କଥା ଦେଲେ ମୁଖ୍ୟମନ୍ତ୍ରୀ, ଦାରିଙ୍ଗବାଡ଼ି ଶୀତ ମହୋତ୍ସବକୁ ଆସିବେ କହିବା ପରେ…

ଦାରିଙ୍ଗବାଡ଼ି,୨୩ା୧୨(ଅରୁଣ ସାହୁ): ଓଡ଼ିଶାର କଶ୍ମୀର ଦାରିଙ୍ଗବାଡ଼ିରେ ଶୀତ ମହୋତ୍ସବ ପାଳନ ପାଇଁ ଦିନ ଯେତେ ନିକଟତର ହେଉଛି ସେତିକି ଉତ୍ସାହ ଦେଖାଯାଉଛି। ଆସନ୍ତା ୮ରୁ ୧୧ ପର୍ଯ୍ୟନ୍ତ ୪ଦିନ ଧରି ଏହି ମହୋତ୍ସବ ପାଳନ ହେବାକୁ ରହିଥିବାବେଳେ ଏହି ମହୋତ୍ସବରେ ରାଜ୍ୟର ମୁଖିଆମାନେ ଯୋଗଦାନ କରିବାକୁ ପହଞ୍ଚିବେ। ପୂର୍ବରୁ ବାଣିଜ୍ୟ ଓ ପରିବହନ ତଥା ଖଣି ଓ ଇସ୍ପାତ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଏହି ମହୋତ୍ସବରେ ଯୋଗଦାନ କରିବାକୁ ପ୍ରତିଶ୍ରୁତି ଦେଇଥିବା ବେଳେ ବିଧାନସଭାର ବାଚସ୍ପତି ସୁରମା ପାଢ଼ୀ ମଧ୍ୟ ଉଦ୍‌ଯାପନୀ ଉତ୍ସବରେ ଯୋଗଦାନ ପାଇଁ ପ୍ରତିଶ୍ରୁତି ଦେଇଥିଲେ। ମଙ୍ଗଳବାର ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ଦାରିଙ୍ଗବାଡ଼ି ଆସିବାକୁ ଓ ଏହି ମହୋତ୍ସବରେ ଯୋଗଦାନ କରିବାକୁ ସହମତି ପ୍ରକାଶ କରିଛନ୍ତି।

ପ୍ରକାଶ ଯେ, ଶୀତ ମହୋତ୍ସବ ପାଳନ କମିଟିର କର୍ମକର୍ତ୍ତା ତଥା ବ୍ଲକ ଅଧ୍ୟକ୍ଷ ସୁଶାନ୍ତ କୁମାର ପ୍ରଧାନଙ୍କ ନେତୃତ୍ୱରେ କମିଟିର ସମ୍ପାଦକ ତଥା ବିଡିଓ ପ୍ରୀତିରଞ୍ଜନ ରଥ, ଭାଜପା ମଣ୍ଡଳ ସଭାପତି ମିଟୁ ସାହୁ, ଜିଲା ସମ୍ପାଦକ ସନ୍ତୋଷ ସାହୁ ପ୍ରମୁଖ ଭୁବନେଶ୍ୱରରେ ପହଞ୍ଚି ସେଠାରୁ କନ୍ଧମାଳ ଏମ୍‌ପି ସୁକାନ୍ତ କୁମାର ପାଣିଗ୍ରାହୀ, ପୂର୍ବତନ ବିଧାୟିକା ଅଜୟନ୍ତୀ ପ୍ରଧାନ ପ୍ରମୁଖ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ପହଞ୍ଚି ତାଙ୍କୁ ଶୀତ ମହୋତ୍ସବରେ ଅତିଥି ଭାବେ ଯୋଗଦେବାକୁ ନିମନ୍ତ୍ରଣ କରିଥିଲେ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଆଇନ ସଚେତନତା କାର୍ଯ୍ୟକ୍ରମ, ଯୌନ ନିର୍ଯାତନା….

ଭଞ୍ଜନଗର,୨୮।୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ତାଲୁକ ଆଇନ ସେବା କମିଟିର ଆନୁକୂଲ୍ୟରେ ରବିବାର ସ୍ଥାନୀୟ ଭଞ୍ଜ କଲେଜ ଅଫ୍ ନର୍ସିଂ ପରିସରରେ ଏକ ଆଇନ ସଚେତନତା…

ରାଇସ ମିଲ୍‌ ପରିସରରୁ ମିଳିଲା ସ୍କ୍ରାପ ଗୋଟାଳିଙ୍କ ମୃତଦେହ, କାରଣ ଖୋଜୁଛି ପୋଲିସ

କୁଆଁରମୁଣ୍ଡା,୨୮।୬(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ଥାନା ଅଧୀନ କୁମଝରିଆ ପଞ୍ଚାୟତ ବିଜାବାହାଲ ନିକଟସ୍ଥ ଏକ ରାଇସ ମିଲ୍‌ ପରିସରରୁ ଜଣେ ବୃଦ୍ଧାଙ୍କ ମୃତଦେହ ମିଳିଛି।…

‘ତତ୍କାଳ’ ଏବଂ ‘କରେଣ୍ଟ’ ଟିକେଟ୍ ବୁକିଂ ମଧ୍ୟରେ ଥିବା ତଫାତ କ’ଣ? ଜାଣିଥିଲେ ସହଜ ହେବ ଯାତ୍ରା

ନୂଆଦିଲ୍ଲୀ,୨୮।୬: ଭାରତୀୟ ରେଳବାଇରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ ଟିକେଟ୍ ବୁକିଂର ଅନେକ ବିକଳ୍ପ ରହିଛି। ଏହା ମଧ୍ୟରେ ତତ୍କାଳ ବୁକିଂ (Tatkal Booking) ଏବଂ କରେଣ୍ଟ…

ଚିତ୍କାର-ଧୂଆଁ-ମୃତ୍ୟୁ…ବଡ଼ ଧରଣର ହେଲିକପ୍ଟର ଦୁର୍ଘଟଣା, ୧୪ମୃତ

ରିୟାଦ,୨୮।୬: ସାଉଦି ଆରବର ରାସ୍ ତନୁରା ଅଞ୍ଚଳରେ ଏକ ବଡ଼ ହେଲିକପ୍ଟର ଦୁର୍ଘଟଣା ହୋଇଛି । ଏଥିରେ ପ୍ରାୟ ୧୪ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ରହିଛି…

IND vs IRE: ପୁଣି ନିରାଶ ହେଲେ ବୈଭବ; କିଏ ସେହି ସୂର୍ଯ୍ୟାଂଶ-ପ୍ରିନ୍ସ, ଯାହାଙ୍କୁ ମିଳିଲା ସୁଯୋଗ?

ବେଲଫାଷ୍ଟ,୨୮।୬: ଭାରତ ଏବଂ ଆୟରଲ୍ୟାଣ୍ଡ ମଧ୍ୟରେ ଚାଲିଥିବା ଟି-୨୦ ସିରିଜ୍‌ର ଆରମ୍ଭ ବେଶ୍ ରୋମାଞ୍ଚକର ରହିଛି, ଯେଉଁଠାରେ ଘରୋଇ ଦଳ ପ୍ରଥମ ମ୍ୟାଚ୍‌ରେ ଭାରତକୁ ହରାଇ ଇତିହାସ…

ଦେବସ୍ନାନ ପୂର୍ଣ୍ଣିମା, ଆସନ୍ତାକାଲି ସବୁ ସ୍କୁଲ୍‌ ବନ୍ଦ

ପୁରୀ,୨୮ା୬: ସୋମବାର ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ଆସନ୍ତାକାଲି ଅର୍ଥାତ୍ ସୋମବାର ପୁରୀ ମହାନଗର ନିଗମରେ ବନ୍ଦ ରହିବ ସମସ୍ତ ସ୍କୁଲ । ଶିଶୁ ବାଟିକାଠାରୁ ଦ୍ବାଦଶ…

ପ୍ରଦୀପଙ୍କ ମୃତ୍ୟୁକୁ ନେଇ ଅଞ୍ଚଳରେ ଶୋକର ଛାୟା, ସହଯୋଗର ହାତ ବଢ଼ାଇଲେ ସାଥି ଶିକ୍ଷକ

ଦାରିଙ୍ଗବାଡି,୨୮ା୬(ଅରୁଣ ସାହୁ): ଜଣେ ଶିକ୍ଷକଙ୍କ ମୃତ୍ୟୁ ପରେ ତାଙ୍କ ସାଥି ଶିକ୍ଷକ ମାନେ ମୃତକଙ୍କ ପରିବାର ଲୋକଙ୍କୁ ସହାୟତାର ହାତ ବଢ଼ାଇ ଚର୍ଚ୍ଚାକୁ ଆସିଛନ୍ତି । ପ୍ରକାଶଯୋଗ୍ୟ…

ଅଲଗା ହେବେ ଗୌରବ ଖାନ୍ନା-ଆକାଂକ୍ଷା ଚମୋଲା, ସାମ୍ନାକୁ ଆସିଲା ଛାଡ଼ପତ୍ରର ଅସଲ କାରଣ!

ମୁମ୍ବାଇ: ଅଲଗା ହେବେ ଟେଲିଭିଜନ ଦୁନିଆର ଆଉ ଏକ ପ୍ରିୟ ଦମ୍ପତି। ଅଭିନେତ୍ରୀ ଆକାଂକ୍ଷା ଚମୋଲା ଏବଂ ଅଭିନେତା ତଥା ବିଗ୍‌ବସ୍‌ ବିଜେତା ଗୌରବ ଖାନ୍ନାଙ୍କ ସମ୍ପର୍କରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri