ଦୁଇ ରାତି ପୂଜା କରିଥାନ୍ତି ଛଉ କଳାକାର

ବାରିପଦା ଅଫିସ,୮।୯-  ମା’ ଅମ୍ବିକା। ବାରିପଦାର ଅଧିଷ୍ଠାତ୍ରୀ ଦେବୀ। ମା’ ଡାକିଦେଲେ ମିଳିଯାଏ ଅଭୟ, ପୂରଣ ହୁଏ ମନସ୍କାମନା। ଏହି ବିଶ୍ୱାସ ନେଇ ରାଜ୍ୟ ଆଉ ରାଜ୍ୟ ବାହାରୁ ଏଠାକୁ ଛୁଟି ଆସନ୍ତି ଶ୍ରଦ୍ଧାଳୁ। ବହୁ କଥା ଆଉ ଗାଥାର ଗନ୍ତାଘର ଏହି ମନ୍ଦିର ।
ରାଜଧାନୀ ଭୁବନେଶ୍ୱର ଏବଂ କୋଲକାତାଠାରୁ ୨୫୦କି.ମି. ଦୂରରେ ଅବସ୍ଥିତ ବାରିପଦା ସହର। ସହରର ମଧ୍ୟଭାଗରେ ବିରାଜମାନ ମା’ ଅମ୍ବିକାଙ୍କ ପୀଠ । ପ୍ରତ୍ୟହ ଭାବମୟ ପରିବେଶରେ ପୂଜକଗଣ ମା’ଙ୍କର ପୂଜାବିଧି ସମ୍ପନ୍ନ କରିଥାନ୍ତି। ସଙ୍କୀର୍ତ୍ତନର ତାଳେତାଳେ ସନ୍ଧ୍ୟା ଆଳତି ଉତ୍ସବମୁଖର ହୋଇପଡ଼େ। ସପ୍ତାହର ମଙ୍ଗଳବାର ଓ ଶନିବାର ତଥା ସଂକ୍ରାନ୍ତିରେ ଏହି ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼ ଅଧିକ ହୋଇଥାଏ। ସେହିପରି ବର୍ଷର ବିଭିନ୍ନ ପର୍ବପର୍ବାଣି ତଥା ବିଶେଷ ଦିନରେ ଷୋଡ଼ଶ ଉପଚାର, ଚଣ୍ଡୀପୂଜା ଓ ହୋମ ଆଦି ଶ୍ରଦ୍ଧାଳୁଙ୍କ ସହଯୋଗରେ ସମ୍ପନ୍ନ ହୋଇଆସୁଛି। ବିଶେଷ ପର୍ବ ମଧ୍ୟରେ ପଣା ସଂକ୍ରାନ୍ତି, ରଜ, ମକର, ଦୁର୍ଗାପୂଜା, ବାସନ୍ତୀକ ଦୁର୍ଗାପୂଜା ଆଦି ମହାସମାରୋହରେ ପାଳିତ ହୋଇଥାଏ । ସୁନିଆଁ ଦିନ ଶ୍ରୀଜଗନ୍ନାଥଙ୍କ ଇନ୍ଦ୍ରଧ୍ୱଜ ପୂଜା ଓ ପ୍ରସିଦ୍ଧ ଦ୍ୱିତୀୟ ଶ୍ରୀକ୍ଷେତ୍ର ରଥଯାତ୍ରାରେ ମା’ ଅମ୍ବିକାଙ୍କ ଆଜ୍ଞାମାଳ ଓ ଖଡ୍ଗ ନେଇ ପୂଜକ ପ୍ରଦକ୍ଷିଣ କରିବା ପରେ ହିଁ ସମସ୍ତ କାର୍ଯ୍ୟ ଆରମ୍ଭ ହୋଇଥାଏ । ଚୈତ୍ର ମାସର ଭକ୍ତାପର୍ବ ପାଳନ ପାଇଁ ଏହି ମନ୍ଦିରରୁ ପ୍ରାରମ୍ଭିକ ପୂଜା ଆରମ୍ଭ ହେବା ପରେ ସାତଦିନ ଧରି ଅନୁଷ୍ଠିତ ହେଉଥିବା ବିଶ୍ୱ ପ୍ରସିଦ୍ଧ ଛଉନୃତ୍ୟର କଳାକାରମାନେ ଚୈତ୍ରମାସର ଶେଷ ଦୁଇ ରାତିରେ ନିଶାଘଟ ଆଦି ପୂଜା ଏହି ମନ୍ଦିରରେ କରିଥାନ୍ତି। ଶ୍ରଦ୍ଧାଳୁଙ୍କ ସହଯୋଗରେ ମୌରସୀ ଟ୍ରଷ୍ଟିଙ୍କ ଦ୍ୱାରା ମନ୍ଦିର ପରିଚାଳିତ ହୋଇଥାଏ । ମନ୍ଦିରର ପରିବେଶ ତଥା ପ୍ରାଙ୍ଗଣ ସଦା ସର୍ବଦା ଶାନ୍ତ ଓ ପରିଷ୍କାର ପରିଚ୍ଛନ୍ନ ରଖିବାରେ ସ୍ଥାନୀୟ ଶ୍ରଦ୍ଧାଳୁଙ୍କ ସ୍ବେଚ୍ଛାକୃତ କରସେବା ବେଶ୍‌ ନିଆରା । ମା’ଙ୍କ କରୁଣାରୁ ପରିଚାଳନାଜନିତ ଅଭାବ ଅସୁବିଧା କେବେ ଅନୁଭବ କରାଯାଇନାହିଁ ବୋଲି ଟ୍ରଷ୍ଟି ତଥା ମୁଖ୍ୟ ପୂଜକ ଯଜ୍ଞେଶ୍ୱର ଦାଶ କୁହନ୍ତି ।
ମା’ଙ୍କ ଆବିର୍ଭାବ କାଳର ଇତିହାସ ଅସ୍ପଷ୍ଟ । କେବଳ ମନ୍ଦିରର କେତେକ ପୁନର୍ନିର୍ମାଣ ଓ ମନ୍ଦିର ସଂସ୍କାର ବିଷୟରେ ବିଶିଷ୍ଟ ପ୍ରତ୍ନତତ୍ତ୍ୱବିିତ ସ୍ବର୍ଗତ ଏନ୍‌ଏନ୍‌ ବାସୁ ଆର୍କୋଲୋଜି ସର୍ଭେ ଅଫ୍‌ ମୟୂରଭଞ୍ଜ-୧୯୧୧ ଓ ବିଶିଷ୍ଟ ପ୍ରଶାସକ ସ୍ବର୍ଗତ ନୀଳମଣି ସେନାପତିଙ୍କ ସମ୍ପାଦିତ ଡିଷ୍ଟ୍ରିକ୍ଟ ଗେଜେଟିୟର ଅଫ୍‌ ମୟୂରଭଞ୍ଜରେ ଉଲ୍ଲେଖ ଅଛି ଯେ, ବାରିପଦା ମଧ୍ୟସ୍ଥ ବଗସାମଲ ଗଡ଼ର ଦକ୍ଷିଣ ପାର୍ଶ୍ୱକୁ ଜରାଜୀର୍ଣ୍ଣ ଅବସ୍ଥାରେ ଥିବା ଅମ୍ବିକା ଦେବୀଙ୍କ ପୀଠସ୍ଥଳୀର ପୁନର୍ନିର୍ମାଣ କରାଯାଇଥିଲା। ମା’ଙ୍କ ବିଜେସ୍ଥଳୀ ୧୬ ଡିସିମିଲ ଜମି ବ୍ୟତୀତ ନିଜସ୍ବ ଅନ୍ୟ ସ୍ଥାବର ଅସ୍ଥାବର ସମ୍ପତ୍ତି ନାହିଁ। ୧୮୮୯ର ଲାଗ୍‌ରାଜ ମୋକଦ୍ଦମା ୧୦୮ ତଥ୍ୟରୁ ଜଣାଯାଏ ଯେ, ମୟୂରଭଞ୍ଜ ମହାରାଜା ସ୍ବର୍ଗତ କୃଷ୍ଣଚନ୍ଦ୍ର ଭଞ୍ଜ ବସନ୍ତ ରୋଗରୁ ଆରୋଗ୍ୟ କାମନାଜନିତ ମା’ଙ୍କ ପୂଜା ପାଇଁ ୧୮୦୦ ମସିହାର ଶେଷଭାଗରେ କୁଳିଅଣା ଗ୍ରାମର ତିଳଗଡ଼ିଆ ମୌଜାରୁ ସଂଗୃହୀତ ଖଜଣାରୁ ବାର୍ଷିକ ୩୬ଟଙ୍କା ନଗଦ ଖଞ୍ଜା କରି ଦେଇଥିଲେ । ବର୍ତ୍ତମାନର ମୁଖ୍ୟ ମନ୍ଦିରଟି ତତ୍କାଳୀନ ବିଶିଷ୍ଟ ଗୁଜରାଟୀ ଠିକାଦାର ସ୍ବର୍ଗତ ୱାଲ୍‌ଜିଗୋବିନ୍ଦ ତାଙ୍କ ପୁତ୍ରଙ୍କର ଆରୋଗ୍ୟ କାମନା ପାଇଁ ପ୍ରାର୍ଥନା କରି ସ୍ବପ୍ନାଦେଶ ହେବାରୁ ସେ ୧୯୨୦ରେ ପୂର୍ବୋତ୍ତର ରାଜ୍ୟ ମନ୍ଦିର ନିର୍ମାଣ ଶୈଳୀରେ ପୁନର୍ନିର୍ମାଣ କରିଥିଲେ। ପରେ ସ୍ଥାନୀୟ ଭକ୍ତଙ୍କ ସହଯୋଗରେ ଅନ୍ୟାନ୍ୟ ନାଟମନ୍ଦିର ଓ ପାର୍ଶ୍ୱ ମନ୍ଦିର ଆଦି ଗଢ଼ି ଉଠିଛି ।


Enter your email to get our daily news in your inbox.

All Right Reserved By Dharitri.Com

ନଅଙ୍କ ଦୁର୍ଭିକ୍ଷର ମୂକସାକ୍ଷୀ ଫରାସୀ ଭେଲଦା ପଣ୍ୟବାହୀ ଜାହାଜ

ମହାକାଳପଡ଼ା, ୩୦୮(ପ୍ରତାପ ଚନ୍ଦ୍ର ସ୍ବାଇଁ): ଓଡ଼ିଶାର ପୂର୍ବ ଉପକୂଳ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ସାମୁଦ୍ରିକ ତଟଦେଶରେ ବତିଘର, ହୁକିଟୋଲା, ଜମ୍ବୁଲାଲ କୋଠା, କଟକ-ଜମ୍ବୁ ପର୍ଯ୍ୟନ୍ତ ବିଶାଳ…

୨ କୋଠରିରେ ପଢ଼ୁଛନ୍ତି ୧୦୪ ଛାତ୍ରୀଛାତ୍ର

ପାରଳାଖେମୁଣ୍ଡି,୩୦ା୮(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ଗୋଷାଣି ବ୍ଲକ ଲାବାଣ୍ୟଗଡ଼ ପଞ୍ଚାୟତ ଅନ୍ତର୍ଗତ ମାରିଙ୍ଗିସ୍ଥିତ ସରକାରୀ ପ୍ରାଥମିକ ଆବାସିକ ବିଦ୍ୟାଳୟ ବହୁ ଅବ୍ୟବସ୍ଥାରେ ଚାଲିଛି। ୧୯୯୯ ମସିହାରେ ପ୍ରତିଷ୍ଠା…

ଖଡ଼ିଆଳରେ ନୂଆଖାଇ ପାଇଁ ଲଗ୍ନ ଧାର୍ଯ୍ୟ

ଖଡ଼ିଆଳ,୨୯ା୮(ସୁଜିତ କୁମାର ପ୍ରଧାନ): ଖଡ଼ିଆଳ ରାଜଦରବାର ହଲଠାରେ ପଣ୍ଡିତ ମଣ୍ଡଳୀ ନବାନ୍ନ ଲଗ୍ନ ଧାର୍ଯ୍ୟ କରିଛନ୍ତି। ପରମ୍ପରାନୁସାରେ ଆସନ୍ତା ୧୫ ତାରିଖ ମଙ୍ଗଳବାର ଘ.୯.୦୫ମି.ରୁ ଘ.୧୦. ୦୦…

ଖଟ ତଳକୁ ଓହ୍ଲାଇବା ବେଳେ ଚୋଟ ମାରିଲା ସାପ, ରାତିସାରା ଗୁଣିଆ ଡାକି ଝଡ଼ାଫୁଙ୍କା କଲେ, ମେଡିକାଲ ନେବାରେ ବିଳମ୍ବ ଯୋଗୁ…

ଡୁଙ୍ଗୁରିପାଲି,୨୯।୮(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଥାନା ଅନ୍ତର୍ଗତ ବଡ଼ଭାଲୁପାଲି ଗ୍ରାମରେ ଅନ୍ଧବିଶ୍ୱାସ ଯୋଗୁ ଜଣେ ବୃଦ୍ଧଙ୍କର ଅକାଳ ମୃତ୍ୟୁ ଘଟିଛି। ବିଷାକ୍ତ ସାପ…

ଘରେ ଏକାକୀ ଥିବାବେଳେ ମୂକ ଯୁବତୀଙ୍କୁ ବଳାତ୍କାର ଉଦ୍ୟମ! ଗୋଡ଼ାଇ ଗୋଡ଼ାଇ ନିର୍ଦ୍ଧୁମ ଛେଚିଲେ ଗ୍ରାମବାସୀ, ପୋଲିସକୁ…

ଦିଗପହଣ୍ଡି,୨୯।୮ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଧୀନ ଏକ ଗାଁରେ ଜଣେ ମାନସିକ ଅନଗ୍ରସର ଓ ମୂକ ଯୁବତୀଙ୍କୁ ଘରେ ପଶି ବଳାତ୍କାର…

ଦେଓମାଳି ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକ ଅସୁରକ୍ଷିତ: ମୁଖାପିନ୍ଧା ଯୁବକଙ୍କ ଅତର୍କିତ ଆକ୍ରମଣକୁ ନେଇ କୋଟିଆ ଥାନାରେ ମାମଲା ରୁଜୁ

ପଟ୍ଟାଙ୍ଗି,୨୯।୮(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ଅଧୀନ ପ୍ରସିଦ୍ଧ ଦେଓମାଳି ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଶୁକ୍ରବାର ସନ୍ଧ୍ୟାରେ…

 ଚାଷୀ ପଞ୍ଜୀକରଣକୁ ଆଉ ମାତ୍ର ୨ ଦିନ ବାକି, ସର୍ଭର ଡାଉନ୍‌ ବଢ଼ାଉଛି ଚିନ୍ତା

ନବରଙ୍ଗପୁର, ୨୯।୮(ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲାରେ ୨୦୨୬-୨୭ ଖରିଫ ଧାନମଣ୍ଡି ନିମନ୍ତେ ଚାଷୀ ପଞ୍ଜୀକରଣ ପ୍ରକ୍ରିୟା ଜାରି ରହିଛି। ପଞ୍ଜୀକରଣର ଶେଷ ତାରିଖ ଅଗଷ୍ଟ ୩୧ ଥିବାବେଳେ…

ତାରାତାରିଣୀ ଛକରେ ସାଙ୍ଘାତିକ କାର୍ ଦୁର୍ଘଟଣା: ତହସିଲଦାରଙ୍କ କଲ୍‌କୁ ବି ଖାତିର କଲାନି ଆମ୍ବୁଲାନ୍ସ କଲ୍ ସେଣ୍ଟର; ଛଟପଟ ହେଲେ…

ପୁରୁଷୋତ୍ତମପୁର,୨୯।୮(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ମୁଖ୍ୟ ରାସ୍ତାର ତାରାତାରିଣୀ ଛକ ନିକଟରେ ଶନିବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri