Posted inଜାତୀୟ

ବିକାଶ ବିଜ୍ଞାପନ ଚିତ୍ର ନେଇ ଅଡୁଆରେ ମୁଖ୍ୟମନ୍ତ୍ରୀ..

ଲକ୍ଷ୍ନୌ,୧୨।୯: ବିକାଶର ଭୁଲ୍‌ ବିଜ୍ଞାପନ ଚିତ୍ର ନେଇ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସରକାର ଏବେ ଅଡୁଆରେ ପଡ଼ିଛନ୍ତି। ଏନେଇ ତୃଣମୂଳ କଂଗ୍ରେସ (ଟିଏମସି) ଏବଂ ଆମ୍‌ ଆଦ୍‌ମୀ ପାର୍ଟି (ଏଏପି) ପକ୍ଷରୁ ଯୋଗୀ ସରକାରଙ୍କୁୁ ଘେରିବା ଆରମ୍ଭ ହୋଇଛି। ଟିଏମସି ଏବଂ ଏଏପି କହିଛନ୍ତି ଯେ ବିଜ୍ଞାପନରେ ବ୍ୟବହୃତ ଫ୍ଲାଏ ଓଭରର ଚିତ୍ର କୋଲକାତାର।

ଯୋଗୀ ଆଦିତ୍ୟନାଥଙ୍କ ଏକ ପ୍ରମୁଖ ବିଜ୍ଞାପନରେ କୋଲକାତାର ଫ୍ଲାଏ ଓଭରର ଫଟୋ ଦେଖାଯିବା ପରେ ଏକ ଅଡୁଆ ସୃଷ୍ଟି ହୋଇଛି। ଭାଜପାରୁ ଟିଏମସିରେ ଯୋଗ ଦେଇଥିବା ନେତା ମୁକୁଲ ରାୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରି କହିଛନ୍ତି ଯେ ନିଜ ଦଳକୁ ବଞ୍ଚାଇବାରେ ଅସମର୍ଥ ହୋଇ ଏଭଳି କରିଛନ୍ତି ବୋଲି କହିଛନ୍ତି।

ପଶ୍ଚିମବଙ୍ଗର ବିକାଶର ଚିତ୍ରକୁ ନିଜର ବୋଲି କହିବା ଦୁଃଖର ବିଷୟ ବୋଲି ଆମ ଆଦମୀ ପାର୍ଟିର ଜାତୀୟ ମୁଖପାତ୍ର ତଥା ରାଜ୍ୟସଭା ଏମ୍‌ପି ସଞ୍ଜୟ ସିଂ ମଧ୍ୟ ଏହି ଚିତ୍ରକୁ ଶେୟାର କରି କହିଛନ୍ତି, ଏଭଳି ବିକାଶ କେବେ ଶୁଣାଯାଇ ନ ଥିଲା କିମ୍ବା ଦେଖାଯାଇ ନ ଥିଲା। କୋଲକାତା ଫ୍ଲାଏ ଓଭରକୁ ଲକ୍ଷ୍ନୌକୁ ଟଣା ହୋଇ ଅଣାଯାଇଛି। ଯୋଗୀଙ୍କ ବିକାଶ ବିଜ୍ଞାପନ ନେଇ ଏବେ ବିରୋଧୀ ଭାଜପାକୁ ଟାର୍ଗେଟ କରିବା ଆରମ୍ଭ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆତଙ୍କବାଦ ପ୍ରସଙ୍ଗରେ ଇମ୍ରାନ୍‌ଙ୍କୁ ରାଜନାଥଙ୍କ ପ୍ରସ୍ତାବ: ପାକିସ୍ତାନକୁ ସେନା ପଠାଇବୁ

କର୍ନାଲ,୧୪ା୧୦: ପାକିସ୍ତାନ ଯଦି ଆତଙ୍କବାଦ ବିରୋଧରେ ଲଢ଼େଇ କରିବା ପାଇଁ ଗମ୍ଭୀର ତେବେ ଆମେ ସହଯୋଗ କରିବାକୁ ପ୍ରସ୍ତୁତ ଅଛୁ। ଭାରତୀୟ ସେନାକୁ ପାକିସ୍ତାନ ପଠାଇପାରିବୁ...

‘ଜରୁରୀକାଳୀନ ପରିସ୍ଥିତ ଭାରତୀୟ ଗଣତନ୍ତ୍ର ଉପରେ କଳାଦାଗ’

ମ୍ୟୁନିକ୍‌,୨୬ା୬: ଜି ୭ ସମ୍ମିଳନୀରେ ଯୋଗଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଜର୍ମାନୀର ମ୍ୟୁନିକ୍‌ରେ ପହଞ୍ଚିଛନ୍ତି। ଭାରତ ଜି ୭ର ସଦସ୍ୟ ହୋଇ ନ...

୩୧ ଅଗଷ୍ଟ ଯାଏ ଅନ୍ତର୍ଜାତୀୟ ବିମାନ ଉଡାଣ ଉପରେ ପ୍ରତିବନ୍ଧକ

ନୂଆଦିଲ୍ଲୀ,୩୦।୭: କରୋନାର ସମ୍ଭାବ୍ୟ ତୃତୀୟ ଲହର ଆଶଙ୍କାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ପୁଣି ଥରେ ଅନ୍ତର୍ଜାତୀୟ ବିମାନ ଉଡ଼ାଣ ସେବା ଉପରେ ଥିବା ପ୍ରତିବନ୍ଧକକୁ...

ନୂଆ ପ୍ରଚାରରେ ଚନ୍ନିଙ୍କୁ ଥୋର, ରାହୁଲଙ୍କୁ ହଲ୍କ ଦର୍ଶାଇଲା କଂଗ୍ରେସ

ନୂଆଦିଲ୍ଲୀ,୨୫।୧: ଆସନ୍ତା ମାସରେ ହେବାକୁ ଥିବା ବିଧାନସଭା ନିର୍ବାଚନ ଲାଗି ରୋଡ୍‌ ଶୋ ଓ ରାଲି ଉପରେ ପ୍ରତିବନ୍ଧକ ଲଗାଯାଇଥିବାରୁ ରାଜନୈତୀକ ଦଳ ଅନଲାଇନ ପ୍ରଚାରରେ...

କଂଗ୍ରେସର ରାଜ୍ୟସଭା ସଦସ୍ୟଙ୍କ ସହ ସୋନିଆଙ୍କ ବୈଠକ: ରାଜନୈତିକ ସ୍ଥିତି ଉପରେ ଚର୍ଚ୍ଚା

ନୂଆଦିଲ୍ଲୀ,୩୦।୭: କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ଗୁରୁବାର ଦଳର ରାଜ୍ୟସଭା ସଦସ୍ୟଙ୍କ ସହ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଏକ ବୈଠକ କରିଛନ୍ତି। ଏହି ବୈଠକରେ ବର୍ତ୍ତମାନର...

ବିହାର ନିର୍ବାଚନ ପୂର୍ବରୁ ଆର୍‌ଜେଡିକୁ ଝଟ୍‌କା

ପାଟନା,୧୦ ।୯: ବିହାର ବିଧାନସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ରାଷ୍ଟ୍ରୀୟ ଜନତା ଦଳ(ଆର୍‌ଜେଡି)କୁ ବଡ ଝଟ୍‌କା ଲାଗିଛି । ଆର୍‌ଜେଡିର ପୂର୍ବତନ ଉପାଧ୍ୟକ୍ଷ ତଥା...

ଗିରଫ ହେଲେ କାଳିଚରଣ

ରାୟପୁର,୩୦ ।୧୨: ମହାତ୍ମା ଗାନ୍ଧୀଙ୍କୁ ନେଇ ଆପତ୍ତିଜନକ ଟିପ୍ପଣି ଦେଇଥିବା କାଳିଚରଣ ମହାରାଜଙ୍କୁ ଶେଷରେ ପୋଲିସ ଗିରଫ କରିଛି । ରାୟପୁର ପୋଲିସ ତାଙ୍କୁ ମଧ୍ୟପ୍ରଦେଶର...

ପଲିଟିକାଲ୍‌ ଜେନେରାଲ

ଭାରତୀୟ ସ୍ଥଳସେନାର ପୂର୍ବତନ ମୁଖ୍ୟ ଜେନେରାଲ ବିପିନ ରାଓ୍ବତ୍‌ଙ୍କୁ ଅବସର ପରେ ତତ୍କାଳ ଦେଶର ପ୍ରଥମ ଚିଫ୍‌ ଅଫ୍‌ ଡିଫେନ୍ସ ଷ୍ଟାଫ୍‌ (ସିଡିଏସ୍‌) ନିଯୁକ୍ତ କରାଯାଇଥିଲା।...

Advertisement
Archives

Model This Week