ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ୩୫ ହଜାରରୁ ଊର୍ଦ୍ଧ୍ୱ ଯୁବପିଢ଼ିଙ୍କୁ ମିଳିବ ନିଯୁକ୍ତି

ଖୋର୍ଦ୍ଧା,୩ା୪(ପ୍ରଭାତ ପାଣିଗ୍ରାହୀ): ବିକାଶ ପ୍ରକ୍ରିୟାରେ ଆହୁରି ଆଗକୁ ଯିବ ଖୋର୍ଦ୍ଧା ଜିଲା। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଜିଲାର ପ୍ରଗତିଧାରାକୁ ଆହୁରି ତ୍ୱରାନ୍ବିତ କରିବା ଲକ୍ଷ୍ୟରେ ବିବିଧ ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ଖୋର୍ଦ୍ଧା ହଳଦୀପଦା ଏବଂ ମୁଣ୍ଡାମ୍ବ କାଳିବେତୀରେ ୧୪ଟି ଶିଳ୍ପ ପ୍ରକଳ୍ପ ଶିଳାନ୍ୟାସ ଓ ଉଦ୍‌ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ। ହଳଦୀପଦାରେ ଆୟୋଜିତ ସମାବେଶକୁ ସମ୍ବୋଧିତ କରି ମୁଖମନ୍ତ୍ରୀ କହିଲେ ୨୦୩୬ ସୁଦ୍ଧା ସମୃଦ୍ଧ ଓଡ଼ଶା ଗଠନ ଲକ୍ଷ୍ୟ ରହିଛି। ଓଡ଼ିଶା ଏକ କୃଷିପ୍ରଧାନ ରାଜ୍ୟ। ତଥାପି ଓଡ଼ିଶାକୁ ପ୍ରଗତିପଥରେ ଆଗେଇ ନେବାକୁ ହେଲେ ଦ୍ରୁତ ଶିଳ୍ପାୟନ ଜରୁରୀ। ଶିଳ୍ପାୟନ ପାଇଁ ମାନବ ସମ୍ବଳ ଜରୁରୀ। ଯୁବପିଢି ଶିଳ୍ପାୟନର ଇଞ୍ଜିନ ସଦୃଶ। ଶିଳ୍ପର ଅଭିବୃଦ୍ଧି ସହ ବେକାର ଯୁବତୀଯୁବକଙ୍କୁ ନିଯୁକ୍ତିକୁ ସରକାର ପ୍ରାଧାନ୍ୟ ଦେଉଛନ୍ତି। ଏହି ପ୍ରକଳ୍ପରେ ୧୬ହଜାର କୋଟି ପୁଞ୍ଜିନିବେଶ ସହ ୩୫ହଜାର ଯୁବତୀଯୁବକଙ୍କୁ କର୍ମ ନିଯୁକ୍ତି ଦିଆଯିବ। ପୂର୍ବ ସକାର ଏମ୍‌ଓୟୁ ସ୍ବାକ୍ଷର କରୁଥିଲେ, ଶିଳ୍ପ ପ୍ରକଳ୍ପ ଆରମ୍ଭ ହୋଇ ପାରି ନଥିଲା। ଆମ ସରକାର ଯାହା ପ୍ରତିଶ୍ରୁତି ଦେଇଛନ୍ତି ତାହା କାର୍ଯ୍ୟକାରୀ କରୁଛନ୍ତି। ଦିଲ୍ଲୀପ ମୁମ୍ବାଇ ଓ ସିଙ୍ଗାପୁରରେ ଶିଳ୍ପାୟନ ପାଇଁ ସରକାର ରୋଡ୍‌ ଶୋ’ କରିଥିଲେ। ଶିଳ୍ପସଂସ୍ଥାକୁ ସ୍ବାଗତ କରିବା ସହ ଭିତ୍ତିଭୂମି ଯୋଗାଇ ଦିଆଯାଇଛି। ରାଜ୍ୟର ବିକାଶରେ ସହଭାଗୀ ହେବାକୁ ମୁଖ୍ୟମନ୍ତ୍ରୀ ଆହ୍ବାନ କରିଛନ୍ତି। ଏହି ଅବସରରେ ଶିଳ୍ପ ସଂସ୍ଥାର ସିଇଓମାନେ ଉପସ୍ଥିତ ରହି ଅନୁଭୂତି ପ୍ରଦାନ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଶିଳ୍ପମନ୍ତ୍ରୀ ସମ୍ପଦ ସ୍ବାଇଁ, ଶାସନ ସଚିବ ହେମନ୍ତ ଶର୍ମା, ଇପିକଲ ନିଦ୍ଦେର୍ଶକ ଭୂପିନ୍ଦର ପୁନିଆ, ବିଧାୟକ ପ୍ରଶାନ୍ତ ଜଗଦେବ ଓ ବିଭୂତି ବଳବନ୍ତରାୟ ଓ ଜିଲାପାଳ ଚଞ୍ଚଳ ରାଣା ଉପସ୍ଥିତ ଥିଲେ।
ଆଜି ମଧ୍ୟାହ୍ନ ହେଲିକପ୍ଟର ଯୋଗେ ହଳଦିପଦା ଅସ୍ଥାୟୀ ହେଲିପ୍ୟାଡ୍‌ରେ ଓହ୍ଲାଇଥିଲେ। ପାରମ୍ପରିକ ଲୋକନୃତ୍ୟ, ବାଦ୍ୟଯନ୍ତ୍ରର ତାଳେ ତାଳେ ବିଧାୟକ, ପ୍ରଶାସନିକ ଅଧିକାରୀ, ସ୍ଥାନୀୟ ଜନତା ସ୍ବାଗତ କରିଥିଲେ। ଭାଜପା ଯୁବ ମୋର୍ଚ୍ଚା ପକ୍ଷରୁ ବିଶାଳ ଫୁଲମାଳରେ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କେସିଙ୍ଗା ଅବକାରୀ ଥାନାରେ ନୂଆ ଓଆଇସିଙ୍କ ଯୋଗଦାନ

କେସିଙ୍ଗା,୫ା୯(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଅବକାରୀ ଥାନାରେ ନୂତନ ଭାବେ ମଳୟ ପ୍ରଧାନ ଓଆଇସି ଭାବେ ଯୋଗଦାନ କରିଛନ୍ତି। ସେ ଏହା ପୂର୍ବରୁ ବରଗଡ଼ରେ ଏଆଇସି…

ହୃଦୟ ଜିଣିଲେ ହାର୍ଦ୍ଦିକ ପାଣ୍ଡ୍ୟା: ଭାରତୀୟ ସୈନ୍ୟଙ୍କ ସହ…

ନୂଆଦିଲ୍ଲୀ,୫।୯: ଭାରତୀୟ କ୍ରିକେଟ ଦଳର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଫଟୋ BSF (ସୀମା ସୁରକ୍ଷା ବଳ) କର୍ମଚାରୀଙ୍କ ସହ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ସେ…

ସ୍ତ୍ରୀ ପଛେ ପଛେ ସ୍ବାମୀଙ୍କ ମୃତ୍ୟୁ, ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳି ଆଣିଲେ ୨ ମୃତଦେହ, ସନ୍ଦେହରେ…

ଭଦ୍ରକ,୫ା୯(ସନାତନ ରାଉତ): ମୃତ୍ୟୁର ୨ ଦିନ ପରେ ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳା ହେଲା ଶବ। ସାପ କାମୁଡ଼ାରେ ମୃତ୍ୟୁ ହୋଇଥିବା ସନ୍ଦେହ କରି ପରିବାର…

‘ଯୁଗେ ଯୁଗେ ଗୁରୁ ହିଁ ଶ୍ରେଷ୍ଠ, ଗୁରୁ ହେଉଛନ୍ତି ସମାଜ ସଂସ୍କାରକ’

ଅମରପାଲି,୫ା୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମରପାଲି ହାଇସ୍କୁଲରେ ଗୁରୁଦିବସ ପାଳନ ଅବସରରେ ଛାତ୍ରୀମାନଙ୍କ ଦ୍ୱାରା ନାଟକ ତସ୍ମୈ ଶ୍ରୀ ଗୁରବେ ନମଃ ପରିବେଷଣ…

ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କଲା ଆମେରିକା; ଖାର୍ଗ ଦ୍ୱୀପ ନିକଟରେ ୪ କ୍ଷେପଣାସ୍ତ୍ର ମାଡ଼

ତେହରାନ,୫।୯: ଆମେରିକା ଖାର୍ଗ ଦ୍ୱୀପ ନିକଟରେ ଏକ ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କରିଛି। ଆମେରିକା ଜାହାଜ ଉପରେ ଲଗାତାର ଚାରୋଟି କ୍ଷେପଣାସ୍ତ୍ର ମାଡ଼ କରିଛି।…

ଶିକ୍ଷକ ସମ୍ମାନ ସମାରୋହ: ଆଦର୍ଶ ଶିକ୍ଷୟିତ୍ରୀ-ଶିକ୍ଷକ ସମ୍ବର୍ଦ୍ଧିତ

କଟକସଦର,୫ା୯(ସୁଶାନ୍ତ କୁମାର ଜେନା): ପବିତ୍ର ଗୁରୁଦିବସ ଉପଲକ୍ଷେ କଟକ ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବ୍ରହ୍ମପୁରଠାରେ ଶନିବାର ଶିକ୍ଷକ ସମ୍ମାନ ସମାରୋହ- ୨୦୨୬ର ଆୟୋଜନ କରାଯାଇଥିଲା। ଏହି…

ପୁଇଁତୋଳା ପରିଚାଳନା କମିଟି ପକ୍ଷରୁ ଗଣେଶ ପୂଜା ପ୍ରସ୍ତୁତି: ଯୋଗଦେବେ ଛତ୍ରପୁର ବିଧାୟକ, ଟପ୍ପର ବିଦ୍ୟାର୍ଥୀଙ୍କୁ …

୫।୯ (ବିଦ୍ୟାଧର ସାହୁ): ଆସନ୍ତା ୧୪ ତାରିଖରେ ଅଗ୍ରପୂଜ୍ୟ ଗଜାନନଙ୍କ ଶ୍ରୀଗଣେଶ ଚତୁର୍ଥୀ। ଏଥିପାଇଁ ଗାଁଠୁ ସହର ସବୁଠି ଉତ୍ସବର ମାହୋଲ ଦେଖାଦେଇଛି। ଆକର୍ଷଣୀୟ ମେଢ଼ ସାଙ୍ଗକୁ…

ବାଘୁଆମନ୍ଦିରରୁ ଚୋରି, ଦେଉଳରୁ ସୁନା, ରୁପା…

ଗୁଣୁପୁର, ୫।୯ (ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣୁପୁର ସହରର ପୁରୁଣା ବସ୍‌ଷ୍ଟାଣ୍ଡ ନିକଟରେ ଥିବା ପୁରାତନ ଶୈବପୀଠ ବାଘୁଆ ମନ୍ଦିର ତଥା ଉମା ରାମଲିଙ୍ଗେଶ୍ୱର ମନ୍ଦିରରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri