Posted inଫୁରସତ

କାଜୁ ଭଳି ଅଣ୍ଡା ଦେଉଛି କୁକୁଡ଼ା

ଅଣ୍ଡାର ଆକାର କେମିତି ସମସ୍ତେ ଜାଣନ୍ତି। ଏମିତି କି ଅଣ୍ଡାର ଆକାର ଅନୁସାରେ ହିଁ ଅଣ୍ଡାକୃତିର ନାମକରଣ ବି ହୋଇଛି। ହେଲେ ଏଇ କିଛିଦିନ ହେବ ଭିନ୍ନ ଏକ ଆକୃତିର ଅଣ୍ଡା ଦେଉଥିବା ଏକ କୁକୁଡ଼ା ବେଶ୍‌ ଚର୍ଚ୍ଚାରେ ଅଛି। କହିବାକୁ ଗଲେ ସେ ସେଲିବ୍ରିଟି ପାଲଟିଯାଇଛି। ବହୁ ଦୂରରୁ ଲୋକ ତାକୁ ଦେଖିବାକୁ ଆସୁଛନ୍ତି ଓ ତା’ସହ ସେଲ୍ଫି ଉଠାଉଛନ୍ତି। ଏହି ଅଜବ ଘଟଣା କର୍ନାଟକର ଲୈଲା ଗ୍ରାମରେ ଘଟିଛି। ଏଠାକାର ପ୍ରଶାନ୍ତ ନାମକ ବ୍ୟକ୍ତି କିଛିଦିନ ହେବ କୁକୁଡା ପାଳନ ଆରମ୍ଭ କରିଛନ୍ତି। ତେବେ ତାଙ୍କ କୁକୁଡା ମଧ୍ୟରେ କଳାରଙ୍ଗର ଏକ କୁକୁଡା ଟିକେ ଖାସ୍‌। କାରଣ ସେ ଦେଉଥିବା ଅଣ୍ଡା ସାଧାରଣ ନୁହେଁ। ଏହି ଅଣ୍ଡାଗୁଡିକର ଆକାର ଦେଖିବାକୁ କାଜୁ ପରି। ପ୍ରଶାନ୍ତ ଯେବେ ପ୍ରଥମେ ଏଭଳି ଅଣ୍ଡା ଦେଖିଲେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଆଉ ଭାବିଲେ ଆକସ୍ମିକଭାବେ ଥରକ ପାଇଁ ଏଭଳି ଆକାରର ଅଣ୍ଡା କୁକୁଡାଟି ଦେଇଛି। କିନ୍ତୁ ପରେ ଲଗାତର ଭାବେ ସେ ଏଭଳି ଅଣ୍ଡା ଦେବାକୁ ଲାଗିଲା। ପ୍ରାଣୀ ଚିକିତ୍ସକଙ୍କ ମତରେ କୁକୁଡାର ପ୍ରଜନନ ଅଙ୍ଗରେ ବୋଧହୁଏ କିଛି ସମସ୍ୟା ଅଛି, ଯଦ୍ଦ୍ବାରା କୁକୁଡାଟି ଏଭଳି ଅଣ୍ଡା ଦେଉଛି। ତେବେ ଏହି ଘଟଣାଟି ବ୍ୟାପିଯିବା ପରେ କୁକୁଡା ଓ ତା’ର ଅଣ୍ଡା ଦେଖିବାକୁ ଦୂର ଦୂରାନ୍ତରୁ ଲୋକ ଆସୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ, ୨୦୨୬ରେ ମାଲାମାଲ୍‌ ହେବେ ଏହି ୫ ରାଶି

ବାବା ଭେଙ୍ଗା ଅନେକ ଭବିଷ୍ୟବାଣୀ କରିଛନ୍ତି। ନୂଆ ବର୍ଷ ଆରମ୍ଭ ହେବା ପୂର୍ୱରୁ, ଆଗାମୀ ବର୍ଷ ବିଷୟରେ ଅନେକ ଭବିଷ୍ୟବାଣୀ ଭାଇରାଲ ହେଉଛି। ବାବା ଭାଙ୍ଗା...

କାର୍‌ ନା ବାଇକ୍‌, କେଉଁ ଗାଡିର ଅଧିକ ଚାଲାଣ କାଟେ ଟ୍ରାଫିକ୍‌ ପୋଲିସ?

ନୂଆଦିଲ୍ଲୀ,୨୫।୧୨: ଦିଲ୍ଲୀର ଟ୍ରାଫିକ ପୋଲିସ ପ୍ରଦୂଷଣ ନିୟନ୍ତ୍ରଣ ନିୟମ ପ୍ରତି କ୍ରମଶଃ କଠୋର ହେବାରେ ଲାଗିଛି। ଏହା ସତ୍ତ୍ୱେ, ବହୁ ସଂଖ୍ୟକ ଡ୍ରାଇଭର PUCCକୁ ହାଲୁକା...

Christmas 2025: ଖ୍ରୀଷ୍ଟମାସରେ ସାଣ୍ଟା ସବୁବେଳେ କାହିଁକି ମୋଜାରେ ଦିଅନ୍ତି ଉପହାର? ଜାଣନ୍ତୁ ଏହା ପଛରେ ଥିବା ରୋଚକ କାହାଣୀ

ନୂଆଦିଲ୍ଲୀ: ଡିସେମ୍ବର ୨୫ରେ ପାଳିତ ଖ୍ରୀଷ୍ଟମାସ କେବଳ ଏକ ପର୍ବ ନୁହେଁ, ବରଂ ଆନନ୍ଦ ଏବଂ ଆଶାର ଦିନ। ଏହି ଦିନ ପିଲାମାନେ ସବୁଠାରୁ ଅଧିକ...

ଶୀତଦିନେ ବ୍ରଏଲର କୁକୁଡ଼ାର ନିଅନ୍ତୁ ବିଶେଷ ଯତ୍ନ: ଅବହେଳା କଲେ ହୋଇପାରେ ବଡ଼ ଆର୍ଥିକ କ୍ଷତି

ଭୁବନେଶ୍ୱର,୨୩।୧୨: ଓଡ଼ିଶାରେ ଶୀତର ପ୍ରକୋପ ବଢ଼ୁଥିବା ବେଳେ ବ୍ରଏଲର କୁକୁଡ଼ା ଚାଷୀଙ୍କ ପାଇଁ ସତର୍କତା ଜାରି କରାଯାଇଛି। ଅତ୍ୟଧିକ ଥଣ୍ଡା ଯୋଗୁଁ କୁକୁଡ଼ାଙ୍କ ଶାରୀରିକ ଅଭିବୃଦ୍ଧି...

ସ୍ବାମୀଙ୍କ ୫୦୦ରୁ ଅଧିକ ମହିଳାଙ୍କ ସହ ଥିଲା ସମ୍ପର୍କ: ସ୍ତ୍ରୀ ଜାଣିବା ପରେ ଘଟିଲା…

ନୂଆଦିଲ୍ଲୀ,୨୩।୧୨: ବିଶ୍ୱରେ ଏପରି ଅନେକ ଲୋକ ଅଛନ୍ତି, ଯେଉଁମାନଙ୍କର ବିବାହ ସାଥୀଙ୍କୁ ପ୍ରତାରଣା ଯୋଗୁ ଭାଙ୍ଗିଯାଏ। ବିବାହିତ ହେବା ସତ୍ତ୍ୱେ, ସେମାନଙ୍କର ଅନ୍ୟ ପୁରୁଷ କିମ୍ବା...

ଏମିତି ଗାଁ, ଯେଉଁଠି ୧୨ ବର୍ଷ ପରେ ଝିଅ ହୋଇଯାନ୍ତି ପୁଅ, ବୈଜ୍ଞାନିକ ବି ଖୋଜି ପାଉନାହାନ୍ତି କାରଣ

ଝିଅ କିମ୍ବା ପୁଅ ଭାବରେ ଜନ୍ମ ହେବା ପ୍ରକୃତିର ଏକ ଉପହାର। ଜନ୍ମ ପୂର୍ବରୁ ମା’ ପେଟରେ ଲିଙ୍ଗ ନିର୍ଣ୍ଣୟ ହୋଇସାରିଥାଏ। ତଥାପି ମଣିଷ ଏତେ...

ଏମିତି ସହର, ଯେଉଁଠି ସବୁକିଛି ଧଳା, କୋଠାରୁ ଆରମ୍ଭ କରି…

ସମସ୍ତେ ରଙ୍ଗକୁ ଭଲ ପାଆନ୍ତି। ରଙ୍ଗୀନ ଘର, ରଙ୍ଗଜୀନ କୋଠା ସମସ୍ତଙ୍କୁ ଆକର୍ଷିତ କରେ। ଆପଣ ଜାଣନ୍ତି କି, ବିଶ୍ୱରେ ଏପରି ଏକ ସହର ଅଛି...

ଆଜି ଜାତୀୟ ଗଣିତ ଦିବସ: ଅଧିକ ଗବେଷଣା ପ୍ରତି ଆଗ୍ରହ ଆବଶ୍ୟକ

ଗଣିତର ବିକାଶ ବିନା କୌଣସି ସଭ୍ୟତାର ବିକାଶ ସମ୍ଭବ ନୁହେଁ। ଆଜକୁ ୪୦୦୦ ବର୍ଷ ପୂର୍ବେ ଭାରତର ଉତ୍ତର-ପଶ୍ଚିମାଞ୍ଚଳରେ ଗଢ଼ିଉଠିଥିବା ସିନ୍ଧୁ ସଭ୍ୟତାର ଭଗ୍ନାବଶେଷରୁ ସେମାନଙ୍କର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri