ଗିରଫ ହେଲେ କୁବେର ଯନ୍ତ୍ରୀ, ଚଢାଉ ପରେ ଧରାପଡିଲା ଅମାପ ଅମାପ ସମ୍ପତ୍ତି

ଭୁବନେଶ୍ୱର,୨୬।୭: ଗିରଫ ହେଲେ କୁବେର ନିର୍ମାଣ ଯନ୍ତ୍ରୀ ସୁନୀଲ ରାଉତ। ଆୟ ବର୍ହିଭୂତ ସମ୍ପତ୍ତି ଠୂଳ ଅଭିଯୋଗରେ ଶୁକ୍ରବାର ଯନ୍ତ୍ରୀ ସୁନୀଲ ରାଉତଙ୍କୁ ଗିରଫ କରିଛି ଭିଜିଲାନ୍ସ। ବଲାଙ୍ଗୀର ଲୋୟର ସୁକ୍ତେଲ ପ୍ରକଳ୍ପର ମୁଖ୍ୟ ନିର୍ମାଣ ଯନ୍ତ୍ରୀ ସୁନୀଲ କୁମାର ରାଉତ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ଭିଜିଲାନ୍ସ ଚଢ଼ାଉ ପରେ ତାଙ୍କର ସମ୍ପତ୍ତି ତାଲିକା ଲମ୍ବିିବାରେ ଲାଗିଛି।

ଶୁକ୍ରବାର ସକାଳ ସୁଦ୍ଧା ଭିଜିଲାନ୍ସ ସୂଚନା ମୁତାବକ କଟକ, ଭୁବନେଶ୍ୱର, ପୁରୀ, ଢେଙ୍କାନାଳ ଏବଂ ଉତ୍ତରପ୍ରଦେଶ ମଥୁରାର ଗୁରୁତ୍ବପୂର୍ଣ୍ଣ ସ୍ଥାନରେ ଦୁଇଟି ମିଶାଇ ମୋଟ ୩୬ଟି ପ୍ଲଟ ରହିଛି। ଏଥିସହିତ ୨.୨୬ କୋଟି ଟଙ୍କା ଜମା ଆକାରରେ ଭିଜିଲାନ୍ସ ପାଇଛି। ବିଭିନ୍ନ ବୀମା କମ୍ପାନୀଗୁଡିକରେ ରାଉତ ୧.୮୬ କୋଟି ଟଙ୍କା ନିବେଶ କରିଛନ୍ତି। ତେବେ ବ୍ୟାଙ୍କରେ ୪୦.୩୯ ଲକ୍ଷ ଟଙ୍କା ଜମା ଆକାରରେ ରହିଛି। ଏପର୍ଯ୍ୟନ୍ତ ଆକଳନ କରାଯାଇଥିବା ମୋଟ ଜମା ୨୨, ୦୦୦ କୋଟିରୁ ଅଧିକ ହେବ। ଏବେ ଭିଜିଲାନ୍ସ ଶେୟାର ଏବଂ ଅନ୍ୟାନ୍ୟ ଆର୍ଥିକ ଉପକରଣରେ ବିନିଯୋଗର ଅଧିକ ବିବରଣୀ ଯାଞ୍ଚ କରୁଥିବା କହିଛି

ଢେଙ୍କାନାଳରର ସପ୍ତଶଯ୍ୟାରେ ୮ ଏକର ଜମିରୁ ଅଧିକ ଜମିରେ ଥିବା ଫାର୍ମ ହାଉସ ମଧ୍ୟରେ ଅପର୍ଯ୍ୟାପ୍ତ ସମ୍ପତ୍ତି ଠାବ କରିଛି ଭିଜିଲାନ୍ସ। ଫାର୍ମ ହାଉସ ଭିତରେ ଦୁଇ ମହଲା ବିଶିଷ୍ଟ ଏକ ବିଳାସପୂର୍ଣ୍ଣ ଘର। ୨୧୨୩ ବର୍ଗଫୁଟର ଗୋଟିଏ କୁକୁଡ଼ା ଫାର୍ମ। ଯେଉଁଠାରେ ପ୍ରାୟ ୧୦୦୦ ସଂଖ୍ୟକ ଦେଶ କୁକୁଡ଼ା ଏବଂ ବତକ ଅଛନ୍ତି। ୨୫୫୦ ବର୍ଗଫୁଟର ଗୋଟିଏ ଗାଈ ଫର୍ମ। ଯେଉଁଠାରେ ୪୫ ଗାଈ ଏବଂ ୨୫ ବାଛୁରୀ ଅଛନ୍ତି। ତେବେ ଫାର୍ମ ହାଉସରେ ଅମାପ ସମ୍ପତ୍ତିର ଠାବ ହୋଇଥିବାରୁ ଏହି ପରିପ୍ରେକ୍ଷୀରେ ଭେଟେରାନାରୀ ଅଧିକାରୀଙ୍କ ସହାୟତା ଲୋଡିଛନ୍ତି ଭଜିଳାନ୍ସ ଅଧିକାରୀ। ତେବେ ଭିଜିଲାନ୍ସ ଅଧିକାରୀ ଯାହା ସୂଚନା ଦେଇଛନ୍ତି ମୁଖ୍ୟ ର୍ନିମାଣ ଯନ୍ତ୍ରୀ ସୁନୀଲ କୁମାର ରାଉତ ଲକର ଏପର୍ଯ୍ୟନ୍ତ ଖୋଲାଯାଇନାହିଁ।

ତେବେ ଗୁରୁବାର ଭିଜିଲାନ୍ସର ୯ଟି ଟିମ ସୁନୀଲଙ୍କ ଘର ସମେତ ଭୁବନେଶ୍ୱର, ବଲାଙ୍ଗୀର, ପୁରୀ, ଅନୁଗୋଳ, କଟକର ୯ ସ୍ଥାନରେ ଏକକାଳୀନ ଚଢ଼ାଉ କରିଛି। ଏହି ସ୍ଥାନ ମଧ୍ୟରେ ସୁନୀଲଙ୍କ କଟକ ଗୁରୁଡିଝାଟିଆସ୍ଥିତ ପୈତୃକ ଘର, ଅନୁଗୋଳ କିଶୋରନଗରସ୍ଥିତ ପୁଅଙ୍କ ଘର, ଢେଙ୍କାନାଳ ଜିଲା ସଦର ଥାନା ସପ୍ତଶଯ୍ୟା ପଡା ଗ୍ରାମରେ ଥିବା ହରେକୃଷ୍ଣ ନର୍ସରି ଓ ୮ ଏକର ବିଶିଷ୍ଟ ଫାର୍ମ ହାଉସ, ନୟାପଲ୍ଲୀସ୍ଥିତ ସମ୍ପର୍କୀୟଙ୍କ ଘର, ବଲାଙ୍ଗୀରସ୍ଥିତ ବାସଭବନ ଓ ଅଫିସ ଚାମ୍ବର ଆଦି ରହିଛି। ତେବେ ଚଢ଼ାଉ ସମୟରେ ଭିଜିଲାନ୍ସ ସୁନୀଲଙ୍କ ବିପୁଳ ସମ୍ପତ୍ତି ଠାବ କରିଛି। କଟକ, ଭୁବନେଶ୍ୱର, ପୁରୀ ଓ ଢେଙ୍କାନାଳରେ ମୋଟ ୩୪ଟି ପ୍ଲଟ ରହିଛି। ୩୪ଟି ପ୍ଲଟ ମଧ୍ୟରୁ ଭୁବନେଶ୍ୱରରେ ୫, ପୁରୀରେ ୩, କଟକରେ ୧୯ ଓ ଢେଙ୍କାନାଳରେ ୭ ପ୍ଲଟ ରହିଛି।

ସେହିପରି ଭୁବନେଶ୍ୱର ଚନ୍ଦ୍ରଶେଖରପୁର ନୀଳାଦ୍ରିବିହାରସ୍ଥିତ ପ୍ଲଟ ନଂ.୯୦ରେ ଥିବା ଗୋଟିଏ ୩ ମହଲା କୋଠା, ନୟାପଲ୍ଲୀ ନୀଳକଣ୍ଠ ନଗରସ୍ଥିତ ପ୍ଲଟ ନଂ. ୪୯୪ରେ ଥିବା ଗୋଟିଏ ଦୁଇ ମହଲା କୋଠା, ପୁରୀ ଜିଲା ଶ୍ରୀକ୍ଷେତ୍ର ଭକ୍ତ ନିବାସ ବ୍ଲକ-ଜେ ଗ୍ରାଉଣ୍ଡ ଫ୍ଲୋର୍ରେ ଥିବା ୨ ବିଏଚ୍କେ ଫ୍ଲାଟ (ନଂ.୦୦୨), ପୁରୀ ଭିଆଇପି ରୋଡ୍ସ୍ଥିତ କ୍ରୀଷ୍ଣାଧାମ ଆପାର୍ଟମେଣ୍ଟରେ ଏକ ଓ୍ବାନ ବିଏଚ୍କେ ଫ୍ଲାଟ (ନଂ.ସି/୧୦୪) ଠାବ ହୋଇଛି। ଏସବୁ ସମ୍ପତ୍ତିର ପ୍ରକୃତ ମୂଲ୍ୟ ଜାଣିବାକୁ ଭିଜିଲାନ୍ସ ଟେକ୍ନିକାଲ ଉଇଙ୍ଗ ପ୍ରୟାସ ଜାରି ରଖିଛି। ଏଥିସହ ତାଙ୍କ ଘରୁ ୨ ଲକ୍ଷ ୩୪ ହଜାର ୧୨୦ ଟଙ୍କା, ୧୭୬ ଗ୍ରାମର ସୁନା ଅଳଙ୍କାର, ୫୦୦ ଗ୍ରାମର ରୁପା ଅଳଙ୍କାର ଠାବ ହୋଇଛି।

ସେହିପରି ୩୭ ଲକ୍ଷ ୩୬ ହଜାର ୫୯୭ ଟଙ୍କାର ଗୋଟିଏ ଟ୍ରକ (ଟାଟା ଏଲ୍ପିଟି), ୨ଟି ବେନାମୀ ଚାରିଚକିଆ ଯାନ (ହ୍ୟୁଣ୍ଡାଇ କ୍ରେଟା/ମହିନ୍ଦ୍ରା ଥର୍‌) ଓ ୪ଟି ବାଇକ ଏବଂ ୧୫ ଲକ୍ଷ ଟଙ୍କାର ଘରୋଇ ଉପକରଣକୁ ହିସାବ କରାଯାଇଛି। ଢେଙ୍କାନାଳ ଫାର୍ମ ହାଉସରେ ଗୋଟିଏ ୨ ମହଲା ବିଶିଷ୍ଟ କୋଠାଘର ରହିଥିବାବେଳେ ସେଥିରେ ବହୁ ମୂଲ୍ୟ ଟଙ୍କାର ଜିନିଷପତ୍ର ରହିଛି। ସେହିପରି ୭୧ ଗୋରୁ ଓ ବଡ଼ କୁକୁଡା ଫାର୍ମ ରହିଛି। ଭୁବନେଶ୍ୱର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟଙ୍କ ୱାରେଣ୍ଟ ବଳରେ ହେଉଥିବା ଏହି ଚଢ଼ାଉରେ ଭିଜିଲାନ୍ସର ୯ ଟିମ୍‌ରେ ୨ ଅତିରିକ୍ତ ଏସ୍ପି, ୮ ଡିଏସ୍ପି, ୬ ଇନ୍ସପେକ୍ଟର, ୧୦ ଏଏସଆଇ ଏବଂ ଅନ୍ୟ କର୍ମଚାରୀ ନିୟୋଜିତ ଅଛନ୍ତି। ଚଢ଼ାଉ ଜାରି ରହିଥିବାବେଳେ ସୁନୀଲଙ୍କୁ ସମ୍ପତ୍ତି ସଂକ୍ରାନ୍ତରେ ଅଧିକ ପଚରାଉଚରା କରାଯାଉଛି। ଚଢ଼ାଉ ଓ ଯାଞ୍ଚ ସରିବା ପରେ ସମ୍ପତ୍ତିର ପରିମାଣ ଆହୁରି ବଢ଼ିପାରେ ବୋଲି ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନାଯୋଗ୍ୟ, ସୁନୀଲ ବର୍ଷେରୁ ଊର୍ଦ୍ଧ୍ୱ ସମୟ ହେବ ଲୋୟର ସୁକତେଲ ପ୍ରକଳ୍ପର ମୁଖ୍ୟ ର୍ନିମାଣ ଯନ୍ତ୍ରୀ ଭାବେ କାର୍ଯ୍ୟ କରୁଛନ୍ତି। ତେବେ ତାଙ୍କ ସମୟରେ ଗତ ଜାନୁୟାରୀ ୩ରେ ୨୭୨୩ କୋଟି ଟଙ୍କାରେ ର୍ନିମିତ ଲୋୟର ସୁକ୍ତେଲ ପ୍ରକଳ୍ପ ଉଦ୍ଘାଟିତ ହୋଇଥିଲା। ଏହି ପ୍ରକଳ୍ପ କାର୍ଯ୍ୟରେ ସୁନୀଲ ଦୁର୍ନୀତି କରିଥିବା ସନ୍ଦେହ କରାଯାଉଥିବାରୁ ଏ ଦିଗକୁ ମଧ୍ୟ ଭିଜିଲାନ୍ସ ଅଧିକାରୀମାନେ ତଦନ୍ତ ପରିସରଭୁକ୍ତ କରିବାକୁ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ସନ୍ଦେହଜନକ କାରକୁ ଗୋଡ଼ାଇ ଧରିଲା ନନ୍ଦିପଦା ପୋଲିସ: ଚାଳକ-ଅନ୍ୟମାନେ ଫେରାର, ତଦନ୍ତ ଜାରି

ହାଟଡିହୀ, ୨୫।୯ (ଶୁଭକାନ୍ତ ନାୟକ): ଭଦ୍ରକ ପାର୍ଶ୍ୱରୁ କେନ୍ଦୁଝର ଜିଲା ଆନନ୍ଦପୁର ଅଭିମୁଖେ ୫୩ ନମ୍ବର ରାଜ୍ୟ ରାଜପଥରେ ଶୁକ୍ରବାର ରାତି ପ୍ରାୟ ୯ଟା ସମୟରେ ଯାଉଥିବା…

ଦିଗପହଣ୍ଡିରେ ଜଳବନ୍ଦୀ ସମସ୍ୟା: ପୂର୍ତ୍ତବିଭାଗ ବୈଷୟିକ ଟିମ୍ ର ଅନୁଧ୍ୟାନ

ଦିଗପହଣ୍ଡି,୨୫|୯(ଅଶେଷ ନାଥ ମିଶ୍ର) ଲଘୁଚାପ ଜନିତ ଲଗାଣ ବର୍ଷାରେ ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ପୁରୁଣା ବସଷ୍ଟାଣ୍ଡ ମୁଖ୍ୟ ରାସ୍ତାରେ ପ୍ରାୟ ୨ ଫୁଟ ଉଚ୍ଚତାରେ ବର୍ଷାଜଳ…

ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ; ଚାଷୀଙ୍କ ପାଇଁ ବଡ଼ ଘୋଷଣା

ଭୁବନେଶ୍ୱର,୨୫।୯: ରାଜ୍ୟରେ କୃଷି ଓ କୃଷକଙ୍କ ବିକାଶ ପାଇଁ ସମବାୟ କ୍ଷେତ୍ରରେ ଏକ ନୂତନ ଯୁଗର ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଆନୁଷ୍ଠାନିକ…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଟ୍ରକ୍‌ ଧକ୍କାରେ ମହିଳା ଶ୍ରମିକ ମୃତ, ୭ ଆହତ

ସମ୍ବଲପୁର, ୨୫।୯ (ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଯୁଯୋମୁରା ଥାନା ଅନ୍ତର୍ଗତ କଂସର ଗ୍ରାମ ନିକଟ ଜିଓ ପେଟ୍ରୋଲ ପମ୍ପ ସମ୍ମୁଖ ଜାତୀୟ ରାଜପଥ ନଂ. ୫୫…

ନଦୀରେ ଭାସିଯିବାବେଳେ ସାହାରା ହେଲା ଗଛଡାଳ: ପୋଲ ଉପରୁ ଖସିପଡ଼ି ଅଧ କି.ମି. ଭାସିଗଲେ ବୃଦ୍ଧ

ଝରିଗାଁ,୨୫।୯(କିଶୋର ଚନ୍ଦ୍ର ମଣ୍ଡଳ): ଝରିଗାଁ ବ୍ଲକ୍‌ ତେଲକନାଡି ଗ୍ରାମର ସୁବାସ ଭତ୍ରା (୫୫) ଭାସ୍କେଲ ନଦୀ ପୋଲ ଉପରେ ଠିଆ ହୋଇଥିବାବେବେଳେ ଗୋଡ଼ ଖସିଯିବାରୁ ତଳକୁ ପଡ଼ିଯାଇଥିଲେ।…

ଛାତ୍ରାବାସରେ ପଶିଲା ପାଣି

ଝରିଗାଁ,୨୫।୯(କିଶୋର ଚନ୍ଦ୍ର ମଣ୍ଡଳ): ଝରିଗାଁ ସ୍ଥିତ ସରକାରୀ ଭୂତପୂର୍ବ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଡ୍ରେନେଜ ସୁବିଧା ନ ଥିବା ଯୋଗୁ ଛାତ୍ରାବାସରେ ବର୍ଷାପାଣି ପ୍ରବେଶ କରିଥିଲା। ପ୍ରଧାନଶିକ୍ଷକ…

ଲଗାଣ ବର୍ଷା ପାଇଁ କାଲି ୫ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା: ଭଦ୍ରକର ୭ ବ୍ଲକରେ ୩୯୯ ସ୍କୁଲ ବନ୍ଦ

ଭୁବନେଶ୍ୱର,୨୫।୯: ରାଜ୍ୟରେ ଜାରି ରହିଥିବା ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ଆସନ୍ତାକାଲି (ଶନିବାର) ରାଜ୍ୟର ୫ଟି ଜିଲାରେ ସ୍କୁଲଗୁଡ଼ିକୁ ଛୁଟି ଘୋଷଣା କରାଯାଇଛି। ପିଲାମାନଙ୍କ ସୁରକ୍ଷାକୁ ଆଖିଆଗରେ…

ପାଣି ସୁଅରେ ଭାସିଗଲା କାର, ଦୁଇ ଘଣ୍ଟା ଫସିଲେ ୨ ଜଣ

ଉଦଳା, ୨୫/୯(ସନ୍ତୋଷ ବାଛିନୀ): ଅଚାନକ ରାସ୍ତାରେ ପାଣି ପ୍ରବାହିତ ହେବାରୁ ପାଣି ସୁଅରେ ଏକ କାର ଭାସିଯାଇଥିବାବେଳେ ଏଥିରେ ଥିବା ଦୁଇ ଜଣ ପ୍ରାୟ ଦୁଇ ଘଣ୍ଟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?