ଛତିଶଗଡ଼ର ୨୧ ଜଣିଆ ସିଡିପିଓ ଟିମ୍‌ଙ୍କ ଗଞ୍ଜାମ ପରିଦର୍ଶନ

ଗଞ୍ଜାମ,୧୫ା୧୦(ଡି.ଏନ.ଏ.): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମ୍ମା ଗ୍ରାମକୁ ଛତିଶଗଡର ୨୧ ଜଣିଆ ସିଡିପିଓ ଟିମ ପରିଦର୍ଶନରେ ଆସି ଗଞ୍ଜାମ ବ୍ଲକରେ ସମନିତ୍ୱ ଶିଶୁ ବିକାଶ ଯୋଜନାର ବିଭିନ୍ନ କାର୍ଯ୍ୟକ୍ରମଗୁଡିକ ସମ୍ପର୍କରେ ଆଲୋଚନା କରିଥିଲେ। ମୋ ଗେହ୍ଲାଝିଅ, ଅଦ୍ୱିକା, ବାଲ୍ୟବିବାହ ମୁକ୍ତ, କନ୍ୟା ଭୃଣ ହତ୍ୟା ରୋକିବା ଆଦି ସମ୍ପର୍କରେ ପଚାରି ବୁଝିଥିଲେ। ମଧ୍ୟାହ୍ନରେ ହୁମ୍ମା ସ୍ଥିତ ଅଙ୍ଗନୱାଡି କେନ୍ଦ୍ରରେ ପହଞ୍ଚିବା ପରେ ସେମାନଙ୍କୁ ଭବ୍ୟ ସ୍ବାଗତ ସମର୍ଦ୍ଧନା ଜ୍ଞାପନ କରାଯାଇଥିଲା। ଉକ୍ତ ଅଙ୍ଗନୱାଡି କେନ୍ଦ୍ରର ବିଭିନ୍ନ ଆନୁସାଙ୍ଗିକ ବ୍ୟବସ୍ଥା ଦେଖିବା ସହ କୋମଳମତି ଶିଶୁମାନଙ୍କୁ ଅଙ୍ଗନୱାଡି କର୍ମୀ ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ପରେ ସ୍ଥାନୀୟ କଲ୍ୟାଣ ମଣ୍ଡପରେ ଏକ ଗେହ୍ଲାଝିଅ କାର୍ଯ୍ୟକ୍ରମରେ ନିକଟରେ ଜନ୍ମ ଦେଇଥିବା ଶିଶୁକନ୍ୟାମାନଙ୍କ ମା ମାନଙ୍କୁ ମାନପତ୍ର ଓ ଉପହାର ଦିଆଯାଇଥିଲା। ଛାତ୍ରୀଛାତ୍ରମାନଙ୍କ ଦ୍ୱାରା ନିର୍ଭୟାକଢି କାର୍ଯ୍ୟକ୍ରମ ସମ୍ପର୍କିତ ନୃତ୍ୟ ପ୍ରଦର୍ଶନ କରାଯାଇଥିଲା। ଶେଷରେ ସିଡିପିଓ ସଲୀଳା ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଗଞ୍ଜାମ ବ୍ଲକ ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ, ସ୍ଥାନୀୟ ସମିତିସଭ୍ୟ ଧ୍ରୁବ ଚରଣ ପଲାଇ, ସରପଞ୍ଚ ଜାନକି ଦାସ, ବିଇଓ ଭାଗିରଥି ବେହେରା, ଡବ୍ଲୁସିଡି ସେକ୍ରେଟାରି ରବୀନ୍ଦ୍ର ବେହେରା, ଚିନ୍ମୟୀ ରଥ, ସୋନାଲି ସିହ୍ନା, ମଧୁମିତା ପ୍ରମୁଖ ରାଜ୍ୟ କର୍ମକର୍ତ୍ତା, ଡିଏସଡବ୍ଲୁ ଶୁଭଶ୍ରୀ ପାତ୍ର, ଏଡିଏସଡବ୍ଲୁ ସାଧନ କୁମାର ଦାସ, ଡିପିସି ଦେବବ୍ରତ ମହନ୍ତ ପ୍ରମୁଖ ଉପସ୍ଥିତ ରହି ଅତିଥି ସିଡିପିଓମାନଙ୍କୁ ଗଞ୍ଜାମ ଜିଲାର ଶିଶୁ ଓ ମହିଳାମାନଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଅବଗତ କରାଇଥିଲେ। ଉକ୍ତ କାର୍ଯ୍ୟକ୍ରମରେ ସମସ୍ତ ସୁପରଭାଇଜର, ଅଙ୍ଗନୱାଡି କର୍ମୀ, କିଶୋରୀ ବାଳିକା ଓ ସ୍ଥାନୀୟ ମହିଳା ମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନୟାଗଡ଼ରେ ନକଲି ଟଙ୍କା କାରଖାନା ଠାବ

ନୟାଗଡ଼ ଅଫିସ,୨୧ା୧୦: ନୟାଗଡ଼ ସହରର ଅମରେନ୍ଦ୍ର ବଜାରରେ ଚାଲିଥିଲା ନକଲି ଟଙ୍କା ଛାପା କାରଖାନା। ବାଇକ୍‌ କିଣିବାବେଳେ ୧ ଲକ୍ଷ ୨୫ ହଜାର ନକଲି ୫୦୦...

ଅଗଷ୍ଟରୁ ବଦଳିବ ବ୍ରହ୍ମପୁର ଟ୍ରାଫିକ ବ୍ୟବସ୍ଥାର ଚିତ୍ର : କାର୍ଯ୍ୟକ୍ଷମ ହେବ ଇଣ୍ଟିଗ୍ରେଟେଡ ଟ୍ରାଫିକ ସିଷ୍ଟମ

ବ୍ରହ୍ମପୁର ଅଫିସ,୧୪ା୭-ବ୍ରହ୍ମପୁରରେ ସୁଧୁରିବ ଟ୍ରାଫିକ ବ୍ୟବସ୍ଥା । ଅଗଷ୍ଟରୁ ବଦଳିବ ଏହାର ଚିତ୍ର । ଅଗଷ୍ଟ ଶେଷ ସୁଦ୍ଧା ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ଇଣ୍ଟିଗ୍ରେଟେଡ...

କଲାମଙ୍କ ବାଲେଶ୍ୱର ସହିତ ଅବଦାନକୁ ମନେପକାଇଲେ ବିଧାୟକ

ବାଲେଶ୍ୱର ଅଫିସ, ୧୫।୧୦: ବିଜୁ ଜନତା ଦଳ ବାଲେଶ୍ବର ସଦର ନିର୍ବାଚନମଣ୍ଡଳୀ ପକ୍ଷରୁ ଭାରତର ପୂର୍ବତନ ରାଷ୍ଟ୍ରପତି ଭାରତରତ୍ନ ଡ. ଏ.ପି.ଜେ. ଅବଦୁଲ କଲାମଙ୍କ ଜୟନ୍ତୀ...

ବାହାଘରର କିଛି ଘଣ୍ଟା ପୂର୍ବରୁ ଜଙ୍ଗଲରୁ ମିଳିଲା ଯୁବକଙ୍କ ମୃତଦେହ

ବିନିକା,୨୮ା୬(ଡି.ଏନ.ଏ.)-ବାହାଘର ପାଇଁ ସବୁ ଆୟୋଜନ ସରିଥିଲା ା ଘରେ କୁଣିଆଙ୍କ ଭିଡ଼ ଜମିଥିଲା ା ହସଖୁସି ସାଙ୍ଗକୁ ଗହଳ ଚହଳ ଲାଗିଥିଲା ା ଆଉ କିଛି...

ଗଞ୍ଜାମରେ ୪.୭୫ଲକ୍ଷ ଲୋକଙ୍କ ହେଲାଣି ସ୍ବାସ୍ଥ୍ୟ ସ୍କ୍ରିନିଂ

ଛତ୍ରପୁର,୨୨।୫(ଡି.ଏନ୍‌.ଏ.): ରାଜ୍ୟରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ଏଥିଲାଗି ଘରକୁ ଘର ଯାଇ ସମସ୍ତ ପରିବାର ସଦସ୍ୟଙ୍କ ସ୍ବାସ୍ଥ୍ୟ ସ୍କ୍ରିନିଂ ଉପରେ ସରକାର...

ଡାକ୍ତର ନିଯୁକ୍ତି ନ ହେଲେ ଅନଶନ ଚେତାବନୀ

ରାଜକନିକା, ୨୪।୧୨ (ଡି.ଏନ୍‌.ଏ.) ରାଜକନିକା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଦୀର୍ଘଦିନ ହେବ ସ୍ଥାୟୀ ଡାକ୍ତର ନାହାନ୍ତି। ଫାର୍ମାସିଷ୍ଟ ଓ ଆୟୁଷ ଡାକ୍ତର ରୋଗୀ ସେବା କରୁଥିବା ବେଳେ...

ଗାଁରେ ନିଜର ସ୍ବାବ ଟେଷ୍ଟିଂ ପାଇଁ ନମୁନା ଦେବାକୁ ଚାଁହୁଛନ୍ତି କି..

ଛତ୍ରପୁର,୨୨।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲାର ସବୁ ବ୍ଲକକୁ ମୋବାଇଲ ସ୍ବାବ ସଂଗ୍ରହ ବୁଥ୍‌ ପଠାଯାଉଛି। ଆବଶ୍ୟକ ଅନୁସାରେ ବିଭିନ୍ନ ବ୍ଲକ ଅଧୀନ ଗାଁଗୁଡ଼ିକୁ ଉକ୍ତ ମୋବାଇଲ ସ୍ବାବ...

କ୍ୟାନ୍‌ସର ପୀଡ଼ିତ ହୋମଗାର୍ଡଙ୍କ ଚିକିତ୍ସା ପାଇଁ ବିଶାଖାପାଟଣା ପଠାଇଲା ପ୍ରଶାସନ

ଛତ୍ରପୁର,୨୭ା୪(ଡି.ଏନ୍‌.ଏ.) : କ୍ୟାନସର ପୀଡ଼ିତ ତଥା ଗଞ୍ଜାମ ଜିଲା ବିଏନ୍‌ପୁର ଥାନାର ହୋମଗାର୍ଡ ବିଷ୍ଣୁ ପ୍ରସାଦ ବେହେରାଙ୍କ ଚିକିତ୍ସା ଲାଗି ସୋମବାର ଜିଲା ପ୍ରଶାସନ ପକ୍ଷରୁ...

Advertisement
Archives

Model This Week