ଦୁଇ ରାତି ପୂଜା କରିଥାନ୍ତି ଛଉ କଳାକାର

ବାରିପଦା ଅଫିସ,୮।୯-  ମା’ ଅମ୍ବିକା। ବାରିପଦାର ଅଧିଷ୍ଠାତ୍ରୀ ଦେବୀ। ମା’ ଡାକିଦେଲେ ମିଳିଯାଏ ଅଭୟ, ପୂରଣ ହୁଏ ମନସ୍କାମନା। ଏହି ବିଶ୍ୱାସ ନେଇ ରାଜ୍ୟ ଆଉ ରାଜ୍ୟ ବାହାରୁ ଏଠାକୁ ଛୁଟି ଆସନ୍ତି ଶ୍ରଦ୍ଧାଳୁ। ବହୁ କଥା ଆଉ ଗାଥାର ଗନ୍ତାଘର ଏହି ମନ୍ଦିର ।
ରାଜଧାନୀ ଭୁବନେଶ୍ୱର ଏବଂ କୋଲକାତାଠାରୁ ୨୫୦କି.ମି. ଦୂରରେ ଅବସ୍ଥିତ ବାରିପଦା ସହର। ସହରର ମଧ୍ୟଭାଗରେ ବିରାଜମାନ ମା’ ଅମ୍ବିକାଙ୍କ ପୀଠ । ପ୍ରତ୍ୟହ ଭାବମୟ ପରିବେଶରେ ପୂଜକଗଣ ମା’ଙ୍କର ପୂଜାବିଧି ସମ୍ପନ୍ନ କରିଥାନ୍ତି। ସଙ୍କୀର୍ତ୍ତନର ତାଳେତାଳେ ସନ୍ଧ୍ୟା ଆଳତି ଉତ୍ସବମୁଖର ହୋଇପଡ଼େ। ସପ୍ତାହର ମଙ୍ଗଳବାର ଓ ଶନିବାର ତଥା ସଂକ୍ରାନ୍ତିରେ ଏହି ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼ ଅଧିକ ହୋଇଥାଏ। ସେହିପରି ବର୍ଷର ବିଭିନ୍ନ ପର୍ବପର୍ବାଣି ତଥା ବିଶେଷ ଦିନରେ ଷୋଡ଼ଶ ଉପଚାର, ଚଣ୍ଡୀପୂଜା ଓ ହୋମ ଆଦି ଶ୍ରଦ୍ଧାଳୁଙ୍କ ସହଯୋଗରେ ସମ୍ପନ୍ନ ହୋଇଆସୁଛି। ବିଶେଷ ପର୍ବ ମଧ୍ୟରେ ପଣା ସଂକ୍ରାନ୍ତି, ରଜ, ମକର, ଦୁର୍ଗାପୂଜା, ବାସନ୍ତୀକ ଦୁର୍ଗାପୂଜା ଆଦି ମହାସମାରୋହରେ ପାଳିତ ହୋଇଥାଏ । ସୁନିଆଁ ଦିନ ଶ୍ରୀଜଗନ୍ନାଥଙ୍କ ଇନ୍ଦ୍ରଧ୍ୱଜ ପୂଜା ଓ ପ୍ରସିଦ୍ଧ ଦ୍ୱିତୀୟ ଶ୍ରୀକ୍ଷେତ୍ର ରଥଯାତ୍ରାରେ ମା’ ଅମ୍ବିକାଙ୍କ ଆଜ୍ଞାମାଳ ଓ ଖଡ୍ଗ ନେଇ ପୂଜକ ପ୍ରଦକ୍ଷିଣ କରିବା ପରେ ହିଁ ସମସ୍ତ କାର୍ଯ୍ୟ ଆରମ୍ଭ ହୋଇଥାଏ । ଚୈତ୍ର ମାସର ଭକ୍ତାପର୍ବ ପାଳନ ପାଇଁ ଏହି ମନ୍ଦିରରୁ ପ୍ରାରମ୍ଭିକ ପୂଜା ଆରମ୍ଭ ହେବା ପରେ ସାତଦିନ ଧରି ଅନୁଷ୍ଠିତ ହେଉଥିବା ବିଶ୍ୱ ପ୍ରସିଦ୍ଧ ଛଉନୃତ୍ୟର କଳାକାରମାନେ ଚୈତ୍ରମାସର ଶେଷ ଦୁଇ ରାତିରେ ନିଶାଘଟ ଆଦି ପୂଜା ଏହି ମନ୍ଦିରରେ କରିଥାନ୍ତି। ଶ୍ରଦ୍ଧାଳୁଙ୍କ ସହଯୋଗରେ ମୌରସୀ ଟ୍ରଷ୍ଟିଙ୍କ ଦ୍ୱାରା ମନ୍ଦିର ପରିଚାଳିତ ହୋଇଥାଏ । ମନ୍ଦିରର ପରିବେଶ ତଥା ପ୍ରାଙ୍ଗଣ ସଦା ସର୍ବଦା ଶାନ୍ତ ଓ ପରିଷ୍କାର ପରିଚ୍ଛନ୍ନ ରଖିବାରେ ସ୍ଥାନୀୟ ଶ୍ରଦ୍ଧାଳୁଙ୍କ ସ୍ବେଚ୍ଛାକୃତ କରସେବା ବେଶ୍‌ ନିଆରା । ମା’ଙ୍କ କରୁଣାରୁ ପରିଚାଳନାଜନିତ ଅଭାବ ଅସୁବିଧା କେବେ ଅନୁଭବ କରାଯାଇନାହିଁ ବୋଲି ଟ୍ରଷ୍ଟି ତଥା ମୁଖ୍ୟ ପୂଜକ ଯଜ୍ଞେଶ୍ୱର ଦାଶ କୁହନ୍ତି ।
ମା’ଙ୍କ ଆବିର୍ଭାବ କାଳର ଇତିହାସ ଅସ୍ପଷ୍ଟ । କେବଳ ମନ୍ଦିରର କେତେକ ପୁନର୍ନିର୍ମାଣ ଓ ମନ୍ଦିର ସଂସ୍କାର ବିଷୟରେ ବିଶିଷ୍ଟ ପ୍ରତ୍ନତତ୍ତ୍ୱବିିତ ସ୍ବର୍ଗତ ଏନ୍‌ଏନ୍‌ ବାସୁ ଆର୍କୋଲୋଜି ସର୍ଭେ ଅଫ୍‌ ମୟୂରଭଞ୍ଜ-୧୯୧୧ ଓ ବିଶିଷ୍ଟ ପ୍ରଶାସକ ସ୍ବର୍ଗତ ନୀଳମଣି ସେନାପତିଙ୍କ ସମ୍ପାଦିତ ଡିଷ୍ଟ୍ରିକ୍ଟ ଗେଜେଟିୟର ଅଫ୍‌ ମୟୂରଭଞ୍ଜରେ ଉଲ୍ଲେଖ ଅଛି ଯେ, ବାରିପଦା ମଧ୍ୟସ୍ଥ ବଗସାମଲ ଗଡ଼ର ଦକ୍ଷିଣ ପାର୍ଶ୍ୱକୁ ଜରାଜୀର୍ଣ୍ଣ ଅବସ୍ଥାରେ ଥିବା ଅମ୍ବିକା ଦେବୀଙ୍କ ପୀଠସ୍ଥଳୀର ପୁନର୍ନିର୍ମାଣ କରାଯାଇଥିଲା। ମା’ଙ୍କ ବିଜେସ୍ଥଳୀ ୧୬ ଡିସିମିଲ ଜମି ବ୍ୟତୀତ ନିଜସ୍ବ ଅନ୍ୟ ସ୍ଥାବର ଅସ୍ଥାବର ସମ୍ପତ୍ତି ନାହିଁ। ୧୮୮୯ର ଲାଗ୍‌ରାଜ ମୋକଦ୍ଦମା ୧୦୮ ତଥ୍ୟରୁ ଜଣାଯାଏ ଯେ, ମୟୂରଭଞ୍ଜ ମହାରାଜା ସ୍ବର୍ଗତ କୃଷ୍ଣଚନ୍ଦ୍ର ଭଞ୍ଜ ବସନ୍ତ ରୋଗରୁ ଆରୋଗ୍ୟ କାମନାଜନିତ ମା’ଙ୍କ ପୂଜା ପାଇଁ ୧୮୦୦ ମସିହାର ଶେଷଭାଗରେ କୁଳିଅଣା ଗ୍ରାମର ତିଳଗଡ଼ିଆ ମୌଜାରୁ ସଂଗୃହୀତ ଖଜଣାରୁ ବାର୍ଷିକ ୩୬ଟଙ୍କା ନଗଦ ଖଞ୍ଜା କରି ଦେଇଥିଲେ । ବର୍ତ୍ତମାନର ମୁଖ୍ୟ ମନ୍ଦିରଟି ତତ୍କାଳୀନ ବିଶିଷ୍ଟ ଗୁଜରାଟୀ ଠିକାଦାର ସ୍ବର୍ଗତ ୱାଲ୍‌ଜିଗୋବିନ୍ଦ ତାଙ୍କ ପୁତ୍ରଙ୍କର ଆରୋଗ୍ୟ କାମନା ପାଇଁ ପ୍ରାର୍ଥନା କରି ସ୍ବପ୍ନାଦେଶ ହେବାରୁ ସେ ୧୯୨୦ରେ ପୂର୍ବୋତ୍ତର ରାଜ୍ୟ ମନ୍ଦିର ନିର୍ମାଣ ଶୈଳୀରେ ପୁନର୍ନିର୍ମାଣ କରିଥିଲେ। ପରେ ସ୍ଥାନୀୟ ଭକ୍ତଙ୍କ ସହଯୋଗରେ ଅନ୍ୟାନ୍ୟ ନାଟମନ୍ଦିର ଓ ପାର୍ଶ୍ୱ ମନ୍ଦିର ଆଦି ଗଢ଼ି ଉଠିଛି ।


Enter your email to get our daily news in your inbox.

All Right Reserved By Dharitri.Com

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

ପୁରୀରେ ପହଞ୍ଚିଲା ତୃତୀୟ ପର୍ଯ୍ୟାୟ ରଥକାଠ

ପୁରୀ,୨୫ା୪: ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ନୟାଗଡ଼ରୁ ତୃତୀୟ ପର୍ଯ୍ୟାୟ ରଥକାଠ ଆସି ବଡ଼ଦାଣ୍ଡସ୍ଥିତ ରଥଖଳାରେ ପହଞ୍ଚିଛି। ଆସିଥିବା କାଠରେ ୨୩ ଖଣ୍ଡ...

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

ନିଜ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେଲେ ମହିଳା, ରକ୍ଷା କରିବାକୁ ଯାଇ ସ୍ବାମୀ ଗୁରୁତର

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କାଠକଟା ଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପରିବାରିକ କଳହରୁ ଜଣେ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri