ଭଦ୍ରକ ଜିଲା ଭାଜପା ସଭାପତି ପଦ ପାଇଁ ଛକାପଞ୍ଝା

ଭଦ୍ରକ,୧୪।୧(ସନାତନ ରାଉତ): ଓଡ଼ିଶାରେ ଭାଜପା ଏକାକୀ ପ୍ରଥମଥର ପାଇଁ ସରକାର ଗଠନ କରିବା ପରେ ଏବେ ସାଙ୍ଗଠନିକ ପଦପଦବୀ ଚୟନ ଚାଲିଛି। ଭଦ୍ରକ ଜିଲାରେ ସଭାପତି ପଦ ହାତେଇବାକୁ ଛକାପଞ୍ଝା ଚାଲିଥିବା ଦେଖିବାକୁ ମିଳିଛି। ଜିଲାର ଯୁବନେତୃତ୍ୱ ଓ ବରିଷ୍ଠଙ୍କୁ ମିଶାଇ ୫ରୁ ଊର୍ଦ୍ଧ୍ୱ ଆଶାୟୀ ଥିବା ଚର୍ଚ୍ଚା ହେଉଛି। ନିକଟରେ ବାଲେଶ୍ୱରରେ ଉତ୍ତର ଓଡ଼ିଶାର କିଛି ଜିଲାକୁ ନେଇ ସଭାପତି ପଦ ପାଇଁ ବିଚାର ବିମର୍ଷ କରାଯାଇଛି। ପ୍ରଭାରୀ ଦାୟିତ୍ୱରେ ଥିବା ବିଜୟ ପାଲ ସିଂ ତୋମାର ପ୍ରତ୍ୟେକ ଜିଲାରୁ ଯାଇଥିବା ନେତୃବୃନ୍ଦଙ୍କ ସହ ପୃଥକ୍‌ ଭାବେ ଆଲୋଚନା କରିଛନ୍ତି। ପୂର୍ବତନ ସଭାପତି, ବିଭିନ୍ନ ମୋର୍ଚ୍ଚା ଦାୟିତ୍ୱରେ ଥିବା ନେତୃତ୍ୱ ଓ ମଣ୍ଡଳ ସଭାପତିମାନଙ୍କ ମତାମତ ନେଇଥିବା ଆଲୋଚନା ହେଉଛି।

ଜିଲା ସାଧାରଣ ସମ୍ପାଦକ ଦାୟିତ୍ୱରେ ଥିବା ଧାମନଗର ବିଧାନସଭା ନିର୍ବାଚନମଣ୍ଡଳୀର ମନୋରଞ୍ଜନ ମଲ୍ଲିକ ସଭାପତି ଦୌଡ଼ରେ ରହିଥିବା ବେଳେ ଗତ ସଦସ୍ୟତା ସଂଗ୍ରହ ଅଭିଯାନରେ ଜିଲା ସଂଯୋଜକ ଦାୟିତ୍ୱରେ ମଧ୍ୟ ଥିଲେ। ଧାମନଗରର ବିଧାୟକ ତଥା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କ ନିକଟତର ହୋଇଥିବାରୁ ତାଙ୍କୁ ଏହି ପଦ ମିଳିପାରେ ବୋଲି ଆଲୋଚନା ହେଉଛି। ସେହିପରି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ଦାସଙ୍କ ନାମ ଚର୍ଚ୍ଚାରେ ରହିଛି। ପୂର୍ବରୁ ଯୁବମୋର୍ଚ୍ଚାର ରାଜ୍ୟ ଉପସଭାପତି ଦାୟିତ୍ୱରେ ରହିଥିବା ବେଳେ ଜଣେ ଜଣାଶୁଣା ଯୁବ ଚେହେରା ଭାବେ ସେ ପରିଚିତ। ରାଜ୍ୟ ସଭାପତି ମନମୋହନ ସାମଲଙ୍କ ସହ ତାଙ୍କର ସମ୍ପର୍କ ବହୁ ନିକଟତର ହୋଇଥିବାରୁ ତାଙ୍କୁ ମଧ୍ୟ ସଭାପତି ପଦ ମିଳିପାରେ ବୋଲି ଦଳ ଭିତରେ ଟୁପୁରଟାପୁର ଚାଲିଛି।

ସେହିପରି ଜିଲା ସାଧାରଣ ସମ୍ପାଦକ ଭଗବାନ ପଣ୍ଡାଙ୍କ ନାଁ ଚର୍ଚ୍ଚାରେ ରହିଛି। ବହୁଦିନରୁ ସେ ଦଳୀୟ ସଙ୍ଗଠନରେ ରହିଥିବା ବେଳେ ଭଦ୍ରକ ଏମ୍‌ପିଙ୍କ ନିକଟତର। ଆଉ ଜଣେ ଯୁବ ଚେହେରା କ୍ଷୀତିଶ ସାମନ୍ତ ବେହେରା ମଧ୍ୟ ରେସ୍‌ରେ ଅଛନ୍ତି। ଦଳୀୟ ସଙ୍ଗଠନ ସହ ସେ ଦୀର୍ଘଦିନ ଧରି ରହିଛନ୍ତି। ବିଭିନ୍ନ ସାମାଜିକ କାର୍ଯ୍ୟରେ ନିଜକୁ ନିୟୋଜିତ କରିଥିବା ବେଳେ ସାଙ୍ଗଠନିକ ଦକ୍ଷତାକୁ ନେଇ ସେ ବି ଦୌଡ଼ରେ ଅଛନ୍ତି। ସେହିପରି ପୂର୍ବତନ ଜିଲା ସଭାପତି ଅକ୍ଷୟ ସାହୁଙ୍କ ନଁା ଚର୍ଚ୍ଚାରେ ରହିଛି। ପୂର୍ବରୁ ଭଦ୍ରକ ଜିଲା ସଭାପତି ଭାବେ ସେ ଦୁଇ ଦୁଇଥର ଦାୟିତ୍ୱ ନେଇଛନ୍ତି। ଜଣେ ଅଭିଜ୍ଞ ଭାବେ ସେ ପରିଚିତ ଥିବାରୁ ତାଙ୍କ ନାଁକୁ ନେଇ ମଧ୍ୟ ଚର୍ଚ୍ଚା ହେଉଛି। ଏହାବ୍ୟତୀତ ଏକାଧିକବାର ଭଦ୍ରକ ପୌରପାଳିକାର କାଉନସିଲର ଥିବା ଶରତ ପଢ଼ିଆରୀଙ୍କ ନାମ ମଧ୍ୟ ଆସୁଛି। ଦୀର୍ଘଦିନର କର୍ମକର୍ତ୍ତା ଭାବେ ଦଳ ସଙ୍ଗଠନ ସହ ସେ ଜଡ଼ିତ ଅଛନ୍ତି। ଏମାନଙ୍କ ବ୍ୟତୀତ ଏବେକାର ସଭାପତି ଦାୟିତ୍ୱରେ ଥିବା ହେମନ୍ତ ପାଢ଼ୀ, ପୂର୍ବତନ ସଭାପତି ବଦ୍ରିନାରାୟଣ ଧଳଙ୍କ ସମେତ କିଛି ଯୁବ ନେତୃତ୍ୱଙ୍କ ନାମ ଚର୍ଚ୍ଚାରେ ରହିଛି। ତେବେ ଏମାନଙ୍କ ମଧ୍ୟରୁ ସଭାପତି ପଦ କାହାକୁ ମିଳିବ କିମ୍ବା ସମ୍ପୂର୍ଣ୍ଣ ନୂଆ ନେତୃତ୍ୱଙ୍କୁ ଜିଲା ଭାଜପା ଦାୟିତ୍ୱ ଅର୍ପଣ କରାଯିବ ତାହା ସମୟ ଆସିଲେ ଜଣାପଡ଼ିବ।

ଜିଲା ସଭାପତି ପଦ ପାଇଁ ଭାଜପାର କେତେକ ମାନଦଣ୍ଡ ନିର୍ଦ୍ଧାରଣ କରାଯାଇଥିବା ଚର୍ଚ୍ଚା ହେଉଛି। ୪୫ରୁ ୬୦ ବର୍ଷ ବୟସସୀମା ରହିଥିବା ବେଳେ ଦଳ ଓ ସଙ୍ଗଠନ ସହ ଜଡ଼ିତ ଥିବେ। ପୂର୍ବରୁ ବିଭିନ୍ନ ସାଙ୍ଗଠନିକ ପଦପଦବୀରେ ରହି ଦଳୀୟ ଶୃଙ୍ଖଳା ଭିତରେ ଦାୟିତ୍ୱ ନିର୍ବାହ କରିଥିବେ। ତେବେ ପ୍ରଭାରୀ ତୋମାର ବିଭିନ୍ନ ନେତୃତ୍ୱଙ୍କ ସହ ଆଲୋଚନା କରିଥିବା ବେଳେ ଆଶାୟୀମାନଙ୍କ ନାମ ତାଲିକାଭୁକ୍ତ କରିଥିବା ବିଶ୍ୱସ୍ତ ସୂତ୍ରରୁ ଖବର ମିଳିଛି। ଏହାକୁ ନେଇ ସମସ୍ତଙ୍କ ମଧ୍ୟରେ ଉତ୍ସୁକତା ପ୍ରକାଶ ପାଇଛି। ପୂର୍ବରୁ ସଭାପତି ପଦ ପାଇଁ ଏତେ ସଂଖ୍ୟାରେ ଆଶାୟୀ ରହୁ ନ ଥିବା ବେଳେ ଦଳ ସରକାରକୁ ଆସିଥିବାରୁ ସଂଖ୍ୟା ବୃଦ୍ଧି ପାଉଥିବା ଚର୍ଚ୍ଚା ହେଉଛି। ଜିଲାରେ ଭାଜପା ୨ଟି ବିଧାନସଭା ଆସନରେ ବିଜୟୀ ହୋଇଥିବା ବେଳେ ବ୍ଲକ ଓ ପଞ୍ଚାୟତ ସ୍ତରରେ ସଙ୍ଗଠନ ସ୍ଥିତି ସେତେ ସୁଦୃଢ଼ ହୋଇନାହିଁ। ଆଗକୁ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଆସୁଥିବାରୁ ଜଣେ ଦକ୍ଷ ଓ ସଙ୍ଗଠନ ନେତୃତ୍ୱ ନେଇପାରୁଥିବା ବ୍ୟକ୍ତିଙ୍କୁ ସଭାପତି ପଦ ମିଳିବ ବୋଲି ଭାଜପା କର୍ମୀମାନେ ଆଶାୟୀ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଏକ ଲଘୁଚାପ ସମ୍ଭାବନା: ୨୧ ଜିଲାକୁ ଝଡ଼ବର୍ଷା ସତର୍କତା

ଭୁବନେଶ୍ୱର, ୨୧ା୮(ବନ୍ଦନା ସେଠୀ) – ୪ଦିନ ହେବ ରାଜ୍ୟରେ ବର୍ଷା ନ ଥିବାବେଳେ ଖରା ଓ ଗୁଳୁଗୁଳି ଜାରି ରହିଛି। ଏପରିସ୍ଥିତିରେ ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ…

ପାହାଡିଆ ରାସ୍ତାରେ ଜୀବନ: ପଡିଯାଇ ବାହାରିପଡିଲା ଛାତ୍ରଙ୍କ ଅନ୍ତନଳୀ

ମୋହନା,୨୧ା୮(ମନ୍ମଥ ମିଶ୍ର): ଗଞ୍ଜାମ ଓ ଗଜପତି ଜିଲା ସୀମାନ୍ତରେ ରହିଛି ଧରାକୋଟ ବ୍ଲକର ତାନାର୍ଜିପଲ୍ଲୀ ଗାଁ। ବିଦ୍ୟାଳୟକୁ ବାଲିପଦର ଗ୍ରାମକୁ ୫ କି.ମି. ଛାତ୍ରୀଛାତ୍ରଙ୍କୁ ପାହାଡିଆ, ପଥୁରିଆ…

ତୁମ୍ଭେଶ୍ୱର ଗଣେଶ ପୂଜା କମିଟି ପକ୍ଷରୁ ଶୁଭସ୍ଥମ୍ଭ ସ୍ଥାପନ

ଭଞ୍ଜନଗର, ୨୧।୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ଼ ଗ୍ରାମର ପୁରାତନ ତଥା ୨୫ ବର୍ଷର ତୁମ୍ଭେଶ୍ୱର ଗଣେଶ ପୂଜା କମିଟି ପକ୍ଷରୁ ଆସନ୍ତା…

ଆନ୍ଧ୍ରପ୍ରଦେଶରୁ ୫ ବନ୍ଧକ ଶ୍ରମିକଙ୍କୁ ଉଦ୍ଧାର କଲା ପୋଲିସ

ପାରଳାଖେମୁଣ୍ଡି/ମୋହନା,୨୧ା୮(ଗିରିଧାରୀ ପରିଚ୍ଛା/ମନ୍ମଥ ମିଶ୍ର): ଆନ୍ଧ୍ରପ୍ରଦେଶକୁ କାମ କରିବାକୁ ଯାଇ ଜଣେ ମାଲିକଙ୍କ ନିକଟରେ ବନ୍ଧକ ଥିବା ୫ ଜଣ ଶ୍ରମିକଙ୍କୁ ଗଜପତି ଜିଲା ପୋଲିସ ଉଦ୍ଧାର କରି…

ହକି ବିଶ୍ୱକପ୍‌ରେ ଦେଖିବାକୁ ମିଳିବ ହାଇଭୋଲଟେଜ୍‌ ମ୍ୟାଚ୍‌, ଭାରତ-ନେଦରଲାଣ୍ଡ୍ସ ମ୍ୟାଚ୍‌

ଆମଷ୍ଟେଲଭିନ୍‌,୨୧ା: ଚଳିତ ଏଫ୍‌ଆଇଏଚ୍‌ ପୁରୁଷ ହକି ବିଶ୍ୱକପ୍‌ ଦ୍ୱିତୀୟ ରାଉଣ୍ଡରେ ଭାରତ ଶନିବାର ଏହାର ପ୍ରଥମ ମ୍ୟାଚ୍‌ ନେଦରଲାଣ୍ଡ୍ସ ବିପକ୍ଷରେ ଖେଳିବ। ସେମିଫାଇନାଲରେ ପ୍ରବେଶ ପାଇଁ ଏହି…

କିଏ ସେ ଅଭିନେତ୍ରୀ, ଯାହାଙ୍କୁ ୬୨ ବର୍ଷ ବୟସରେ ଦ୍ୱିତୀୟ ବିବାହ କରିବାକୁ ଯୋଜନା କରୁଛନ୍ତି ଗୋବିନ୍ଦା? ସ୍ତ୍ରୀଙ୍କ ଖୁଲାସା ପରେ…

ମୁମ୍ବାଇ: ଆଜିକାଲି ନିଜର କର୍ମ ଜୀବନକୁ ନେଇ କମ୍‌ ବରଂ ବ୍ୟକ୍ତିଗତ ଜୀବନକୁ ନେଇ ଅଧିକ ଚର୍ଚ୍ଚାରେ ରହୁଛନ୍ତି ବଲିଉଡ ସୁପରଷ୍ଟାର ଗୋବିନ୍ଦା। ୬୨ ବର୍ଷ ବୟସରେ…

ବ୍ୟାଡ୍‌ମିଣ୍ଟନ ବିଶ୍ୱ ଚାମ୍ପିୟନଶିପ୍‌, ଭାରତ ପାଇଁ ପଦକ ପକ୍କାକଲେ ତ୍ରିସା-ଗାୟତ୍ରୀ

ନୂଆଦିଲ୍ଲୀ, ୨୧ା୮: ଭାରତର ତ୍ରିସା ଜୋଲି ଓ ଗାୟତ୍ରୀ ଗୋପିଚାନ୍ଦ ବ୍ୟାଡ୍‌ମିଣ୍ଟନ ବିଶ୍ୱ ଚାମ୍ପିୟନଶିପ୍‌ ମହିଳା ଡବଲ୍ସ ସେମିଫାଇନାଲରେ ପ୍ରବେଶ କରିବା ସହ ପଦକ ପକ୍କା କରିଛନ୍ତି।…

କ୍ଷେତମୁଣ୍ଡଳି ରାସ୍ତାରେ ୨ କଲରାପତରିଆ ବାଘ ଛୁଆ: ଘୁମୁସର ଉତ୍ତର ବନଖଣ୍ଡରେ ବଢ଼ୁଛି ବନ୍ୟପ୍ରାଣୀଙ୍କ ଚଳପ୍ରଚଳ

ଭଞ୍ଜନଗର, ୨୧।୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ଅନ୍ତର୍ଗତ କ୍ଷେତମୁଣ୍ଡଳି-ତିରିକୁପା ରାସ୍ତାରେ ଶୁକ୍ରବାର ସନ୍ଧ୍ୟାରେ ଦୁଇଟି କଲରାପତରିଆ ବାଘ ଛୁଆ ରାସ୍ତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri