ତି, ପ୍ରାୟ ୫୦ ପ୍ରତିଶତ କ୍ଷେତ୍ରରେ ଯଦି ଠିକ ସମୟରେ ଚିକିତ୍ସା ଯୋଗାଇ ଦିଆଯାଇ ନ ଥାଏ ତେବେ ରୋଗୀର ପ୍ରଭାବିତ ଆଖିକୁ ହଟାଇବାକୁ ପଡ଼ିବ। ଥୋମାସଙ୍କ କ୍ଷେତ୍ରରେ ଠିକ୍‌ ସମୟରେ ନିରାକରଣ କରାଯାଇଥିଲା। ଆଖି ବାହାର ନ କରି ଲକ୍ଷଣଗୁଡ଼ିକର ଚିକିତ୍ସା କରାଯାଇଥିବାରୁ ସେ ସୁସ୍ଥ ହୋଇଗଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜଙ୍ଗଲରେ ପଡ଼ିଛି ଦନ୍ତାହାତୀର ମୃତଦେହ, ଅନ୍ୟ ହାତୀ ସହ ଲଢ଼େଇ କରି…

ଲାଞ୍ଜିଗଡ଼/ଭବାନୀପାଟଣା,୨୪।୫(ରମେଶ ଚନ୍ଦ୍ର ନାୟକ,ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଉତ୍ତର ବନଖଣ୍ଡ ନର୍ଲା ରେଞ୍ଜ ଲାଞ୍ଜିଗଡ ବ୍ଲକ ଅନ୍ତର୍ଗତ କମର୍ଦ୍ଧା ଗାଁ ପୋଖରୀ ଉପରେ ଥିବା ପୋରଙ୍ଗଲ…

ବଲାଙ୍ଗୀରରୁ ବରଗଡ଼କୁ ହେଉଥିଲା କଫସିରପ ଚାଲାଣ, ୭୩୩ ବୋତଲ ଜବତ କଲା ଗାଇସିଲେଟ୍‌ ପୋଲିସ

ବରଗଡ଼/ଗାଇସିଲେଟ୍‌,୨୪।୫(ପ୍ରେମାନନ୍ଦ ଖମାରୀ/ଦୁର୍ଗାପ୍ରସାଦ ତ୍ରିବେଦୀ):  ବରଗଡ଼ ଜିଲା ପୋଲିସ ନିଶା କାରବାର ଧରପଗଡ଼ ଅଭିଯାନକୁ ଜୋରଦାର୍‌ କରିଛି । ଶନିବାର ଜିଲାର ଗାଇସିଲେଟ୍‌ ଥାନା ପୋଲିସ ୭୩୩ ବୋତଲ…

ଅଗ୍ନିକାଣ୍ଡ ପରେ ବିଦ୍ୟୁତ୍‌ ଉତ୍ପାଦନ ସମ୍ପୂର୍ଣ୍ଣ ବନ୍ଦ: ଜାଲାପୁଟ କ୍ୟାମ୍ପ ସମେତ ଏକାଧିକ ଗାଁ ଏବେ ଅନ୍ଧାରରେ

ନନ୍ଦପୁର,୨୪ା୫(ତୁଷାର କାନ୍ତ ମହାନ୍ତି): ମାଛକୁଣ୍ଡ ଜଳ ବିଦ୍ୟୁତ୍‌ ପ୍ରକଳ୍ପରେ ଅଗ୍ନିକାଣ୍ଡ ଯୋଗୁ କୋରାପୁଟ ଜିଲା ନନ୍ଦପୁର ବ୍ଲକ ବିଲାପୁଟ ପଞ୍ଚାୟତରେ ଥିବା ଜୋଲାପୁଟ ରିଜର୍ଭର ନିକଟ କ୍ୟାମ୍ପ…

ବଡ଼ଧରଣର ବ୍ରାଉନ ସୁଗାର ନେଟ୍‌ୱର୍କ ଠାବ: ବେପାରୀଙ୍କ ଟାର୍ଗେଟରେ ଥିଲେ ଛାତ୍ରୀଛାତ୍ର

ରାଉରକେଲା,୨୪।୫(ସଙ୍ଗୀତା ଜେନା): ରାଉରକେଲା ପୋଲିସ ଜିଲା ଅନ୍ତର୍ଗତ ପ୍ଲାଣ୍ଟସାଇଟ୍‌ ଥାନା ଅଧୀନ ମୀନାପଡ଼ା ଅଞ୍ଚଳରେ  ଚଢାଉ କରି ଏକ ବଡ଼ଧରଣର ବ୍ରାଉନସୁଗାର ନେଟୱର୍କ ଠାବ କରାଯାଇଛି। ଏହି…

ୟୁକ୍ରେନ ଉପରେ ରୁଷିଆର ବଡ଼ ଆକ୍ରମଣ; ୬୦୦ ଡ୍ରୋନ୍ ଏବଂ ୯୦ ମିସାଇଲ୍ ପ୍ରୟୋଗ, ୪ମୃତ

କିଭ,୨୪।୫: ରୁଷିଆ ୟୁକ୍ରେନର ରାଜଧାନୀ କିଭ୍ ଏବଂ ଆଖପାଖ ଅଞ୍ଚଳ ଉପରେ ଏକ ବଡ଼ ଆକ୍ରମଣ ଆରମ୍ଭ କରିଛି । ୟୁକ୍ରେନୀୟ ବାୟୁସେନା ଅନୁଯାୟୀ, ରୁଷିଆ ମୋଟ…

ରୋଗୀଙ୍କ ସହ ଦୁର୍ବ୍ୟହାର କରୁଛନ୍ତି ପାରଳାଖେମୁଣ୍ଡି ଚିକିତ୍ସାଳୟରେ ମୁତୟନ ସୁରକ୍ଷାକର୍ମୀ, ମୋବାଇଲ ନମ୍ବରରେ ୧୧ ସଂଖ୍ୟା…

ପାରଳାଖେମୁଣ୍ଡି,୨୪ା୫(ଗିରିଧାରୀ ପରିଛା): ବର୍ତ୍ତମାନ ପ୍ରବଳ ଖରା ହେଉଥିବା ବେଳେ ତାତିରୁ ତ୍ରାହି ପାଇଁ ଡହଳ ବିକଳ ହେଉଛନ୍ତି ଲୋକେ । ଏପରି ସ୍ଥଳେ ରୋଗୀଙ୍କ କଥା ଆହୁରି…

ରୋଗୀ ସ୍ଥାନାନ୍ତର ବେଳେ ଚାଲିଲାନି ଆମ୍ବୁଲାନ୍ସ, ଘରୋଇ ଗାଡ଼ିରେ ବ୍ରହ୍ମପୁର ମେଡିକାଲ ଗଲେ

ଛତ୍ରପୁର,୨୪ା୫(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାର ଛତ୍ରପୁର ଉପଖଣ୍ଡ ସରକାରୀ ହସ୍ପିଟାଲରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ଜଣେ ଶିଶୁର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ…

ପ୍ରେମ ପାଇଁ ଜୀବନ ହାରିଲେ ଯୁବକ: ଭିଡିଓ ଭାଇରାଲ

ଭୁବନେଶ୍ୱର,୨୪।୫: ମୟୂରଭଞ୍ଜ ଜିଲା ରାସଗୋବନ୍ଦପୁର ଥାନା ମାଣିନ୍ଦା ଅଞ୍ଚଳରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ପ୍ରେମ ପାଇଁ ଜଣେ ଯୁବକ ବିଷ ପିଇ ସୋସିଆଲ ମିଡିଆରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri